ଅନୁଗୋଳ : ରେଳ ଧାରଣାରୁ ଖସିଲା ମାଲ ବୋଝେଇ ଟ୍ରେନ୍ । ଏଭଳି ଏକ ଘଟଣା ଘଟିଛି ଅନୁଗୋଳ ବଅଁରପାଳ ହାଟ ନିକଟରେ । ନାଲକୋର ଏକ ଟ୍ରେନ ଲାଇନ ଚ୍ୟୁତ ହୋଇଥିବା ଜଣା ପଡ଼ିଛି ।

ଦାମନଯୋଡିରୁ ନାଲକୋ ସ୍ମେଲଟର ପ୍ଲାଣ୍ଟକୁ ଆଲୁମିନା ଆଣୁଥିବା ବେଳେ ବଅଁରପାଳ ହାଟ ନିକଟରେ ଟ୍ରେନଟି ଲାଇନଚ୍ୟୁତ ହୋଇଛି । ଟ୍ରେନର ଇଞ୍ଜିନ ସହିତ ପ୍ରାୟ ୩ ଟି ମାଲବାହୀ ବଗି ଧାରଣାରୁ ଖସି ଯାଇଛି ।

ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇ ନାହିଁ । ନାଲକୋ ରେଳ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଟ୍ରେନକୁ ଧାରଣାକୁ ଆଣିବାକୁ ଚେଷ୍ଟା କରୁଛନ୍ତି । ମାଲବାହୀ ଟ୍ରେନଟି ଧାରଣା ତଳକୁ ଖସିଲା କେମିତି ସେମେଇ ତଦନ୍ତ ଚାଲିଛି ।






ଏହା ପିଏସଏଲଭିର ୫୦ ତମ ଉତକ୍ଷେପଣ ହେବ । କୃଷି ଓ ବିପର୍ଯ୍ୟୟ ମୁକାବିଲା କରିବାରେ ସହାୟତା ଉପଲବ୍ଧ କରିବା ଉଦ୍ଦେଶ୍ୟରେ ଏହା ପ୍ରସ୍ତୁତ କରାଯାଇଛି । ୬୨୮ କେଜିର ଏହି ଉପଗ୍ରହ ସହ ଅନ୍ୟ ୯ଟି କର୍ମସିଆଲ ସାଟେଲାଇଟକୁ ଅନ୍ତରୀକ୍ଷକୁ ପଠାଯିବ । ଏଥିରେ ଇସ୍ରାଏଲ, ଇଟାଲି, ଜାପାନର ଗୋଟିଏ ଗୋଟିଏ ଏବଂ ଆମେରିକାର ୬ଟି ଉପଗ୍ରହ ସାମିଲ ଅଛି ।



ମୁମ୍ବାଇର ଡୋଙ୍ଗ୍ରି ଅଞ୍ଚଳରେ ପିଆଜ ଚୋରିର ଲାଇଭ ଭିଜୁଆଲ୍ ସାମନାକୁ ଆସିଛି । ଏହି ଚିତ୍ର ହେଉଛି ଗତ ୫ ତାରିଖର । ଭୋର୍ ପ୍ରାୟ ୪ଟା ୨୬ରେ ୨ ଜଣ ବ୍ୟକ୍ତି ୨ଜଣ ବ୍ୟକ୍ତି ଅଲଗା ଅଲଗା ଦୋକାନରୁ ପିଆଜ ଚୋରି କରୁଛନ୍ତି । ଏହି ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଯାଇଥିଲା ।


