କଂଗ୍ରେସ ସାଂସଦଙ୍କ ପାଇଁ ସୋନିଆଙ୍କ ଡିନର ଡିପ୍ଲୋମାସି

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶର ସରି ଆସିବା ବେଳକୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଦଳୀୟ ସାଂସଦଙ୍କ ପାଇଁ ଦିଲ୍ଲୀରେ ଏକ ନୈଶ ଭୋଜିର ଆୟୋଜନ କରିଥିଲେ । ଗତକାଲି ରାତିରେ ଆୟୋଜିତ ଏହି ଡିନରରେ ସମସ୍ତ କଂଗ୍ରେସ ସାଂସଦ ଯୋଗଦେଇଥିଲେ ।

ରାଜ୍ୟସଭାରେ ନାଗରିକତା ସଂଶୋଧନ ବିଲ୍ ଆଗତ ହେବା ପୂର୍ବରୁ କଂଗ୍ରେସ ଏହି ଡିନର ଡିପ୍ଲୋମାସି କରିଥିଲା । ଏଥିରେ ସାଂସଦଙ୍କ ସହ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ, ହରିଶ ରାଓ୍ୱତ, ରଣଦୀପ ସୁରଜେଓ୍ୱାଲା, କେସି. ଭେନୁଗୋପାଳ ପ୍ରମୁଖ ଉପସ୍ଥିତ ଥିଲେ । ପାର୍ଲାମେଣ୍ଟ ହାଉସ୍ ପରିସରରେ ଏହାର ଆୟୋଜନ କରାଯାଇଥିଲା ।

ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ, ଗୁଲାମନବୀ ଆଜାଦ ପ୍ରମୁଖ ଉପସ୍ଥିତ ଥିବା ବେଳେ ରାହୁଲ ଗାନ୍ଧିଙ୍କୁ ଏଥିରେ ଦେଖିବାକୁ ମିଳିନଥିଲା ।

Leave a Reply