୫୦ ଫୁଟ୍ ଉପରେ ଦୋଳିରେ ସେଲ୍ଫି ନେଉଥିଲେ, ଖସି ପଡ଼ିଲେ…

ସୁବର୍ଣ୍ଣପୁର: ଧନୁଯାତ୍ରାରେ ଦୋଳି ଖେଳ ବେଳେ ଅଘଟଣ । ରାମଦୋଳିରେ ବସି ସେଲ୍ଫି ନେବାବେଳେ ଖସି ପଡ଼ି ଚାଲିଗଲା ଜୀବନ । ଅସାବଧନତା, କ୍ଷଣିକ ଖୁସି ଡାକି ଆଣିଲା ମୃତ୍ୟୁ । ଏଭଳି ଅଭାନୀୟ ଘଟଣା ଘଟିଛି ଡୁଙ୍ଗୁରିପାଲି ବ୍ଲକ ଏସ.ରାମପୁର ଧନୁଯାତ୍ରାରେ ।ମଙ୍ଗଳବାର ସନ୍ଧ୍ୟାରେ ୨ ଯୁବକ ଜଗା ବାରିକ ଓ ମାଧ ଛତ୍ରିଆ ରାମଦୋଳିରେ ବସି ସେଲ୍ଫି ନେଉଥିଲେ । ହଠାତ୍ ଭାରସାମ୍ୟ ହରାଇ ତଳେ ପଡ଼ି ଯାଇଥିଲେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ଜଗାକୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା । ଆଜି ଚିକିତ୍ସାଧୀନ ଅବସ୍ଥାରେ ଜଗାର ମୃତ୍ୟୁ ହୋଇଛି ।

ବିଶ୍ୱରେ ବର୍ଷକୁ ହାରାହାରି ସେଲ୍ଫି ଯୋଗୁ ୨୫୯ ଜଣଙ୍କ ମୃତ୍ୟୁ ହେଉଛି । ଭାରତରେ ଏହି ସଂଖ୍ୟା ୧୫୨ । ଅସାବଧନତା ସେଲ୍ଫି ଯୋଗୁଁ ଅକାଳରେ ଅନେକ ଜୀବନ ଚାଲି ଯାଉଛି । ଯାହାକି ଏବେ ଚିନ୍ତାର କାରଣ ।

Leave a Reply