spot_img
Home Blog Page 7644

ସାମ୍ବାଦିକଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଢେଙ୍କାନାଳ ଜିଲ୍ଲାର ଜଣେ କର୍ମଜୀବୀ ସାମ୍ବାଦିକଙ୍କ କିଡନୀ ପ୍ରତିରୋପଣ ପାଇଁ ପ୍ରାରମ୍ଭିକ ସହାୟତା ଭାବେ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କ ପରାମର୍ଶଦାତା (ଗଣମାଧ୍ୟମ) ମାନସ ମଙ୍ଗରାଜ ଆଜି ଏହି ସହାୟତା ରାଶି ପ୍ରଦାନ କରିଛନ୍ତି ।

ଦୈନିକ ପ୍ରମେୟ ଖବରକାଗଜର ଢେଙ୍କାନାଳ ଜିଲ୍ଲା ପ୍ରତିନିଧି ଆଦିତ୍ୟ ପଣ୍ଡାଙ୍କର ଦୁଇଟି ଯାକ କିଡନୀ ଅକାମୀ ହୋଇଯାଇଥିଲା । ତାଙ୍କ ଭଉଣୀ ତାଙ୍କୁ ଗୋଟିଏ କିଡନୀ ପ୍ରଦାନ କରିବାକୁ ସହମତି ଦେଇଛନ୍ତି। ତେବେ ପ୍ରତିରୋପଣ ପାଇଁ ୯ ଲକ୍ଷ ଟଙ୍କା ଆବଶ୍ୟକ ଥିଲା ।

ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଏହି ସହାୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ପରେ ଆଜି ଶ୍ରୀ ମଙ୍ଗରାଜ ପ୍ରାରମ୍ଭିକ ସହାୟତା ଅର୍ଥ ପ୍ରଦାନ କରିଛନ୍ତି ।

ଜଣେ ସାମ୍ବାଦିକ ଭାବେ ମାନସ ମଙ୍ଗରାଜଙ୍କର ସାମ୍ବାଦିକଙ୍କ ପ୍ରତି ରହିଥିବା ସହୃଦୟତାକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି । ସହାୟତା ପାଇଥିବା ସାମ୍ବାଦିକ ଆଦିତ୍ୟ ପଣ୍ଡା ମଧ୍ୟ ରାଜ୍ୟ ସରକାରଙ୍କୁ କୃତଜ୍ଞତା ପ୍ରଦାନ କରିଛନ୍ତି ।

 

ସାବଧାନ ! ବଜାରରେ ମିଳୁଛି ନକଲି ଜିରା, ଜାଣନ୍ତୁ କେମିତି ପରଖିବେ…

ବଜାରରେ ଅନେକ ସମୟରେ ନକଲି ଦ୍ରବ୍ୟ ମିଳିବା ଆପଣ ମାନେତ ନିଶ୍ଚୟ ଜାଣିଥିବେ । କେତେବେଳେ ପ୍ଲାଷ୍ଟିକ ଅଣ୍ଡା ତ କେତେବେଳେ ପ୍ଲାଷ୍ଟିକ ଚାଉଳ ପୁଣି କେବେ ମିଳେ ନକଲି ପନିପରିବା । ଗ୍ରାହକ ଏଥିପ୍ରତି ସଜାଗ ହୋଇ ଅସଲି ଏବଂ ନକଲି ଦ୍ରବ୍ୟ ମଧ୍ୟରେ ଫରକ କରିବା ନିହାତି ଆବଶ୍ୟକ । ନହେଲେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ସାବ୍ୟସ୍ତ୍ୟ ହୋଇପାରେ ।

ତେବେ ଅଣ୍ଡା, ଚାଉଳ, ପନିପରିବା ପରେ ଏବେ ନକଲି ଜିରା ମାର୍କେଟରେ ଆସୁଛି । ଆଜ୍ଞା ହଁ, ଏହି ଜିରା ଫୁଲଝାଡୁ, ପଥରଗୁଣ୍ଡ ଏବଂ ଗୁଡ଼ରୁ ପ୍ରସ୍ତୁତ ହେଉଛି ଅସଲି ଜିରା ଦାମ କିଲୋପ୍ରତି ୪ଶହ ଟଙ୍କା ଥିବାବେଳେ ଏହି ନକଲି ଜିରା ଦାମ କିଲୋପ୍ରତି ୨୦ ଟଙ୍କା ରହିଛି କେତେକ ଏହାକୁ ସିନ୍ଥେଟିକ୍ଜିରା କହୁଛନ୍ତି

ତେବେ ଏହାକୁ ଖାଇବା ଦ୍ୱାରା ନାନା ପ୍ରକାର ଶାରୀରିକ ସମସ୍ୟା ଦେଖାଦେବାରେ ଲାଗିଛି ଶରୀରର ରୋଗପ୍ରତିରୋଧକ ଶକ୍ତି କମିଯାଇଥାଏ ତେଣୁ ବଜାରରେ ମିଳୁଥିବା ଜିରା ଅସଲି ନା ନକଲି ତାହା ଜାଣିବା ପାଇଁ ଏହାକୁ କିଛି ସମୟରେ ପାଣିରେ ପକାଇଲେ ଜଣାପଡ଼ିଥାଏ ଯଦି ପାଣିରେ ପଡ଼ିବାର କିଛି ସମୟ ପରେ ଜିରାର ରଙ୍ଗ ପରିବର୍ତ୍ତନ ହେବା ସହିତ ଏହା ଭାଙ୍ଗିଯାଏ ତେବେ ଜାଣିବେ ଯେ ଏହା ନକଲି ବୋଲି ତେଣୁ ଜିରା କିଣୁଥିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ 

ହସ୍ପିଟାଲ୍ ଆସୁଥିଲେ ସ୍ୱାମୀ-ସ୍ତ୍ରୀ, ରାସ୍ତାରେ ଧକ୍କାଦେଲା ଆମ୍ୱୁଲାନ୍ସ

ନବରଙ୍ଗପୁର : ସ୍ତ୍ରୀଙ୍କର ଦେହ ଖରାପ ଥିଲା, ବାଇକରେ ବସାଇ ସକାଳୁ ସକାଳୁ ତାଙ୍କୁ ହସ୍ପିଟାଲ ଆଣୁଥିଲେ । ସେପଟେ ଆଉଜଣେ ପ୍ରସୂତିଙ୍କର ଜୀବନ ବଞ୍ଚାଇବାକୁ ଖୁବ୍ ଜୋରରେ ସେହି ହସ୍ପିଟାଲକୁ ଆସୁଥିଲା ଆମ୍ବୁଲାନ୍ସ । ବାଇକରେ ଥିଲେ ମହିଳା, ଆମ୍ବୁଲାନ୍ସରେ ବି ଥିଲେ ପ୍ରସୂତି । ବାଟରେ ଏଭଳି ଏକ ଘଟଣା ଘଟିଲା ଜଣେ ହସ୍ପିଟାଲ ପହଞ୍ଚିଲେ ଜୀବିତ ଅବସ୍ଥାରେ ଆଉ ଜଣେ ହସ୍ପିଟାଲ ପହଞ୍ଚିଲେ ସତ କିନ୍ତୁ ଜୀବନ ନଥିଲା ।

ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲାରେ । ଆଜି ସକାଳେ କୋଶାଗୁମୁଡା ବ୍ଲକର ଳିମ୍ବଭଟା ଗାଁର ପ୍ରେମଚନ୍ଦ୍ର ସରାବୁ ସ୍ତ୍ରୀ ଇନ୍ଦୁମତୀ ସରାବୁଙ୍କୁ ନିଜ ମୋଟର ସାଇକଲରେ ନବରଙ୍ଗପୁର ନେଉଥିଲେ । ଅନ୍ୟପଟେ ଜଣେ ପ୍ରସୂତିଙ୍କୁ ନେଇ ୧୦୮  ଆମ୍ବୁଲାନ୍ସ ଆସଙ୍ଗା ମେଡିକାଲକୁ ଯାଉଥିଲା । ଠିକ୍ ପୂଜାରୀଗୁଡ଼ା ଛକ ନିକଟରେ ସାମ୍ନା ସାମନି ଧକ୍କା ହୋଇଥିଲା l ଫଳରେ ଘଟଣାସ୍ଥଳରେ ଉଭୟ ସ୍ୱାମୀ ସ୍ତ୍ରୀ ଗୁରୁତର ହୋଇଥିଲେ । ହସ୍ପିଟାଲରେ ପହଞ୍ଚିବା ବେଳକୁ ଇନ୍ଦୁମତିଙ୍କର ଆଉ ଜୀବନ ନଥିବା କହିଥିଲେ ଡାକ୍ତର ।

ଆମ୍ୱୁଲାନ୍ସ ସହ ଡ୍ରାଇଭର ନବରଙ୍ଗପୁର ଥାନାରେ ଅଛନ୍ତି । ତେବେ ଦୁର୍ଘଟଣାରେ ଇନ୍ଦୁମତିଙ୍କର ମୃତ୍ୟୁ ପରେ ସେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସମସ୍ତେ କହୁଛନ୍ତି ମାରିଦେଲା ଆମ୍ୱୁଲାନ୍ସ ।

ସାଲିଆ ସାହି ବସ୍ତି ଉଚ୍ଛେଦକୁ ବିରୋଧ: ବିଧାନସଭା ସମ୍ମୁଖରେ ବସ୍ତି ବାସିନ୍ଦାଙ୍କ ବିକ୍ଷୋଭ

ଭୁବନେଶ୍ୱର: ସାଲିଆ ସାହି ବସ୍ତି ଉଚ୍ଛେଦକୁ ବିରୋଧ । ପ୍ରତିବାଦରେ ମାହାତ୍ମା ଗାନ୍ଧୀ ମର୍ଗରେ ହଜାର ହଜାର ବସ୍ତି ବାସିନ୍ଦାଙ୍କ ବିକ୍ଷୋଭ ପ୍ରର୍ଦଶନ । ଏଥିସହ ୨୦x୩୦ ଫୁଟର ଜମି ପ୍ରଦାନ ନେଇ ସାଲିଆ ସାହି ଆଞ୍ଚଳିକ କମିଟି ପକ୍ଷରୁ ଦାବି ହୋଇଛି ।

ଗତ ୨ ତାରିଖରୁ ବସ୍ତି ଉଚ୍ଛେଦ ପାଇଁ ଉଦ୍ୟମ ଆରମ୍ଭ ହୋଇଛି ।  ୪ ଓ ୭ ତାରିଖରେ ମଧ୍ୟ ଉଚ୍ଛେଦକାରୀ ଦଳ ଆସି ବସ୍ତି ଭାଙ୍ଗିବାକୁ ଉଦ୍ୟମ କରିଥିଲେ । ସାଲିଆ ସାହି ବସ୍ତି ଏଠାରୁ ଆଦୌ ହଟାଯାଇପାରିବନାହିଁ ବୋଲି କହିଛନ୍ତି ସାଲିଆ ସାହି ଆଞ୍ଚଳିକ କମିଟିର ଶିବରାମ ପତି । ୭ ଡିସେମ୍ୱର ୧୯୯୪ରେ ଏ ନେଇ ପ୍ରଶାସନିକ ନିଷ୍ପତ୍ତି ହୋଇଥିଲା । ପରେ ୨୦ ନଭେମ୍ୱର୧୯୯୮ ମସିହାରେ ବସ୍ତି ହଟାନଯାଇ ଅଗ୍ରାଧିକାର ଭିତ୍ତିରେ ସ୍ଥାୟୀ ଉନ୍ନତି କରାଯିବ ବୋଲି ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ହୋଇଥିଲା । ଏହାର ଉଲ୍ଲଙ୍ଘନ କରି ୨୦୦ ଫୁଟିଆ ରାସ୍ତା ନିର୍ମାଣ ବାହାନରେ ବଳପୂର୍ବକ ବସ୍ତି ଉଚ୍ଛେଦ ପାଇଁ ପ୍ରୟାସ କରୁଥିବା କହିଛନ୍ତି ଶିବରାମ ।

୧୦୦ ନଂ ଡାଏଲ କରି ପୋଲିସକୁ ମଦ ମାଗିଲେ ମଦୁଆ: ଦେଖନ୍ତୁ ଭିଡିଓ

0

ଥାନା ବାବୁଙ୍କୁ ମଦ ମାଗିଲେ ମଦୁଆ । ଆଜ୍ଞା ହଁ । ଘଟଣାଟି ଅଜିବ ଲାଗୁଥିଲେ ବି ସତ । ଉମା ଶଙ୍କର ନାମକ ଜଣେ ବ୍ୟକ୍ତି ମଦ ନ ମିଳିବାରୁ ୧୦୦ ନଂ ଡାଏଲ କରି ପ୍ରଥମେ ପୋଲିସକୁ ଡାକିଲେ ତା’ ପରେ ମଦ ଦୋକାନୀ ମଦ ନ ଦେଉଥିବା ର ଅଭିଯୋଗ କରି ମତେ ମଦ ଦରକାର ବୋଲି ପୋଲିସଙ୍କୁ ଅଭିଯୋଗ କରିଛନ୍ତି ।

ଘଟଣାଟି କିଛି ଏହିପରି କି, ମଦ ଦୋକାନଟି ପ୍ରକୃତରେ ଉକ୍ତ ବ୍ୟକ୍ତି ଉମା ଶଙ୍କରଙ୍କ ନିଜ ଜେଜେବାପାଙ୍କର । ନିତିଦିନ ମଦ ପିଉଥିବାରୁ ନାତିକୁ ଆକଟ କରି ସେ ଦିନ ଜେଜେବାପା ଉମାଙ୍କୁ ମଦ ପିଇବାକୁ ବାରଣ କରିଥିଲେ ଆଉ ମଦ ଦେଇନଥିଲେ । ଏହା ପରେ ଉମା ପୋଲିସକୁ ଫୋନ କରି ଅଭିଯୋଗ କରିଥିବାର ଏହି ଭିଡିଓ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ରାଜ୍ୟରେ ରହିଛି ୭୫୯ଟି ବହୁମୁଖୀ ଆଶ୍ରୟସ୍ଥଳୀ, ପଞ୍ଚାୟତ ଭିତ୍ତିରେ ଭାଙ୍ଗିଯାଇଥିବା ଆଶ୍ରୟସ୍ଥଳୀ ଗୁଡିକର ଚାଲିଛି ମରାମତି

ଭୁବନେଶ୍ୱର : ଆଜି ବିଧାନସଭାରେ ରାଜ୍ୟରେ ବାତ୍ୟା ଆଶ୍ରୟସ୍ଥଳୀ ଓ ଏହାର ସ୍ଥିତି ଏବଂ ନୂଆ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପ୍ରସଙ୍ଗରେ ଆଲୋଚନା ହୋଇଛି । ବର୍ତ୍ତମାନ ଅଧିକ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ପ୍ରସ୍ତାବ ନଥିବା ଗୃହରେ ବିବୃତି ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି। ଓଡ଼ିଶାର ୬ଟି ଉପକୂଳ ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼ ଓ ଗଞ୍ଜାମରେ ୬୯୪ଟି ବହୁମୁଖୀ ଆଶ୍ରୟସ୍ଥଳୀ OSDMA ପକ୍ଷରୁ ନିର୍ମାଣ କରିଛନ୍ତି ରାଜ୍ୟ ସରକାର।

ସମୁଦାୟ ୭୫୯ଟି ବହୁମୁଖୀ ଆଶ୍ରୟସ୍ଥଳୀ ଓଡ଼ିଶାରେ ରହିଛି। ପଞ୍ଚାୟତ ଭିତ୍ତିରେ ଭାଙ୍ଗିଯାଇଥିବା ଆଶ୍ରୟସ୍ଥଳୀ ଗୁଡିକର ମରାମତି କରାଯାଉଛି। ବାକିସବୁର ଯାଞ୍ଚ ଚାଲିଛି। ରିପୋର୍ଟ ଆସିଲେ ମରାମତି କରାଯିବ ବୋଲି ବିଧାନସଭାରେ ଉତ୍ତର ରଖିଛନ୍ତି ମନ୍ତ୍ରୀ ।ବିଧାୟକ ପ୍ରଦୀପ ମହାରଥି ପ୍ରଶ୍ନ କରିଥିଲେ ଯେ, ଆଶ୍ରୟସ୍ଥଳୀରେ ଲୋକେ ରହିଵା ପାଇଁ ସରକାର ହାଣ୍ଡି, ଡେକଚି,ଜେନେରେଟର ଓ ଲାଇଟ ଯୋଗାଇଥିଲେ। ହେଲେ ଏବେ ୮୦ ପ୍ରତିଶତ ଆଶ୍ରୟସ୍ଥଳୀରେ ଏସବୁ କିଛି ନାହିଁ। କମିଟି କରାଯାଇଥିଲା ଏହାର ତଦାରଖ କରି ରିପୋର୍ଟ ଦେବାକୁ। ତଦାରଖ ହୋଇଛି କି? ରାସ୍ତା ନଥିବାରୁ ବିଲ ଭିତରେ ଲୋକେ ଆଶ୍ରୟସ୍ଥଳୀକୁ ଯାଉଛନ୍ତି। ଏହାର ଉତ୍ତରରେ ମନ୍ତ୍ରୀ ଏସବୁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ଏହାସହିତ ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରଛାତ୍ରୀଙ୍କ ଶିକ୍ଷାଗ୍ରହଣ ପ୍ରସଙ୍ଗ ମଧ୍ୟ ସ୍ଥାନ ପାଇଥିଲା ଆଜିର ପ୍ରଶ୍ନକାଳରେ । ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ୭୦୦ଟି ଆଶ୍ରମ ସ୍କୁଲ, ୫୦୧ଟି ସେବାଶ୍ରମ, ୨୭ଟି ଏକଲବ୍ୟ ମଡେଲ ସ୍କୁଲ, ୧୦ଟି କଳିଙ୍ଗ ଆବାସିକ ସ୍କୁଲ ଥିବା ବିଧାନସଭାରେ ଉତ୍ତର ରଖିଛନ୍ତି SC ST ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା । ୪୨୨ ଉଚ୍ଚ ବିଦ୍ୟାଳୟରୁ ୬୨କୁ ଉଚ୍ଚ ମାଧ୍ୟମିକ ସ୍କୁଲରେ ପରିଣତ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

୭.୫୦ ପ୍ରତିଶତ ପିଲାଙ୍କୁ ବୃତ୍ତି ଦିଆଯାଉଛି। ୧୯ଟି ଜିଲ୍ଲାରେ ସ୍ୱାକ୍ଷରତା କମ୍ ଥିବାରୁ ସଂଯୋଜକ ଓ ପ୍ରେରକ ନିଯୁକ୍ତି ଦିଆଯାଇଛି । ‘ଆମ କଥା ଓ ଭାରତ’ ସ୍ୱାକ୍ଷରତା କାର୍ଯ୍ୟକ୍ରମ ଜରିଆରେ SC ST ଛାତ୍ରଛାତ୍ରୀଙ୍କୁ ସ୍ୱାକ୍ଷର କରାଯାଉଛି ବୋଲି ମନ୍ତ୍ରୀ ଗୃହରେ ସୂଚନା ଦେଇଥିଲେ ।