ଖୋର୍ଦ୍ଧା: ଚିଲିକାରେ ପକ୍ଷୀ ଗଣନା ଆରମ୍ଭ । ଗଣନାରେ ୨୧ଟି ଟିମ୍ ସାମିଲ୍ । ପ୍ରତି ଟିମରେ ଅଛନ୍ତି ୪ରୁ ୫ ସଦସ୍ୟ ।
ପଟ୍ଟାମୁଣ୍ଡାଇ: ଆଜିଠୁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ । ବଉଳା କୁମ୍ଭୀର ଗଣନା ପାଇଁ ଡିସେମ୍ବର ୨୬ ତାରିଖରୁ ବନ୍ଦ ରହିଥିଲା ।
ପଟ୍ଟାମୁଣ୍ଡାଇ: ଆଜିଠୁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ । ବଉଳା କୁମ୍ଭୀର ଗଣନା ପାଇଁ ଡିସେମ୍ବର ୨୬ ତାରିଖରୁ ବନ୍ଦ ରହିଥିଲା ।
ନାଚିବାକୁ ମନା କଲେ ଯୁବତୀ, ବିଲ୍ଡରଙ୍କୁ ବାନ୍ଧି ନେଲା ପୋଲିସ: ପଢ଼ନ୍ତୁ କାହିଁକି
ଭୁବନେଶ୍ୱର: କର୍ମକ୍ଷେତ୍ରରେ ଯୁବତୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ । ବନ୍ଧାହେଲେ ରସକିଆ ବିଲଡର। ନୂଆ ବର୍ଷ ପାର୍ଟିରେ ନ ନାଚିବାରୁ ଦୁର୍ବ୍ୟବହାର । ନିଶା ସେବନ କରି ଯୁବତୀଙ୍କୁ ଦୁର୍ବ୍ୟବହାର ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ । ସାଇ କ୍ରିଷ୍ଣା ଡେଭଲେର୍ପସର ନିର୍ଦ୍ଦେଶକ ଅଶୋକ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଖଣ୍ଡଗିରି ଥାନା ପୋଲିସ । ତେବେ ନାମ ପରିବର୍ତ୍ତନ କରି ଶ୍ୟାମ ସୁନ୍ଦର ସେଠୀ, ଅଶୋକ ପ୍ରଧାନ ନାଁରେ ରହୁଥିବା ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି ।

ଘଟଣାନୁଯାୟୀ ନୂଆବର୍ଷ ଦିନ ଅଫିସ ପକ୍ଷରୁ ସେଲିବ୍ରେସନ ପାର୍ଟି ଆୟୋଜନ ହୋଇଥିଲା। ଯୁବତୀ ଜଣଙ୍କୁ ନାଚିବା ପାଇଁ ବାଧ୍ୟ କରିଥିଲେ ବିଲଡର । ଯୁବତୀ ଜଣଙ୍କ ମନା କରିବାରୁ ନିଶାସକ୍ତ ଅବସ୍ଥାରେ ଟଣା ଓଟରା କରିବା ସହ ଦୁର୍ବ୍ୟବହାର କରିଥିଲେ। ଯୁବତୀ ଜଣଙ୍କ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ କରି ବିଲଡରଙ୍କୁ ଗିରଫ କରିଛି ।
ଆରମ୍ଭ ହେଲା ଶିଶିର ସରସ: କନ୍ଧମାଳର ହଳଦୀ କିଣିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଶୀତୁଆ ସଂଧ୍ୟାରେ ଆରମ୍ଭ ହେଲା ଜାତୀୟସ୍ତରୀୟ ମେଳା ଶିଶିର ସରସ ୨୦୨୦ । ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଥିବା ମେଳାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୟୂରଭଞ୍ଜର କାରିଗରଙ୍କ ଦ୍ଵାରା ସବାଇ ଘାସରେ ତିଆରି ଫୁଲ ଚାଙ୍ଗୁଡା ଓ କନ୍ଧମାଳ ହଳଦୀ କିଣିଛନ୍ତି ମୁଖ୍ୟମନ୍ତ୍ରୀ ।

ରାଜ୍ୟ ସମେତ ଦେଶର ୨୫ଟି ରାଜ୍ୟର ୩୦୦ଟି ଷ୍ଟଲ ମେଳାରେ ପଡିଛି । ଉତ୍ତର-ପୂର୍ବ ରାଜ୍ୟର ବାଉଁଶ ସାମଗ୍ରୀ ଏବଂ ଶୀତ ପୋଷାକ, ଉତ୍ତର ପ୍ରଦେଶର ସିଲ୍କ ଏବଂ ରଟ୍ ଆଇରନ ସାମଗ୍ରୀ ଷ୍ଟଲ ମେଳାର ଆକର୍ଷଣ ସାଜିଛି ।

ମୁଖ୍ୟମନ୍ତ୍ରୀଙ୍କ ସମେତ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଏବଂ ବିଭାଗୀୟ ସଚିବ ପ୍ରମୁଖ ଯୋଗ ଦେଇଛନ୍ତି । ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ମେଳା ଚାଲିବ ବୋଲି ଜଣାପଡ଼ିଛି ।
ଆମେରିକାର ଆକ୍ରମଣରେ ଖଣ୍ଡ ବିଖଣ୍ଡିତ ସୋଲେମାନୀଙ୍କ ଶରୀର: ଜାଣନ୍ତୁ କେମିତି ଚିହ୍ନଟ ହେଲା ମୃତଦେହ
ମୁଦିରୁ ଚିହ୍ନଟ ହେଲା ମୃତଦେହ । ଇରାନୀ ରିଭୋଲ୍ୟୁସନାରୀ ଗାଡର୍ସ କମାଣ୍ଡର ଜେନେରାଲ୍ କସିମ୍ ସୋଲିମାନୀଙ୍କ ମୃତଦେହକୁ ସେ ପିନ୍ଧୁଥିବା ମୁଦିରୁ ଚିହ୍ନଟ କରାଯାଇଛି । ବାଗଦାଦ୍ସ୍ଥିତ ଅନ୍ତର୍ଜାତୀୟ ଏୟାରପୋର୍ଟରେ ଆମେରିକା ପକ୍ଷରୁ କରାଯାଇଥିବ ରକେଟ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିଲା । ଡ୍ରୋନ୍ ଦ୍ୱାରା ଏହି ଆକ୍ରମଣ କରାଯାଇଥିବା ଜଣେ ୟୁଏସ୍ ଅଧିକାରୀ କହିଛନ୍ତି ।

ମୁଦି ପିନ୍ଧିଥିବା ତାଙ୍କ ମୃତଦେହର ଏକ ଭିଡିଓକୁ ଇରାକ୍ର ଜଣେ ସାମ୍ବାଦିକ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି । ସିରିୟା କିମ୍ବା ଲିବେନାନ୍ରୁ ଫେରିଥିବା ବିମାନରୁ ବାଗଦାଦ୍ ଅନ୍ତର୍ଜାତୀୟ ବିମାନବନ୍ଦର ଓହ୍ଲାଇବା ପରେ ତାଙ୍କ ଉପରେ ଆକ୍ରମଣ ହୋଇଥିବା ଇରାକ୍ର ଜଣେ ସୁରକ୍ଷା ଅଧିକାରୀ କହିଛନ୍ତି ।

ଏହି ଆକ୍ରମଣରେ ସୋଲିମାନୀଙ୍କ ସହ ଆଉ ୮ଜଣ ନିହତ ହୋଇଛନ୍ତି । ନିହତଙ୍କ ମଧ୍ୟରେ ଇରାକ୍ର ଉଗ୍ରବାଦୀ ସଂଗଠନ କତାଇବ୍ ହିଜବୁଲ୍ଲାର ଡେପୁଟୀ କମାଣ୍ଡର ଅବୁ ମେହଦି ମଧ୍ୟ ରହିଛନ୍ତି । ଆକ୍ରମଣ ଫଳରେ ସମସ୍ତଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇଯାଇଛି ।

ଇରାନ୍ ଷ୍ଟେଟ୍ ଟିଭ୍ର କହିବାନୁଯାୟୀ ରକେଟ୍ ଆକ୍ରମଣରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରେ ୫ ଜଣ ରିଭୋଲ୍ୟୁସନାରୀ ଗାର୍ଡସ୍ର ସଦସ୍ୟ । ଏଥିସହ ସୋଲେମାନୀଙ୍କ ଜାମାତା ମଧ୍ୟ ନିହତ ହୋଇଛନ୍ତି ।

ଅପରପକ୍ଷରେ ସୋଲେମାନୀ ଆମେରିକୀୟଙ୍କୁ ହତ୍ୟା କରିବା ନେଇ ଷଡ଼ଯନ୍ତ୍ର କରୁଥିଲେ । ଏବଂ ହଜାର ହଜାର ସଂଖ୍ୟାରେ ଆମେରିକୀୟଙ୍କ ହତ୍ୟା ପଛରେ ସେ ପ୍ରତକ୍ଷ୍ୟ ଓ ପରୋକ୍ଷଭାବେ ଜଡ଼ିତ ବୋଲି ଟ୍ୱିଟ୍ କରି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏଭଳି ଆକ୍ରମଣ ଲାଗି ସେ ନିର୍ଦ୍ଦେଶ ଦେଇଥିଲେ ବୋଲି କହିଛନ୍ତି । ବହୁ ଆଗରୁ ଏଭଳି କରିବାର ଥିଲା ବୋଲି ଟ୍ରମ୍ପ କହିଛନ୍ତି ।
ଜଷ୍ଟିସ୍ ସଞ୍ଜୁ ପଣ୍ଡା ହେବେ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି, କାଲି ନେବେ ଦାୟିତ୍ୱ
ନୂଆଦିଲ୍ଲୀ : ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି କୁମାରୀ ଜଷ୍ଟିସ୍ ସଞ୍ଜୁ ପଣ୍ଡା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ହେବେ । କେନ୍ଦ୍ର ଆଇନ୍ ମନ୍ତ୍ରାଳୟ ପକ୍ଷରୁ ଆଜି ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜଷ୍ଟିସ୍ ପଣ୍ଡାଙ୍କ ନାଁରେ ଅନୁମୋଦନ ପରେ କେନ୍ଦ୍ର ଆଇନ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି ।

ବର୍ତ୍ତମାନ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା କେ.ଏସ୍ ଜାଭେରୀଙ୍କ ଅବସର ପରେ ନୂଆ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍ ପଣ୍ଡା। ଆସନ୍ତାକାଲି ସେ ଶପଥ ନେବେ ବୋଲି ଜଣାପଡ଼ିଛି ।
ପ୍ରେମ ପରେ ପ୍ରତାରଣା, ବାହା ହେବାକୁ କହିବାରୁ ଶେଷରେ କଲା ଏମିତି
ବଲାଙ୍ଗୀର: ବାହା ହେବାକୁ ଜିଦ୍ ଧରିବାରୁ ପ୍ରେମିକାଙ୍କୁ ଦୁଷ୍କର୍ମ ପରେ ଗଳାକାଟି ଜଙ୍ଗଲରେ ଫିଙ୍ଗିଦେଲା ସୈତାନ ପ୍ରେମିକ । ବଲାଙ୍ଗୀର ଜିଲ୍ଲା ତୁଷରା ଅଞ୍ଚଳରେ ଏହି ଘଟଣା ଘଟିଛି । ଯୁବତୀଙ୍କୁ ମୁମୁର୍ଷୂ ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ଯୁବକକୁ ଗିରଫ କରିଛି ପୋଲିସ । କଳାହାଣ୍ଡି ଜିଲ୍ଲା ନର୍ଲା ଅଞ୍ଚଳର ଜଣେ ଯୁବତୀ ଓ ବଲାଙ୍ଗୀର ଜିଲ୍ଲା ତୁଷରା ଥାନା ତେନ୍ତୁଲିଖୁଣ୍ଟି ଗାଁର ଛବିଲାଲ ଭୋଇଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା ।

ଦେଢ଼ବର୍ଷ ତଳେ ସେମାନେ ତାମିଲନାଡୁ ପଳାଇଥିଲେ । ବାହା ହେବାକୁ ଯୁବତୀ ଜିଦ୍ ଧରିବାରୁ ଗୁରୁବାର ସେମାନେ ଆସି ବଲାଙ୍ଗୀର ରେଳ ଷ୍ଟେସନରେ ପହଞ୍ଚିଥିଲେ । ପରେ ଛବିଲାଲର ଭିଣୋଇ ସହ ସେମାନେ ଯାଇଥିଲେ ସଇଁତଲା । ସେଠାରୁ ରାତିରେ ଘରକୁ ଫେରିବା ବେଳେ ଯୁବତୀଙ୍କୁ ସିକେରପାଟ ଜଙ୍ଗଲରେ ଦୁଷ୍କର୍ମ କରିବା ପରେ ଛୁରିରେ ଯୁବତୀଙ୍କ ଗଳା କାଟି ଫିଙ୍ଗି ଦେଇଥିଲା ଛବିଲାଲ୍ ।

ଯୁବତୀ ମରି ଯାଇଥିବା ଭାବି ସେ ପଳାଇଥିଲା । ଯୁବତୀ ରାତିରେ ଗୁରୁତର ଅବସ୍ଥାରେ ଜଙ୍ଗଲରୁ ବାହାରକୁ ଆସିବା ପରେ ସକାଳେ ପୋଲିସ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ପ୍ରତାରକ ପ୍ରେମିକ ତଥା ହତ୍ୟା ଉଦ୍ୟମ କରିଥିବା ଛବିଲାଲ୍ ଭୋଇକୁ ପୋଲିସ ଗିରଫ କରିଛି ।

ଛାତ୍ରୀଙ୍କ ବେକ କାଟି ଅଭିଯୁକ୍ତ ସାର ପଶ୍ଚିମବଙ୍ଗରୁ ହେଲେ ଗିରଫ
ଜଳେଶ୍ୱର: ବାଲେଶ୍ଵର ନାବାଳିକା କଲେଜ ଛାତ୍ରୀଙ୍କ ବେକ କାଟିଦେବା ଘଟଣା । ଏହି ଘଟଣାରେ ଅଭିଯୁକ୍ତ ବିଶ୍ୱଜିତ ନାଥକୁ ଗିରଫ କରିଛି ପୋଳିସ । ପଶ୍ଚିମବଙ୍ଗରେ ଲୁଚିଥିବା ବେଳେ ପୋଲିସର ଏକ ସ୍କ୍ୱାର୍ଡ ଗିରଫ କରିଛି । ଏଭଳି ଘଟଣା ବାଲେଶ୍ଵର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ଦେହୁରଦା ଗାଁରେ ଦେଖିବାକୁ ମଳିଥିଲା ।

ସୂଚନା ଅନୁଯାୟୀ, ଅଭିଯୁକ୍ତ ସାର ଛାତ୍ରୀଙ୍କୁ ଏକ ତରଫା ପ୍ରେମ କରୁଥିଲେ । ଛାତ୍ରୀ ଜଣଙ୍କ ତାଙ୍କୁ ମନା କରିଦେବାରୁ ଜାନୁଆରୀ ଦୁଇ ତାରିଖରେ ଟ୍ୟୁସନ ସାର ଛାତ୍ରୀଙ୍କ ବେକକୁ ଧାରୁଆ ଅସ୍ତ୍ରରେ କାଟି ଦେଇଥିଲେ । ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଡାକ୍ତର କଟକ ଏସ୍ସିବି ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି ।

ଅନ୍ୟପଟେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପରିବାର ଲୋକେ ଦାବି କରିଥିଲେ । ଅଭିଯୋଗକୁ ଆଧାର କରି ଆଜି ଭୋଗରାଇ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ପଶ୍ଚିମବଙ୍ଗରୁ ଅଭିଯୁକ୍ତ ବିଶ୍ୱଜିତ ନାଥଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ଭୁବନେଶ୍ୱରରେ ପୂର୍ବତନ କ୍ରିକେଟର ଅନିଲ କୁମ୍ବଲେ, କହିଲେ ଖେଳରେ ଆଗଉଛି ଓଡ଼ିଶା
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ଓଡ଼ିଶା ଆଜି ସ୍ପୋର୍ଟ୍ସ କ୍ୟାପିଟାଲ ହୋଇଛି । କ୍ରୀଡା କ୍ଷେତ୍ରରେ ଓଡ଼ିଶା ଆଗଉଛି ବୋଲି କହିଛନ୍ତି ପୂର୍ବତନ କ୍ରିକେଟର ଅନିଲ କୁମ୍ବଲେ । ଆଜି ଲୋକସେବା ଭବନରେ ଆରମ୍ଭ ହୋଇଥିବା ଓଡ଼ିଶା ନଲେଜ୍ ହବ ଲେକଚର ସିରିଜ୍ରେ ଅନିଲ ଯୋଗଦେଇ ଏହା କହିଛନ୍ତି ।

ରାଜ୍ୟ ସରକାରଙ୍କ ଯୋଜନା ଓ ସଂଯୋଜନା ବିଭାଗ ପକ୍ଷରୁ ଆୟୋଜିତ ହେଉଛି ଓକେଏଚ୍ ଓଡ଼ିଶା ନଲେଜ୍ ହବ ଲେକଚର ସିରିଜ୍ । ଏହି ସିରିଜ୍ରେ ଏବେ ଦ୍ଵାବିଂଶ ବକୃତା ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ‘ଭାରତୀୟ କ୍ରୀଡା-ଏକ ଅନ୍ତର୍ଦୃଷ୍ଟି’ ଉପରେ ବକ୍ତବ୍ୟ ପ୍ରଦାନ କରିଛନ୍ତି ପୂର୍ବତନ କ୍ରିକେଟର ଅନିଲ କୁମ୍ବଲେ । ଏହି ଅବସରରେ ସେ ଓଡ଼ିଶା ସରକାରଙ୍କ ଭୂୟସୀ ପ୍ରଶଂସା କରିଛନ୍ତି ।

କାର୍ଯ୍ୟକ୍ରମରେ ୫-ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ୍, ମିଶନ ଶକ୍ତି ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ, ଉନ୍ନୟନ କମିଶନର ସୁରେଶ ମହାପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ସଚିବ ମାନେ ଉପସ୍ଥିତି ରହିଥିଲେ ।
ଦୁଷ୍କର୍ମ ପରେ ପିଡ଼ିତାଙ୍କୁ ଘର ଆଗରେ ଫିଙ୍ଗିଦେଲେ ଦୁର୍ବୃତ୍ତ !
କେନ୍ଦୁଝର: ନାବାଳିକାଙ୍କ ସହ ଗଣଦୁଷ୍କର୍ମ । ତା’ପରେ ସଡ଼କ ଦୁର୍ଘଟଣା । ପୀଡ଼ିତା ଏବେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି । କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଅଞ୍ଚଳରେ ଏହି ଘଟଣା ଘଟିଛି ।

ସୂଚନା ଅନୁଯାୟୀ, ନାବାଳିକା ଜଣଙ୍କ ହାଟକୁ ଯାଇଥିବା ବେଳେ ଜଗା ଓ ବିକି ନାମକ ଦୁଇଜଣ ଯୁବକ ତାଙ୍କୁ ଜବରଦସ୍ତ ଉଠାଇ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଦୁଷ୍କର୍ମ ପରେ ରାତିରେ ବାଇକ୍ରେ ଆଣିବା ବେଳେ ନାବାଳିକା ଜଣକ ଗାଡ଼ିରୁ ପଡ଼ି ଯାଇ ଆହତ ହୋଇଛନ୍ତି । ପରେ ଦୁର୍ବୃତ୍ତ ତାଙ୍କୁ ଆଣି ଘର ପାଖରେ ଫିଙ୍ଗି ଦେଇ ପଳାଇଛନ୍ତି । ନାବାଳିକାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସଖୀ ଓ୍ୱାନ୍ ଷ୍ଟପ୍’ ସହାୟତାରେ ଝୁମ୍ପୁରା ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି ।

