ଦୁଷ୍କର୍ମ ପରେ ପିଡ଼ିତାଙ୍କୁ ଘର ଆଗରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

କେନ୍ଦୁଝର: ନାବାଳିକାଙ୍କ ସହ ଗଣଦୁଷ୍କର୍ମ । ତା’ପରେ ସଡ଼କ ଦୁର୍ଘଟଣା । ପୀଡ଼ିତା ଏବେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି । କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଅଞ୍ଚଳରେ ଏହି ଘଟଣା ଘଟିଛି ।

ସୂଚନା ଅନୁଯାୟୀ, ନାବାଳିକା ଜଣଙ୍କ ହାଟକୁ ଯାଇଥିବା ବେଳେ ଜଗା ଓ ବିକି ନାମକ ଦୁଇଜଣ ଯୁବକ ତାଙ୍କୁ ଜବରଦସ୍ତ ଉଠାଇ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଦୁଷ୍କର୍ମ ପରେ ରାତିରେ ବାଇକ୍‌ରେ ଆଣିବା ବେଳେ ନାବାଳିକା ଜଣକ ଗାଡ଼ିରୁ ପଡ଼ି ଯାଇ ଆହତ ହୋଇଛନ୍ତି । ପରେ ଦୁର୍ବୃତ୍ତ ତାଙ୍କୁ ଆଣି ଘର ପାଖରେ ଫିଙ୍ଗି ଦେଇ ପଳାଇଛନ୍ତି । ନାବାଳିକାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସଖୀ ଓ୍ୱାନ୍‌ ଷ୍ଟପ୍‌’ ସହାୟତାରେ ଝୁମ୍ପୁରା ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି ।

Leave a Reply