spot_img
Home Blog Page 7628

ଝାରସୁଗୁଡ଼ାରେ ମହିଳାଙ୍କୁ ଗୁଳିକରି ହତ୍ୟା: ଅଧରାତିରେ ଘରୁ ବାହାରିଥିବା ବେଳେ ଗୁଳି କଲେ ଦୁର୍ବୃତ୍ତ

0

ଝାରସୁଗୁଡ଼ା: ମହିଳାଙ୍କୁ ଗୁଳିକରି ହତ୍ୟା । ଘରୁ ବାହାରକୁ ବାହାରିବା ମାତ୍ରେ କେହି ଦୁର୍ବୃତ୍ତ ମହିଳା ଜଣଙ୍କୁ ହତ୍ୟା କରି ଫେରାର ହୋଇଯାଇଛି । ଘଟଣା ଘଟିଛି ଝାରସୁଗୁଡା ସାରସମାଲ ରୋହିଦାସ ପଡ଼ାରେ । ମତ ମହିଳା ଜଣକ ହେଲେ କନକ ରୋହିଦାସ । ଗତକାଲି ବିଳମ୍ବିତ ରାତି ପ୍ରାୟ ୧:୩୦ ରୁ ୨ଟା ପାଖାପାଖି ମହିଳାଙ୍କ ସ୍ୱାମୀ ଓ ଛୁଆ ମାନେ ଶୋଇ ଥିବାବେଳେ ସେ ଘର ବାହାରକୁ ବାହାରି ଥିଲେ । ମହିଳା ଜଣକ ବାହାରକୁ ବାହାରିଥିବା ବେଳେ ହଠାତ୍‌ ତାଙ୍କ ଉପରକୁ ଗୁଳିମାଡ ହୋଇଥିଲା ।

ମହିଳା ଜଣକ ବହୁ ସମୟ ଧରି ଘରକୁ ନ ଫେରିବାରୁ ତାଙ୍କ ସ୍ୱାମୀ ଖୋଜିବାକୁ ବାହାରି ଥିଲେ । ପରେ ମହିଳା ଜଣଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପାଇଥିଲେ । ସ୍ତ୍ରୀ କୁ କେହି ଜଣେ ହତ୍ୟା କରିଥିବା ଦେଖି ସେ ଥାନାରେ ଅଭିଯୋଗ କଲେ ।

ପରେ ପୁଲିସ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ ଆରମ୍ଭ କରିଛି । ହତ୍ୟାର କାରଣ ଏ ଯାଏ ଜଣାପଡିନାହିଁ । ଘଟଣାସ୍ଥଳରେ ଝାରସୁଗୁଡା ଏସ.ପି. ଅଶ୍ଵନୀ କୁମାର ମହାନ୍ତି ଓ ଏସ.ଡି.ପି.ଓ ଉପସ୍ଥିତ ରହି ତଦନ୍ତ କରୁଛନ୍ତି।

 

ଆଜିର ରାଶିଫଳ ( ୨୭/୧୧/୨୦୧୯)

ଆଜିର ପଞ୍ଚାଙ୍ଗ

ଆଜି ୨୦୧୯ ମସିହା ନଭେମ୍ବର ୨୭ ତାରିଖ, ବଧବାର ସୌରମାସ, ବିଛା ଦି୧୧ନ, ପ୍ରତିପଦ ତିଥି ସଂଦ୍ଧ୍ୟା ୬/୫୮ ପରେ ୨ୟା, ଅନୁରାଧା ନକ୍ଷତ୍ର ଦିବା୮/୧୧ଗତେ ଜ୍ୟେଷ୍ଠା

ବିଛାଚ଼ନ୍ଦ୍ର- ଅହୋରାତ୍ର, ସୁକର୍ମାଯୋଗ, କିନ୍ତୁଘ୍ନ କାରଣ

ଚ଼ନ୍ଦ୍ରଶୁଦ୍ଧି- ବୃଷ, ମିଥୁନ, କର୍କଚ, କନ୍ୟା, ତୁଳା, ବିଛା, ମକର, କୁମ୍ଭ ଓ ମୀନ ରାଶିର ।

ଘାତଚ଼ନ୍ଦ୍ର- ନାସ୍ତି

ଘାତବାର- କର୍କଟ ରାଶିର

ରାହୁକାଳ- ଦିବା୧୧/୩୪ମି.ରୁ ଦିବା୧୨/୫୫ମି.

କାଳବେଳା- ଦିବା୮/୫୦ମି.ରୁ ଦିବା୧୦/୧୨ମି.

ଶୁଭବେଳା- ଦିବା୭/୩୩ମି.ରୁ ଦିବା୮/୧୭ମି.

ପର୍ବପର୍ବାଣି- ଶ୍ରୀମନ୍ଦିରରେ ଶେଷ ଦେବଦୀପାବଳି,ଶ୍ରୀବଡ଼ଦାଙ୍କର ୧୦୯ତମ ପୂର୍ଣ୍ଣ ଜନ୍ମ ତିଥି ।

ଆଜିର ରାଶିଫଳ

ମେଷ- ଗୃହ ଓ ପାରିବାରିକ କ୍ଷେତ୍ରରେ ବିବାଦୀୟ ହୋଇପଡିବେ । ମାନସିକ ଅସ୍ଥିରତା ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ ଉଦାସୀନ ରହିବେ । କାହାର ମଧୁର କଥା ଉପରେ ବଶ୍ୱାସ କରନ୍ତୁ ନାହିଁ ।

ବୃଷ- ପାରିବାରିକ ଜୀବନ ସୁଖ, ଶାନ୍ତିରେ କଟିବ । କର୍ମ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରି ସୁନାମ ଅର୍ଜନ କରିବେ । ବିଭିନ୍ନ ସୂତ୍ରରୁ ଅର୍ଥାଗମର ଯୋଗ ରହୁଛି । ରଚନାତ୍ମକ କ୍ଷେତ୍ରରେ ମନୋନିବେଶ କରିବେ ।

ମିଥୁନ- ପୁରାତନ ବଂଦ୍ଧୁଙ୍କୁ ପାଇ ଖୁସି ହେବେ । ସନ୍ତାନ ମାନଙ୍କୁ ନେଇ ଗର୍ବ ଅନୁଭବ କରିବେ । ଆୟ ଲାଭ ହେବ । ପାରିବାରିକ ଜୀବନ ସୁଖମୟ ହେବ ।

କର୍କଟ- ନୂତନ ଉତ୍ସାହ, ଉଦ୍ଧିପନା ସହିତ କର୍ମକ୍ଷେତ୍ରରେ ଅଗ୍ରସର ହେବେ । ବିବାଦୀୟ ସମସ୍ୟାର ସମାଧାନ ହେବ । ବନ୍ଧୁବର୍ଗଙ୍କ ସହଯୋଗ ପ୍ରାପ୍ତି ହେବ । ବିଭିନ୍ନ ସୂତ୍ର ଅର୍ଥାଗମ ହେବ । ପାରିବାରିକ ଜୀବନ ସମୃଦ୍ଧ ହେବ ।

ସିଂହ- ମାନସିକ ଅସ୍ଥିରତା ଦେଇ ଗତି କରିବେ । ପାରିବାରିକ ଜୀବନ ସମସ୍ୟା ବହୁଳ ରହିପାରେ । ପାରିପାର୍ଶ୍ୱିକ ପରିବେଶ ଅଶାନ୍ତ ରହିବା ସହିତ ଅର୍ଥପ୍ରାପ୍ତିରେ ବାଧା ସୃଷ୍ଟି ହେବ  ।

କନ୍ୟା- ଆଜି ଦିନଟି ଶୁଭଫଳ ପ୍ରଦାୟକ ହେବ । ମନ ଶାନ୍ତ ରହିବ । କର୍ମ କ୍ଷେତ୍ରରେ ପ୍ରସଂଶିତ ହେବେ । ବକେୟା ଅର୍ଥପ୍ରାପ୍ତି ହେବେ । ପାରିବାରିକ ଜୀବନ ସୁଖପ୍ରଦ ହେବ ।

ତୁଳା- ସାଂଗଠନିକ କାର୍ଯ୍ୟରେ ନେତୃତ୍ୱ ଲାଭ କରିବେ । କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ । ବହୁଦିନରୁ ଲାଗିରହିଥିବା ବିବାଦୀୟ ପରିସ୍ଥିତିର ସମାଧାନ ହେବ । ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ ।

ବିଛା- ଘାତ ତିଥି ହେତୁ ମାନସିକ ଅସ୍ଥିରତା ବୃଦ୍ଧି ପାଇବ । ସାମାନ୍ୟ ଶାରିରୀକ ଅସୁସ୍ଥତା ଦେଖାଦେଇପାରେ । ଅର୍ଥଚିନ୍ତା ମନକୁ ବିବ୍ରତ କରିବ । ବନ୍ଧୁ ବିଦ୍ୱେଷ ଦେଖାଦେବ । ପାରିବାରିକ ଜୀବନରେ ଅସନ୍ତୋଷ ହେବେ ।

ଧନୁ- ନିଜ ଲୋକଙ୍କ ଦ୍ୱାରା ହଇରାଣ ହୋଇପାରନ୍ତି । କର୍ମକ୍ଷେତ୍ରରେ ଅସ୍ଥିରତା ଦେଖାଦେବ । ଆଜି କୌଣସି ଅର୍ଥ ସମ୍ବଦ୍ଧୀୟ କାର୍ଯ୍ୟ କରନ୍ତୁ ନାହିଁ ।

ମକର- ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ । ଗୃହକୁ ବନ୍ଧୁଙ୍କ ଆଗମନ ହୋଇପାରେ । କର୍ମ କ୍ଷେତ୍ରରେ ପ୍ରସଂଶିତ ହେବେ । ବିଭିନ୍ନ ସୂତ୍ରରୁ ଅର୍ଥ ଆଗମନ ହେବ । ସନ୍ତାନବର୍ଗଙ୍କୁ ନେଇ ଗର୍ବ ଅନୁଭବ କରିବେ ।

କୁମ୍ଭ- ବିବାଦୀୟ ପରିସ୍ଥିତିର ଅନ୍ତ ଘଟିବ । ସାଂଗଠନିକ କ୍ଷେତ୍ରରେ ନେତୃତ୍ୱ ଲାଭ କରିବେ । ଅର୍ଥ ସମ୍ପର୍କିତ କାର୍ଯ୍ୟରେ ସାମାନ୍ୟ ପ୍ରତିବଂଧକ ଦେଖାଦେଇପାରେ । ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ ।

ମୀନ– ସୁ-ସମ୍ବାଦ ପାଇ ମନର ଖୁସି ଦ୍ୱି-ଗୁଣିତ ହେବ । ଇଚ୍ଛା କରିଥିବା କାର୍ଯ୍ୟରେ ସଫଳତା ମିଳିବ । ବନ୍ଧୁବର୍ଗଙ୍କ ସହଯୋଗ ପ୍ରାପ୍ତି ହେବ । ପାରିବାରିକ ଜୀବନ ସୁଖମୟ ହେବ ।

ଯୋଗାଯୋଗ- ୯୮୬୧୨୭୧୫୫

କଟକ ଜଗତପୁର ଅଞ୍ଚଳରେ ଚାଞ୍ଚଲ୍ୟ: ପ୍ରେମରେ ବିଫଳ ହୋଇ ପ୍ରେମିକ ଉପରକୁ ଏସିଡ ମାଡ଼ କଲେ ପ୍ରେମିକା

0

କଟକ: କଟକ ଜଗତପୁର ଅଞ୍ଚଳରେ ଚାଞ୍ଚଲ୍ୟ । ପ୍ରେମରେ ବିଫଳ ହେବାରୁ ପ୍ରେମିକ ଉପରକୁ ଏସିଡ ମାଡ଼ କଲେ ପ୍ରେମିକା । ଜଗତପୁର ବଟଛକଠାରେ ଅଲେଖ ବାରିକ ନାମକ ଜଣେ ଯୁବକ ଏକ ସେଲୁନ କରିଥିଲେ । ସେଠାରେ ସ୍ଥାନୀୟ ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସଂପର୍କ ଗଢିଉଠିଥିଲା । ପରେ ଦୁହିଁଙ୍କ ସଂପର୍କରେ ଫାଟ ସୃଷ୍ଟି ହୋଇଥିଲା ।

ଗତକାଲି ଅଲେଖ ସେଲୁନ ବନ୍ଦ କରି ଘରକୁ ଫେରୁଥିବାବେଳେ ଯୁବତୀଜଣକ ତାଙ୍କ ଉପରେ ଏସିଡ୍‌ ଆକ୍ରମଣ କରିଥିଲେ । ଏସିଡ ମାଡ଼ରେ ଅଲେଖଙ୍କ ମୁହଁ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଚିକିତ୍ସାପାଇଁ ତାଙ୍କୁ କଟକ ବଡ଼ମେଡିକାଲରେ ଭର୍ତ୍ତି କରାଯାଇଛି । ଜଗତପୁର ଥାନାରେ ଏନେଇ ମାମଲା ରୁଜୁ ହୋଇଛି ।

ଇତିହାସ ରଚିଲା ଇସ୍ରୋ, ଶୂନ୍ୟରୁ ଶତ୍ରୁ ଉପରେ ଭାରତର ନଜର

ଶ୍ରୀହରିକୋଟା: ଭାରତୀୟ ଅନ୍ତରୀକ୍ଷ ଏଜେନ୍ସି (ଇସ୍ରୋ) ଇତିହାସ ରଚିଛି । ପିଏସ୍‌ଏଲ୍‌ଭି-C47 ରକେଟ ସହାୟତାରେ ଏକାଥରକେ ୧୪ଟି ଉପଗ୍ରହଣ ମହାକାଶକୁ ପଠାଇଛି ଇସ୍ରୋ । ଅନ୍ତରୀକ୍ଷରେ ସଫଳତା ସହ ଭାରତର କାର୍ଟୋସାଟ୍‌-୩  ସାଟେଲାଇଟ୍‌ ସହ ଆମେରିକାର ୧୩ଟି କ୍ଷୁଦ୍ର ଉପଗ୍ରହ ସଫଳତାର ସହ ଅବସ୍ଥାପିତ ହୋଇଛି । ମାତ୍ର ୨୭ ମିନିଟରେ ଅନ୍ତରୀକ୍ଷରେ ୧୪ଟି ସାଟେଲାଇଟ୍‌ ଅବସ୍ଥାପିତ କରି ଇସ୍ରୋ ନୂଆ ସଫଳତା ହାସଲ କରିଛି ।ଭାରତର କାର୍ଟୋସାଟ୍‌-୩  ସାଟେଲାଇଟରେ ଶକ୍ତିଶାଳୀ କ୍ୟାମେରା ଓ ଉନ୍ନତ ଟେକ୍ନୋଲୋଜି ରହିଛି । ଏହା ଭାରତୀୟ ସେନା ପାଇଁ ବେଶ୍ ଉପଯୋଗୀ ହେବ । ଶତ୍ରୁଙ୍କ ଉପରେ ତୀକ୍ଷଣ ନଜର ରଖିବ । ଏହି ସାଟେଲାଇଟ ସହାୟତାରେ ସର୍ଜିକାଲ କିମ୍ବା ଏୟାର ଷ୍ଟ୍ରାଇକ୍ କରିହେବ ।

ଇସ୍ରୋର ଏହି ସଫଳତା ପରେ ଅଧ୍ୟକ୍ଷ କେ.ଶିବନ ଖୁସିବ୍ୟକ୍ତ କରିଛନ୍ତି । ନିଷ୍ଠାର ସହ ପରିଶ୍ରମ କରି ମିଶନ ସଫଳ କରିଥିବାରୁ ସମସ୍ତଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ଆସନ୍ତା ମାର୍ଚ୍ଚ ମାସ ମଧ୍ୟରେ ଇସ୍ରୋ ଆହୁରି ୧୩ଟି ଉପଗ୍ରହ ମହାକାଶକୁ ପ୍ରେରଣ କରିବ ।

ଆଜି ଶ୍ରୀହରିକୋଟା ସତୀଶ ଧାୱନ ମହାକାଶ ରିସର୍ଚ୍ଚ ସେଣ୍ଟରର ୨ ନମ୍ବର ଲଞ୍ଚପ୍ୟାଡରୁ ପିଏସଏଲଭି-C47 ରକେଟ ଜରିଆରେ କାର୍ଟୋସାଟ୍-୩କୁ ଉତକ୍ଷେପଣ କରାଯାଇଥିଲା । ଏହା ପୃଥିବୀର ପୃଷ୍ଠଠାରୁ ୫୦୯ କିଲୋମିଟର ଉଚ୍ଚର ରହି କାର୍ଯ୍ୟ କରିବ ।

କାଗଜପତ୍ର ନଥିବାରୁ ଗାଡ଼ିର ଏମିତି ଅବସ୍ଥା କଲେ ଯୁବକ

ରାଉରକେଲା: ଖରାବେଳ, ରାସ୍ତା ଉପରେ ହୁତହୁତ୍ ହୋଇ ଜଳୁଛି ଗାଡ଼ି । କେହି କିଛି ବୁଝିବା ଆଗରୁ ନିଜ ବାଇକକୁ ଜାଳି ଦେଇଛନ୍ତି ଯୁବକ । ବାଇକ୍ ଜାଳିବା ପଛର କାରଣ ଜାଣିଲେ ଆପଣ ବି ଚକିତ ହୋଇଯିବେ । ପ୍ରକୃତ କଥା ହେଲା ଉଦିତନଗର ଥାନା ବାସନ୍ତୀ କଲୋନୀର ସୁନୀଲ ନାୟକଙ୍କ ପାଖେ ବାଇକ୍ କାଗଜପତ୍ର ନଥିଲା ।

ଆଉ ଆସନ୍ତା ୧ ତାରିଖରୁ ଗାଡ଼ି କାଗଜପତ୍ର ଯାଞ୍ଚ କଡ଼ାକଡ଼ି ହେବା ଶୁଣିବା ପରେ ସେ କିଛି ଭାବିପାରି ନଥିଲେ । ହଠାତ୍ ରାସ୍ତା ଉପରେ ବାଇକକୁ ରଖି ସେଥିରେ ନିଆଁ ଲଗାଇ ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ବାଇକଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା । ଉଦିତନଗର ଥାନା ପୋଲିସ ଘଟଣାର ତଦନ୍ତ କରୁଛି ।

https://nandighoshatv.commore-than-15-year-old-vehicles-can-run-in-road/