ଇତିହାସ ରଚିଲା ଇସ୍ରୋ, ଶୂନ୍ୟରୁ ଶତ୍ରୁ ଉପରେ ଭାରତର ନଜର

1 min read

ଶ୍ରୀହରିକୋଟା: ଭାରତୀୟ ଅନ୍ତରୀକ୍ଷ ଏଜେନ୍ସି (ଇସ୍ରୋ) ଇତିହାସ ରଚିଛି । ପିଏସ୍‌ଏଲ୍‌ଭି-C47 ରକେଟ ସହାୟତାରେ ଏକାଥରକେ ୧୪ଟି ଉପଗ୍ରହଣ ମହାକାଶକୁ ପଠାଇଛି ଇସ୍ରୋ । ଅନ୍ତରୀକ୍ଷରେ ସଫଳତା ସହ ଭାରତର କାର୍ଟୋସାଟ୍‌-୩  ସାଟେଲାଇଟ୍‌ ସହ ଆମେରିକାର ୧୩ଟି କ୍ଷୁଦ୍ର ଉପଗ୍ରହ ସଫଳତାର ସହ ଅବସ୍ଥାପିତ ହୋଇଛି । ମାତ୍ର ୨୭ ମିନିଟରେ ଅନ୍ତରୀକ୍ଷରେ ୧୪ଟି ସାଟେଲାଇଟ୍‌ ଅବସ୍ଥାପିତ କରି ଇସ୍ରୋ ନୂଆ ସଫଳତା ହାସଲ କରିଛି ।ଭାରତର କାର୍ଟୋସାଟ୍‌-୩  ସାଟେଲାଇଟରେ ଶକ୍ତିଶାଳୀ କ୍ୟାମେରା ଓ ଉନ୍ନତ ଟେକ୍ନୋଲୋଜି ରହିଛି । ଏହା ଭାରତୀୟ ସେନା ପାଇଁ ବେଶ୍ ଉପଯୋଗୀ ହେବ । ଶତ୍ରୁଙ୍କ ଉପରେ ତୀକ୍ଷଣ ନଜର ରଖିବ । ଏହି ସାଟେଲାଇଟ ସହାୟତାରେ ସର୍ଜିକାଲ କିମ୍ବା ଏୟାର ଷ୍ଟ୍ରାଇକ୍ କରିହେବ ।

ଇସ୍ରୋର ଏହି ସଫଳତା ପରେ ଅଧ୍ୟକ୍ଷ କେ.ଶିବନ ଖୁସିବ୍ୟକ୍ତ କରିଛନ୍ତି । ନିଷ୍ଠାର ସହ ପରିଶ୍ରମ କରି ମିଶନ ସଫଳ କରିଥିବାରୁ ସମସ୍ତଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ଆସନ୍ତା ମାର୍ଚ୍ଚ ମାସ ମଧ୍ୟରେ ଇସ୍ରୋ ଆହୁରି ୧୩ଟି ଉପଗ୍ରହ ମହାକାଶକୁ ପ୍ରେରଣ କରିବ ।

ଆଜି ଶ୍ରୀହରିକୋଟା ସତୀଶ ଧାୱନ ମହାକାଶ ରିସର୍ଚ୍ଚ ସେଣ୍ଟରର ୨ ନମ୍ବର ଲଞ୍ଚପ୍ୟାଡରୁ ପିଏସଏଲଭି-C47 ରକେଟ ଜରିଆରେ କାର୍ଟୋସାଟ୍-୩କୁ ଉତକ୍ଷେପଣ କରାଯାଇଥିଲା । ଏହା ପୃଥିବୀର ପୃଷ୍ଠଠାରୁ ୫୦୯ କିଲୋମିଟର ଉଚ୍ଚର ରହି କାର୍ଯ୍ୟ କରିବ ।

Leave a Reply