କଟକ ଜଗତପୁର ଅଞ୍ଚଳରେ ଚାଞ୍ଚଲ୍ୟ: ପ୍ରେମରେ ବିଫଳ ହୋଇ ପ୍ରେମିକ ଉପରକୁ ଏସିଡ ମାଡ଼ କଲେ ପ୍ରେମିକା

କଟକ: କଟକ ଜଗତପୁର ଅଞ୍ଚଳରେ ଚାଞ୍ଚଲ୍ୟ । ପ୍ରେମରେ ବିଫଳ ହେବାରୁ ପ୍ରେମିକ ଉପରକୁ ଏସିଡ ମାଡ଼ କଲେ ପ୍ରେମିକା । ଜଗତପୁର ବଟଛକଠାରେ ଅଲେଖ ବାରିକ ନାମକ ଜଣେ ଯୁବକ ଏକ ସେଲୁନ କରିଥିଲେ । ସେଠାରେ ସ୍ଥାନୀୟ ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସଂପର୍କ ଗଢିଉଠିଥିଲା । ପରେ ଦୁହିଁଙ୍କ ସଂପର୍କରେ ଫାଟ ସୃଷ୍ଟି ହୋଇଥିଲା ।

ଗତକାଲି ଅଲେଖ ସେଲୁନ ବନ୍ଦ କରି ଘରକୁ ଫେରୁଥିବାବେଳେ ଯୁବତୀଜଣକ ତାଙ୍କ ଉପରେ ଏସିଡ୍‌ ଆକ୍ରମଣ କରିଥିଲେ । ଏସିଡ ମାଡ଼ରେ ଅଲେଖଙ୍କ ମୁହଁ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଚିକିତ୍ସାପାଇଁ ତାଙ୍କୁ କଟକ ବଡ଼ମେଡିକାଲରେ ଭର୍ତ୍ତି କରାଯାଇଛି । ଜଗତପୁର ଥାନାରେ ଏନେଇ ମାମଲା ରୁଜୁ ହୋଇଛି ।

Leave a Reply