ଝାରସୁଗୁଡ଼ାରେ ମହିଳାଙ୍କୁ ଗୁଳିକରି ହତ୍ୟା: ଅଧରାତିରେ ଘରୁ ବାହାରିଥିବା ବେଳେ ଗୁଳି କଲେ ଦୁର୍ବୃତ୍ତ

ଝାରସୁଗୁଡ଼ା: ମହିଳାଙ୍କୁ ଗୁଳିକରି ହତ୍ୟା । ଘରୁ ବାହାରକୁ ବାହାରିବା ମାତ୍ରେ କେହି ଦୁର୍ବୃତ୍ତ ମହିଳା ଜଣଙ୍କୁ ହତ୍ୟା କରି ଫେରାର ହୋଇଯାଇଛି । ଘଟଣା ଘଟିଛି ଝାରସୁଗୁଡା ସାରସମାଲ ରୋହିଦାସ ପଡ଼ାରେ । ମତ ମହିଳା ଜଣକ ହେଲେ କନକ ରୋହିଦାସ । ଗତକାଲି ବିଳମ୍ବିତ ରାତି ପ୍ରାୟ ୧:୩୦ ରୁ ୨ଟା ପାଖାପାଖି ମହିଳାଙ୍କ ସ୍ୱାମୀ ଓ ଛୁଆ ମାନେ ଶୋଇ ଥିବାବେଳେ ସେ ଘର ବାହାରକୁ ବାହାରି ଥିଲେ । ମହିଳା ଜଣକ ବାହାରକୁ ବାହାରିଥିବା ବେଳେ ହଠାତ୍‌ ତାଙ୍କ ଉପରକୁ ଗୁଳିମାଡ ହୋଇଥିଲା ।

ମହିଳା ଜଣକ ବହୁ ସମୟ ଧରି ଘରକୁ ନ ଫେରିବାରୁ ତାଙ୍କ ସ୍ୱାମୀ ଖୋଜିବାକୁ ବାହାରି ଥିଲେ । ପରେ ମହିଳା ଜଣଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପାଇଥିଲେ । ସ୍ତ୍ରୀ କୁ କେହି ଜଣେ ହତ୍ୟା କରିଥିବା ଦେଖି ସେ ଥାନାରେ ଅଭିଯୋଗ କଲେ ।

ପରେ ପୁଲିସ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ ଆରମ୍ଭ କରିଛି । ହତ୍ୟାର କାରଣ ଏ ଯାଏ ଜଣାପଡିନାହିଁ । ଘଟଣାସ୍ଥଳରେ ଝାରସୁଗୁଡା ଏସ.ପି. ଅଶ୍ଵନୀ କୁମାର ମହାନ୍ତି ଓ ଏସ.ଡି.ପି.ଓ ଉପସ୍ଥିତ ରହି ତଦନ୍ତ କରୁଛନ୍ତି।

 

Leave a Reply