ମହାରାଷ୍ଟ୍ର: ଡିସେମ୍ୱର ମାସରେ ନାଗରିକ ସଂଶୋଧନ ବିଧେୟକକୁ ଲୋକସଭାରେ ଆଗତ କରିବେ ମୋଦି ସରକାର । ଶିବସେନା ଦ୍ୱାରା ବିଧେୟକ୍କୁ ସମର୍ଥନ କରାଯିବା ନେଇ ସଂକେତ ମିଳିବା ପରେ ମହାରାଷ୍ଟ୍ରର ମହାବିକାଶ ଅଘାଡ଼ି (କଂଗ୍ରେସ-ଏନ୍ସିପି-ଶିବସେନା ମେଣ୍ଟ)ରେ ମତଭେଦ ଦେଖାଯାଇଛି । କଂଗ୍ରେସ କହିଛି, ରାଷ୍ଟ୍ରୀୟ ପ୍ରସଂଗଗୁଡ଼ିକରେ ୩ ଦଳର ସହମତି ଭିତ୍ତିରେ ହିଁ ପଦେକ୍ଷପ ଗ୍ରହଣ କରାଯିବାକୁ ମିନିମମ୍ କମନ୍ ପୋଗ୍ରାମ୍ରେ ନିଷ୍ପତ୍ତି ହୋଇଛି । ଏଥିସହ ଏହି ପ୍ରସଂଗରେ କଂଗ୍ରେସ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ସହ କଥା ହେବ ବୋଲି ସୂଚନା ମିଳିଛି ।

ନାଗରିକ ସଂଶୋଧନ ବିଧେୟକରେ କ’ଣ ରହିଛି
ନାଗରିକ ସଂଶୋଧନ ବିଧେୟକରେ ନାଗରିକତା ଆଇନ ୧୯୫୫ରେ ସଂଶୋଧନ ନେଇ ପ୍ରସ୍ତାବ ରହିଛି । ଏଥିରେ ଆଫଗାନୀସ୍ତାନ, ବାଲାଂଦେଶ ଏବଂ ପାକିସ୍ତାନରୁ ଆସିଥିବା ୬ ହିନ୍ଦୁ, ଶିଖ୍, ବୌଦ୍ଧ, ଜୈନ ଓ ପାରସି ଧର୍ମର ଶରଣାର୍ଥୀଙ୍କ ନାଗରିକତ୍ୱ ହାସଲ ନେଇ ନିୟମକୁ କୋହଳ କରିବ ।

ବର୍ତ୍ତମାନ କୌଣସି ବ୍ୟକ୍ତିଙ୍କୁ ଭାରତୀୟ ନାଗରିକତ୍ୱ ହାସଲ କରିବା ପାଇଁ ଅନ୍ତତଃ ୧୧ ବର୍ଷ ଭାରତରେ ରହିଥିବା ଆବଶ୍ୟକ । ଏହି ଆଇନ୍ରେ ହେବାକୁ ଥିବା ସଂଶୋଧନ ଅନୁଯାୟୀ ନାଗରିକତ୍ୱ ହାସଲ ନେଇ ୧ ବର୍ଷରୁ ୬ ବର୍ଷ ମଧ୍ୟରେ ସୀମିତ ରଖିବାକୁ ଚାହୁଛନ୍ତି ସରକାର ।
ଯଦି ଏହି ବିଧେୟକ ଆଇନ୍ରେ ପରିଣତ ହୁଏ, ତା’ହେଲେ ଆଫଗାନୀସ୍ତାନ, ପାକିସ୍ତାନ ଏବଂ ବାଂଲାଦେଶର ସମସ୍ତ ବେଆଇନ ପ୍ରବାସୀ ହିନ୍ଦୁ, ଶିଖ୍, ବୌଦ୍ଧ, ଜୈନ, ପାରସି ଏବଂ ଇସାଇ ଭାରତୀୟ ନାଗରିକ ହେବାକୁ ଯୋଗ୍ୟ ହୋଇପାରିବେ ।









ଆମେରିକା ଭାରତକୁ ସିକ୍ୟୁରିଟି-୨ ଲିଭେଲରେ ରଖିଛି । ଭାରତରେ ବଢ଼ି ଚାଲିଥିବା ଦୁଷ୍କର୍ମ ଘଟଣା ପାଇଁ ଆମେରିକା ତାର ନାଗରିକଙ୍କୁ ସତର୍କ କରାଇଛି । ପର୍ଯ୍ୟଟନ ସ୍ଥଳ ଓ ଅନ୍ୟ ସ୍ଥାନରେ ସତର୍କତା ଅବଲମ୍ବନ କରିବାକୁ ଆମେରିକୀୟ ନାଗରିକଙ୍କୁ କୁହାଯାଇଛି । ସେହିଭଳି ବ୍ରିଟିଶ ସରକାର ମଧ୍ୟ ଆଡଭାଇଜରି ଜାରି କରିଛନ୍ତି ।
ନ୍ୟାସନାଲ କ୍ରାଇମ୍ ରେକର୍ଡସ୍ ବ୍ୟୁରୋ (ଏନସିଆରବି) ତଥ୍ୟ ଅନୁସାରେ, ୨୦୧୭ ମସିହାରେ ଦେଶରେ ୩୨ ହଜାର ୫୫୯ଟି ଦୁଷ୍କର୍ମ ରିପୋର୍ଟ ହୋଇଛି । ୩ ଲକ୍ଷ ୬ ହଜାର ଅପରାଧ କେବଳ ମହିଳାଙ୍କ ସହ ଘଟିଛି । ଯେତେବେଳେ କି ୨୦୧୫ ମସିହାରେ ଏହା ୩ ଲକ୍ଷ ୩ ହଜାର ଥିଲା ।


