ଭାରତୀୟ ରେଳବାଇରେ ବଢ଼ି ଚାଲିଛି କ୍ଷତି: କେବଳ ୨ଟି ଶ୍ରେଣୀରେ ହେଉଛି ଲାଭ, ଜାଣନ୍ତୁ କାହିଁକି

1 min read

ନୂଆଦିଲ୍ଲୀ: ଭାରତୀୟ ରେଳ ସେବାରେ କ୍ଷତି ବଢ଼ି ଚାଲିଛି । ଯାତ୍ରୀବାହୀ ଟ୍ରେନ୍‌ର କେବଳ ୨ଟି ଶ୍ରେଣୀକୁ ବାଦ୍‌ ଦେଲେ ଅନ୍ୟ ସମସ୍ତ ଶ୍ରେଣୀରେ କ୍ଷତି ସହୁଛି ରେଳ ବିଭାଗ । ୨୦୧୬-୧୭ ଆର୍ଥିକ ବର୍ଷରେ ମଧ୍ୟ କ୍ଷତି ହୋଇଥିବା CAG ରିପୋର୍ଟରେ ଦର୍ଶାଯାଇଛି ।

କେବଳ ଏସି-୩ ଟାୟର ଓ ଏସି ଚେୟାର୍‌ କାର୍‌ରେ ଲାଭନ୍ୱିତ ହେଇପାରିଛି ରେଳ ବିଭାଗ । ୨୦୧୬-୧୭ ଆର୍ଥିକ ବର୍ଷରେ ୧୦୪୦.୫୨ କୋଟି ଟଙ୍କାର ଲାଭ ହୋଇଛି । ଅନ୍ୟପକ୍ଷରେ ଏସି ଚେୟାର୍‌ କାର୍‌ରେ ୧୧୭.୮୩ କୋଟି ଟଙ୍କାର ଲାଭ ହୋଇଛି ।

CAG ପକ୍ଷରୁ ପ୍ରକାଶ ରିପୋର୍ଟ ଅନୁଯାୟୀ ଏସି-୩ ଟାୟରରେ ୨୦୧୨-୧୩ ଆର୍ଥିକ ବର୍ଷରେ ୪୯୪.୯୯ କୋଟି, ୨୦୧୩-୧୪ରେ ୪୧୦.୬୭ କୋଟି, ୨୦୧୪-୧୫ ୮୮୧.୫୨ କୋଟି, ୨୦୧୫-୧୬ ବର୍ଷରେ ୮୯୮.୦୬ କୋଟି ଟଙ୍କାର ଲାଭ ହୋଇଛି ।

ସେହିଭଳି ଏସି ଚେୟାର କାର୍‌ରେ ୨୦୧୨-୧୩ ଆର୍ଥିକ ବର୍ଷରେ ୩୮.୧୨ କୋଟି, ୧୩-୧୪ ଆର୍ଥିକ ବର୍ଷରେ ୧୪୮.୪୭ କୋଟି, ୧୪-୧୫ରେ ୧୪୨.୨୬ କୋଟି ଓ ୧୫-୧୬ ଆର୍ଥିକ ବର୍ଷରେ ୫.୫୮କୋଟି ଟଙ୍କାର ଲାଭ ହୋଇଛି  ।

ରିପୋର୍ଟ ଅନୁଯାୟୀ ବିଗତ ୫ ବର୍ଷ ମଧ୍ୟରେ ସାଧାରଣ ବର୍ଗର ଯାତ୍ରୀମାନଙ୍କ ପାଇଁ ଦିଆଯାଉଥିବା ସବ୍‌ସିଡି ରାଶିରେ ବୃଦ୍ଧି ହେବାରେ ଲାଗିଛି ।

ଏସି (ଫାଷ୍ଟ କ୍ଳାସ୍‌)ରେ କ୍ଷତି ୧୭.୬୮%, ଫାଷ୍ଟ କ୍ଳାସ୍‌ରେ ୮୦.୨୭%, ଏସି-୨ ଟାୟାରରେ ୧୩.୬୦%, ସ୍ଳିପର୍ କ୍ଳାସ୍‌ରେ ୪୦.୮୦%, ସେକେଣ୍ଡ କ୍ଳାସ୍‌ରେ ୪୯.୧୭%, ଅଣସଂରକ୍ଷିତ ଶ୍ରେଣୀରେ ୭୦.୧୭%ର କ୍ଷତି ହେଉଛି ।

ଟ୍ରେନ୍‌ରେ ବିନାମୂଲ୍ୟରେ ଯାତ୍ରା, ଯାତ୍ରୀମାନଙ୍କୁ ଦିଆଯାଉଥିବା ଆକର୍ଷଣୀୟ ରହିତା ଯୋଗୁଁ ରେଳ ବିାଭଗ କ୍ଷତି ସହୁଥିବା ରିପୋର୍ଟ ଦର୍ଶାଯାଇଛି । ଗତ ୩ ବର୍ଷ ମଧ୍ୟରେ ୧୧.୪୫% ସଂରକ୍ଷିତ ଶ୍ରେଣୀର ଯାତ୍ରୀ ଏହି ରିହାତି ମୂଲ୍ୟରେ ଯାତ୍ରା କରିଛନ୍ତି  ।

Leave a Reply