ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, RTOରେ କାମ କରିପାରିବେ ବିଭିନ୍ନ ସଂସ୍ଥାର ଏଜେଣ୍ଟ

1 min read

କଟକ : ଆରଟିଓ କାର୍ଯ୍ୟାଳୟରେ ଏଜେଣ୍ଟ ଅନୁପ୍ରବେଶକୁ ନେଇ ହାଇକୋର୍ଟଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି । ଆରଟିଓ କାର୍ଯ୍ୟଳୟରେ ବିଭିନ୍ନ ସଂସ୍ଥାର ପଞ୍ଜୀକୃତ ଏଜେଣ୍ଟ ମାନେ ଲୋକ ମାନଙ୍କ ପାଇଁ କାର୍ଯ୍ୟ କରିପାରିବେ । ତେବେ ରାଜ୍ୟର ସମସ୍ତ ଆରଟିଓ ମାନେ ୬ ସପ୍ତାହ ମଧ୍ୟରେ ସେହି ଏଜେଣ୍ଟ ମାନଙ୍କୁ ଚିହ୍ନଟ କରି ପରିବହନ କମିଶନରଙ୍କୁ ରିପୋର୍ଟ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୨ ମାସ ମଧ୍ୟରେ ପ୍ରକ୍ରିୟା ସାରିବାକୁ କୁହାଯାଇଛି । ଇ-କିଓସ୍କ ଗୁଡ଼ିକରେ ଆରଟିଓ ଏଜେଣ୍ଟ ନିୟୋଜିତ ହେବେ ।

ଆରଟିଓ ଅଫିସରେ ଏଜେଣ୍ଟ ବା ଦଲାଲ ମାନଙ୍କ ଉପରେ ଚଢ଼ାଓ କରିବା ସହିତ ୧୨୧ ଜଣଙ୍କୁ ଗିରଫ କରିଥିଲା ପୋଲିସ। ବେଆଇନ୍ ଭାବେ ଏମାନେ କାର୍ଯ୍ୟକରୁଥିବାରୁ ଗିରଫ କରାଯାଇଥିଲା । ଏହାକୁ ଚ୍ୟାଲେଞ୍ଜ କରି ଫିଲ୍ଡ ଓ୍ୱାର୍କର ସଂଘ ପକ୍ଷରୁ ହାଇକୋର୍ଟରେ ମାମଲା ରୁଜୁ କରାଯାଇଥିଲା । ହାଇକୋର୍ଟ ମାମଲାର ଶୁଣାଣି କରି ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି।

ଓଡ଼ିଶା ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ଏଜେଣ୍ଟ ମାନେ ଆସ୍ୱସ୍ତି ଲାଭ କରିଛନ୍ତି । ପୂର୍ବରୁ ସେମାନେ

Leave a Reply