spot_img
Home Blog Page 7603

ଲୋକମାନ୍ୟ ତିଲକ୍‌ ଟ୍ରେନ୍‌ ଦୁର୍ଘଟଣା: ବିଦା ହେଲେ ୪ ରେଳ କର୍ମଚାରୀ

ଭୁବନେଶ୍ୱର: କଟକ ନିର୍ଗୁଣ୍ଡି- ଶାଳଗାଁ ରେଳ ଷ୍ଟେସନ୍‌ ମଝିରେ ମୁମ୍ବାଇ-ଭୁବନେଶ୍ୱର ଏଲ୍‌ଟିଟି ଏକ୍ସପ୍ରେସ୍‌ ଦୁଘର୍ଟଣା ଘଟଣାରେ କାର୍ଯ୍ୟାନୁଷ୍ଠାନ । ୪ ରେଳ କର୍ମଚାରୀଙ୍କୁ ନିଲମ୍ୱିତ କଲା ପୂର୍ବତଟ ରେଳବାଇ । ନିଲମ୍ୱିତ କର୍ମଚାରୀମାନେ ହେଲେ ଡ୍ୟୁଟିରେ ଥିବା ନିର୍ଗୁଣ୍ଡି ଷ୍ଟେସନ୍‌ ମ୍ୟାନେଜର, ମାଲବାହୀ ଟ୍ରେନ୍‌ ଗାର୍ଡ, ଲୋକମାନ୍ୟ ତିଲକ୍‌ର ଲୋକୋ ପାଇଲଟ ଏବଂ ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍‌ । କୋଲକାତାସ୍ଥିତ ଦକ୍ଷିଣ ପୂର୍ବ ସର୍କଲର ରେଳ ନିରାପତ୍ତା କମିଶନର ଅଭୟ କୁମାର ରାୟ ଘଟଣାର ତଦନ୍ତ କରିବେ ।

ଅପରପକ୍ଷେ ଉଦ୍ଧାର କାର୍ଯ୍ୟରେ ସହଯୋଗ ପାଇଁ ସ୍ଥାନୀୟ ଲୋକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ପୂର୍ବତଟ ରେଳବାଇ । ଘନ କୁହୁଡି ସତ୍ତ୍ୱେ ଦୁର୍ଘଟଣାର କିଛି ସମୟ ମଧ୍ୟରେ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରି ମାନବିକତାର ପରିଚୟ ଦେଇଛନ୍ତି । ଏଥିସହ ସ୍ଥାନୀୟ ପୋଲିସ, ଜିଲ୍ଲା ପ୍ରଶାସନ, ଆମ୍ୱଲାନ୍ସ ଓ ଅଗ୍ନିଶମ ବାହିନୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛି ରେଳବାଇ ।

ଭୁବନେଶ୍ୱର: ବିଦ୍ୟୁତ୍ ବିଲ୍ ବକେୟା ରଖିଥିବା ଗ୍ରାହକଙ୍କୁ ସେସୁର ଛାଟ୍ । ପ୍ରଥମ ଦିନରେ ୧୫୪୫ ବାଣିଜ୍ୟିକ ସଂଯୋଗ ବିଚ୍ଛିନ୍ନ । ୫ କୋଟି ୩୮ ଲକ୍ଷ ଟଙ୍କା ବକେୟା ଆଦାୟ ।

ଭୁବନେଶ୍ୱର: ବିଦ୍ୟୁତ୍ ବିଲ୍ ବକେୟା ରଖିଥିବା ଗ୍ରାହକଙ୍କୁ ସେସୁର ଛାଟ୍ । ପ୍ରଥମ ଦିନରେ ୧୫୪୫ ବାଣିଜ୍ୟିକ ସଂଯୋଗ ବିଚ୍ଛିନ୍ନ । ୫ କୋଟି ୩୮ ଲକ୍ଷ ଟଙ୍କା ବକେୟା ଆଦାୟ ।

ମୟୂରଭଞ୍ଜ: ବାରିପଦା ଥାନା ତକତପୁର ଛକରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ଜାତୀୟ ରାଜପଥ ଅବରୋଧ । ୪ ଆହତ ପିଆରଏମ୍ ହସ୍ପିଟାଲରେ ଭର୍ତ୍ତି ।

ମୟୂରଭଞ୍ଜ: ବାରିପଦା ଥାନା ତକତପୁର ଛକରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ଜାତୀୟ ରାଜପଥ ଅବରୋଧ । ୪ ଆହତ ପିଆରଏମ୍ ହସ୍ପିଟାଲରେ ଭର୍ତ୍ତି ।

ହଜାର ଲିଟରର ବିଷାକ୍ତ ସ୍ପିରିଟ୍‌ ଜବତ

କଟକ: କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦାକୁ ବଡ଼ ସଫଳତା । ଯାଜପୁର ଜିଲ୍ଲା ପାଣିକୋଇଲି ନିକଟରୁ ଏକ ହଜାରର ଲିଟରରୁ ଅଧିକ ପରିମାଣର ବିଷାକ୍ତ ସ୍ପିରିଟ୍‌ ଜବତ ହୋଇଛି । ପାଣିକୋଇଲିରୁ ଭୁବନ ଆଡ଼କୁ ଯାଉଥିବାବେଳେ ଏକ ଟାଟା ମ୍ୟାଜିକ୍‌ ଗାଡ଼ିରୁ ସ୍ପିରିଟ୍‌ ଜବତ ହୋଇଛି ।

ଜବତ ସ୍ପିରିଟ୍‌ କୈାଣସି ଏକ ଯାତ୍ରୀବାହୀ ବସରେ କଲିକତାରୁ ଆସିଥିବା ଗୁଇନ୍ଦା ବିଭାଗ ସୂଚନା ଦେଇଛି । ଘଟଣାରେ ଗାଡ଼ି ଡ୍ରାଇଭରକୁ ଗିରଫ କରାଯାଇଥିବା କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଇନସ୍ପେକ୍ଟର ସୂଚନା ଦେଇଛନ୍ତି । ଏହି ଚଢାଉରେ ଯାଜପୁର ରୋଡ଼ ଅବକାରୀ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ । ଏହି ରାକେଟ୍‌ର ଚେର ଓଡିଶାର ବିଭିନ୍ନ ସ୍ଥାନକୁ ଲମ୍ବିଥିବା ଅନୁମାନ କରାଯାଉଛି । ଖୁବଶୀଘ୍ର ଏହି ରାକେଟକୁ ଠାବ କରାଯିବ ବୋଲି ଗୁଇନ୍ଦା ବିଭାଗ ସୂଚନା ଦେଇଛି ।

ଆହୁରି ସୁନ୍ଦର ଦିଶିବ ଶ୍ରୀକ୍ଷେତ୍ର, ଶୁଭ ଦେଲେ ମୁଖ୍ୟମନ୍ତ୍ରୀ

ପୁରୀ: ସଜ୍ଜେଇ ହେଉଛି ଶ୍ରୀକ୍ଷେତ୍ର, ଦିଶିବ ଆହୁରି ସୁନ୍ଦର । ବଡ଼ଦାଣ୍ଡରୁ ବାହୁ ମେଲାଇ ଭକ୍ତଙ୍କୁ କୋଳେଇ ନେବେ କାଳିଆ ସାଆନ୍ତ । ସେଥିପାଇଁ ଶ୍ରୀକ୍ଷେତ୍ରର ଚାଲିଛି ନବକଳେବର । ଅବଢ଼ା ଯୋଜନା ମାଧ୍ୟମରେ ଶ୍ରୀକ୍ଷେତ୍ରକୁ ବିଶ୍ୱ ଐତିହ୍ୟସ୍ଥଳୀରେ ପରିଣତ କରିବାକୁ କାର୍ଯ୍ୟ ଚାଲିଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ୭ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ମ୍ୟୁନିସିପାଲିଟି ମାର୍କେଟ ପଡ଼ିଆରେ ୪ଟି ମେଗା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏହାଛଡ଼ା ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ।ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟସ୍ଥଳୀ କରିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ଶ୍ରୀକ୍ଷେତ୍ରକୁ ଦେଶର ଶ୍ରେଷ୍ଠ ପର୍ଯ୍ୟଟନସ୍ଥଳୀ ଭାବେ ଗଢିବାକୁ ଦୀର୍ଘ ମିଆଦି ରୋଡ୍‌ ମ୍ୟାପ ପ୍ରସ୍ତୁତ କରିଛନ୍ତି । ଭିତ୍ତିଭୂମିର ବିକାଶ, କ୍ଷତିଗ୍ରସ୍ତଙ୍କୁ ଥଇଥାନ, ନୂଆ ବହୁଥାକିଆ ରାସ୍ତା, ସେତୁ, ପାର୍କିଂ ଆଦିର ପରିକଳ୍ପନା ହୋଇଛି । ଶ୍ରୀକ୍ଷେତ୍ର ବିକାଶ ନକ୍ସାରେ ସ୍ଥାନ ପାଇଛି ବହୁ ମେଗା ପ୍ରକଳ୍ପ । ସେଥି ମଧ୍ୟରୁ ମୁଖ୍ୟମନ୍ତ୍ରୀ ଆଜି ୭ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ହେଉଛି ଶ୍ରୀସେତୁ, ତୀର୍ଥଯାତ୍ରୀ କେନ୍ଦ୍ର, ବହୁତଳ କାର୍‌ ପାର୍କିଂ, ମ୍ୟୁନିସିପାଲିଟି ନୂତନ ମାର୍କେଟ କମ୍ପ୍ଲେକ୍ସ, ସ୍ୱର୍ଗଦ୍ୱାରର ପୁନରୁଦ୍ଧାର, ସମୁଦ୍ରକୂଳରେ ଭେଣ୍ଡିଂଜୋନ ଏବଂ ମଧ୍ୟାହ୍ନଭୋଜନ ଓ ଆହାର ଯୋଜନାର କେନ୍ଦ୍ରୀକରଣ ରୋଷଶାଳା ।

ଶ୍ରୀ ସେତୁ

ପୁରୀ-ଭୁବନେଶ୍ୱର ୩୧୬ ନମ୍ବର ଜାତୀୟ ରାଜପଥର ବାଇପାସ୍‌ଠାରୁ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ହେବାକୁ ଥିବା ପିଲଗ୍ରୀମ ସେଣ୍ଟରକୁ ଶ୍ରୀସେତୁ ଦ୍ୱାରା ସଂଯୋଗ କରାଯିବ । ଅବଢ଼ା ଯୋଜନାରେ ନିର୍ମାଣ ହେବାକୁ ଥିବା ଶ୍ରୀସେତୁ ପାଇଁ ୧୮୧ କୋଟି ଟଙ୍କା ଖର୍ଚ୍ଚ ହେବ । ରାସ୍ତା ଓ ବ୍ରିଜର ଲମ୍ବ ପ୍ରାୟ ୨.୩ କିମି ହେବ । ଏହି ସେତୁ ପାଇଁ ପୁରୀ ତହସିଲ ଅନ୍ତର୍ଗତ ୪ଟି ମୌଜା ସମଙ୍ଗ, ମାଟିତୋଟା, ମାର୍କଣ୍ଡେଶ୍ୱର ସାହି ନଂ-୧ ଓ ଦାଣ୍ଡିମାଳ ସାହିର ବେସରକାରୀ ଓ ସରକାରୀ ଜମି ମିଶି ୩୭ ଏକର ୯୮୪ ଡେସିମିଲ ଅଧିଗ୍ରହଣ ହେବ । ମୋଟ ଜମି ମଧ୍ୟରୁ ବେସରକାରୀ ଜମି ୩୪ ଏକର ୨୪୬ ଡେସିମିଲ ଥିବାବେଳେ ସରକାରୀ ଜମି ୩ ଏକର ୭୩୮ ଡେସିମିଲ ରହିଛି । ଏଥିମଧ୍ୟରେ ସମଙ୍ଗ ମୌଜାରୁ ସର୍ବାଧିକ ବେସରକାରୀ ଜମି ୧୭ ଏକର ୯୪୭ ଡେସିମିଲ ଜମି ଅଧିଗ୍ରହଣ କରାଯିବ ବୋଲି ଜଣାପଡ଼ିଛି ।

ତୀର୍ଥଯାତ୍ରୀ କେନ୍ଦ୍ର

ବାହାରୁ ଆସୁଥିବା ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ଅବଢ଼ା ଯୋଜନାରେ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ପିଲିଗ୍ରୀମ୍‌ ସେଣ୍ଟର ବା ତୀର୍ଥଯାତ୍ରୀ କେନ୍ଦ୍ର ତିଆରି କରାଯିବ । ଏହା ୬ ମହଲା ବିଶିଷ୍ଟ ହେବ । ଏଠାରେ ୧୦୦୦ କାର୍‌ ପାର୍କିଂ ପାଇଁ ବହୁମୁଖି ପାର୍କିଂ ସ୍ଥଳ ନିର୍ମାଣ ହେବ । ଧ୍ୟାନକେନ୍ଦ୍ର, ବ୍ୟବସାୟିକ ସୁବିଧା ଆଦି କରାଯିବ । ଏଥିପାଇଁ ପ୍ରାୟ ୧୯୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ।ବହୁତଳ କାର୍‌ ପାର୍କିଂ

ପୁରୁଣା ଜେଲ୍‌ରୋଡ ପରିସରରେ ୪ ମହଲା ବିଶିଷ୍ଟ ବହୁତଳ କାର୍‌ ପାର୍କିଂ କରାଯିବ । ଏଠାରେ ୫୦୦ କାର୍‌ ଓ ୫୦୦ ଦୁଇଚକିଆ ଗାଡ଼ି ରହିପାରିବ । ଏଥିସହ ୩୫୦ ଦୋକାନ ଘର କରାଯିବ । ଏଥିପାଇଁ ୯୦ କୋଟି ୨୨ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି ।ମ୍ୟୁନିସିପାଲିଟି ମାର୍କେଟ କମ୍ପ୍ଲେକ୍ସ

ମ୍ୟୁନିସିପାଲିଟି ମାର୍କେଟ କମ୍ପ୍ଲେକ୍ସ ନୂତନ ଭାବେ ତିଆରି କରାଯିବ । ଏଠାରେ ବେସ୍‌ମେଣ୍ଟ ଏବଂ ଗ୍ରାଉଣ୍ଡ ଫ୍ଲୋର ବାଦ୍‌ ୩ ମହଲା ବିଶିଷ୍ଟ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ହେବ । ପ୍ରାୟ ୫୦୦ ଦୋକାନ ଘର ରହିବ । ୧୦୦ଟି ଚାରିଚକିଆ ଗାଡ଼ି ରହିବା ଭଳି ପାର୍କିଂ ସୁବିଧା ଉପଲବ୍ଧ ହେବ । ୩୦୦ କିଲୋୱାଟ୍‌ର ରୁଫ୍‌ଟଫ୍‌ ସୋଲାର ସିଷ୍ଟମ ରହିବ । ଏଥିରେ ପ୍ରାୟ ୪୪ କୋଟି ୮୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ ।

ବଦଳିବ ସ୍ୱର୍ଗଦ୍ୱାରର ରୂପ, ଏମିତି ଦେଖାଯିବ

ଉପରୋକ୍ତ ୪ଟି ପ୍ରକଳ୍ପ ବ୍ୟତୀତ ସ୍ୱର୍ଗଦ୍ୱାର ପୁନଃ ବିକାଶ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଶବଦାହ ପାଇଁ ଆସୁଥିବା ସମ୍ପର୍କୀୟଙ୍କ ଲାଗି ଏଠାରେ ଅତ୍ୟାଧୁନିକ ସୁବିଧା କରାଯିବ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ବ୍ୟୟ ବରାଦ ହୋଇଥିବା ଅର୍ଥରେ ୧୮ଟି ଶବଦାହ ପିଣ୍ଡି କରାଯିବ । ସମୁଦ୍ର କୂଳରେ ୮୦୦ ଭେଣ୍ଡିଂଜୋନ (କିଓସ୍କ) କରାଯିବ । ଏଥିପାଇଁ ୧୨ କୋଟି ଟଙ୍କା ଖର୍ଚ୍ଚ ହେବ । ସେହିପରି ସରକାରୀ ବିଦ୍ୟାଳୟ ମଧ୍ୟାହ୍ନଭୋଜନ ଓ ଆହାର ଯୋଜନାର କେନ୍ଦ୍ରୀକରଣ ରୋଷଶାଳାର ମଧ୍ୟ ଶିଳାନ୍ୟାସ କରାଯାଇଛି । ମଙ୍ଗଳାଘାଟଠାରେ ୫୦ ହଜାର ବର୍ଗଫୁଟ ଜାଗାରେ ଏହି ରୋଷଶାଳା ତିଆରି କରାଯିବ । ଏଠାରେ ପ୍ରତ୍ୟହ ୫୦ହଜାର ମିଲ୍‌ ପ୍ରସ୍ତୁତ କରାଯିବ ।

ଶ୍ରୀକ୍ଷେତ୍ର ପାଇଁ ରାଜ୍ୟ ସରକାରଙ୍କ ବିକାଶର ନକ୍ସା, ୫୯୦ କୋଟିରେ ନିର୍ମାଣ ହେବ ବିଶ୍ୱ ଐତିହ୍ୟ ନଗରୀ

କମ୍ପ୍ୟୁଟର ନିଆଁରେ ଜଳିଗଲେ ସମବାୟ ସମିତି ବ୍ୟାଙ୍କ ସମ୍ପାଦକ

ବ୍ରହ୍ମପୁର: ଲୋଚାପଡା ସମବାୟ ସମିତି ବ୍ୟାଙ୍କର ସମ୍ପାଦକ ଜଗନାଥ ପାତ୍ରଙ୍କ ଉକ୍ତ ବ୍ୟାଙ୍କରେ ହିଁ ସଟ ସର୍କିଟ ଯୋଗୁଁ ପୋଡି ହୋଇ ଅକସ୍ମାତ ମୃତ୍ୟୁ । ଲୋଚାପଡା ଗ୍ରାମରେ ଥିବା ବ୍ୟାଙ୍କର ସମସ୍ତ କର୍ମଚାରୀ ଆଜି ମଧ୍ୟାହ୍ନ ସମୟରେ ବ୍ୟାଙ୍କ ବାହାରକୁ ଯାଇଥିବା ବେଳେ ଜଗନ୍ନାଥ ଏକାକୀ ବ୍ୟାଙ୍କରେ ଥିଲେ ।

 

ଏହି ସମୟରେ ଏକ କମ୍ପ୍ୟୁଟରରୁ ହଟାତ୍ ନିଆଁ ବାହାରି ଜଗନ୍ନାଥଙ୍କୁ ନିମିଷେକ ମଧ୍ୟରେ ପୋଡି ଦେଇଥିଲା ।

ଘଟଣା ସ୍ଥଳରେ ବର୍ତ୍ତମାନ ଅଗ୍ନିଶମ ବିଭାଗ ଏବଂ ସଦର ଥାନା ପୋଲିସ ଉପସ୍ଥିତ ରହି ତଦନ୍ତ ଆରମ୍ଭ କରିଛନ୍ତି ।

ଆସିକା: କବିସୂର୍ଯ୍ୟନଗର ଥାନା ବାଉଁଶିଆ ଅଶିଣିପୁର ରାସ୍ତାରେ ଟ୍ରାକ୍ଟର ଓଲଟି, ୨ ଶ୍ରମିକ ମୃତ । ମୃତକ ହେଲେ ବି.ନୂଆପଲି ଗାଁର ମୁନା ନାଏକ ଓ ଶମ୍ଭୁ ନାଏକ ।

ଆସିକା: କବିସୂର୍ଯ୍ୟନଗର ଥାନା ବାଉଁଶିଆ ଅଶିଣିପୁର ରାସ୍ତାରେ ଟ୍ରାକ୍ଟର ଓଲଟି, ୨ ଶ୍ରମିକ ମୃତ । ମୃତକ ହେଲେ ବି.ନୂଆପଲି ଗାଁର ମୁନା ନାଏକ ଓ ଶମ୍ଭୁ ନାଏକ ।

ବିରୋଧ କରିବାରୁ ଛାତ୍ରଙ୍କ ଆଙ୍ଗୁଳି କାମୁଡ଼ି ପକାଇଲେ

ଖୋର୍ଦ୍ଧା: ଅଧ୍ୟାପକଙ୍କ ଉନ୍ମତକାଣ୍ଡ । ଛାତ୍ରଙ୍କ ଅଙ୍ଗୁଳିକୁ କାମୁଡି ରକ୍ତ।କ୍ତ କଲେ ଅଧ୍ୟାପକ । ଏଭଳି ଅବାବନୀୟ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ରମାମଣୀ ମହାବିଦ୍ୟାଳୟରେ ।

ମହାବିଦ୍ୟାଳୟର ଅଧ୍ୟାପକ ଆଶୁତୋଷ ମହାପାତ୍ର କିଛିଦିନ ତଳେ ଛାତ୍ରୀମାନଙ୍କୁ ଅସଦାଚରଣ କରିଥିବା ଅଧ୍ୟକ୍ଷାଙ୍କୁ ଜଣାଇଥିଲେ ଛାତ୍ରଛାତ୍ରୀ ।

କିନ୍ତୁ କଲେଜ୍‌ ଅଧ୍ୟକ୍ଷା ଆଶୁତୋଷଙ୍କୁ କଲେଜ୍‌ ନଆସିବାକୁ ନିର୍ଦ୍ଦେଶ ଦେଇ ଚୁପ୍‌ ହୋଇ ବସିପଡଇଥିଲେ । ହେଲେ ଆଜି ଆଶୁତୋଷ କଲେଜ ଆସିବାରୁ ଛାତ୍ରଛାତ୍ରୀ କାହିଁକି ଆସିଛ ବୋଲି ପ୍ରଶ୍ନ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଆଶୁତୋଷ ଜଣେ ଛାତ୍ରଙ୍କ ଆଙ୍ଗୁଳିକୁ କାମୁଡି ରକ୍ତ।କ୍ତ କରିଥିବା ଜଣାପଡିଛି ।

ଘଟଣାକୁ ନେଇ  ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇଥିଲା । ଅଧ୍ୟାପକ ଆଶୁତୋଷଙ୍କ ଗାଡିକୁ ଭଙ୍ଗାରୁଜା କରିଥିଲେ ଛାତ୍ରଛାତ୍ରୀ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଶୁତୋଷକୁ ଗିରଫ କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।

ଶ୍ରୀକ୍ଷେତ୍ର ପାଇଁ ରାଜ୍ୟ ସରକାରଙ୍କ ବିକାଶର ନକ୍ସା, ୫୯୦ କୋଟିରେ ନିର୍ମାଣ ହେବ ବିଶ୍ୱ ଐତିହ୍ୟ ନଗରୀ

ଭୁବନେଶ୍ୱର : ଶ୍ରୀକ୍ଷେତ୍ର ପାଇଁ ରାଜ୍ୟ ସରକାରଙ୍କ ବିକାଶ ନକ୍ସ।। ଅନେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୁରୀ ତାଳବଣିଆ ହ୍ୟ।ଲିପ୍ୟାଡରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ। ଶ୍ରୀମନ୍ଦିରରୁ ଫେରିବା ପରେ ରାଜ୍ୟବାସୀଙ୍କୁ ନୂଆବର୍ଷ ଅଭିନନ୍ଦନ ଜଣାଇଥିଲେ ମୁଖ୍ୟମନ୍ତ୍ରୀ । ମ୍ୟୁନିସପାଲ ମାର୍କେଟ୍ ଗ୍ରାଉଣ୍ଡରେ ୭ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଅବଢା ଯ଼ୋଜନାରେ ୧୮୧ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଶ୍ରୀ ସେତୁର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହାସହ ଶ୍ରୀଜଗନ୍ନାଥବଲ୍ଲଭ ପଲିଗ୍ରାମ୍ ସେଣ୍ଟର, ମଲ୍ଟି ଲେବଲ୍ କାର୍ ପାର୍କିଂ, ବଡଦାଣ୍ଡ ମୁ୍ନିସିପାଲଟି ମାର୍କେଟର ପୁନରୁଦ୍ଧାର, ସମୁ୍ଦ୍ରକୂଳ ଭେଡିଂଜୋନ୍‌, ମଙ୍ଗଳାଘାଟ ପାଇଁ ସେଣ୍ଟ୍ରାଲାଇଜଡ୍‌ କିଚେନ୍‌ ଓ ସ୍ୱର୍ଗଦ୍ୱାର ଉନ୍ନତିକରଣର ଭିତ୍ତିପ୍ରସ୍ତର  ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କର ଦର୍ଶନ କରିବା ପରେ ମନ୍ଦିର ସାମ୍ନାରେ ମୁଖ୍ୟମନ୍ତ୍ରୀ ପ୍ରସ୍ତାବିତ ଐତିହ୍ୟ ପ୍ରକଳ୍ପର ମଧ୍ୟ ସମୀକ୍ଷା କରୁଥିବା ଦେଖିବାକୁ ମିଳିଥିଲା ।ମୁଖ୍ୟମନ୍ତ୍ରୀ ନକ୍ସା ଦେଖିବା ସହ ପ୍ରକଳ୍ପର ରୂପରେଖ କେମିତି ହେବ ସେ ସଂପର୍କରେ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ।  ତାଙ୍କ ସହିତ ୫-ଟି ସଚିବ ଭିକେ ପାଣ୍ଡିଆନ୍, ପୂର୍ତ୍ତ ସଚିବ କ୍ରିଷନ୍ କୁମାର, ପୁରୀ ଜିଲ୍ଲାପାଳ ବଲବନ୍ତ ସିଂହ, କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

ରାଜ୍ୟ ବିଜେପିର ନୂଆ ମଙ୍ଗୁଆଳ ସମୀର ମହାନ୍ତି

ଭୁବନେଶ୍ୱର: ସମୀର ମହାନ୍ତି ହେବେ ରାଜ୍ୟ ବିଜେପି ସଭାପତି । ଦଳୀୟ ବୈଠକ ପରେ ତାଙ୍କ ନାଁରେ ସହମତି ପ୍ରକାଶ ପାଇଥିବା ଅନୌପଚାରିକ ଭାବେ ଜଣାପଡ଼ିଛି । ଆଗରୁ ସମୀର ମହାନ୍ତି ଓ ପୃଥ୍ୱୀରାଜ ହରିଚନ୍ଦନଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ, ସହମତି ଭିତ୍ତିରେ ସମୀର ମହାନ୍ତିଙ୍କ ନାଁ ନିଷ୍ପତ୍ତି ହୋଇଥିବା ଜଣାପଡିଛି ।ବିଜେପି ରାଜ୍ୟ ସଭାପତି ଓ ୨୧ ଜଣ ରାଷ୍ଟ୍ରୀୟ ପରିଷଦ ସଭ୍ୟ ନିର୍ବାଚନର ପ୍ରକ୍ରିୟା ଆରମ୍ଭ ହୋଇଛି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଥିବା କେଶୁଭାଇ ଠାକ୍‌ରେ ହଲରେ ନିର୍ବାଚନ ହେବ । ନିକଟରେ ନିର୍ବାଚିତ ୩୪ ସାଂଗଠନିକ ଜିଲ୍ଲାର ସଭାପତି ଓ ୧୭୭ ରାଜ୍ୟ ପରିଷଦ ସଭ୍ୟ ଭୋଟ୍‌ ଦେବେ ।ଅପରାହ୍ଣ ୩ଟାରୁ ନାମାଙ୍କନ ଆରମ୍ଭ ହୋଇଛି । ନିର୍ବାଚନ ସମୟରେ ବିଜେପି ନିର୍ବାଚନ ପର୍ଯ୍ୟବେକ୍ଷକ ନରେନ୍ଦ୍ର ସିଂ ତୋମାର, ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ଉପସ୍ଥିତ ରହିଛନ୍ତି ।

ଖୁବଶୀଘ୍ର ଦାୟିତ୍ୱ ନେବେ ରାଜ୍ୟ ବିଜେପିର ନୂଆ ନେତୃତ୍ୱ