spot_img
Home Blog Page 7593

ଛାତରୁ ଡେଇଁ ଛାତ୍ରୀଙ୍କ ଗୋଡ଼ ଭାଙ୍ଗିଲା, ସ୍କୁଲ ବିଲ୍ଡିଂରୁ ନୁହେଁ ବାହାରେ ପଡ଼ିଥିବେ: ପ୍ରନ୍ସିପାଲ୍

ଭୁବନେଶ୍ୱର(ଅରୁଣ କୁମାର ସାହୁ): ରାଜଧାନୀରେ ଚାଞ୍ଚଲ୍ୟ । ସ୍କୁଲ୍‌ଛାତରୁ ଡେଇଁଲେ ଛାତ୍ରୀ । ବିନା କାରଣରେ ପିଇଟି ଶିକ୍ଷୟିତ୍ରୀ ଗାଳି ଦେବାରୁ କେନ୍ଦ୍ରୀୟ ବିଦ୍ୟାଳୟ-୩ର ଜଣେ ଏକାଦଶ ଶ୍ରେଣୀ ଛାତ୍ରୀ ସ୍କୁଲ ଛାତରୁ ଡେଇଁ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯ଼ୋଗ ହୋଇଛି । ଛାତରୁ ଡେଇଁବା ଯୋଗୁଁ ଛାତ୍ରୀଙ୍କୁ ଗୋଡ଼ ଭାଙ୍ଗିଯାଇଛି । ସେ ଗୁରୁତର ଅବସ୍ଥାରେ ଏବେ  ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି ।

ଅପରପକ୍ଷରେ ଖବର ଲେଖାହେବା ଯାଏଁ ପିଇଟି ଶିକ୍ଷୟିତ୍ରୀ ଓ ପ୍ରିନ୍ସିପାଲଙ୍କ ବହିଷ୍କାର ଦାବିରେ ଅଭିଭାବକମାନେ କେଭି-୩ ଡିସି ଅଫିସ ବାହାରେ ଧାରଣାରେ ବସିଛନ୍ତି । ମଞ୍ଚେଶ୍ୱର ଥାନାରେ ଅଭିଯ଼ୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ପିଇଟି ଶିକ୍ଷୟିତ୍ରୀ ଓ ପ୍ରନ୍ସିପାଲଙ୍କ ବୟାନ ରେକର୍ଡ କରିଛି । ତେବେ ଅଭିଯ଼ୋଗକୁ କେଭି-୩ ପ୍ରିନ୍ସିପାଲ ଖଣ୍ଡନ କରିଛନ୍ତି ।

ଛାତ୍ରୀଙ୍କୁ ନିର୍ଯ଼ାତନା ଦିଆଯାଇ ନାହିଁ । ଛାତ୍ରୀଙ୍କ ଉପରେ ସୂର୍ଯ୍ୟାଲୋକ ପଡ଼ିଲେ ଆଲର୍ଜି ହୁଏ ବୋଲି ବାହାରକୁ ଛଡ଼ା ଯାଏନି । ସଂପୃକ୍ତ ଛାତ୍ରୀ ବିନା ଅନୁମତିରେ ଖେଳିବାକୁ ଯାଇଥିଲେ । ସ୍କୁଲ ବିଲ୍‌ଡିଂ ନୁହେଁ, ବାହାରେ ପଡ଼ିଥିବେ ବୋଲି ପ୍ରିନ୍ସିପାଲ କହିଛନ୍ତି ।

କେଭି-୩ର ଆହତ ଛାତ୍ରୀ ଜଣଙ୍କ ବାଲେଶ୍ୱର ଅଞ୍ଚଳର ଜଣେ ଉପ-ଜିଲ୍ଲାପଳଙ୍କ ଝିଅ । ପଇଟି ଶିକ୍ଷୟିତ୍ରୀଙ୍କ ଗାଳି ପାଇଁ ନା ଆଉ କିଛି କାରଣ ପାଇଁ ସେ ଛାତ ଉପରୁ ଡେଇଁଲେ ନା ଏହା ଏକ ଦୁର୍ଘଟଣା, ପୋଲିସ ତଦନ୍ତ ପରେ ଜଣାପଡ଼ିବ ।

ହାଇଦ୍ରାବାଦ ଏନକାଉଣ୍ଟର ପରେ ପରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ବଡ଼ ବୟାନ୍, କହିଲେ…

ନୂଆଦିଲ୍ଲୀ : ହାଇଦ୍ରାବାଦରେ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ୪ ଅଭିଯୁକ୍ତଙ୍କୁ ପୋଲିସର ଏନକାଉଣ୍ଟର ପରେ ସାରା ଦେଶରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି । କେହି କେହି ଏହା ଠିକ୍ ହୋଇଛି ବୋଲି କହୁଥିବା ବେଳେ କେହି କେହି ଏହାକୁ ସମାଲୋଚନା କରୁଛନ୍ତି ।

ତେବେ ହାଇଦ୍ରାବାଦ ଘଟଣା ପରେ ପରେ ଆଜି ରାଜସ୍ଥାନର ଯୋଧପୁରର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ବଡ଼ ବୟାନ୍ ଦେଇଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଶରଦ ଅରବିନ୍ଦ ବୋବଡେ । ପ୍ରଧାନ ବିଚାରପତି କହିଛନ୍ତି ଯେ, ନ୍ୟାୟିକ ପ୍ରକ୍ରିୟାରେ ତରବରିଆ ହେବା ଉଚିତ ନୁହେଁ । ତରବରିଆ ଭାବରେ ନ୍ୟାୟ ପ୍ରଦାନ କରିବା ବି ଠିକ୍ ନୁହେଁ । ଏହାବାଦ୍ ଯଦି ପ୍ରତିଶୋଧ ଭାବନା ରଖି ନ୍ୟାୟ ପ୍ରଦାନ କରାଯାଏ ତେବେ ତାକୁ ନ୍ୟାୟ ମଧ୍ୟ କୁହାଯିବ ନାହିଁ ।

ଜୀବନ ସାଥିଙ୍କୁ କେବେ ବି ପଚାରନ୍ତୁ ନାହିଁ ଏହି ୫ଟି କଥା

୧.କ’ଣ ଆପଣ ସବୁକିଛି ଆପଣଙ୍କ ଜୀବନ ସାଥୀଙ୍କ ସହ ସେୟାର କରୁଛନ୍ତି କି’ ?

ଆମେ ଏମିତି ଏକ ସାଥିଟିଏ ଖୋଜୁ ଯାହା ସହ ଆମେ ଆମର ସବୁ କଥା ସେୟାର କରିପାରିବା । କିନ୍ତୁ କେତକ କ୍ଷେତ୍ରରେ ଆମକୁ କିଛି କଥା ସିକ୍ରେଟ୍ ରଖିବାକୁ ପଡେ ।  ଏହା ଦ୍ୱାରା ଦୈନନ୍ଦିନ ସୁଖସମ୍ପର୍କରେ କୌଣସି ଅସୁବିଧା ହୋଇନଥାଏ । ତେବେ ଆସନ୍ତୁ ଜାଣି ରଖିବା ଏହି କଥା ଗୁଡିକ ବିଷୟରେ..

୨.ତାଙ୍କ ପରିବାର କିମ୍ବା ମା’ଙ୍କୁ ଭଲ ପାଉନଥିଲେ-

ଆମେ ସମସ୍ତେ ନିଜ ପରିବାରକୁ ନେଇ ଆତ୍ୟନ୍ତ ଯତ୍ନବାନ ଥାଉ । ତେଣୁ କେହି ବି ଆମ ପରିବାରକୁ ନେଇ କିଛି ବି କହିଲେ ତାହା ଆମକୁ ଭଲ ଲାଗିନଥାଏ । ଯଦିବା ଆପଣଙ୍କୁ ତାଙ୍କ ପରିବାରର କିଛି ଜିନିଷ ଭଲ ଲାଗୁନାହିଁ , ତେବେ ତାହାକୁ ନିଜେ ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ସବୁବେଳେ ତାଙ୍କ ଆଗରେ ଅଭିଯୋଗ କରନ୍ତୁ ନାହିଁ । ଏହା ଆପଣଙ୍କ ସମ୍ପର୍କରେ ଭଟ୍ଟା ସୃଷ୍ଟି କରିପାରେ ।

୩. ସାଙ୍ଗଙ୍କ ସହ କଫି ପିଉ ପିଉ କିଛି ଅନ୍ତରଙ୍ଗ କଥା କଥାହେଉଥିଲେ-

ଯଦି ଆପଣ କେହି ଜଣେ ସାଙ୍ଗଙ୍କ ସହ କଥା ହେଉ ହେଉ ଯଦି ସେ ବା ଆପଣ କିଛି ଅନ୍ତରଙ୍ଗ କଥା ସେୟାର କରୁଥାନ୍ତି ତେବେ ତାହାକୁ ନେଇ ନିଜ ଜୀବନ ସାଥିଙ୍କ ସହ କିଛିବି ସେୟାର କରନ୍ତୁ ନାହିଁ । ଏହା ଦୁହିଁଙ୍କ ଭିତରେ ଅସନ୍ତୋଷର ବାତାବରଣ ସୃଷ୍ଟି କରିବ ।

୪.ଜୀବନସାଥିଙ୍କ ଆର୍ଥିକସ୍ଥିତି

ସବୁବେଳେ ନିଜ ଜୀବନ ସାଥିଙ୍କର ଏକ ପରଫେକ୍ଟ ଲାଇଫ୍ ପାର୍ଟନର ହେବାକୁ ଚେଷ୍ଟା କରନ୍ତୁ । ତାଙ୍କ ସୁବିଧା ଅସୁବିଧାକୁ ବୁଝି ସେଥିରେ ଭାଗିଦାର ହେବାକୁ ଚେଷ୍ଟା କରନ୍ତୁ । ଅଯଥା ଟଙ୍କା ବ୍ୟୟକରି କିମ୍ବା ତାଙ୍କ ଆର୍ଥିକସ୍ଥିତି କଥା ତାଙ୍କୁ ସବୁବେଳେ କହି ତାଙ୍କ ଉପରେ ଚାପ ପକାଇବା ଉଚିତ ନୁହେଁ । ଏହା ଦ୍ୱାରା ସେ ଅବସାଦରେ ରହିବା ସହ ତାଙ୍କ ମନରେ କ୍ରୋଧ ଜାତ ହୋଇଥାଏ । ଏହା ତାଙ୍କୁ ନିମ୍ନଗାମି ମଧ୍ୟ କରାଇଥାଏ ।

୫.ଜୀବନସାଥିଙ୍କ ପୁର୍ବ ପ୍ରେମିକା-

ବାରମ୍ବାର ପୁର୍ବ ପ୍ରେମିକାଙ୍କ କଥା ଆପଣ ଆପଣଙ୍କ ଜୀବନ ସାଥିଙ୍କୁ କୁହନ୍ତୁ ନାହିଁ । ଏହା ସମ୍ପର୍କରେ ଅସନ୍ତୋଷର କାରଣ ସାଜିଥାଏ । ସେ ଆଜି ଯଦି ଆପଣଙ୍କୁ ପୂର୍ବ କଥା ଭୁଲି ଆପଣାଇ ପାରୁଛନ୍ତି ଓ ବହୁତ ଭଲ ମଧ୍ୟ ପାଉଛନ୍ତି । ତେବେ ଆପଣ ତାଙ୍କ ପୂର୍ବ ପ୍ରେମିକାଙ୍କ କଥା ଉଠାଇବା ଅର୍ଥ ଜାଣି ଜାଣି କଳହକୁ ଡାକିବା । ତେଣୁ ପୂର୍ବ କଥା ଭୁଲି ସୁଖଶାନ୍ତିରେ ସଂସାର କରନ୍ତୁ ।

 

 

 

 

 

 

 

ଭୁବନେଶ୍ୱର ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ୱର : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ୭.୨୦ ବଦଳରେ ୭.୧୨ରେ ପହଞ୍ଚିଲେ ରାଷ୍ଟ୍ରପତି । ବାୟୁସେନାର ସ୍ୱତନ୍ତ୍ର ବିମାନରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଥିଲେ । ବିମାନ ବନ୍ଦରରେ ରାଷ୍ଟ୍ରପତିଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।

ବିମାନ ବନ୍ଦରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ, ସାଂସଦ ଜୁଏଲ ଓରାମ, ଅପରାଜିତା ଷଡ଼ଙ୍ଗୀ, ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ, ପୋଲିସ ଡିଜିପି, ପୋଲିସ କମିଶନର ଓ ଭୁବନେଶ୍ୱର ଡିସିପି ପ୍ରମୁଖ ସ୍ୱାଗତ କରିଥିଲେ ।କଡା ସୁରକ୍ଷା ବଳୟ ମଧ୍ୟରେ ରାଷ୍ଟ୍ରପତିଙ୍କୁ ସ୍ୱତନ୍ତ୍ର କାରକେଡରେ ରାଜଭବନ ନିଆଯାଇଥିଲା । ଆଜି ରାଜଭବନରେ ରାତ୍ରି ଯାପନ କରିବେ ରାଷ୍ଟ୍ରପତି ।

https://nandighoshatv.compresident-is-coming-to-odisha-from-tomorrow-for-a-two-day-visit/

ଆସନ୍ତାକାଲି ସେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଳ।ଟିନମ୍‌ ଜୁବଲି ଉଦ୍‌ଯାପନୀ ସମାରୋହରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ରୁସା ଭବନର ଶିଳାନ୍ୟାସ କରିବେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ସମେତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଉପସ୍ଥିତ ରହିବେ।

 

କମୁଛି ପାରଦ, ବଢ଼ୁଛି ଶୀତ

ଭୁବନେଶ୍ୱର : କମୁଛି ପାରଦ, ବଢ଼ୁଛି ଶୀତ । ଶୀତରେ ଥରୁଛି ସାରା ଓଡ଼ିଶା । ୧୦ ଡ଼ିଗ୍ରୀ ତଳେ ରାଜ୍ୟର ୪ ସହର ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଅଧିକାଂଶ ସହରର ତାପମାତ୍ରା ୨ରୁ ୩ ଡ଼ିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଛି । ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଚଳିତବର୍ଷ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୪.୫ ଡ଼ିଗ୍ରୀ ରେକର୍ଡ଼ କରାଯାଇଛି ।

ବିଶେଷକରି ଅନୁଗୁଳରେ ୯.୬ ଡ଼ିଗ୍ରୀ, ଫୁଲବାଣୀରେ ୮ଡ଼ିଗ୍ରୀ ତାପମାତ୍ରା ଥିବା ବେଳେ ସୋନପୁରରେ ୮.୬ ଡ଼ିଗ୍ରୀ ରହିଛି । ସେହିପରି ଗୋପାଳପୁରରେ ସର୍ବାଧିକ ତାପମାତ୍ରା ରହିଛି ୩୦.୫ ଡ଼ିଗ୍ରୀ । ବଙ୍ଗୋପସାଗର ଉପର ଦେଇ ପବନ ପୂର୍ବଦିଗରୁ ଓଡ଼ିଶା ଆଡ଼କୁ ବୋହୁଥିବାରୁ ରାତିର ତାପମାତ୍ରାରେ ବୃଦ୍ଧି ହେଉଛି । ଏଥିପାଇଁ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ବଜାୟ ରହିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପ ବର୍ଷା ହେବ ବୋଲି ପୁର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ୧୨ ତାରିଖ ପରେ ରାଜ୍ୟରେ ପୁଣି ଶୀତ ଅଧିକ ଅନୁଭୁତ ହେବ ବୋଲି ପୁର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।

ନିରାଶ ହେଲା ଚୋର: ମାଲିକଙ୍କ ଉଦ୍ଦେଶ୍ୟରେ ଲେଖିଲା କିଛି ଏଭଳି କଥା

ଇନ୍ଦୋର: ଚୋର ଗୋଟିଏ ରାତି ବିତେଇଲା , ଚୋରି କରିବା ପାଇଁ  । ଯେତେବେଳେ କିଛି ନପାଇଲା , ନିରାଶ ହେଇ ଲେଖିଲା ତୁମେ ଭାରି କଞ୍ଜୁସ୍  । ଘଟାଣିଟି ଏହି ସପ୍ତାହରେ ମଧ୍ୟପ୍ରଦେଶର ଶଜାପୁରର ଜିଲ୍ଲାର ଆଦର୍ଶ ନଗର ଅଞ୍ଚଳରେ ଘଟିଛି  । ଘଟଣା ଅନୁଯାୟୀ, ଚୋର ଜଣଙ୍କ ଇଞ୍ଜିନିୟର ସୋନିଙ୍କ ଘରେ ଚୋରି କରିବା ପାଇଁ ପଶିଥିଲେ ।  ସେ ନଥିବାବେଳେ ତାଙ୍କ ଘର ତାଲା ଭାଙ୍ଗି ପୂରା ଘର ବୁଲିଥିଲା  । ହେଲେ ଘରୁ କିଛି ପାଇନଥିଲା  ।  ଅନେକ କଷ୍ଟ କରି ଅଣ୍ଡାଳି ଉଣ୍ଡୁଳି ନିରାଶ ହୋଇଥିଲା ଚୋର  । ସେହି ସମୟରେ ଚୋର ଏକ ଖାତାରେ ମାଲିକଙ୍କ ଉଦ୍ଦେଶ୍ୟରେ ଲେଖିଲା ତୁମେ ବହୁତ କଞ୍ଜୁସ୍ । ଝରକା ଭାଙ୍ଗିବାରେ ଯେଉଁ ପରିଶ୍ରମ କରିଥିଲା ତାହା ଫଳ ମଧ୍ୟ ମିଳିଲାନି  । ସୋନି ଏ ଘଟଣାକୁ ଶାଜାପୁର ପୋଲିସ୍ ଷ୍ଟେସନ୍‌ରେ ଜଣାଇଥିଲେ  । ପୋଲିସ୍ ଆସି ଘରେ ତଦନ୍ତ କରିବା ପରେ , ଦେଖିଥିଲା ଯେ ଘରର ଅନେକ ଆସବାବ ପାତ୍ର ବିଛୁଡି ହୋଇ ପଡିଥିଲା  । ଆଉ ଏକ ଲେଖା ନୋଟ୍ ପାଇଥିଲା । ସେହି ଲେଖା ନୋଟ୍ ଏବଂ ଘରର ସିସିଟିଭି  ଆଧାରରେ ଚୋରକୁ ଧରିବା ପାଇଁ ଚେଷ୍ଟା ଚାଲିଛି ବୋଲି ଏସପି ପଙ୍କଜ୍ ଶ୍ରୀବାସ୍ତବ କହିଛନ୍ତି ।

ଦୁଷ୍କର୍ମ ମାମଲାରେ ଅବହେଳା କଲେ ଦଣ୍ଡିତ ହେବେ ପୋଲିସ ଅଧିକାରୀ

ନୂଆଦିଲ୍ଲୀ: ମହିଳାମାନଙ୍କ ସୁରକ୍ଷା ନେଇ ଆବଶ୍ୟକ ସମସ୍ତ ପଦକ୍ଷେପ ଗ୍ରହଣ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟମାନଙ୍କୁ ଆଡଭାଇଜରୀ ଜାରି କରାଯାଇଛି ।

କେନ୍ଦ୍ର ଗୃହ ସଚିବ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ମହିଳା ଓ ଝିଆମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ କହିଛନ୍ତି । ଏଥିସହ ମହିଳାଙ୍କୁ ଯୌନ ନିର୍ଯାତନ ଦିଆଯାଇଥିବା ଭଳି ଅଭିଯୋଗରେ ଜିରୋ ଏଫଆଇଆର ଫାଇଲ୍‌ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ପୋଲିସ ଅଧିକାରୀଙ୍କ ପକ୍ଷରୁ କୌଣସି ପ୍ରକାର ତ୍ରୁଟି ପରିଲକ୍ଷିତ ହେଲେ ଏହାକୁ ଦଣ୍ଡନୀୟ ଅପରାଧଭାବେ ବିବେଚନା କରାଯିବ ।

ଏଥିସହ ମହିଳାଙ୍କ ସହ ଯୌନ ନିର୍ଯାତନା ଭଳି ମାମଲାକୁ ନେଇ ପୋଲିସ ଅଧିକ ଦାୟିତ୍ୱବାନ ଓ ସମ୍ୱେଦନଶୀଳ ହେବାକୁ ପରାମର୍ଶ ଦେଇଛନ୍ତି । ଏଥିସହ ଇନ୍‌ଭେଷ୍ଟିଗେସନ୍‌ ଟ୍ରାକିଂ ସିଷ୍ଟମ୍‌ ଫର୍‌ ସେକ୍ସୁଆଲ୍‌ ଆଫେନ୍ସ (ITSSO), କ୍ରାଇମ୍‌ ଆଣ୍ଡ କ୍ରାଇମ୍‌ ଟ୍ରାକିଂ ଆଣ୍ଡ ନେଟଓ୍ୱରକିଂ ସିଷ୍ଟମ୍ (CCTNS)ର ବ୍ୟବହାରକୁ ଗୁରୁତ୍ୱ ଦେଇଛନ୍ତି  ।

ମନ୍ତ୍ରୀଙ୍କୁ ପୁରାଇ ନଦେବାକୁ କରିଥିଲେ ପଣ, ଉଠାଇନେଲା ପୋଲିସ

ଉତ୍ତର ପ୍ରଦେଶ : ଉନ୍ନାଓ ଘଟଣାକୁ ନେଇ ସବୁଠି ତମ୍ବିତୋଫାନ୍ । ସକାଳେ କଂଗ୍ରେସର ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧି ପୀଡିତାଙ୍କ ପରିବାର ଲୋକଙ୍କୁ ସାକ୍ଷାତ କରିଥିଲେ । ଏହାପରେ ସେଠାକୁ ଗସ୍ତ କରିଥିଲେ ମନ୍ତ୍ରୀ କମଲରାଣୀ ଭାରୁନ, ସ୍ୱାମୀ ପ୍ରସାଦ ମୌର୍ଯ୍ୟା ଓ ବିଜେପି ସାଂସଦ ସାକ୍ଷୀ ମହାରାଜ ।

ସମସ୍ତଙ୍କୁ ବିରୋଧ କରି କଂଗ୍ରେସର କର୍ମୀମାନେ ବିରୋଧ ପ୍ରଦର୍ଶନ କରିଥିଲେ । ରାସ୍ତା ଅବରୋଧ କରିବା ସହ ରାସ୍ତା ଉପରେ ବସି ରହିଥିଲେ । କାହାକୁ ପୀଡିତାଙ୍କ ପରିବାରକୁ ସାକ୍ଷାତ କରିବାକୁ ଦିଆଯିବ ନାହିଁ ବୋଲି କହିଥିଲେ । ଏହାପରେ ପୋଲିସ ସେମାନଙ୍କୁ ଉଠାଇ ନେଇଥିଲା ।

ଉତ୍ତର ପ୍ରଦେଶରେ ଓ କେନ୍ଦ୍ରରେ ବିଜେପିର ସରକାର ଥିବା ସତ୍ୱେ ସଂପୃକ୍ତ ପୀଡିତାଙ୍କ ପରିବାରକୁ କାହିଁକି ନ୍ୟାୟ ମିଳୁନାହିଁ ବୋଲି ଦାବି କରିଥିଲେ କଂଗ୍ରେସର କର୍ମୀ । ପୋଲିସ ସହିତ କିଛି ସମୟ ପାଇଁ ଧସ୍ତାଧସ୍ତି ହୋଇଥିଲା । ଏପଟେ ଉତ୍ତର ପ୍ରଦେଶ ସରକାର ଉନ୍ନାଓ ପୀଡିତାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଓ ଫାଷ୍ଟ ଟ୍ରାକ୍ କୋର୍ଟରେ ଶୁଣାଣି କରାଯିବାକୁ ଘୋଷଣା କରିଛନ୍ତି ।

ଦିଲ୍ଲୀ ଓ ଲକ୍ଷ୍ନୌରେ ଆଜି ଯୋରଦାର ପ୍ରତିବାଦ ଦେଖିବାକୁ ମିଳିଛି । ସମସ୍ତେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ଯେଉଁମାନେ ପୀଡିତାଙ୍କୁ ନିଆଁରେ ପୋଡ଼ି ମାରିଛନ୍ତି ସେମାନଙ୍କୁ କଠୋରରୁ କଠୋର ଦଣ୍ଡ ଦେବାକୁ ଦାବି ହୋଇଛି ।

ବାଣୀବିହାରରୁ ବରୁଣେଇ ସବୁଠି ପ୍ରସ୍ତୁତି, କାଲି ଆସୁଛନ୍ତି ରାଷ୍ଟ୍ରପତି

ଭୁନେଶ୍ୱର: ଚଳଚଞ୍ଚଳ ଉତ୍କଳ ବିଶ୍ବବିଦ୍ୟାଳୟ । ନେତା, ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କୁଳପତି ଏବଂ ଛାତ୍ରଛାତ୍ରୀ ସମସ୍ତେ ତତ୍ପର । ମଞ୍ଚ ପ୍ରସ୍ତୁତ, ଭବ୍ୟ ସାଜସଜା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ  ସ୍ୱାଗତ କରିବା ପାଇଁ । ବିଶ୍ୱବିଦ୍ୟାଳୟର ପ୍ଳ।ଟିନମ୍‌ ଜୁବଲି ଉଦ୍‌ଯାପନୀ ଉତ୍ସବରେ ରାଷ୍ଟ୍ରପତି ଯୋଗ ଦେବେ । ଏହି ଅବସରରେ ରୁସା ଭବନର ଶିଳାନ୍ୟାସ କରିବେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ସମେତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଉପସ୍ଥିତ ରହିବେ।

ସେପଟେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବାକୁ ଖୋର୍ଦ୍ଧା ବରୁଣେଇ ବି ପ୍ରସ୍ତୁତ । ପାଇକ ବିଦ୍ରୋହର ୨ଶହ ବର୍ଷ ପୂର୍ତ୍ତି ଉତ୍ସବରେ ରାଷ୍ଟ୍ରପତି ଯୋଗ ଦେବେ । ଏହି ଅବସରରେ ୧୦ ଏକର ପରିମିତ ପାହାଡ଼ ପାଦଦେଶରେ ପାଇକ ଭବନର ଶିଳାନ୍ୟାସ କରିବେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ।

ରାଷ୍ଟ୍ରପତିଙ୍କ ଗସ୍ତ ପାଇକ ବଂଶଧରମାନଙ୍କ ମଧ୍ୟରେ ଉତ୍ସାହ ଭରିଦେଇଛି । ଦୁଇ ଶହ ବର୍ଷ ତଳର ପାଇକ ବିଦ୍ରୋହର ଗାଥା ପୁଣି ବରୁଣେଇ ପାଦଦେଶରେ ଉଜ୍ଜୀବିତ ହେବ । ଏଥିପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଚୁଡାନ୍ତ କରିଛି । ମହାମହିମଙ୍କ ଗସ୍ତପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ରାଷ୍ଟ୍ରପତିଙ୍କ ଗସ୍ତନେଇ ରାଜଧାନୀରୁ ଖୋର୍ଦ୍ଧା ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଭୁବନେଶ୍ୱର ଡିସିପିଙ୍କ ନେତୃତ୍ୱରେ ସୁରକ୍ଷା ବ୍ଳୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ଖୋର୍ଦ୍ଧାରେ ୧୦ ହଜାର ଲୋକଙ୍କ ସମାଗମ ହେବାକୁ ଥିବା ବେଳେ ଉତ୍କଳ ବିଶ୍ୱବିଦ୍ୟାଳୟରେ ୪ ହଜାର ଲୋକ ବସିବା ପାଇଁ ବ୍ୟବସ୍ଥା କରାଯାଇଛି ।