ଛାତରୁ ଡେଇଁ ଛାତ୍ରୀଙ୍କ ଗୋଡ଼ ଭାଙ୍ଗିଲା, ସ୍କୁଲ ବିଲ୍ଡିଂରୁ ନୁହେଁ ବାହାରେ ପଡ଼ିଥିବେ: ପ୍ରନ୍ସିପାଲ୍

1 min read

ଭୁବନେଶ୍ୱର(ଅରୁଣ କୁମାର ସାହୁ): ରାଜଧାନୀରେ ଚାଞ୍ଚଲ୍ୟ । ସ୍କୁଲ୍‌ଛାତରୁ ଡେଇଁଲେ ଛାତ୍ରୀ । ବିନା କାରଣରେ ପିଇଟି ଶିକ୍ଷୟିତ୍ରୀ ଗାଳି ଦେବାରୁ କେନ୍ଦ୍ରୀୟ ବିଦ୍ୟାଳୟ-୩ର ଜଣେ ଏକାଦଶ ଶ୍ରେଣୀ ଛାତ୍ରୀ ସ୍କୁଲ ଛାତରୁ ଡେଇଁ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯ଼ୋଗ ହୋଇଛି । ଛାତରୁ ଡେଇଁବା ଯୋଗୁଁ ଛାତ୍ରୀଙ୍କୁ ଗୋଡ଼ ଭାଙ୍ଗିଯାଇଛି । ସେ ଗୁରୁତର ଅବସ୍ଥାରେ ଏବେ  ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି ।

ଅପରପକ୍ଷରେ ଖବର ଲେଖାହେବା ଯାଏଁ ପିଇଟି ଶିକ୍ଷୟିତ୍ରୀ ଓ ପ୍ରିନ୍ସିପାଲଙ୍କ ବହିଷ୍କାର ଦାବିରେ ଅଭିଭାବକମାନେ କେଭି-୩ ଡିସି ଅଫିସ ବାହାରେ ଧାରଣାରେ ବସିଛନ୍ତି । ମଞ୍ଚେଶ୍ୱର ଥାନାରେ ଅଭିଯ଼ୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ପିଇଟି ଶିକ୍ଷୟିତ୍ରୀ ଓ ପ୍ରନ୍ସିପାଲଙ୍କ ବୟାନ ରେକର୍ଡ କରିଛି । ତେବେ ଅଭିଯ଼ୋଗକୁ କେଭି-୩ ପ୍ରିନ୍ସିପାଲ ଖଣ୍ଡନ କରିଛନ୍ତି ।

ଛାତ୍ରୀଙ୍କୁ ନିର୍ଯ଼ାତନା ଦିଆଯାଇ ନାହିଁ । ଛାତ୍ରୀଙ୍କ ଉପରେ ସୂର୍ଯ୍ୟାଲୋକ ପଡ଼ିଲେ ଆଲର୍ଜି ହୁଏ ବୋଲି ବାହାରକୁ ଛଡ଼ା ଯାଏନି । ସଂପୃକ୍ତ ଛାତ୍ରୀ ବିନା ଅନୁମତିରେ ଖେଳିବାକୁ ଯାଇଥିଲେ । ସ୍କୁଲ ବିଲ୍‌ଡିଂ ନୁହେଁ, ବାହାରେ ପଡ଼ିଥିବେ ବୋଲି ପ୍ରିନ୍ସିପାଲ କହିଛନ୍ତି ।

କେଭି-୩ର ଆହତ ଛାତ୍ରୀ ଜଣଙ୍କ ବାଲେଶ୍ୱର ଅଞ୍ଚଳର ଜଣେ ଉପ-ଜିଲ୍ଲାପଳଙ୍କ ଝିଅ । ପଇଟି ଶିକ୍ଷୟିତ୍ରୀଙ୍କ ଗାଳି ପାଇଁ ନା ଆଉ କିଛି କାରଣ ପାଇଁ ସେ ଛାତ ଉପରୁ ଡେଇଁଲେ ନା ଏହା ଏକ ଦୁର୍ଘଟଣା, ପୋଲିସ ତଦନ୍ତ ପରେ ଜଣାପଡ଼ିବ ।

Leave a Reply