କମୁଛି ପାରଦ, ବଢ଼ୁଛି ଶୀତ

ଭୁବନେଶ୍ୱର : କମୁଛି ପାରଦ, ବଢ଼ୁଛି ଶୀତ । ଶୀତରେ ଥରୁଛି ସାରା ଓଡ଼ିଶା । ୧୦ ଡ଼ିଗ୍ରୀ ତଳେ ରାଜ୍ୟର ୪ ସହର ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଅଧିକାଂଶ ସହରର ତାପମାତ୍ରା ୨ରୁ ୩ ଡ଼ିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଛି । ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଚଳିତବର୍ଷ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୪.୫ ଡ଼ିଗ୍ରୀ ରେକର୍ଡ଼ କରାଯାଇଛି ।

ବିଶେଷକରି ଅନୁଗୁଳରେ ୯.୬ ଡ଼ିଗ୍ରୀ, ଫୁଲବାଣୀରେ ୮ଡ଼ିଗ୍ରୀ ତାପମାତ୍ରା ଥିବା ବେଳେ ସୋନପୁରରେ ୮.୬ ଡ଼ିଗ୍ରୀ ରହିଛି । ସେହିପରି ଗୋପାଳପୁରରେ ସର୍ବାଧିକ ତାପମାତ୍ରା ରହିଛି ୩୦.୫ ଡ଼ିଗ୍ରୀ । ବଙ୍ଗୋପସାଗର ଉପର ଦେଇ ପବନ ପୂର୍ବଦିଗରୁ ଓଡ଼ିଶା ଆଡ଼କୁ ବୋହୁଥିବାରୁ ରାତିର ତାପମାତ୍ରାରେ ବୃଦ୍ଧି ହେଉଛି । ଏଥିପାଇଁ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ବଜାୟ ରହିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପ ବର୍ଷା ହେବ ବୋଲି ପୁର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ୧୨ ତାରିଖ ପରେ ରାଜ୍ୟରେ ପୁଣି ଶୀତ ଅଧିକ ଅନୁଭୁତ ହେବ ବୋଲି ପୁର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।

Leave a Reply