ମନ୍ତ୍ରୀଙ୍କୁ ପୁରାଇ ନଦେବାକୁ କରିଥିଲେ ପଣ, ଉଠାଇନେଲା ପୋଲିସ

1 min read

ଉତ୍ତର ପ୍ରଦେଶ : ଉନ୍ନାଓ ଘଟଣାକୁ ନେଇ ସବୁଠି ତମ୍ବିତୋଫାନ୍ । ସକାଳେ କଂଗ୍ରେସର ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧି ପୀଡିତାଙ୍କ ପରିବାର ଲୋକଙ୍କୁ ସାକ୍ଷାତ କରିଥିଲେ । ଏହାପରେ ସେଠାକୁ ଗସ୍ତ କରିଥିଲେ ମନ୍ତ୍ରୀ କମଲରାଣୀ ଭାରୁନ, ସ୍ୱାମୀ ପ୍ରସାଦ ମୌର୍ଯ୍ୟା ଓ ବିଜେପି ସାଂସଦ ସାକ୍ଷୀ ମହାରାଜ ।

ସମସ୍ତଙ୍କୁ ବିରୋଧ କରି କଂଗ୍ରେସର କର୍ମୀମାନେ ବିରୋଧ ପ୍ରଦର୍ଶନ କରିଥିଲେ । ରାସ୍ତା ଅବରୋଧ କରିବା ସହ ରାସ୍ତା ଉପରେ ବସି ରହିଥିଲେ । କାହାକୁ ପୀଡିତାଙ୍କ ପରିବାରକୁ ସାକ୍ଷାତ କରିବାକୁ ଦିଆଯିବ ନାହିଁ ବୋଲି କହିଥିଲେ । ଏହାପରେ ପୋଲିସ ସେମାନଙ୍କୁ ଉଠାଇ ନେଇଥିଲା ।

ଉତ୍ତର ପ୍ରଦେଶରେ ଓ କେନ୍ଦ୍ରରେ ବିଜେପିର ସରକାର ଥିବା ସତ୍ୱେ ସଂପୃକ୍ତ ପୀଡିତାଙ୍କ ପରିବାରକୁ କାହିଁକି ନ୍ୟାୟ ମିଳୁନାହିଁ ବୋଲି ଦାବି କରିଥିଲେ କଂଗ୍ରେସର କର୍ମୀ । ପୋଲିସ ସହିତ କିଛି ସମୟ ପାଇଁ ଧସ୍ତାଧସ୍ତି ହୋଇଥିଲା । ଏପଟେ ଉତ୍ତର ପ୍ରଦେଶ ସରକାର ଉନ୍ନାଓ ପୀଡିତାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଓ ଫାଷ୍ଟ ଟ୍ରାକ୍ କୋର୍ଟରେ ଶୁଣାଣି କରାଯିବାକୁ ଘୋଷଣା କରିଛନ୍ତି ।

ଦିଲ୍ଲୀ ଓ ଲକ୍ଷ୍ନୌରେ ଆଜି ଯୋରଦାର ପ୍ରତିବାଦ ଦେଖିବାକୁ ମିଳିଛି । ସମସ୍ତେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ଯେଉଁମାନେ ପୀଡିତାଙ୍କୁ ନିଆଁରେ ପୋଡ଼ି ମାରିଛନ୍ତି ସେମାନଙ୍କୁ କଠୋରରୁ କଠୋର ଦଣ୍ଡ ଦେବାକୁ ଦାବି ହୋଇଛି ।

Leave a Reply