spot_img
Home Blog Page 7591

ମିସ୍ ସାଉଥ ଆଫ୍ରିକା ପିନ୍ଧିଲେ ୨୦୧୯ ବିଶ୍ୱ ସୁନ୍ଦରୀ ତାଜ୍: ପଢ଼ନ୍ତୁ କଣ ଥିଲା ନିର୍ଣ୍ଣାୟକ ପ୍ରଶ୍ନ

ଆଟଲାଣ୍ଟା: ମିସ୍ ୟୁନିଭର୍ସ ୨୦୧୯ର ତାଜ୍ ପିନ୍ଧିଲେ ମିସ୍ ସାଉଥ୍ ଆଫ୍ରିକା ଜୋଜିବିନି ତୁନଜି । ମିସ୍ ପୁଏରତୋ ରିକୋ ମାଡିସନଙ୍କୁ ପଛରେ ପକାଇ ସେ ମିସ୍ ୟୁନିଭର୍ସର ତାଜ ପିନ୍ଧିଛନ୍ତି । ସେକେଣ୍ଡ ରନର୍ସ ଅପ୍ ହୋଇଛନ୍ତି ମିସ୍ ମେକ୍ସିକୋ । ରବିବାର ସଂଧ୍ୟାରେ ଆଟଲାଣ୍ଟାରେ ଆୟୋଜିତ ଏହି ଇଭେଣ୍ଟରେ ୨୦୧୮ ମିସ ୟୁନିଭର୍ସର ବିଜେତା କାଟ୍ରିଓନା ଗ୍ରେ ଜୋଜିବିନି ତୁନଜିଙ୍କୁ ବିଶ୍ୱ ସୁନ୍ଦରୀ କ୍ରାଉନ ପିନ୍ଧାଇ ଥିଲେ । ଅନ୍ୟ ପକ୍ଷରେ ଭାରତକୁ ପ୍ରତିନିଧିତ୍ୱ କରୁଥିବା ଭର୍ତ୍ତିକା ସିଂହ ଟପ୍ ଟେନକୁ ମଧ୍ୟ ଯାଇପାରିନଥିଲେ ।

୨୬ ବର୍ଷିୟା ଜୋଜିବିନି ତୁନଜି ସାଉଥ୍ ଆଫ୍ରିକାର ଟିସୋଲୋର ବାସିନ୍ଦା । ଜେଣ୍ଡର ବେସ୍ ଭାଓଲାନ୍ସକୁ ଦୃଢ଼ ବିରୋଧ କରିବା ସହ ଏହି ସଂପର୍କିତ କ୍ୟାମ୍ପେନ୍ ଗୁଡ଼ିକରେ ସେ ସାମିଲ ଅଛନ୍ତି । ସେ ପେଶାରେ ଜଣେ ଆଡଭୋକେଟ  ।

https://twitter.com/i/status/1203872106125156354

ତେବେ ଜୋଜିବିନିଙ୍କୁ ପଚରାଯାଇଥିବା ନିର୍ଣ୍ଣାୟକ ପ୍ରଶ୍ନଟି ହେଉଛି,’ ଆଜିକା ଦିନରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଜିନିଷ କଣ ଯାହା ଆପଣ ଝିଅ ମାନଙ୍କୁ ଶିଖାଇବାକୁ ଚାହିଁବେ ?’ ତେବେ ଏହାର ଉତ୍ତରରେ ଜୋଜିବିନି କହିଥିଲେ ଯେ, ‘ଲିଡରସିପ୍ ସବୁଠୁ ଶକ୍ତିଶାଳୀ ଜିନିଷ ଯାହା ବର୍ତ୍ତମାନ ଆମେ ଯୁବା ମହିଳା ମାନଙ୍କୁ ଶିଖାଇବା ଦରକାର ।‘

ଜୋଜିବିନିଙ୍କ ଏହି ଉତ୍ତରରେ ପ୍ୟାନେଲରେ ବସିଥିବା ଜଜ୍ ମାନଙ୍କୁ ଖୁବ ପସନ୍ଦ ଆସିଥିଲା ।

ଶ୍ରୀକ୍ଷେତ୍ରରେ ଉଚ୍ଛେଦ କାର୍ଯ୍ୟ ଜାରି, ବାଦବିବାଦ ପରେ ଭଙ୍ଗାହେଲା ମଙ୍ଗୁମଠ

ପୁରୀ : ଶ୍ରୀକ୍ଷେତ୍ରରେ ଗତ ୩ ତାରିଖଠାରୁ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି । ବହୁ ବାଦବିବାଦ ପରେ ଉଛେଦ ହୋଇଛି ମଙ୍ଗୁମଠ । ଗତକାଲି ସିଂହଦ୍ୱାର ସମ୍ମୁଖ ଏମାର ମଠର ବଳକା କିଛି ଅଂଶ ଉଛେଦ କରାଯାଇଥିଲା ।

ତେବେ ଆଜି ମଙ୍ଗୁମଠରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନକୁ ପ୍ରଶାସନ ପକ୍ଷରୁ ଦୁଇଟି ଜେସିବି ସାହାଯ୍ୟରେ ଭାଙ୍ଗିଦିଆଯାଇଛି । ଅନ୍ୟପଟେ ମଠର ଗାଦି ଓ ପିଣ୍ଡି ସୁରକ୍ଷିତ ରଖାଯିବା ସହ ଏହାକୁ ସୌନ୍ଦର୍ଯ୍ୟ କରଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

ବିସ୍ଥାପିତ ହୋଇଥିବା ବ୍ୟବସାୟୀଙ୍କୁ ଥଇଥାନ କରାଯିବା ସହ ବିସ୍ଥାପିତ ମାନଙ୍କୁ ଖୁବ ଶୀଘ୍ର ସହାୟତା ଯୋଗାଇ ଦିଆଯିବ ବୋଲି କହିଛି ପ୍ରଶାସନ । ତେବେ ଉଛେଦ ସ୍ଥାନରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

କଲେଜ କଲେଜ ବୁଲି ମଗାଯାଉଛି ଦାଦା ବଟି, ନଦେଲେ ମୁଣ୍ଡରେ ଲାଗୁଛି ବନ୍ଧୁକ

କଟକ : ନୂଆବର୍ଷ ପାର୍ଟି ମନାଇବାକୁ ଦାଦା ବଟି ଆଦାୟ । ବଟି ନଦେଲେ ଧମକ ସହ ମୁଣ୍ଡରେ ଲାଗୁଛି ବନ୍ଧୁକ । ଯୋର ଜବରଦସ୍ତ କରି ଦୁର୍ବୃତ୍ତମାନେ ଆଦାୟ କରୁଛନ୍ତି ଦାଦା ବଟି । ତାହା ପୁଣି କଲେଜ ପଢୁଆ ପିଲାଙ୍କ ଠାରୁ । ଧରା ପଡ଼ିବା ପରେ ୩ ଜଣଙ୍କୁ ଗିରଫ କରିଛି କଟକ ପୋଲିସ ।

ସୂଚନା ଅନୁଯାୟୀ, କଟକର ଜଣେ ଯୁବକ ଏସ.କେ ଗୁଲଜର, କଲେଜ କଲେଜ ବୁଲି ଦାଦା ବଟି ଆଦାୟ କରୁଥିଲା । ନିଜର ସହଯୋଗୀଙ୍କ ସହ ଖ୍ରୀଷ୍ଟ କଲେଜର କେତେକ ପିଲାଙ୍କୁ ଯୋର ଜବରଦସ୍ତ ଦାଦା ବଟି ଦେବାକୁ ଦେଉଥିଲା ଧମକ । କେବଳ ଧମକ ନୁହଁ ଯିଏ ବଟି ଦେଉନଥିଲା ତାକୁ ମାଡ଼ ମାରିବା ସହିତ ମୁଣ୍ଡରେ ବନ୍ଧୁକ ଲଗାଇ ଡରା ଯାଉଥିଲା ।

ଏ ନେଇ କେହି ଜଣେ କମିଶନରେଟ ପୋଲିସ ପାଖରେ ଅଭିଯୋଗ କରିଥିଲେ । ଯାହାକୁ ଆଧାର କରି କଟକ ପୋଲିସ ଏସ.କେ ଗୁଲଜର ସହିତ ୩ ଜଣ ସାଥିଙ୍କୁ ଗିରଫ କରିଛି । ଗୁଲଜର ଓ ତାର ସାଥି ମାନଙ୍କ ନାଁରେ ବିଭିନ୍ନ ସଙ୍ଗିନ ଅଭିଯୋଗ ଥିବା ଜଣାପଡିଛି । ପୋଲିସ ସେମାନଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ ସହିତ ଗୋଟିଏ ଅଫୁଟା ଗୁଳି ଜବତ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ।

ବାହାଘର ଭୋଜି ଖାଇ ଫେରୁଥିଲେ, ବାଟରେ ଛକିଥିଲା ମୃତ୍ୟୁ

ମୟୂରଭଞ୍ଜ : ବାହାଘର ଭୋଜିଖାଇ ଫେରୁଥିଲେ କିନ୍ତୁ ଘରେ ପହଞ୍ଚିପାରିଲେ ନାହିଁ । ଶୀତୁଆ ରାତିରେ ଘରକୁ ଫେରୁଥିବା ବେଳେ ରାସ୍ତାରେ ସତେ ଯେମିତି ଛକି ବସିଥିଲା ମୃତ୍ୟୁ । ଘର ପାଖାପାଖି ହୋଇସାରିଥିଲେ କିନ୍ତୁ ଦୁର୍ଘଟଣାରେ ଜୀବନ ଚାଲିଗଲା ।

ବାରିପଦା ସଦର ଥାନା ଜ୍ୟୋତିପୁର ଜଙ୍ଗଲ ରାସ୍ତାରେ ଗତକାଲି ବିଳମ୍ବିତ ରାତିରେ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଇଟାମୁଣ୍ଡିଆ ଗାଁର ଗୌତମ ମହାନ୍ତ ଓ ଅଜିତ ମହାନ୍ତ ହାତିକୋଟ ଗାଁକୁ ବିବାହ ଭୋଜିରେ ଯୋଗ ଦେବାକୁ ଯାଇଥିଲେ। ରାତି ୧୨ଟାରେ ଘରକୁ ଫେରୁଥିବା ବେଳେ, ଦୁର୍ଘଟଣା ଘଟିଥିଲା।

ପଛରେ ଆସୁଥିବା ଅଜିତଙ୍କ ସାଙ୍ଗମାନେ ସେମାନଙ୍କୁ ୧୦୮ ଆମ୍ବୁଲାନ୍ସରେ ହସ୍ପିଟାଲ ନେଇଥିଲା । ପିଆରଏମ୍ ମେଡିକାଲକୁ ଆଣିବା ପରେ ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।

କନ୍ଧମାଳରେ ଆରମ୍ଭ ହେବ ଦ୍ୱିତୀୟ ସାହିତ୍ୟ ମହୋତ୍ସବ

କନ୍ଧମାଳ: ଆରମ୍ଭ ହେବ ଦ୍ଵିତୀୟ କନ୍ଧମାଳ ସାହିତ୍ୟ ମହୋତ୍ସବ  । ପ୍ରକୃତି, ସଂସ୍କୃତି ଓ ସାହିତ୍ୟ ମଧ୍ୟରେ ଥିବା ପାରସ୍ପରିକ ସମ୍ବନ୍ଧ ବିଷୟରେ ହେବ ଆଲୋଚନା । ଆସନ୍ତା ୧୪ ଏବଂ ୧୫ ତାରିଖରୁ ଦୁଇଦିନ ଧରି ଚାଲିବ । ଓଡିଶା ଡାଏରୀ ଫାଉଣ୍ଡେସନ ଓ କଳିଙ୍ଗ ସାହିତ୍ୟ ମହୋତ୍ସବର ମିଳିତ ପ୍ରୟାସରେ ଫୁଲବାଣୀଠାରେ ଆରମ୍ଭ ହେବ ମହୋତ୍ସବ ।

କନ୍ଧମାଳ ଜିଲ୍ଲା ନିଜର ସ୍ଵତନ୍ତ୍ର ସଂସ୍କୃତି, ପ୍ରାକୃତିକ ସୌନ୍ଦର୍ଯ୍ୟ ତଥା ଏଠାକାର ଲୋକଙ୍କ ସରଳପଣିଆ ପାଇଁ ପରିଚିତ । ଏହିସବୁ ଗୁଣ ଜଣେ ଲେଖକ, ବିଚାରକ ତଥା ସାହିତ୍ୟକୁ ପ୍ରେରିତ କରିଥାଏ । ଏହି ଉତ୍ସବରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି, ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା , ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏବଂ ବିଶିଷ୍ଟ ଶିକ୍ଷାବିତ ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ସମ୍ମାନନୀୟ ଅତିଥି ଭାବେ ଯୋଗଦାନ କରିବେ ।

ଏଥିରେ ଇଂରାଜୀ ଭାଷାର ବିଶିଷ୍ଟ କବି ଜୟନ୍ତ ମହାପାତ୍ର ମାର୍ଗଦର୍ଶୀ ଅଭିଭାଷଣ ପ୍ରଦାନ କରିବେ । ଏହି ସାହିତ୍ୟ  ମହୋତ୍ସବରେ ଓଡିଶାର ଅଗ୍ରଣୀ ସାରସ୍ଵତ ଶିଳ୍ପୀ ଜୟନ୍ତ ମହାପାତ୍ର, ଅମରେଶ ପଟ୍ଟନାୟକ, ଜ୍ୟୋତି ନନ୍ଦ, ଅଧ୍ୟାପକ ବିଶ୍ଵରଞ୍ଜନ, ସୂର୍ଯ୍ୟ ମିଶ୍ର, ମୋହିତ ଚକ୍ରବର୍ତ୍ତୀ, ରବି ସ୍ଵାଇଁ, କେଦାର ମିଶ୍ର, ଆଦିତେଶ୍ଵର ମିଶ୍ର, ଅମରେଶ ବିଶ୍ଵାଳ , ମଦନ ମହାପାତ୍ର, ଗିରିଜା ପ୍ରସାଦ ମିଶ୍ର, ସୁଜିତ ପଣ୍ଡା, ରଞ୍ଜିତା ପଣ୍ଡା, ଶରତ ଆଚାର୍ଯ୍ୟ, ନରେନ୍ଦ୍ର ଭୋଇ,ପ୍ରଦୀପ କହଁର, ବିଦେଶୀ ନାୟକ, ତୀର୍ଥଯାନୀ, ମଧୁସୂଦନ ମହାପାତ୍ର, ହାଡିବନ୍ଧୁ ମହାକୁଡ, ପ୍ରକାଶ ସେନାପତି, ନିରଞ୍ଜନ ନାୟକ, ଚନ୍ଦ୍ରଶେଖର ହୋତା, ବୀରେନ୍ଦ୍ର ଦାଶ , କ୍ଷେତ୍ରବାସୀ ମାନସେଠ, ଯୋଗେଶ୍ଵର ପଣ୍ଡା, ଅନିଲ ପଣ୍ଡା ଏବଂ ଅନ୍ୟମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

 

ମାଛଧରା ଜାଲରେ ଫସିଗଲା ଅଜଗର, ପୋଖରୀରୁ ବାହାରିଲାନି ଜାଲ

ଆନ୍ଧ୍ରପ୍ରଦେଶ : ଗାଁ ପୋଖରୀରେ ଏକ ୧୨ ଫୁଟିଆ ଅଜଗରକୁ ଦେଖି ଲୋକେ ଭୟଭୀତ ହୋଇଛନ୍ତି । ଆଜି ସକାଳେ ମାଛ ଧରିବାକୁ ଜାଲ ପକାଇଥିବା ବେଳେ ଦୀର୍ଘ ସମୟ ଧରି ଫୋଖରୀରୁ ଜାଲଟି ବାହାରି ପାରି ନଥିଲା । ଏହାପରେ ଜାଲିଆଙ୍କର ସନ୍ଦେହ ହୋଇଥିଲା ।

ଧିରେ ଧିରେ ଜାଲକୁ ଟାଣି କୂଳକୁ ଆଣିବା ବେଳକୁ ଏଥିରେ ଗୋଡେଇ ହୋଇ ରହିଥିବା ଏକ ଭୟଙ୍କର ଅଜଗର ସାପ । ବାସ୍, ତାପରେ ଗାଁ ଲୋକଙ୍କୁ ସମ୍ଭାଳେ କିଏ  । ସମସ୍ତେ ଭୟଭୀତ ହୋଇ ପାଖକୁ ଆସିନଥିଲେ । ସାପଟି ଗୋଡେଇ ତୋଡେଇ ହୋଇ ବାହାରିବାକୁ ପ୍ରୟାସ କରୁଥିଲା ।

ଆନ୍ଧ୍ରପ୍ରଦେଶ ପୂଟପୂର୍ତ୍ତି ଅଞ୍ଚଳରେ ଆଜି ସକାଳେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ତେବେ ଅଜଗର ଦେଖି ବନ ବିଭାଗକୁ ତୁରନ୍ତ ଖବର ଦିଆଯାଇଥିଲା । ସ୍ନେକ୍ ହେଲ୍ପଲାଇନର ସଦସ୍ୟ ପହଞ୍ଚି  ସାପଟିକୁ ଉଦ୍ଧାର କରିଥିଲେ । ସ୍ଥାନୀୟ ଲୋକେ ଭୟରେ ଆଉ ପୋଖରୀକୁ ଯାଉନାହାନ୍ତି ।

ଦାୟିତ୍ୱ ନେବେ ନୂଆ ଡିଜିପି, ସାଇବର ଅପରାଧ ନିୟନ୍ତ୍ରଣରୁ ମହିଳା ସୁରକ୍ଷା ଯାଏଁ ଭରପୁର ରହିଛି ଚ୍ୟାଲେଞ୍ଜ

ଭୁବନେଶ୍ୱର : (ଅରୁଣ କୁମାର ସାହୁ)  ଓଡ଼ିଶା ପୋଲିସର ମୁଖ୍ୟ ତଥା ଡିଜିପି ଭାବେ ଦାୟିତ୍ୱ ନେବେ ୧୯୮୬ ବ୍ୟାଚ୍‌ର ବରିଷ୍ଠ ଆଇପିଏସ୍‌ ଅଫିସର ଶ୍ରୀ ଅଭୟ ।  ମହିଳା ଓ ଶିଶୁଙ୍କ ସୁରକ୍ଷା, ଆଇନ ଶୃଙ୍ଖଳା, ସାଇବର ଅପରାଧ, ବେଆଇନ୍ ନିଶା ଓ ବନ୍ଧୁକ କାରବାର, ମାଓବାଦୀ ଦମନ ଭଳି ଅନେକ ପ୍ରସଙ୍ଗ ତାଙ୍କ ପାଇଁ ଚ୍ୟାଲେଞ୍ଜ ହୋଇ ରହିଛି । ଏ ସବୁ ଭିତରେ ନୂଆ ପୋଲିସ୍‌ ଡିଜିଙ୍କ ପାଇଁ କଣ ବଡ଼ ଚାଲେଞ୍ଜ ରହିଛି ସେ ଉପରେ ନଜରପକାଇବା ।

୧୯୮୬ ବ୍ୟାଚର ଆଇପିଏସ୍ ଅଫିସର ଶ୍ରୀ ଅଭୟ

ଚ୍ୟାଲେଞ୍ଜ ନମ୍ବର-୧: ରାଜ୍ୟରେ ମହିଳା ଓ ଶିଶୁଙ୍କ ସୁରକ୍ଷା । ଦୁଷ୍କର୍ମ ଓ ନାରୀ ନିର୍ଯାତନା ରୋକିବା ବଡ଼ ଚ୍ୟାଲେଞ୍ଜ ।

ଚ୍ୟାଲେଞ୍ଜ ନମ୍ବର-୨: ସୋସିଆଲ ମିଡିଆ ଗୁଜବରୁ ଟେନସନ । ବିଭିନ୍ନ ପ୍ରସଙ୍ଗ ସୋସିଆଲ ମିଡଆରେ ଆସି ସମାଜ ଉପରେ ବଡ଼ ପ୍ରଭାବ ପକାଉଛି । ଯାହା ଫଳରେ ଦଙ୍ଗା ଭଳି ପରିସ୍ଥିତି ମଧ୍ୟ ଉପୁଜି ଥାଏ । ଏହାକୁ ରୋକିବା ଏକ ଚ୍ୟାଲେଞ୍ଜ ।

ଚ୍ୟାଲେଞ୍ଜ ନମ୍ବର-୩ : ମାଓ ଦମନ । ପୂର୍ବାପେକ୍ଷା ଓଡ଼ିଶାରେ ମାଓ ହିଂସା କମିଛି । ତେବେ ଆଗକୁ ନୂଆ ରଣନୀତି, ପଡ଼ୋଶୀ ରାଜ୍ୟ ସହ ଉତ୍ତମ ସମନ୍ୱୟ ଓ ଗୁଇନ୍ଦା ତଥ୍ୟ ଆଦାନପ୍ର ଦାନ କରି ମାଓ ଅପରେସନ ଡିଜିଙ୍କ ପାଇଁ ରହିବ ଟପ୍‌ ଚ୍ୟାଲେଞ୍ଜ ।

ଚ୍ୟାଲେଞ୍ଜ ନମ୍ବର-୪: ନିଶା ଓ ବନ୍ଧୁକ କାରବାର । ଓଡ଼ିଶାରେ ଚାଲିଛି ବେଆଇନ ନିଶା କାରବାର । ବ୍ରାଉନସୁଗାର ବେପାର କାୟା ମେଲୁଛି । ଗଞ୍ଜେଇ ଚାଷ ସାଙ୍ଗକୁ ନିଶା କାରବାର ଓ ବନ୍ଧୁକ କାରବାର ଉପରେ ରୋକ୍‌ ଲଗାଇବା ରହିବ ଏକ ପ୍ରମୁଖ ଚ୍ୟାଲେଞ୍ଜ । ଡେପୁଟେସନରେ ଥିବା ବେଳେ ଶ୍ରୀ ଅଭୟ ନାକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଡିଜି ଭାବେ ଦାୟିତ୍ୱରେ ଥିଲେ । ତେଣୁ ଏସବୁର ମୁକାବିଲା ତାଙ୍କ ପାଇଁ ସହଜ ହୋଇପାରେ ।

ଚ୍ୟାଲେଞ୍ଜ ନମ୍ବର-୫:  ଆଇନଶୃଙ୍ଖଳା । ରାଲି, ଧରାଣା ସାଙ୍ଗକୁ ମୌଳିକ ସମସ୍ୟାକୁ ନେଇ ବିଭିନ୍ନ ସମୟରେ ଥାନା ପୋଡ଼ା ଜଳା ଓ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥାଏ  । ଭିଭିଆଇପିଙ୍କ ଭିଜିଟ୍ ବେଳେ ସୁରକ୍ଷା ରହିବ ଆଉ ବଡ଼ ଚ୍ୟାଲେଞ୍ଜ ।

ଚ୍ୟାଲେଞ୍ଜ ନମ୍ବର-୬: ସାଇବର ଅପରାଧ । ନୂଆ ଧରଣର ସାଇବର କ୍ରାଇମ୍‌ ଟ୍ରେଣ୍ଡ ଓଡ଼ିଶାରେ ଦେଖିବାକୁ ମିଳୁଛି । ବାରମ୍ବାର ସଚେତନ କଲା ପରେ ବି ଲୋକ ଠକେଇର ଶିକାର ହେଉଛନ୍ତି । ଅନ୍ୟପଟେ ମୋ ସରକାର ଓ ୫-ଟି ଲାଗୁ ପରେ ଥାନା ସ୍ତରରେ ବ୍ୟାପକ ସ୍ୱଚ୍ଛତା ରକ୍ଷା, ଲୋକମାନେ ଉତ୍ତମ ସେବା ପାଇବା ସାଙ୍ଗକୁ ପୋଲିସର ଆଚରଣ ଓ ଉଚ୍ଚାରଣରେ କିଭଳି ଆହୁରି ପରିବର୍ତ୍ତନ ହେବ, ସେ ବି ନୂଆ ଡିଜିଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ରହିବ ।

ବରିଷ୍ଠ ଆଇପିଏସ ଶ୍ରୀ ଅଭୟ ପୂର୍ବରୁ ଓଡ଼ିଶାର ଗୁଇନ୍ଦା ନିର୍ଦ୍ଦେଶକ ରହିବା ସହ ବିଭିନ୍ନ ଜିଲ୍ଲାର ଏସ୍‌ପି ଭାବେ କାର୍ଯ୍ୟ କରିଛନ୍ତି । କେନ୍ଦ୍ରୀୟ ଡେପୁଟସନରେ ଥିବା ବେଳେ ସେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଡିଜି ଓ ହାଇଦ୍ରାବ୍ରାଦସ୍ଥିତ ଜାତୀୟ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଥିଲେ । ଏସବୁରୁ ତାଙ୍କର ଢେର୍‌ ଅଭିଜ୍ଞତା ଥିବାରୁ ସେ ସବୁ ଚାଲେଞ୍ଜକୁ ସଫଳତାର ସହ ସାମ୍ନା କରି ପାରିବେ ବୋଲି ଆଶା ରହିଛି ।

୨୮ ଦିନର ଚିକିତ୍ସା ପରେ ଘରକୁ ଫେରିଲେ ସ୍ୱର ସାମ୍ରାଗ୍ନୀ ଲତା ମଙ୍ଗେସ୍କର

ମୁମ୍ବାଇ : ଦୀର୍ଘ ୨୮ ଦିନର ଚିକିତ୍ସା ପରେ ଘରକୁ ଫେରିଛନ୍ତି ସ୍ୱର ସାମ୍ରାଗ୍ନୀ ଲତା ମଙ୍ଗେସ୍କର । ଏହି ଅବସରରେ ସେ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଦେଇଛନ୍ତି । ନଭେମ୍ବର ୧୧ ତାରିଖରେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାକୁ ଲତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ୪ ସପ୍ତାହ ଧରି ଡାକ୍ତର ତାଙ୍କର ଚିକିତ୍ସା କରିଥିଲେ ।

ଗତକାଲି ରାତିରେ ଲତା ଜିସଚାର୍ଜ ହେବା ପରେ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି ଯେ, ସମସ୍ତଙ୍କର ଶୁଭେଚ୍ଛା ଭଲପାଇବାକୁ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତାଙ୍କୁ ନିମୋନିଆ ହୋଇଥିଲା । ଡାକ୍ତର ସଂପୂର୍ଣ୍ଣ ସୁସ୍ଥ ହେବା ପରେ ଘରକୁ ଯିବାକୁ କହିଥିବା ଲତା ଉଲ୍ଲେଖ କରିଛନ୍ତି । ତେବେ ଲତାଙ୍କର ଆଶୁ ଆରୋଗ୍ୟ କାମନା କରି ସାରା ଦେଶରୁ ଶୁଭେଚ୍ଛାର ସୁଅ ଛୁଟିଥିଲା ।

ଏବେ ସେ ସଂପୂର୍ଣ୍ଣ ସୁସ୍ଧ ଅଛନ୍ତି । ୯୦ ବର୍ଷୀୟ କୋକିଳ କଣ୍ଠୀ ଏ ଯାଗୁଗରୀ କଣ୍ଠଶିଳ୍ପୀଙ୍କୁ ବହୁ ସେଲିବ୍ରିଟି ଟ୍ବିଟ୍ କରି ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।