ମାଛଧରା ଜାଲରେ ଫସିଗଲା ଅଜଗର, ପୋଖରୀରୁ ବାହାରିଲାନି ଜାଲ

ଆନ୍ଧ୍ରପ୍ରଦେଶ : ଗାଁ ପୋଖରୀରେ ଏକ ୧୨ ଫୁଟିଆ ଅଜଗରକୁ ଦେଖି ଲୋକେ ଭୟଭୀତ ହୋଇଛନ୍ତି । ଆଜି ସକାଳେ ମାଛ ଧରିବାକୁ ଜାଲ ପକାଇଥିବା ବେଳେ ଦୀର୍ଘ ସମୟ ଧରି ଫୋଖରୀରୁ ଜାଲଟି ବାହାରି ପାରି ନଥିଲା । ଏହାପରେ ଜାଲିଆଙ୍କର ସନ୍ଦେହ ହୋଇଥିଲା ।

ଧିରେ ଧିରେ ଜାଲକୁ ଟାଣି କୂଳକୁ ଆଣିବା ବେଳକୁ ଏଥିରେ ଗୋଡେଇ ହୋଇ ରହିଥିବା ଏକ ଭୟଙ୍କର ଅଜଗର ସାପ । ବାସ୍, ତାପରେ ଗାଁ ଲୋକଙ୍କୁ ସମ୍ଭାଳେ କିଏ  । ସମସ୍ତେ ଭୟଭୀତ ହୋଇ ପାଖକୁ ଆସିନଥିଲେ । ସାପଟି ଗୋଡେଇ ତୋଡେଇ ହୋଇ ବାହାରିବାକୁ ପ୍ରୟାସ କରୁଥିଲା ।

ଆନ୍ଧ୍ରପ୍ରଦେଶ ପୂଟପୂର୍ତ୍ତି ଅଞ୍ଚଳରେ ଆଜି ସକାଳେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ତେବେ ଅଜଗର ଦେଖି ବନ ବିଭାଗକୁ ତୁରନ୍ତ ଖବର ଦିଆଯାଇଥିଲା । ସ୍ନେକ୍ ହେଲ୍ପଲାଇନର ସଦସ୍ୟ ପହଞ୍ଚି  ସାପଟିକୁ ଉଦ୍ଧାର କରିଥିଲେ । ସ୍ଥାନୀୟ ଲୋକେ ଭୟରେ ଆଉ ପୋଖରୀକୁ ଯାଉନାହାନ୍ତି ।

Leave a Reply