ବାହାଘର ଭୋଜି ଖାଇ ଫେରୁଥିଲେ, ବାଟରେ ଛକିଥିଲା ମୃତ୍ୟୁ

ମୟୂରଭଞ୍ଜ : ବାହାଘର ଭୋଜିଖାଇ ଫେରୁଥିଲେ କିନ୍ତୁ ଘରେ ପହଞ୍ଚିପାରିଲେ ନାହିଁ । ଶୀତୁଆ ରାତିରେ ଘରକୁ ଫେରୁଥିବା ବେଳେ ରାସ୍ତାରେ ସତେ ଯେମିତି ଛକି ବସିଥିଲା ମୃତ୍ୟୁ । ଘର ପାଖାପାଖି ହୋଇସାରିଥିଲେ କିନ୍ତୁ ଦୁର୍ଘଟଣାରେ ଜୀବନ ଚାଲିଗଲା ।

ବାରିପଦା ସଦର ଥାନା ଜ୍ୟୋତିପୁର ଜଙ୍ଗଲ ରାସ୍ତାରେ ଗତକାଲି ବିଳମ୍ବିତ ରାତିରେ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଇଟାମୁଣ୍ଡିଆ ଗାଁର ଗୌତମ ମହାନ୍ତ ଓ ଅଜିତ ମହାନ୍ତ ହାତିକୋଟ ଗାଁକୁ ବିବାହ ଭୋଜିରେ ଯୋଗ ଦେବାକୁ ଯାଇଥିଲେ। ରାତି ୧୨ଟାରେ ଘରକୁ ଫେରୁଥିବା ବେଳେ, ଦୁର୍ଘଟଣା ଘଟିଥିଲା।

ପଛରେ ଆସୁଥିବା ଅଜିତଙ୍କ ସାଙ୍ଗମାନେ ସେମାନଙ୍କୁ ୧୦୮ ଆମ୍ବୁଲାନ୍ସରେ ହସ୍ପିଟାଲ ନେଇଥିଲା । ପିଆରଏମ୍ ମେଡିକାଲକୁ ଆଣିବା ପରେ ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।

Leave a Reply