କଲେଜ କଲେଜ ବୁଲି ମଗାଯାଉଛି ଦାଦା ବଟି, ନଦେଲେ ମୁଣ୍ଡରେ ଲାଗୁଛି ବନ୍ଧୁକ

କଟକ : ନୂଆବର୍ଷ ପାର୍ଟି ମନାଇବାକୁ ଦାଦା ବଟି ଆଦାୟ । ବଟି ନଦେଲେ ଧମକ ସହ ମୁଣ୍ଡରେ ଲାଗୁଛି ବନ୍ଧୁକ । ଯୋର ଜବରଦସ୍ତ କରି ଦୁର୍ବୃତ୍ତମାନେ ଆଦାୟ କରୁଛନ୍ତି ଦାଦା ବଟି । ତାହା ପୁଣି କଲେଜ ପଢୁଆ ପିଲାଙ୍କ ଠାରୁ । ଧରା ପଡ଼ିବା ପରେ ୩ ଜଣଙ୍କୁ ଗିରଫ କରିଛି କଟକ ପୋଲିସ ।

ସୂଚନା ଅନୁଯାୟୀ, କଟକର ଜଣେ ଯୁବକ ଏସ.କେ ଗୁଲଜର, କଲେଜ କଲେଜ ବୁଲି ଦାଦା ବଟି ଆଦାୟ କରୁଥିଲା । ନିଜର ସହଯୋଗୀଙ୍କ ସହ ଖ୍ରୀଷ୍ଟ କଲେଜର କେତେକ ପିଲାଙ୍କୁ ଯୋର ଜବରଦସ୍ତ ଦାଦା ବଟି ଦେବାକୁ ଦେଉଥିଲା ଧମକ । କେବଳ ଧମକ ନୁହଁ ଯିଏ ବଟି ଦେଉନଥିଲା ତାକୁ ମାଡ଼ ମାରିବା ସହିତ ମୁଣ୍ଡରେ ବନ୍ଧୁକ ଲଗାଇ ଡରା ଯାଉଥିଲା ।

ଏ ନେଇ କେହି ଜଣେ କମିଶନରେଟ ପୋଲିସ ପାଖରେ ଅଭିଯୋଗ କରିଥିଲେ । ଯାହାକୁ ଆଧାର କରି କଟକ ପୋଲିସ ଏସ.କେ ଗୁଲଜର ସହିତ ୩ ଜଣ ସାଥିଙ୍କୁ ଗିରଫ କରିଛି । ଗୁଲଜର ଓ ତାର ସାଥି ମାନଙ୍କ ନାଁରେ ବିଭିନ୍ନ ସଙ୍ଗିନ ଅଭିଯୋଗ ଥିବା ଜଣାପଡିଛି । ପୋଲିସ ସେମାନଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ ସହିତ ଗୋଟିଏ ଅଫୁଟା ଗୁଳି ଜବତ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ।

Leave a Reply