spot_img
Home Blog Page 7552

ଗ୍ରାଣ୍ଡ ହୟାତରେ କଂଗ୍ରେସ, ଏନସିପି ଓ ଶିବସେନା ବିଧାୟକଙ୍କ ପରେଡ୍, ନେଲେ ଶପଥ

ମୁମ୍ବାଇ: ମହାରାଷ୍ଟ୍ରରେ ଚାଲିଛି ମହାନାଟକ । ଫ୍ଲୋର ଟେଷ୍ଟ ନେଇ ସୁପ୍ରିମକୋର୍ଟ ରାୟ ଦେବା ପୂର୍ବରୁ ଆଜି ସନ୍ଧ୍ୟାରେ ଶକ୍ତି ପ୍ରଦର୍ଶନ କରିଛନ୍ତି ୩ ଦଳ । କଂଗ୍ରେସ, ଏନସିପି ଓ ଶିବସେନାର ୧୬୨ ବିଧାୟକ ଗ୍ରାଣ୍ଡ ହୟାତରେ ଗଣମାଧ୍ୟମ ଆଗରେ ପରେଡ କରିଛନ୍ତି । ସମସ୍ତ ବିଧାୟକ ଏକାଠି ଥିବା ନେଇ ଶପଥ ନେଇଛନ୍ତି ।

କଣ ଶପଥ ନେଲେ ବିଧାୟକ ?

ଆମେ ସମସ୍ତ ବିଧାୟକ ଶରଦ ପାୱାର, ଉଦ୍ଧବ ଠାକରେ ଓ ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ ପରିଚାଳିତ । ମୁଁ ଦଳ ପ୍ରତି ବିଶ୍ୱାସଘାତକତା କରିବି ନାହିଁ କି କାହାରି ଦ୍ୱାରା ପ୍ରଭାବିତ ହେବିନାହିଁ । ମୁଁ ଏମିତି କିଛି କରିବି ନାହିଁ ଯାହାଦ୍ୱାରା ବିଜେପିକୁ ଲାଭି ମିଳିବ ବୋଲି ୩ ଦଳର ବିଧାୟକ ଶପଥ ନେଇଛନ୍ତି ।

ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ବିଜେପି ପାଖରେ ଆବଶ୍ୟକ ବହୁମତ ୧୪୫ ବିଧାୟକ ନାହାଁନ୍ତି । ଏହାକୁ ପ୍ରମାଣ କରିବାକୁ ଯାଇ ଗ୍ରାଣ୍ଡ ହୟାତରେ କଂଗ୍ରେସ, ଏନସିପି ଓ ଶିବସେନାର ବିଧାୟକ ପରେଡ୍ କରିଛନ୍ତି । ଏଥିସହ ସୁପ୍ରିମକୋର୍ଟ ବହୁମତ ସାବ୍ୟସ୍ତ କରିବା ପାଇଁ ନିର୍ଦ୍ଦେଶ ଦେଲେ ଆମେ ପ୍ରସ୍ତୁତ ଥିବା କହିଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର ।

ଅନ୍ୟପଟେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍ ଆଜି ଡାକିଥିବା ଏକ ବୈଠକରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଉପସ୍ଥିତ ନଥିଲେ । ତାଙ୍କ ପାଇଁ ଉଦ୍ଧିଷ୍ଟ ଚୌକି ଖାଲି ପଡ଼ିଥିଲା । ଏହାକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି ।

ଗଞ୍ଜାମ ଜିଲ୍ଲାର ବିଦ୍ୟାଳୟରେ ଆରମ୍ଭ ହେଲା ପାଣି ପାଇଁ ଘଣ୍ଟି କାର୍ଯ୍ୟକ୍ରମ

0

ବ୍ରହ୍ମପୁର: ମଧ୍ୟାହ୍ନ ଭୋଜନ ବିରତି ଭଳି ପାଣି ପିଇବା ପାଇଁ ସ୍କୁଲରେ ବାଜିବ ଘଣ୍ଟି । ସଭିଏଁ ରହିବେ ସୁସ୍ଥ । ସୁସ୍ଥ ସମାଜ ଗଠନରେ ଛାତ୍ରଛାତ୍ରୀ ଓ ଯୁବପିଢ଼ି ସୁସ୍ଥ ରହିବା ନିହାତି ଆବଶ୍ୟକ । ଏହି କଥାକୁ ଭଲ ଭାବେ ବୁଝିଛନ୍ତି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଆଜି ଠାରୁ ଜିଲ୍ଲାରେ ଆରମ୍ଭ ହୋଇଛି ବିଦ୍ୟାଳୟରେ ପାଣି ପାଇଁ ଘଣ୍ଟି କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମକୁ ବ୍ରହ୍ମପୁର ଭିଭିଗିରି ବାଳିକା ବିଦ୍ୟାଳୟରେ ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଏହି ଅବସରରେ ଜିଲ୍ଲାପାଳ ବିଦ୍ୟାଳୟକୁ ୨ ଶହ ପାଣି ବୋତଲ ଦାନ କରିଛନ୍ତି ।

ସୁସ୍ଥ ଶରୀର ପାଇଁ ଜଳର ଆବଶ୍ୟକତା ଜରୁରୀ । କିନ୍ତୁ ବିଦ୍ୟାଳୟରେ ଗୁଡ଼ିକରେ ଏହାକୁ ଗୁରୁତ୍ୱ ଦିଆଯାଉ ନାହିଁ । ଅନେକ ସମୟରେ ଛାତ୍ରଛାତ୍ରୀ ମାନେ ପାଣି ପିଇବାରେ ଅବହେଳା କରୁଛନ୍ତି । ଫଳରେ ଅନେକ ସମୟରେ ବିଭିନ୍ନ ରୋଗ ଶରୀରକୁ ଗ୍ରାସ କରୁଛି । ତେଣୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପିଲା ପ୍ରଚୁର ପରିମାଣରେ ପାଣି ପିଇ ସୁସ୍ଥ ରହିପାରିବେ ।ବିଦ୍ୟାଳୟରେ ପାଠ ପଢ଼ା ଭିତରେ ୩ ଥର ପିଲାମାନେ ପାଣି ପିଇବେ । ଏଥିଲାଗି ସମୟ ମଧ୍ୟ ନିର୍ଘଣ୍ଟ ହୋଇଛି । ପ୍ରଥମେ ସକାଳ ୧୧ଟା ୪୦ରେ ପ୍ରଥମ ୱାରଟ ବେଲ୍ ବାଜିବ । ଦ୍ୱିତୀୟରେ ୧ ଘଣ୍ଟା ୩୦ରେ ସେକେଣ୍ଡ ବେଲ ଶେଷରେ ତୃତୀୟ ବେଲ ଅର୍ଥାତ ଶେଷ ବେଲ ତିନିଥର ବାଜିବ, ଆଉ ପିଲାମାନେ ପାଣି ପିଇବେ । ଏହି ସମୟକୁ ଜିଲ୍ଲାର ସମସ୍ତ ବିଦ୍ୟାଳୟ ମାନିବାକୁ ବାଧ୍ୟ । ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ ମହାନଗର ନଗମ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ଓ ଜିଲ୍ଲା ଶିକ୍ଷାଧିକାରୀ ସନାତନ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ।

ପୋଲିସ କବ୍‌ଜାରେ ମୋଷ୍ଟ ଓ୍ୱାଣ୍ଟେଡ ନଣ୍ଡା ଓ ନାଲୁ

0

ଭୁବନେଶ୍ୱର: କମିଶନରେଟ ପୋଲିସ କବଜାରେ ମୋଷ୍ଟ ଓ୍ୱାଣ୍ଟେଡ ନଣ୍ଡା ଓ ନାଲୁ । ୨ ଜଣଙ୍କୁ ଭୁବନେଶ୍ୱରୁ ଗିରଫ କରିଛି ସ୍ପେଶାଲ ସ୍କ୍ୱ।ଡ୍ । ଭୁବନେଶ୍ୱର ଉପକଣ୍ଠରେ ଥିବା ନିଛାଟିଆ ଘରକୁ ନଣ୍ଡା ଓ ନାଲୁ ଟାର୍ଗେଟ କରୁଥିଲେ। ଦିନରେ ରେକି କରିବା ପରେ ରାତିରେ ଗ୍ରୀଲ ଓ ଝରକା ତାଡ଼ି ଲୁଟ କରୁଥିଲେ। ୨ କୁଖ୍ୟାତ ହେଲେ ପୁରୀ ଜିଲ୍ଲା ଅସ୍ତରଙ୍ଗର ନିରଞ୍ଜନ ସ୍ୱାଇଁ ଓ ନାଲୁ ସ୍ୱାଇଁ ।

ସେମାନଙ୍କୁ ଠାରୁ ୭୦ ଗ୍ରାମ ସୁନା ଓ ୧୫୦ଗ୍ରାମ ରୁପା ଜବତ କରିଛି ପୋଲିସ । ଲୁଟ ସମୟରେ ବାଧା ଦେଲେ  ଲୋକମାନଙ୍କୁ ମରଣାନ୍ତକ ଆକ୍ରମୃଣ କରିବାକୁ ପଛାଉ ନଥିଲେ। ନଣ୍ଡା ଓ ନାଲୁ ଏପରକି ଚୋରି କରିବା ସମୟରେ ଦୁଷ୍କର୍ମ କରିବାକୁ ପଛେଇ ନଥିବା ପୋଲିସ ପାଖରେ ଅଭିଯ଼ୋଗ ହୋଇଛ । ସୋମବାର ଦୁଇ ଜଣଙ୍କୁ ଭୁବନେଶ୍ୱର ଧଉଳି, ଖଣ୍ଡଗିରି, ବାଲିଆନ୍ତା ଓ ଅସ୍ତରଙ୍ଗ ଥାନାରେ ହୋଇଥିବା ୧୧ଟି ମାମଲାରେ ପୋଲିସ ଗରିଫ କରି କୋର୍ଟ ଚାଲାଣ କରିଛି। ପୂର୍ବରୁ ଏହି ଦୁଇ ଜଣଙ୍କ ନାମରେ ମାଳ ମାଳ ଅପରାଧିକ ମାମଲା ରହିଛି। ନଣ୍ଡା ଓ ନାଲୁ ନାମରେ ବିଭିନ୍ନ ଥାନରେ ୪୮ଟି ମାମଲା ରହିଛି।

ଏହି ୨ଜଣ ବାରମ୍ବାର ପୋଲିସ ହାତରେ ଗିରଫ ହୋଇ ଜେଲ ଯାଇଛନ୍ତି। ୨ଜଣଙ୍କର ଅପରାଧ ନେଟୱାର୍କ ବେଶ ଲମ୍ବା ଥିବାରୁ ଅଧିକା ଛାନଭିନ କରିବା ପାଇଁ ରିମାଣ୍ଡରେ ଆଣିବ କମିଶନରେଟ ପୋଲିସ।  ୨ ଜଣଙ୍କ ନାମରେ ୬୦ରୁ ଅଧିକ ଅପରାଧିକ ମାମଲା ଥିବାରୁ ୧୧୦ରେ ବୁକ କରିବା ଯିବାକୁ ଯ଼ୋଜନା କରା ଯାଉଥିବା ଭୁବନେଶ୍ୱର  ଡିସିପି ଅନୁପ କୁମାର ସାହୁ ସୂଚନା ଦେଇଛନ୍ତି।

ZEEL ଅଧ୍ୟକ୍ଷ ପଦ ଛାଡ଼ିଲେ ସୁଭାସ ଚନ୍ଦ୍ରା

0

ମୁମ୍ବାଇ: ଜୀ ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜ୍ ଲିମିଟେଡର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ମିଡିଆ ଟାଇକୁନ୍ ସୁଭାସ ଚନ୍ଦ୍ରା । ଆଜି ଜୀ ଏଣ୍ଟରଟେନମେଣ୍ଟ ବୋର୍ଡ ସୁଭାସ ଚନ୍ଦ୍ରାଙ୍କ ଇସ୍ତଫାପତ୍ର ଗ୍ରହଣ କରିଛନ୍ତି । ଏ ନେଇ ସୂଚନା ଦେଇଛନ୍ତି ZEELର କଂପାନୀ ସେକ୍ରେଟାରୀ ତଥା ଚିଫ୍ କମ୍ପ୍ଲାଏନ୍ସ ଅଫିସର ଏମ. ଲକ୍ଷ୍ମୀନାରାୟଣ ।

ସେବିର ଲିଷ୍ଟିଂ ରେଗୁଲେସନ୍-୩୦ ଅନୁସାରେ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜକୁ ନିର୍ଦ୍ଦେଶକ ପରିବର୍ତ୍ତନ ସଂକ୍ରାନ୍ତୀୟ ସୂଚନା କଂପାନୀ ପକ୍ଷରୁ ପ୍ରଦାନ କରାଯାଇଛି । ସୁଭାସ ଚନ୍ଦ୍ରା ନନ୍ ଏକ୍ସିକ୍ୟୁଟିଭ୍ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବେ । ଜୀ ବୋର୍ଡ ପକ୍ଷରୁ ୬ ଜଣ ସ୍ୱାଧୀନ ନିର୍ଦ୍ଦେଶକଙ୍କୁ ନିଯୁକ୍ତ କରାଯାଇଛି । ସେୟାର ହୋଲଡରଙ୍କ ଅନୁମତି ପରେ ଏସବୁ କାର୍ଯ୍ୟକାରୀ କରାଯାଇଥିଲା ।

୨୦ ନଭେମ୍ୱରରେ ଏସେଲ୍ ଗ୍ରୁପ୍ ପକ୍ଷରୁ କୁହାଯାଇଥିଲା ଯେ, ଏହାର ବକେୟା ଆର୍ଥିକ ଚୁକ୍ତି ପାଇଁ କଂପାନୀ ୧୬.୫ ପ୍ରତିଶତ ଷ୍ଟକ୍ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛି ।

ବ୍ୟବସାୟୀଙ୍କ ଠାରୁ କ୍ରୀଡ଼ାବିତ ଯାଏଁ ଠକେଇର ଶିକାର: ପଢ଼ନ୍ତୁ କେମିତି ଠକୁଥିଲା ହାଇଟେକ୍‌ ଠକ

0

ଭୁବନେଶ୍ୱର (ଅରୁଣ କୁମାର ସାହୁ): ସ୍ମାର୍ଟ ସିଟିର ସ୍ମାର୍ଟ ଠକ।  ଫୋନ କଲରେ ଲୋକଙ୍କ ଠାରୁ ଲୁଟୁଥିଲା ଲକ୍ଷାଧିକ ଟଙ୍କା । ଏଭଳି ଏକ ହାଇପ୍ରୋଫାଇଲ ଠକ୍‌କୁ ବାନ୍ଧିଛି କମିଶନରେଟ୍‌ ପୋଲିସ । ହାଇପ୍ରୋଫାଇଲ ଠକ୍‌ ଜଣଙ୍କ ହେଉଛନ୍ତି ଭୁବନେଶ୍ୱର ସୌମ୍ୟଜିତ ତ୍ରିପାଠୀ।

ଦେଖିବାକୁ ପୂରା ସାଧା ସିଧ, ହେଲେ କାମରେ ପୂରା ଧୃତ । ଜବ୍‌ ପ୍ରୋଫାଇଲ ହେଉଛି ଗୁଗଲ ଏଡୱାର୍ଡସର ଓଡିଶା ସିଏମଆର ହେଡ । ଠକେଇ ପାଇଁ ଫୋନରେ ବିଜନେସମ୍ୟାନଙ୍କୁ କରୁଥିଲେ ଟାର୍ଗେଟ। ପୋଲିସ ସୂଚନା ଅନୁସାରେ ସୌମ୍ୟଜିତ ତ୍ରିପାଠୀ ନିଜକୁ ଯାଜପୁରର ପ୍ରୋଜେକ୍ଟ ଡାଇରେକ୍ଟର ପରିଚୟ ଦେଇ ସହିଦ ନଗର ଜଣେ ଇଲେକ୍ଟ୍ରି ଗେଜେଟର ମାଲିକ ନିକୁଞ୍ଜ ଖେମାନିଙ୍କୁ କଲ୍‌ କରିଥିଲେ । ଅଫିସ ପାଇଁ  ଆଇଫୋନ ଓ ଓପୋ ମୋବାଇଲ ଦରକାର ବୋଲି କହିଥିଲେ। ମାଲିକ ନିକୁଞ୍ଜ ଖେମେନି ସୌମ୍ୟଜିତ୍‌ଙ୍କ କଥାକୁ ବିଶ୍ୱାସ କରି ବିନା କୌଣସି ଯାଞ୍ଚରେ ମୋବାଇଲ ଦେବାକୁ ରାଜି ହୋଇଥିଲେ । କିନ୍ତୁ ଯାଜପୁର ଡେଲିଭରି ଦେବା ପାଇଁ ମନା କରିବାରୁ ଖଣ୍ଡଗିରିକୁ କିଛି କର୍ମଚାରୀ ରିସଭ କରିବା କଥା କହି ନିଜେ ଏହି ଦାମୀ ମୋବାଇଲ ରିସିଭ କରିଥିଲେ ସୌମ୍ୟଜିତ । ଆଉ ପରବର୍ତ୍ତୀ ସମୟରେ ନିକୁଞ୍ଜ  ଟଙ୍କା ମାଗିବାରୁ ଆଉ ଫୋନ ରିସିଭ କରି ନଥିଲେ।

ସୌମ୍ୟଜିତ ତ୍ରିପାଠୀଙ୍କ ନାମରେ ସହିଦନଗର ଥାନାରେ ଏତଲା ପରେ ସହିଦ ନଗର ପୋଲିସ ଓ ସ୍ପେଶାଲ ସ୍କ।ଡ ଆରମ୍ଭ କରିଥିଲା ଖୋଳତାଡ । ସୌମ୍ୟଜିତ କେବଳ ଡିଆରଡିଓ ନୁହେଁ ନିଜକୁ କମର୍ସିଆଲ ଅଫିସର ଓ ଗୁଗଲ ଏଡୱାର୍ଡସର ଓଡିଶାର ସିଏମଆର ହେଡ କହି ଫୋନ କରି ଲୋକଙ୍କୁ ଲଗାଉଥିଲେ ଚୂନ। ଲଗାଉଥିବା ତଦନ୍ତ ବେଳେ ଜଣାପଡ଼ିଛି  । ସୌମ୍ୟଜିତ ନିଜର ପରଚିୟ ବଦଳାଇ ତାଙ୍କ ବାପା ବିପିନ ତ୍ରାପାଠୀ ନାମରେ ଏଭଳି ଅନେକ ଲୋକଙ୍କୁ ଠକିଛନ୍ତି ।

ଆଉ ଏଭଳି ଠକେଇର ଶିକାର ହୋଇଛନ୍ତି ଜାତୀୟ ସ୍ତରର କରାଟେ ଭାଲିନା ଭାୱେଣ୍ଟିନ । ଘଟଣାମୁତାବକ  ସୌମ୍ୟଜିତ ଗୋଟିଏ ଆପେଲ ଫୋନକୁ କିଣ ଦାମ୍‌ଠାରୁ ୧୦ ହଜାର ଟଙ୍କା କମ୍‌ରେ ଦେବାକୁ କହି ତାଙ୍କ ଠାରୁ ଟଙ୍କା ନେଇଥିଲା । ଆପେଲ ମୋବାଇଲର ଅପରେସନ ପାଇଁ ବାରକୋଡର ଆବଶ୍ୟକ ପଡୁଥିବାରୁ କାଗଜପତ୍ରର ଆବଶ୍ୟକ ରହୁଥିଲା। ଏ ନେଇ କାଗଜପତ୍ର ମାଗିବାରୁ ଫୋନ ରିସିଭ କି ଧରାଛୁଆଁ ଦେଉନଥିଲା ଠକ। ଭାଲିଙ୍କ ଠାରୁ କେବଳ ମୋବାଇଲ ପାଇଁ ନୁହେଁ , ସ୍ତ୍ରୀ ଦେହ ଖରାପ ଅଛି କହି ୩ ଲକ୍ଷ ଟଙ୍କା ଧାର ନେଇ ଟଙ୍କା ଦେଉନଥିବା ମଧ୍ୟ ଅଭିଯ଼ୋଗ ହୋଇଛି ।

ଭାଲିନା ଭାୱେଣ୍ଟିନ

କେବଳ ସେତିକି ନୁହେଁ ଅନେକ ଲୋକଙ୍କୁ ମୋବାଇଲ  ଓ ଲାପଟପ ଦେବା ପାଇଁ କହି ଲକ୍ଷାଧିକ ଟଙ୍କା ଠକେଇ କରିଥିବା  ସ୍ପେଶାଲ ସ୍କ।ଡ ଜାଣିବାକୁ ପାଇଛି । ୩ଟି ମାମାଲାରେ ସୌମ୍ୟଜିତ ଠାରୁ  ୫ଟି ଆଇଫୋନ, ଗୋଟିଏ ଓପୋ, ଲାପଟପ, ପ୍ରିଣ୍ଟର ଓ କମ୍ପ୍ୟୁଟର ସିଷ୍ଟମ ଜବତ କରିଛି ପୋଲିସ।

ଠକ ସୌମ୍ୟଜିତଙ୍କ ବିରୋଧରେ ଠକେଇ ଅଭିଯ଼ୋଗ ସଂଖ୍ୟା ବଢୁଥିବାରୁ ତାଙ୍କୁ ରିମାଣ୍ଡରେ ଆଣିବ କମିଶନରେଟ ପୋଲିସ। ଅନ୍ୟପଟେ, ସାବଧାନ ହୋଇ ଯାଆନ୍ତୁ, ଆଉ ଏଭଳି  ଫୋନ କଲ ଠାରୁ ଦୂରେଇ ରହନ୍ତୁ, ନ ହେଲେ ଆପଣଙ୍କ ପକେଟରୁ ଟଙ୍କା ହୋଇ ଯିବ ଗାଏବ ।

ଆନ୍ଧ୍ର ସହ ପୋଲାଭରମକୁ ବିରୋଧ କରୁଛନ୍ତି ୪ ରାଜ୍ୟର ଆଦିବାସୀ

0

ମାଲକାନଗିରି: ଆନ୍ଧ୍ରର ପୋଲାଭରମ ପ୍ରକଳ୍ପକୁ ପୁଣି ବିରୋଧ । ତେଜିଲା ଆନ୍ଦୋଳନ । ଏକାଠି ହେଲେ ୪ ରାଜ୍ୟର ହଜାର ହଜାର ଆଦିବାସୀ । ଆନ୍ଧ୍ରର ଚିନ୍ତୁରରେ ଓଡ଼ିଶା, ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ଓ ତେଲଙ୍ଗାନା ରାଜ୍ୟର ଅଖିଳ ଭାରତ ଆଦିବାସୀ ମହାସଂଘ ପକ୍ଷରୁ ବିରାଟ ଜନ ସମାବେଶ ହୋଇଛି । ସମାବେଶରେ ଯୋଗଦେଇ ପୋଲାଭରମ ପ୍ରକଳ୍ପକୁ ବିରୋଧ କରିଛନ୍ତି ୪ ରାଜ୍ୟର ଆଦିବାସୀ ।ପୂର୍ବ ଡିଜାଇନ୍ ଅନୁଯାୟୀ ପୋଲାଭରମ ଡ୍ୟାମ ନିର୍ମାଣ ହେଲେ ୪ ରାଜ୍ୟର ଶତାଧିକ ଗାଁ ଜଳମଗ୍ନ ହେବ । ବୁଡ଼ିଯିବ ହେକ୍ଟର ହେକ୍ଟର ଚାଷ ଜମି । ମାଲକାନଗିରି ସହ ପଡ଼ୋଶୀ ଛତିଶଗଡ଼ ସୁକମ ଜିଲ୍ଲାର ସବୁଜ ବନାନୀ ମଧ୍ୟ ଲୋପ ପାଇଯିବ । ଉଭୟ ରାଜ୍ୟର କୋୟା ଆଦିବାସୀ ଭିଟା ମାଟି ହରାଇବେ ବୋଲି ଅଭିଯୋଗ କରିବା ସହ ପ୍ରକଳ୍ପକୁ ବିରୋଧ କରିଛନ୍ତି ।

ସବୁ ରେକର୍ଡ ଭାଙ୍ଗି ୪୦ ହଜାର ୮ଶହ ଟପିଲା ସୂଚକାଙ୍କ

0

ମୁମ୍ବାଇ : ସେୟାର ମାର୍କେଟ ପାଇଁ ଆଜିର ସୋମବାର ଥିଲା ବମ୍ପର ଡେ । ସେୟାର ମାର୍କେଟରେ ୫୩୦ ପଏଣ୍ଟ ବୃଦ୍ଧି ପାଇ ୪୦ ହଜାର ୮୮୯ରେ ବନ୍ଦ ହୋଇଛି ବଜାର। କାରବାର ଆରମ୍ଭରୁ ମାର୍କେଟରେ ଉତ୍ସାହ ଦେଖିବାକୁ ମିଳିଥିଲା । ଦିପହରରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ) ସେନସେକ୍ସ ୪୦,୯୩୧.୭୧ ସହ ଅଲ ଟାଇମ୍ ହାଇ ରେକର୍ଡ କରିଥିଲା । ଯାହା ସେନସେକ୍ସ ଇତିହାସରେ ପ୍ରଥମ ଘଟଣା । ତା ସହ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ) ୧୬୪.୬୦ ପଏଣ୍ଟ ସହ ୧୨,୦୭୯ରେ ବନ୍ଦ ହୋଇଥିଲା ।

ଲଗାତର ଦୁଇଦିନର ମାନ୍ଦାବସ୍ଥା ପରେ ସୋମବାର କାରବାର ସବୁଜ ସଙ୍କେତ ସହ ଖୋଲିଥିଲା । କାରବାର ଆରମ୍ଭରୁ ସବୁ ସେକ୍ଟରରେ ଜୋରଦାର ଖରିଦଦାରି ଦେଖିବାକୁ ମିଳିଥିଲା । ତେବେ ଷ୍ଟକ ମାର୍କେଟରେ ହଠାତ ଏଭଳି ବୃଦ୍ଧି ହେବାର ବିଭିନ୍ନ କାରଣ ରହିଛି ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ସେଥିମଧ୍ୟରୁ ଆମେରିକା-ଚୀନ ମଧ୍ୟରେ ଟ୍ରେଡ୍ ଡିଲର ସମ୍ଭାବନା, ବିଶ୍ୱ ବଜାରରୁ କାରବାରର ସକରାତ୍ମକ ସଙ୍କେତ ସହ ସବୁ ସେକ୍ଟରରେ ଭଲ କିଣାବିକା ପାଇଁ ସେନସେକ୍ସ ସବର୍କାଳୀନ ରେକର୍ଡ କରିବାରେ ସକ୍ଷମ ହୋଇଛି ।

ତେବେ ଏହି ସପ୍ତାହ ପାଇଁ ନିବେଶକଙ୍କୁ ବିଶେଷ ଧ୍ୟାନ ଦେବାକୁ ପଡିବ । ମହାରାଷ୍ଟ୍ର ରାଜନୈତିକ ହାଲଚାଲ ଉପରେ ରହିବ ସବୁଠାରୁ ବେଶି ଧ୍ୟାନ । ଏ ସବୁ ପରେ ମଧ୍ୟ ଏହି ସପ୍ତାହରେ ସେୟାର ବଜାରର ଏହି ବୃଦ୍ଧି ଜାରି ରହିପାରେ । ତେବେ ବିଶେଷକରି ବ୍ୟାକିଂ କ୍ଷେତ୍ରରେ ବଡ଼ ନିବେଶ ଦେଖିବାକୁ ମିଳିଥିଲା । ଆକ୍ସିସ ବ୍ୟାଙ୍କ, ଏଚଡିଏଫସି ଓ ରିଲାଏନ୍ସ ଗ୍ରୁପ୍ ଭଲ ନିବେଶ କରିଛନ୍ତି ।