ଖେଳାଳିଙ୍କ ପାଇଁ ଆସିଲା ଖାଇବା ତାଲିକା, ଜାଣନ୍ତୁ ହୋଟେଲ ତରଫରୁ କ’ଣ ଅଛି ମେନୁରେ

ଭୁବନେଶ୍ୱର: ଆସନ୍ତା ୨୨ ତାରିଖରେ ବାରବାଟୀରେ ବହୁ ପ୍ରତୀକ୍ଷିତ ଦିନିକିଆ। ଏଥିପାଇଁ ଭାରତ ଓ ୱେଷ୍ଟଇଣ୍ଡିଜ୍ ଦଳ ରାଜଧାନୀ ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି । ଭୁବନେଶ୍ୱର ମେ ଫେୟାର ହୋଟେଲରେ ଗୁରୁବାର ଠାରୁ ସୋମବାର ପର୍ଯ୍ୟନ୍ତ ଦୀର୍ଘ ୫ ଦିନ ଧରି ରହିବେ ୨ ଦେଶର ଖେଳାଳି । ତେଣୁ, ଖେଳାଳିଙ୍କ ଖାଦ୍ୟପେୟ ଉପରେ ହୋଟେଲ୍ ପକ୍ଷରୁ ବିଶେଷ ଦୃଷ୍ଟି ଦିଆଯାଇଛି ।ହୋଟେଲର ମୁଖ୍ୟ ସେଫଙ୍କ ସୂଚନା ଅନୁସାରେ ୱେଷ୍ଟଇଣ୍ଡିଜ ଦଳର ଖେଳାଳିଙ୍କ ମେନ୍ୟୁରେ ରହିବ ଅଧିକାଂଶ ନନଭେଜ୍ ଖାଦ୍ୟ । ଅନ୍ୟପଟେ ଭାରତୀୟ ଖେଳାଳିଙ୍କ ମେନ୍ୟୁରେ ନନଭେଜ୍ ସହ ଭେଜ୍ ଖାଦ୍ୟ ରହିବ । ଉଭୟ ଦେଶର ଖେଳାଳିଙ୍କୁ ସ୍ୱତନ୍ତ୍ର ଭାବେ କିଛି ଓଡ଼ିଆ ଖାଦ୍ୟ ପରଷାଯିବ । ସେପଟେ ସମସ୍ତ ଖାଦ୍ୟ କମ୍ ମସଲା ଓ କମ ତେଲରେ ତିଆରି ହେବ । ହୋଟେଲ୍ ସେଫଙ୍କ ଅନୁସାରେ ଉଭୟ ଦେଶର ଖେଳାଳିଙ୍କ ମେନୁରେ ରୋଷ୍ଟ ଚିକେନ, ଦେଶୀ ଚିକେନ ଝୋଳ, ମଟନ କରି, ଚିଙ୍ଗୁଡ଼ି ଓ ପାମ୍ପ୍ଲେଟ୍ ମାଛ ଭଳି ଆମିଷ ଖାଦ୍ୟ ରହିବ । ସେହପିରି ନିରାମିଷରେ ଡାଲମା, ବଟର ପନିର, ବଡ଼ିଚୁରା, ଛତୁ ବେସର ଓ ଶାଗ ସ୍ୱତନ୍ତ୍ର ଭାବେ ପରଷାଯିବ ।ଏଥିସହ ଓଡ଼ିଶାର ପାରମ୍ପରିକ କଂସା ଓ ପିତ୍ତଳ ଥାଳି, ଗ୍ଲାସ ସାଙ୍ଗକୁ ଚାମଚରେ ଖାଦ୍ୟ ପରଷା ଯିବାର ବ୍ୟବସ୍ଥା କରାଯାଇଛି । ଖେଳାଳିଙ୍କ ପାଇଁ ସ୍ୱତନ୍ତ୍ର ମେନୁ ଆସି ସାରିଛି ଯାହକୁ ନେଇ ହୋଟେଲ ପକ୍ଷରୁ ଖାଦ୍ୟ ପ୍ରସ୍ତୁତି କରାଯାଉଛି।ବ୍ରେକ୍‌ଫାଷ୍ଟ: ଟୋଷ୍ଟେଡ୍‌ ବ୍ରେଡ, ଡ୍ରାଏ ଫ୍ରୁଟ୍ସ, କଟ୍‌ ଫ୍ରୁଟ୍ସ, କ୍ଷୀର, ଦହି, ଜୁସ୍‌, ପଇଡ଼ ପାଣି, ସୁଗାର ଫ୍ରି ଜାମ୍‌, ଇଡ୍‌ଲି, ଦୋସା, ସମ୍ବର, ଚଟଣି, ଚା’, କଫି, ଅମ୍‌ଲେଟ, ଅଳ୍ପ ତେଲ ଓ ମସଲାଯୁକ୍ତ ଚିକେନ୍ ତରକାରୀ ପ୍ରସ୍ତୁତ ରହିବ ।ଡିନର୍: ୩ ପ୍ରକାରର ଚାଉଳର ଭାତ, ରୁଟି, ଗ୍ରୀନ୍‌ ସାଲାଡ, ସିଝା ଅଣ୍ଡା, ଗ୍ରୀଲ୍‌ଡ ଚିକେନ, ଦେଶୀ କୁକୁଡ଼ା ଝୋଳ, ତନ୍ଦୁରୀ ଚିକେନ୍, ଗ୍ରୀଲ୍‌ଡ ମାଛ, ମଟନ କରି, ଚିଙ୍ଗୁଡ଼ି ଓ ପାମ୍ପ୍ଲେଟ୍ ମାଛ, ଡାଲି, ତଡ଼କା, ପନିର, ଦିୱାନି ଦମ୍‌ କି ହାଣ୍ଡି, ସମ୍ବର, ପାମ୍ପଡ଼, ଆମ୍ବ ଆଚାର, ଦହି, ରାଇତା ଖାଇବା ପାଇଁ ତାଲିକା ଆସିଛି ।

Leave a Reply