ଗରମ ପାଣିରେ ଗାଧୋଇଲେ ଶରୀରରେ ଦେଖାଯାଏ ଏଭଳି ସମସ୍ୟା ।

ଶୀତଦିନ ଗରମ ପାଣିରେ ଗାଧୋଇବା ଏକ ସାଧାରଣ କଥା । କିନ୍ତୁ ଆପଣମାନେ ଜାଣନ୍ତି ଗରମ ପାଣି ଦେହ ପାଇଁ କେତେ ହୀତକର । ଗରମ ପାଣିରେ ଗୋଧୋଇଲେ ଦେହକୁ ଆରାମ ମିଳେ ସତ କିନ୍ତୁ ଏହା ଦେହ ପାଇଁ ଆଦୌ ହୀତକର ନୁହେଁ । ଥରେ ଯଦି ଗରମପାଣିରେ ଗାଧୋଇବା ଆରମ୍ଭ କରିଦେବେ ତା’ହେଲେ ଥଣ୍ଡାପାଣିରେ ଗାଧୋଇବାକୁ ଇଚ୍ଛା ହେବ ନାହିଁ। ମୁଖ୍ୟତଃ ଗରମ ପାଣିରେ ଗାଧୋଇଲେ କିଛି ସମୟ ପାଇଁ ଫୂର୍ତ୍ତି ବା ଆରାମ ଅନୁଭବ ହୋଇଥାଏ। କିନ୍ତୁ ପ୍ରାୟ ସମୟରେ ଗରମ ପାଣିରେ ଗାଧୋଇଲେ ଏହା ଶରୀରକୁ କ୍ଷତି ପହଞ୍ଚାଇବା ସହ ତ୍ୱଚା ନମନୀୟତା ଉପରେ ପ୍ରଭାବ ପଡ଼ିଥାଏ।

ତ୍ୱଚାରେ ଆର୍ଦ୍ରତା: ନିୟମିତ ଭାବେ ଗରମପାଣିରେ ଗାଧୋଇବା ଦ୍ୱାରା ଶରୀର ନମନୀୟତା ହରାଇ ତ୍ୱଚା ଆର୍ଦ୍ର ହୋଇଯାଏ। ବିଶେଷକରି ସମ୍ବେଦନଶୀଳ ତ୍ୱଚା ଥିବା ବ୍ୟକ୍ତି ଗରମପାଣିରେ ଗାଧୋଇବା ଉଚିତ ନୁହେଁ।

ସଂକ୍ରମଣ ଭୟ: ଅତ୍ୟଧିକ ଗରମପାଣିରେ ଗାଧୋଇଲେ ଶରୀରରୁ ପ୍ରାକୃତିକ ତୈଳ ଶେଷ ହୋଇଯିବାରୁ ଆଲର୍ଜି ଓ ସଂକ୍ରମଣ ଭଳି ରୋଗ ହେବାର ଭୟ ଅଧିକ ରହିଥାଏ।

ପ୍ରଜନନ ଉପରେ ପ୍ରଭାବ: ଏକ ଗବେଷଣା ଅନୁସାରେ ଦୀର୍ଘ ଦିନ ପର୍ଯ୍ୟନ୍ତ ଗରମପାଣିରେ ଗାଧୋଇବା ଦ୍ୱାରା ଏହା ପୁରୁଷଙ୍କ ପ୍ରଜନନ କ୍ଷମତା ଉପରେ ପ୍ରଭାବ ପକାଇଥାଏ। ଯେଉଁମାନଙ୍କର ପ୍ରଜନନ ସମ୍ପନ୍ଧୀୟ କିଛି ସମସ୍ୟା ରହିଛି, ସେମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଗରମପାଣିରେ ଗାଧୋଇବା ମନା।


ଆଳସ୍ୟ ଅନୁଭବ: ଏଥିରେ ଗାଧୋଇବା ଦ୍ୱାରା ପ୍ରଥମେ ଶରୀରକୁ ବହୁ ଆରାମ ଅନୁଭବ ହୋଇଥାଏ। କିନ୍ତୁ ପରେ ଆଳସ୍ୟ ଅନୁଭବ ହେବା ସହ ନିଦ ଲାଗିଥାଏ। କିନ୍ତୁ ଥଣ୍ଡାପାଣିରେ ଗାଧୋଇଲେ ପୂରା ଦିନ ଫୂର୍ତ୍ତି ଅନୁଭବ ହୋଇଥାଏ।

ତ୍ୱଚାରେ ରିଙ୍କିଲ୍ସ: ଯଦି ବୟସ ପୂର୍ବରୁ ମୁହଁରେ ରିଙ୍କିଲ୍ସ ନ ପଡ଼ିବା ପାଇଁ ଚାହୁଁଛନ୍ତି ତେବେ ଗରମପାଣିରେ ଆଦୌ ଗାଧାନ୍ତୁ ନାହିଁ। କାରଣ ଗରମ ପାଣି ଶରୀରର ପ୍ରାକୃତିକ ତୈଳକୁ ଶେଷ କରିଦେଇଥାଏ। ଏହାଦ୍ୱାରା ମୁହଁରେ ଖୁବ୍‌ଶୀଘ୍ର ରିଙ୍କିଲ୍ସ ପଡ଼ିଯାଇଥାଏ।

କେଶ ଝଡ଼ିବା: ଏହା କେଶ ପାଇଁ ବହୁ ହାନିକାରକ ହୋଇଥାଏ। ଗରମ ପାଣିରେ ମୁଣ୍ଡ ଧୋଇଲେ ସ୍କଲ୍ପ ଆର୍ଦ୍ର ହୋଇଯାଏ। ଫଳରେ କେଶ ଝଡ଼ିବା ଆରମ୍ଭ ହୋଇଥାଏ।

Leave a Reply