spot_img
Home Blog Page 7546

ଡିଏଭି ପୋଖରୀପୁଟର ବାର୍ଷିକ ଉତ୍ସବ ‘ମେରାକି’

0

ଭୁବନେଶ୍ୱର: ଉଦ୍‍ଯାପିତ ହୋଇଯାଇଛି ଡିଏଭି ପୋଖରୀପୁଟର ବାର୍ଷିକ ଉତ୍ସବ ‘ମେରାକି’ । ପାରମ୍ପରିକ ରୀତିରେ ବେଦମନ୍ତ୍ର ପାଠ ପରେ ଡିଏଭି ଗାନ କରାଯାଇଥିଲା । ମୁଖ୍ୟଅତିଥିଙ୍କ ଦ୍ୱାରା ଶୁଭ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ସମୂହ ସଂଗୀତ ଗାନ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଉତ୍ସବରେ ମୁଖ୍ୟ ଅତିଥିରୂପେ ଉଚ୍ଚ ନ୍ୟାୟାଳୟର ବିଚାରପତି ଶ୍ରୀଯୁକ୍ତ ଦେବବ୍ରତ ଦାଶ ଯୋଗଦେଇ ବିଦ୍ୟାର୍ଥୀଙ୍କୁ ପୂର୍ଣ୍ଣ ସ୍ୱାଧୀନତା ପ୍ରଦାନ କରାଯାଇ ଶୃଙ୍ଖଳିତ କରାଯାଉ । ସେ ତା’ର ଶୈଶବକୁ ଉପଯୁକ୍ତ ଭାବରେ ଉପଭୋଗ କରିବାର ସୁଯୋଗ ଲାଭ କରୁ ବୋଲି କହିଥିଲେ । ବିଦ୍ୟାଳୟ ପରିଚାଳନା ସମିତିର ଚେୟାରମ୍ୟାନ୍‍ ଶ୍ରୀଯୁକ୍ତ ମଦନମୋହନ ପଣ୍ଡା ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ ।ସ୍ୱାଗତ ଅଭିଭାଷଣରେ ବିଦ୍ୟାର୍ଥୀମାନେ ଶିକ୍ଷକତା ବୃତ୍ତିକୁ ଭବିଷ୍ୟତରେ ଆପଣାଇ ସୁସ୍ଥ ସମାଜ ଗଠନ କରିବାରେ ସହାୟକ ହେବାପାଇଁ ଆହ୍ୱାନ ଦେଇଥିଲେ । ଡିଏଭି ବିଦ୍ୟାଳୟ ସମୂହ-୧ର ଆଞ୍ଚଳିକ ଅଧିକାରୀ ଡ. କେ. ସି. ଶତପଥୀ ୪-ଜି ଅର୍ଥାତ୍‍ ମୋବାଇଲର ସଦ୍‍ବ୍ୟବହାର, ଶୃଙ୍ଖଳିତ ଜୀବନଯାପନ, ଶ୍ରେଣୀକକ୍ଷରେ ନିୟମିତ ଉପସ୍ଥାନ ଓ ମଟର ସାଇକଲ ବ୍ୟବହାର ନ କରିବାକୁ ବିଦ୍ୟାର୍ଥୀମାନଙ୍କୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ଡ. ସୁଜାତା ଚଳିତ ବର୍ଷର ବିବିଧ କାର୍ଯ୍ୟକ୍ରମ ତଥା କୃତିତ୍ୱ ସମ୍ବନ୍ଧୀୟ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ପ୍ରତିଭା ସମ୍ପନ୍ନ ଛାତ୍ରଛାତ୍ରୀ, ଦଶମ ଓ ଦ୍ୱାଦଶ ଶ୍ରେଣୀର ଶିକ୍ଷାଦାନ କରୁଥିବା ବିଭିନ୍ନ ବିଭାଗର ଶିକ୍ଷକ ଶିକ୍ଷୟିତ୍ରୀ ତଥା କାର୍ଯ୍ୟାଳୟ କର୍ମକର୍ତ୍ତା ଅଶୋକ କୁମାର ସାହୁଙ୍କୁ ନିଜର କର୍ମ ନିପୁଣତା ପାଇଁ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟର ସାଂସ୍କୃତିକ ବିଭାଗର ଇନା ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ବରିଷ୍ଠ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା ମଙ୍ଗରାଜ ।ଉକ୍ତ କାର୍ଯ୍ୟକ୍ରମରେ ଡିଏଭି ୟୁନିଟ୍‍-୮ ଅଧ୍ୟକ୍ଷା, ଡିଏଭି କଳିଙ୍ଗନଗରର ଅଧ୍ୟକ୍ଷଙ୍କ ସହ ଡିଏଭି ବିଦ୍ୟାଳୟ ସମୂହ -୧ ର ଅଧିକାଂଶ ଅଧ୍ୟକ୍ଷା ଅଧ୍ୟକ୍ଷ, ଶିକ୍ଷୟିତ୍ରୀ ଶିକ୍ଷକ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ପ୍ରାୟ ୬୦୦ ବିଦ୍ୟାର୍ଥୀଙ୍କ ଦ୍ୱାରା ଆକର୍ଷଣୀୟ ମନୋରଞ୍ଜନଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମକୁ ୩୦୦୦ରୁ ଊର୍ଦ୍ଧ୍ୱ ଦର୍ଶକ ମନଭରି ଉପଭୋଗ କରି କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ପାୟଲ କି ଝଙ୍କାର, ନବରସ୍‍-ଏକ୍‍ ଅନୁଭୂତି, ପଞ୍ଜାବ-ଦି-ରୋନକ, ୱେଷ୍ଟନ୍‍ ସ୍ୱାଗ୍‍, ଓଡିଆ ନାଟକ – ଭିନ୍ନ ଏକ ଗାନ୍ଧୀ, ଅଗ୍ରଗଣ୍ୟ, ତୁଟ୍‍-ତା-ତାରା ଆଦି କାର୍ଯ୍ୟକ୍ରମ ଚିତ୍ତାକର୍ଷକ ଶୈଳୀରେ ଶିଶୁଶିଳ୍ପୀମାନେ ପରିବେଷଣ କରି ଦର୍ଶକମାନଙ୍କୁ ବିମୁଗ୍ଧ କରିଥଲେ ।

ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ ପାଇଁ ଭୁବନେଶ୍ୱରରୁ ବାରବାଟୀକୁ ସ୍ୱତନ୍ତ୍ର ବସ୍ ସେବା

ଭୁବନେଶ୍ୱର: ବାରବାଟୀ ଦିନିକିଆ ପାଇଁ ମୋ ବସ୍ ସେବା । କ୍ରୁଟ୍ ପକ୍ଷରୁ ଭୁବନେଶ୍ୱରରୁ ବାରବାଟୀକୁ ସ୍ୱତନ୍ତ୍ର ବସ୍ ସେବା ଯାଗୋଇ ଦିଆଯାଇଛି । ମୋଟ ୨୦ଟି ବସ୍ ଦର୍ଶକଙ୍କୁ ବାରବାଟୀ ଷ୍ଟାଡିୟମ ନେବା ପାଇଁ ନିୟୋଜିତ ହୋଇଛି । ବରମୁଣ୍ଡାରୁ ୧୦ଟି ଓ ମାଷ୍ଟର କ୍ୟାଣ୍ଟିନରୁ ୧୦ଟି ଲେଖାଏ ବସ୍ ବାରବାଟୀ ଯାଉଛି ।ମ୍ୟାଚ୍ ସରିବା ପରେ ବସ୍ ରାତିରେ ବାରବାଟୀ ଷ୍ଟାଡିୟମ୍ ନିକଟରୁ ଦର୍ଶକଙ୍କୁ ଭୁବନେଶ୍ୱର ଆଣିବା ପାଇଁ ବ୍ୟବସ୍ଥା କରାଯାଇଛି । ଅଧିକ ଭିଡ଼କୁ ଦୃଷ୍ଟିରେ ରଖି ୧୦ଟି ବସକୁ ରିଜର୍ଭ ରଖାଯାଇଛି । ଆବଶ୍ୟକସ୍ଥଳେ ବସକୁ ବ୍ୟବହାର କରାଯିବ । ବସ୍ ଦର୍ଶକଙ୍କୁ ଷ୍ଟାଡିୟମର ୯୦୦ ମିଟର ଦୂରରେ ଛାଡ଼ିବ ।ଏନେଇ କ୍ରୁଟର ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋର୍ଥାଙ୍କ ସୂଚନା ଦେଇଛନ୍ତି । ଯାତ୍ରୀଙ୍କ ପାଇଁ ଭୁବନେଶ୍ୱରରୁ ବାରବାଟୀ ଷ୍ଟାଡିୟମ ଭଡ଼ା ରହିଛି ୩୦ ଟଙ୍କା । ଏଥିସହ କ୍ରିକେଟପ୍ରେମୀଙ୍କ ପାଇଁ ସେଲ୍ଫି ଜୋନ୍ କରାଯାଇଛି ।

ଗଞ୍ଜାମ: ଶେରଗଡ଼ ମାରୁଡ଼ି ଛକରେ ଦୁର୍ଘଟଣା । ବାଇକ୍ ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା, ଯୁବକ ଗୁରୁତର । ଆମ୍ବୁଲାନ୍ସକୁ ଅପେକ୍ଷା ନକରି ଆହତଙ୍କୁ ନିଜ ଗାଡ଼ିରେ ନେଇ ହିଞ୍ଜିଳି ମେଡିକାଲରେ ଭର୍ତ୍ତି କଲେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।

ଗଞ୍ଜାମ: ଶେରଗଡ଼ ମାରୁଡ଼ ଛକରେ ଦୁର୍ଘଟଣା । ବାଇକ୍ ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା, ଯୁବକ ଗୁରୁତର । ଆମ୍ବୁଲାନ୍ସକୁ ଅପେକ୍ଷା ନକରି ଆହତଙ୍କୁ ନିଜ ଗାଡ଼ିରେ ନେଇ ହିଞ୍ଜିଳି ମେଡିକାଲରେ ଭର୍ତ୍ତି କଲେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।

କଟକ: ଖୋଲିଲା ବାରବାଟୀ ଷ୍ଟାଡିୟମ ଗେଟ୍ । ଷ୍ଟାଡିୟମ ପ୍ରବେଶ ବେଳେ ଦର୍ଶକଙ୍କୁ ତନ୍ନତନ୍ନ ଯାଞ୍ଚ । କୌଣସି ଖାଦ୍ୟ, ପାଣି ବୋତଲ କି ବ୍ୟାଗ ଓ କଏନ ନେଇ କାହାରିକୁ ଭିତରକୁ ଛଡ଼ାଯାଉନି । ନିଜେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରୁଛନ୍ତି ପୋଲିସ କମିଶନର ।

କଟକ: ଖୋଲିଲା ବାରବାଟୀ ଷ୍ଟାଡିୟମ ଗେଟ୍ । ଷ୍ଟାଡିୟମ ପ୍ରବେଶ ବେଳେ ଦର୍ଶକଙ୍କୁ ତନ୍ନତନ୍ନ ଯାଞ୍ଚ । କୌଣସି ଖାଦ୍ୟ, ପାଣି ବୋତଲ କି ବ୍ୟାଗ ଓ କଏନ ନେଇ କାହାରିକୁ ଭିତରକୁ ଛଡ଼ାଯାଉନି । ନିଜେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରୁଛନ୍ତି ପୋଲିସ କମିଶନର ।

ଅଫିସରଙ୍କୁ ନୂଆ ବର୍ଷ ଭେଟି, ୪୭ ଆଇପିଏସ୍‌ ଓ ଆଇଏଏସ୍‌ଙ୍କୁ ପଦୋନ୍ନତି

0

ଭୁବନେଶ୍ୱର: ନୂଆବର୍ଷରେ ଅଫିସରଙ୍କୁ ରାଜ୍ୟ ସରକାରଙ୍କ ଉପହାର । ୪୭ ଆଇପିଏସ୍‌ ଓ ଆଇଏଏସ୍‌ଙ୍କୁ ମିଳିଛି ପଦୋନ୍ନତି । ୧୬ ଜଣ ଆଇପିଏସ୍‌ଙ୍କୁ ପଦୋନ୍ନତି ଦିଆଯାଇଛି । ୧୯୯୫ ବ୍ୟାଚର ୩ ଜଣ ଆଇପିଏସ୍‌ଙ୍କୁ ଏଡିଜି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି । ରାଧାକ୍ରିଷ୍ଣ ଶର୍ମା, ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ, ସନ୍ତୋଷ ବାଲାଙ୍କୁ ଏଡିଜି ପାହ୍ୟାକୁ ପଦୋନ୍ନତି କରାଯାଇଛି । ୨୦୦୨ ବ୍ୟାଚର ୨ ଜଣ ଆଇପିଏସ୍‌ ଅଫିସର ଆଇଜି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି ।ଅମିତ୍ରେନ୍ଦ୍ର ନାଥ ସିହ୍ନା ଓ ନରସିଂହ ଭୋଳ ଆଇଜି ସ୍ତରକୁ ପଦୋନ୍ନତି ହୋଇଛନ୍ତି । ୨୦୦୬ ବ୍ୟାଚର ୫ ଜଣ ଆଇପିଏସ୍‌ ଡିଆଇଜି ପାହ୍ୟ।କୁ ପଦୋନ୍ନତି ପାଇଛନ୍ତି । ଅନିରୁଦ୍ଧ ସିଂହ, ଅନୁପ କୁମାର ସାହୁ, ଅମ୍ରିତା ଦାସ, ଅନୁପ କ୍ରିଷ୍ଣା, ସୁଧା ସିଂହ ଡିଆଇଜି ପାହ୍ୟ।କୁ ପଦୋନ୍ନତି ପାଇଛନ୍ତି । ୨୦୦୭ ବ୍ୟାଚର ଆଇପିଏସ୍‌ ସାର୍ଥକ ଷଡଙ୍ଗୀ, ଅବିନାଶ କମୁ।ର, ନୀତି ଶେଖର ଓ ପଣ୍ଡିତ ରାଜେଶ ଉତ୍ତମରାଓ ସିଲେକ୍ସନ ଗ୍ରେଡକୁ ପଦୋନ୍ନତି ପାଇଛନ୍ତି ।ସେହଭିଳି ୨୭ ଜଣ ଆଇଏଏସ୍‌ଙ୍କୁ ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର । ୧୯୯୫ ବ୍ୟାଚର ଆଇଏଏସ୍‌ ଅଫିସର ହେମନ୍ତ ଶର୍ମା, ବିଷ୍ଣୁପଦ ସେଠୀ, ଚିତ୍ର ଅରମୁଗମ୍‌ ଓ ସୁଶୀଲ କୁମାର ଲୋହାନିଙ୍କୁ ସରକାର ପ୍ରମୁଖ ସଚିବ ପାହ୍ୟାକୁ ପଦୋନ୍ନତି ମିଳିଛି । ଏହାସହ ଭୁବନେଶ୍ୱର ଡିସିପି ମଧ୍ୟ ବଦଳିବା ସମ୍ଭାବନା ରହିଛି । ପରବର୍ତ୍ତୀ ଡିସିପି ହୋଇପାରନ୍ତି ବୌଦ୍ଧର ପୂର୍ବତନ ଏସ୍‌ପି ସୁଧାଂଶୁ ଶେଖର ମିଶ୍ର ।

ବଲାଙ୍ଗିର: ଲୋଇସିଂହା ବ୍ଲକ ଯୋଗୀସୁର୍ଡା ପଞ୍ଚାୟତ ଗୁଞ୍ଜିଭଟ୍ଟା ଗାଁରେ ଅଗ୍ନିକାଣ୍ଡ । ବିକ୍ରି ପାଇଁ ଗଚ୍ଛିତ ଥିବା ୨ ଶହ କ୍ୱିଣ୍ଟାଲ ଧାନରେ ଲାଗିଲା ନିଆଁ । ଅଗ୍ନିଶମ ବାହିନୀ ଦ୍ୱାରା ନିଆଁ ଆୟତ୍ତ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ । ଗାଁର ତିନିଜଣ ଚାଷୀ ବିକ୍ରି ପାଇଁ ଧାନ ରଖିଥିଲେ ।

ବଲାଙ୍ଗିର: ଲୋଇସିଂହା ବ୍ଲକ ଯୋଗୀସୁର୍ଡା ପଞ୍ଚାୟତ ଗୁଞ୍ଜିଭଟ୍ଟା ଗାଁରେ ଅଗ୍ନିକାଣ୍ଡ । ବିକ୍ରି ପାଇଁ ଗଚ୍ଛିତ ଥିବା ୨ ଶହ କ୍ୱିଣ୍ଟାଲ ଧାନରେ ଲାଗିଲା ନିଆଁ । ଅଗ୍ନିଶମ ବାହିନୀ ଦ୍ୱାରା ନିଆଁ ଆୟତ୍ତ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ । ଗାଁର ତିନିଜଣ ଚାଷୀ ବିକ୍ରି ପାଇଁ ଧାନ ରଖିଥିଲେ ।

ପର୍ଯ୍ୟଟନସ୍ଥଳୀର ବିକାଶ ସହ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ବ୍ଲୁପ୍ରିଣ୍ଟ

0

ଭୁବନେଶ୍ୱର: ରାଜ୍ୟରେ ବ୍ୟାପକ କରାଯିବ ଟୁରିଜିମ୍ ପୋଲିସିଂ ବ୍ୟବସ୍ଥା । କଡ଼ାକଡ଼ି ହେବ ପର୍ଯ୍ୟଟକଙ୍କ ସୁରକ୍ଷା । ପୋଲିସକୁ ଏଥିପାଇଁ ସ୍ୱତନ୍ତ୍ର ତାଲିମ୍‌ ଦିଆଯିବ । ଏବେ ପିକ୍‌ନିକ୍‌ ଋତୁରେ ସବୁ ପର୍ଯ୍ୟଟନସ୍ଥଳୀରେ ଭିଡ଼ ଜମୁଥିବା ବେଳେ ଅସାମାଜିକ କାର୍ଯ୍ୟକଳାପ ଅଭିଯୋଗ ଆସୁଛି । ତେଣୁ, ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।ଓଡ଼ିଶାରେ ୩୦୦ରୁ ଅଧିକ ପର୍ଯ୍ୟଟନସ୍ଥଳୀ ରହିଛି । କେଉଁଠି ପ୍ରାକୃତିକ ପରିବେଶ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ତ ଆଉ କେଉଁଠି ମନ୍ଦିରର କାରୁକାର୍ଯ୍ୟ ପାଲଟିଛି ଆକର୍ଷଣ । କିଛି ସ୍ଥାନରେ ବର୍ଷ ତମାମ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହୁଛି । କିନ୍ତୁ ସବୁ ପର୍ଯ୍ୟଟନସ୍ଥଳୀରେ ଆବଶ୍ୟକ ସଂଖ୍ୟକ ସୁରକ୍ଷାକର୍ମୀ ନାହାନ୍ତି ।ପର୍ଯ୍ୟଟନସ୍ଥଳୀର ବିକାଶ ସହ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ଟୁରିଜିମ୍ ପୋଲିସିଂକୁ ବ୍ୟାପକ ଓ ଅଧିକ ସକ୍ରିୟ କରାଯିବ । ପର୍ଯ୍ୟଟକଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ ପାଇଁ ସେମାନଙ୍କୁ ବିଭିନ୍ନ ବିଭାଗର ସମନ୍ୱୟରେ ପ୍ରଶିକ୍ଷଣ ଦିଆଯାଉଥିବା ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କହିଛନ୍ତି ।ଓଡ଼ିଶାରେ ଟୁରିଷ୍ଟ ପୋଲିସିଂ ୨୦୧୫ରୁ ଆରମ୍ଭ ହୋଇଛି । ଟୁରିଷ୍ଟ ପୋଲିସ ବ୍ୟବସ୍ଥା କିପରି କାର୍ଯ୍ୟ କରିବ, ସେନେଇ ରିପୋର୍ଟ ପ୍ରଦାନ ପାଇଁ ରାଜ୍ୟ ସରକାର ଏକ କମିଟି ଗଠନ କରିଥିଲେ । ଏବେ ରିପୋର୍ଟ ଅନୁସାରେ ପଦକ୍ଷେପ ନିଆଯିବ ।

ଶୀତ ଦିନେ କେମିତି କରିବେ ଡାଇବେଟିସର ସାମ୍ନା ?

ଡାଇବେଟିସ ଏମିତି ଏକ ରୋଗ ଯାହା ଘରେ ଘରେ ଦେଖାଦେଇଥାଏ । ପିଲାଠୁ ବୁଢା ସବୁ ବର୍ଗର ଲୋକଙ୍କୁ ଡାଇବେଟିସ ରୋଗ ହେବା ଏକ ସାଧାରଣ କଥା ହୋଇଗଲାଣି। ଗୋଟେ ରିପୋର୍ଟରୁ ଜଣାପଡ଼ିଛି ଭାରତରେ ପ୍ରାୟ ଅଧାରୁ ଅଧିକ ଲୋକ ଏହି ରୋଗରେ ଆକ୍ରାନ୍ତ ।

 

ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ବହୁ ପ୍ରକାର ମେଡ଼ିସିନ ସହ କେତକ ଘରୋଇ ଉପଚାର ମଧ୍ୟ ଆପଣାଇବାକୁ ପଡ଼ିଥାଏ । କେତେବେଳେ ଖାଦ୍ୟପେୟରେ କଟକଣା ତ କେତେବେଳେ ଇନ୍‌ସୁଲିନ୍‌ ନେବାକୁ ପଡ଼ିଥାଏ। ତେବେ ଶୀତଦିନେ ଏପରି କିଛି ଜିନିଷ ମିଳିଥାଏ ଯାହାକୁ ମଧୁମେହ ରୋଗୀ ଖାଇବା ଜରୁରୀ। ଅନ୍ୟପକ୍ଷେ ଏହି ଜିନିଷ ମଧୁମେହକୁ ନିୟନ୍ତ୍ରଣ କରିଥାଏ।

କମଳା: ଆମେରିକା ଡାଇବେଟିଜ୍‌ ଆସେସ୍‌ମେଣ୍ଟ ଅନୁଯାୟୀ ଲେମ୍ବୁ, କମଳା ଆଦି ଫଳ ଖାଇଲେ ରକ୍ତରେ ଶର୍କରା ପରିମାଣ କମ୍‌ ହୋଇଥାଏ। ଫଳରେ ମଧୁମେହ ନିୟନ୍ତ୍ରିତ ହୋଇଥାଏ।

ନାସପତି: ଏଥିରେ ଏକ ଉଲ୍ଲେଖନୀୟ ପୋଷଣ ରହିଛି । ଏହି ଫଳରେ ପୋଟାସିୟମର ଭାଗ ଅଧିକ ଥିବା ବେଳେ ସୋଡ଼ିୟମର ଭାଗ କମ୍ ରହିଥାଏ । ଏବଂ ଏହି ଫାଇବର ଓ ଭିଟାମିନର ଭଣ୍ଡାର ।

ଗାଜର: ଶୀତଦିନେ ଗାଜର ଅଧିକ ପରିମାଣରେ ମିଳିଥାଏ। ଏହି ଦିନଗୁଡିକରେ ଗାଜର ଜୁସ୍‌ ଓ ଗାଜରରେ ପ୍ରସ୍ତୁତ ହାଲ୍‌ଓ୍ବା(ବିନା ଚିନି) ମଧୁମେହ ରୋଗୀ ଖାଇବା ଫଳରେ ଏହା ରକ୍ତରେ ସୁଗାର ମାତ୍ରା କମ୍‌ କରାଇଥାଏ।

ଡାଳଚିନି: ଏହା ପାଚନତନ୍ତ୍ରକୁ ଶକ୍ତ କରିବା ସହ ରକ୍ତରେ ଶର୍କରା ମାତ୍ରାକୁ ମଧ୍ୟ କମାଇଥାଏ।

ସେଓ: ଏହି ଫଳରେ ବିଶେଷ ପ୍ରକାର ଆଣ୍ଟି-ଅକ୍ସିଡେଣ୍ଟ ରହିଥାଏ । କୁହାଯାଏ ଏହା ରକ୍ତରେ ସର୍କରା ବିନିୟମିତତା କରେ ଏବଂ ଏହା ଶରୀରରେ ପଚନ ପ୍ରକ୍ରିୟା ନିୟନ୍ତ୍ରଣରେ ରହିଥାଏ ।

ପିଜୁଳି: ପ୍ରାୟ ସବୁ ମାସରେ ଏହା ବଜାରରେ ମିଳୁଥିବା ବେଳେ ଲୋକେ ଏହାକୁ ଶୀତଦିନେ ଅଧିକ ଖାଇବାକୁ ପସନ୍ଦ କରିଥାନ୍ତି। ଏହା ମଧୁମେହ ନିୟନ୍ତ୍ରଣ କରିଥାଏ।

ଅଙ୍ଗୁରୁ: ଅଙ୍ଗୁର ଏହା ରକ୍ତରେ ଶର୍କରାର ପ୍ରବନ୍ଧରେ ଫାଇଦା ଦିଏ । ଏହା ଦେହକୁ ସୁସ୍ଥ ରଖିବା ସହ ଡାଇବେଟିସର ନିୟନ୍ତ୍ରଣ କରିଥାଏ ।

ଦବଙ୍ଗ ୩ ଲିକ୍ ! ଜାଣନ୍ତୁ କେଉଁ ୱେବସାଇଟ୍ ଲିକ୍ କଲା ସଲମାନଙ୍କ ଫିଲ୍ମ ?

ବଲିଉଡ଼ର ଭାଇଜାନଙ୍କ ଫିଲ୍ମ ଦବଙ୍ଗ ୩ ଗତ ଶୁକ୍ରବାର ରିଲିଜ୍ ହୋଇଯାଇଛି । ଦବଙ୍ଗ ୧,୨ୟ ଭାଗ ପରେ ଦବଙ୍ଗ ୩ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିବ ବୋଲି ନିର୍ମାତା ଆସା ରଖିଛନ୍ତି । କିନ୍ତୁ ଫିଲ୍ମ ନିର୍ମାତାଙ୍କ ପାଇଁ ଏବେ ଏକ ଖରାପ ଖବର ଆସିଛି। ଦବଙ୍ଗ ୩ ଅନଲାଇନରେ ଲିକ୍ ହୋଇଥିବା ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, ଫିଲ୍ମ ଦବଙ୍ଗ ୩ ଅନଲାଇନରେ ଲିକ୍ ହୋଇଛି  ଓ  ଏହା ଅବୈଧ ଭାବରେ ଡାଉନଲୋଡ କରିବା ପାଇଁ ମଧ୍ୟ ଉପଲବ୍ଧ ରହିଛି । ତେବେ ଏହି ଫିଲ୍ମକୁ ତାମିଲ ରକର୍ସ ନାମକ ଏକ ୱେବସାଇଟ୍ ଲିକ୍ କରିଥିବା ଅଭିଯୋଗ ହୋଇଛି। ଫିଲ୍ମ ଏଯାଏଁ ୧୫୦ କୋଟି ଆୟ କରିଥିବା ବେଳେ ଫିଲ୍ମ ଲିକ୍ ହେବା ପରେ କଲେକ୍ସନ ଉପରେ ପ୍ରଭାବ ପଡ଼ିବ ବୋଲି କୁହାଯାଉଛି । ତାମିଲ ରକର୍ସ ନାମକ ଏକ ୱେବସାଇଟ୍ ବଡ଼ ବଜେଟ୍ ଥିବା ଫିଲ୍ମ ଗୁଡିକୁ ଲିକ୍ କରିଛି । ସାହୋ, ୨.୦, ବାଲା ଭଳି ଫିଲ୍ମ ଗୁଡିକୁ ଲିକ୍ କରି ସାରିଛି ।

ଫିଲ୍ମ କଥା କହିବାକୁ ଗଲେ ଦବଙ୍ଗ ୩ ପ୍ରଭୁ ଦେବାଙ୍କ ଦ୍ଵାରା ନିର୍ଦ୍ଦେଶିତ ଏବଂ ସଲମାନ ଖାନଙ୍କ ବ୍ୟାନର ତଳେ ସଲମା ଖାନ, ଅରବାଜ ଖାନ ତଥା ନିଖିଲ ଦ୍ଵିବେଦୀଙ୍କ ଦ୍ଵାରା ନିର୍ମିତ।

ବାରବାଟୀରେ ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ଶୃଙ୍ଖଳାର ନିର୍ଣ୍ଣାୟକ ଲଢ଼େଇ

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଆରମ୍ଭ ହେବ ବାରବାଟୀ ବ୍ୟାଟେଲ୍ । ଜମିଲାଣି ଭିଡ଼, ବଢ଼ିଲାଣି ଉତ୍କଣ୍ଠା । ଭାରତ-ୱେଷ୍ଟଇଣ୍ଡିଜ୍ ୩ ଟିକିଆ ଶୃଙ୍ଖଳାର ଅନ୍ତିମ ବା ନିର୍ଣ୍ଣାୟକ ଲଢ଼େଇର ସାକ୍ଷୀ ରହିବ ବାରବାଟୀ । ଟ୍ରଫି ଟକ୍କର ଲାଗି ପଡ଼ିଆ, ପିଚ୍ ଓ ଗ୍ୟାଲେରୀ ପୂରା ପ୍ରସ୍ତୁତ ହୋଇ ରହିଛି । ଉଭୟ ଦଳ ୧-୧ ସ୍ଥିତିରେ ରହିଥିବାରୁ ଆଜିର ମ୍ୟାଚ୍ ଗୁରୁତ୍ୱ ରଖୁଛି ।ଗତକାଲି ସକାଳେ ଭାରତ, ସନ୍ଧ୍ୟାରେ କ୍ୟାରବିୟାନ ଟିମ୍ ବାରବାଟୀରେ ଅଭ୍ୟାସ୍ କରିଥିଲେ । ଆଜି ମ୍ୟାଚ୍ ଖେଳିବେ । ୱେଷ୍ଟଇଣ୍ଡିଜ୍ ଜିତିଲେ ଦୀର୍ଘଦିନ ପରେ ଭାରତରେ ଶୃଙ୍ଖଳା ବିଜୟର ସ୍ୱାଦ ଚାଖିବ । ଅନ୍ୟପକ୍ଷେ ଭାରତ ବିଜୟୀ ହେଲେ ଲଗାତାର ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଘରୋଇ ଦଳର ଏହା ହେବ ୧୦ମ ଶୃଙ୍ଖଳା ବିଜୟ ।ଆଜିର ମହାମୁକାବିଲା ପାଇଁ ଦ୍ୱୈତ ନଗରୀରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ଦିନ ୧.୩୦ରେ ମ୍ୟାଚ ହେବାକୁ ଥିବାବେଳେ ସକାଳୁ ସକାଳୁ ବାରବାଟୀରେ ଗହଳି ଦେଖିବାକୁ ମିଳିଲାଣି । କିଏ ଟିମକୁ ଚିଅର ଅପ୍ ପାଇଁ ଦେହରେ ତ୍ରିରଙ୍ଗା ଆଙ୍କିଛି ତ ଆଉ କିଏ ଭାରତୀୟ ଜର୍ସି ପିନ୍ଧିଛି । ବାରବାଟୀ ସାଜିଛି ମିନି ଭାରତ ।ଆହତ କାରଣରୁ ଦୀପକ ଚହର ଖେଳୁନଥିବା ବେଳେ ତାଙ୍କ ସ୍ଥାନରେ ନବଦୀପ ସାଇନିଙ୍କୁ ଦଳରେ ସୁଯୋଗ ମିଳିଛି । ନବଦୀପ ବାରବାଟୀରେ ଦିନିକିଆ କ୍ରିକେଟ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି ।

https://nandighoshatv.comknow-your-gate-number-before-entering-barabati/