ବାରବାଟୀରେ ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ଶୃଙ୍ଖଳାର ନିର୍ଣ୍ଣାୟକ ଲଢ଼େଇ

1 min read

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଆରମ୍ଭ ହେବ ବାରବାଟୀ ବ୍ୟାଟେଲ୍ । ଜମିଲାଣି ଭିଡ଼, ବଢ଼ିଲାଣି ଉତ୍କଣ୍ଠା । ଭାରତ-ୱେଷ୍ଟଇଣ୍ଡିଜ୍ ୩ ଟିକିଆ ଶୃଙ୍ଖଳାର ଅନ୍ତିମ ବା ନିର୍ଣ୍ଣାୟକ ଲଢ଼େଇର ସାକ୍ଷୀ ରହିବ ବାରବାଟୀ । ଟ୍ରଫି ଟକ୍କର ଲାଗି ପଡ଼ିଆ, ପିଚ୍ ଓ ଗ୍ୟାଲେରୀ ପୂରା ପ୍ରସ୍ତୁତ ହୋଇ ରହିଛି । ଉଭୟ ଦଳ ୧-୧ ସ୍ଥିତିରେ ରହିଥିବାରୁ ଆଜିର ମ୍ୟାଚ୍ ଗୁରୁତ୍ୱ ରଖୁଛି ।ଗତକାଲି ସକାଳେ ଭାରତ, ସନ୍ଧ୍ୟାରେ କ୍ୟାରବିୟାନ ଟିମ୍ ବାରବାଟୀରେ ଅଭ୍ୟାସ୍ କରିଥିଲେ । ଆଜି ମ୍ୟାଚ୍ ଖେଳିବେ । ୱେଷ୍ଟଇଣ୍ଡିଜ୍ ଜିତିଲେ ଦୀର୍ଘଦିନ ପରେ ଭାରତରେ ଶୃଙ୍ଖଳା ବିଜୟର ସ୍ୱାଦ ଚାଖିବ । ଅନ୍ୟପକ୍ଷେ ଭାରତ ବିଜୟୀ ହେଲେ ଲଗାତାର ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଘରୋଇ ଦଳର ଏହା ହେବ ୧୦ମ ଶୃଙ୍ଖଳା ବିଜୟ ।ଆଜିର ମହାମୁକାବିଲା ପାଇଁ ଦ୍ୱୈତ ନଗରୀରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ଦିନ ୧.୩୦ରେ ମ୍ୟାଚ ହେବାକୁ ଥିବାବେଳେ ସକାଳୁ ସକାଳୁ ବାରବାଟୀରେ ଗହଳି ଦେଖିବାକୁ ମିଳିଲାଣି । କିଏ ଟିମକୁ ଚିଅର ଅପ୍ ପାଇଁ ଦେହରେ ତ୍ରିରଙ୍ଗା ଆଙ୍କିଛି ତ ଆଉ କିଏ ଭାରତୀୟ ଜର୍ସି ପିନ୍ଧିଛି । ବାରବାଟୀ ସାଜିଛି ମିନି ଭାରତ ।ଆହତ କାରଣରୁ ଦୀପକ ଚହର ଖେଳୁନଥିବା ବେଳେ ତାଙ୍କ ସ୍ଥାନରେ ନବଦୀପ ସାଇନିଙ୍କୁ ଦଳରେ ସୁଯୋଗ ମିଳିଛି । ନବଦୀପ ବାରବାଟୀରେ ଦିନିକିଆ କ୍ରିକେଟ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି ।

https://nandighoshatv.comknow-your-gate-number-before-entering-barabati/

Leave a Reply