ଦବଙ୍ଗ ୩ ଲିକ୍ ! ଜାଣନ୍ତୁ କେଉଁ ୱେବସାଇଟ୍ ଲିକ୍ କଲା ସଲମାନଙ୍କ ଫିଲ୍ମ ?

ବଲିଉଡ଼ର ଭାଇଜାନଙ୍କ ଫିଲ୍ମ ଦବଙ୍ଗ ୩ ଗତ ଶୁକ୍ରବାର ରିଲିଜ୍ ହୋଇଯାଇଛି । ଦବଙ୍ଗ ୧,୨ୟ ଭାଗ ପରେ ଦବଙ୍ଗ ୩ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିବ ବୋଲି ନିର୍ମାତା ଆସା ରଖିଛନ୍ତି । କିନ୍ତୁ ଫିଲ୍ମ ନିର୍ମାତାଙ୍କ ପାଇଁ ଏବେ ଏକ ଖରାପ ଖବର ଆସିଛି। ଦବଙ୍ଗ ୩ ଅନଲାଇନରେ ଲିକ୍ ହୋଇଥିବା ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, ଫିଲ୍ମ ଦବଙ୍ଗ ୩ ଅନଲାଇନରେ ଲିକ୍ ହୋଇଛି  ଓ  ଏହା ଅବୈଧ ଭାବରେ ଡାଉନଲୋଡ କରିବା ପାଇଁ ମଧ୍ୟ ଉପଲବ୍ଧ ରହିଛି । ତେବେ ଏହି ଫିଲ୍ମକୁ ତାମିଲ ରକର୍ସ ନାମକ ଏକ ୱେବସାଇଟ୍ ଲିକ୍ କରିଥିବା ଅଭିଯୋଗ ହୋଇଛି। ଫିଲ୍ମ ଏଯାଏଁ ୧୫୦ କୋଟି ଆୟ କରିଥିବା ବେଳେ ଫିଲ୍ମ ଲିକ୍ ହେବା ପରେ କଲେକ୍ସନ ଉପରେ ପ୍ରଭାବ ପଡ଼ିବ ବୋଲି କୁହାଯାଉଛି । ତାମିଲ ରକର୍ସ ନାମକ ଏକ ୱେବସାଇଟ୍ ବଡ଼ ବଜେଟ୍ ଥିବା ଫିଲ୍ମ ଗୁଡିକୁ ଲିକ୍ କରିଛି । ସାହୋ, ୨.୦, ବାଲା ଭଳି ଫିଲ୍ମ ଗୁଡିକୁ ଲିକ୍ କରି ସାରିଛି ।

ଫିଲ୍ମ କଥା କହିବାକୁ ଗଲେ ଦବଙ୍ଗ ୩ ପ୍ରଭୁ ଦେବାଙ୍କ ଦ୍ଵାରା ନିର୍ଦ୍ଦେଶିତ ଏବଂ ସଲମାନ ଖାନଙ୍କ ବ୍ୟାନର ତଳେ ସଲମା ଖାନ, ଅରବାଜ ଖାନ ତଥା ନିଖିଲ ଦ୍ଵିବେଦୀଙ୍କ ଦ୍ଵାରା ନିର୍ମିତ।

Leave a Reply