spot_img
Home Blog Page 7478

ଉଦଯାପିତ ହେଲା ସ୍ପୋର୍ଟ୍ସ ଆଇଟି-୨୦୨୦, କ୍ରୀଡ଼ାକ୍ଷେତ୍ରରେ ପୁଞ୍ଜିନିବେଶକୁ ସରକାରଙ୍କ ଗୁରୁତ୍ୱ

ଭୁବନେଶ୍ୱର: ଉଦଯାପିତ ହେଲା ‘ ସ୍ପୋର୍ଟ୍ସ ଆଇଟି ୨୦୨୦’ । ଉଦଯାପନି ଉତ୍ସବରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଇନ୍‌ଭେଷ୍ଟର ମାନେ ଓଡ଼ିଶାର କ୍ରୀଡ଼ା କ୍ଷେତ୍ରରେ  କିପରି ଇନ୍‌ଭେଷ୍ଟ କରିବେ ସେନେଇ ଅନୁଷ୍ଠିତ ହୋଇଛି ‘ସ୍ପୋର୍ଟ୍ସ ଆଇଟି ୨୦୨୦’  ।

ଏହି କାର୍ଯ୍ୟକ୍ରମରେ ସ୍ପୋର୍ଟ୍ସ ଇନ୍‌ଭେଷ୍ଟର ମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ।  ସ୍ପୋର୍ଟ୍ସ ହେକାଥନ ବିଜେତା ଟିମ୍‌କୁ ମଧ୍ୟ ପୁରଷ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ପୁରଷ୍କାରରେ ରହିଛି ପ୍ୟାରିସ ଟିକେଟ୍‌ ।

 

ହେକାଥନ ପ୍ରତିଯୋଗିତାରେ ବିଜେତା ହୋଇଥିବା ଶ୍ରେଷ୍ଠ ଦଳ ଟିମ୍‌ ଇମ୍ପ୍ୟାକ୍ଟର୍ସକୁ ପ୍ୟାରିସ୍‌ ଟିକେଟ୍‌ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆସନ୍ତା ସେପ୍ଟେମ୍ବରରେ ପ୍ୟାରିସ୍‌ରେ ହେବାକୁଥିବା ସବୁଠାରୁ ବଡ଼ ସ୍ପୋର୍ଟ୍ସ ଆଇଟି କାର୍ଯ୍ୟକ୍ରମରେ ଭାଗ ନେବ ଏହିଦଳ ।

ସେପଟେ ରାଜ୍ୟ ସରକାର କ୍ରୀଡା କ୍ଷେତ୍ରରେ ଅଧିକ ନିଯୁକ୍ତି ସୁଯୋଗ ପାଇଁ  ସ୍ପୋର୍ଟ୍ସ ଏଣ୍ଟରପ୍ରିନରସିପ୍‌କୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ଏହି ଉତ୍ସବରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ଶିଳ୍ପମନ୍ତ୍ରୀ  ଦିବ୍ୟ ଶଙ୍କର ମିଶ୍ର ଓ ୫-ଟି ସଚିବ ଭି.କେ ପାଣ୍ଡିଆନ୍‌ ଉପସ୍ଥିତ ରହିଥିଲେ ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ନେଇ ପ୍ରତିବାଦ: ଶିରିଡି ବନ୍ଦ, ଖୋଲା ରହିଛି ମନ୍ଦିର

ମୁମ୍ୱାଇ: ସାଇ ବାବାଙ୍କ ଜନ୍ମସ୍ଥାନକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଦେଇଥିବା ବୟାନକୁ ନେଇ ପ୍ରତିବାଦ । ରବିବାର ବନ୍ଦ ରହିଛି ଶିରିଡି । ଏହାସତ୍ତ୍ୱେ ସାଇ ବାବାଙ୍କ ମନ୍ଦିର ଖୋଲା ରହିଛି । ବାବାଙ୍କ ଦର୍ଶନ ଲାଗି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି । ଗତକାଲି ଶିରିଡି ବନ୍ଦ ପାଇଁ ଡାକରା ଦେଇଥିଲେ ଶିରିଡି ବାସୀ ।

ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ପଥରୀ ଗାଁକୁ ସାଇ ବାବାଙ୍କ ଜନ୍ମସ୍ଥାନ ବୋଲି କହିଥିଲେ । ଏହା ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ୨୦୧୮ରେ ପଥରୀ ଗାଁକୁ ବାବା ଜନ୍ମସ୍ଥାନ ବୋଲି କହିଥିଲେ । ଏଥିସହିତ ମୁଖ୍ୟମନ୍ତ୍ରୀ ଠାକ୍‌ରେ ଜନ୍ମସ୍ଥାନ ପଥରୀର ବିକାଶ ନେଇ ୧୦୦ କୋଟି ଟଙ୍କା ଘୋଷଣା କରିଥିଲେ ।

ମୁଖ୍ୟମନ୍ତ୍ରୀ ଏଭଳି ବୟାନ ପରଠୁ ଦେଖାଦେଇଛି ବିବାଦ । ଅନିଶ୍ଚିତକାଳ ଯାଏଁ ଶିରିଡି ବନ୍ଦ ପାଇଁ ଡାକରା ଦେଇଛନ୍ତି ଶିରିଡି ବାସୀ । ବନ୍ଦ ଡାକରା ଦେଇଥିବା ଲୋକଙ୍କ କହିବାହେଲା ଯେ, ସାଇ ବାବା ନିଜ ଧର୍ମ ଓ ଜନ୍ମସ୍ଥାନ ସମ୍ପର୍କରେ କେବେ କେଉଁଠି ଚର୍ଚ୍ଚା କରିନାହାନ୍ତି । ଏଭଳି କି ସାଇ ଚରିତ୍ରରେ ମଧ୍ୟ ଏ ନେଇ କିଛି ଉଲ୍ଲେଖ ନଥିବା ସେମାନେ ଯୁକ୍ତି ବାଢ଼ିଛନ୍ତି ।

ଅପରପକ୍ଷରେ ସାଇ ମନ୍ଦିର ପୂର୍ବ ଟ୍ରଷ୍ଟି ଅଶୋକ ଖାମ୍ୱେକାରଙ୍କ କହିବା ହେଲା ସାଇ ବାବା ନିଜ ଧର୍ମ ଓ ଜନ୍ମସ୍ଥାନ ନେଇ କିଛି କହିନାହାନ୍ତି । ସେ ସର୍ବଧର୍ମ ସମାନତାର ପ୍ରତୀକ । ଉଦ୍ଧବ ଠାକ୍‌ରେଙ୍କୁ ଅନ୍ୟମାନଙ୍କ ଦ୍ୱାରା ଭୁଲ୍‌ ତଥ୍ୟ ଦିଆଯାଇଛି । ଏଥି ସହିତ ତାଙ୍କୁ ସାଇ ସତ୍ ଚରିତ୍ରର ଅଧ୍ୟୟନ ନେଇ ମଧ୍ୟ ପରାମର୍ଶ ଦେଇଛନ୍ତି । ସେ ଆହୁରି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨୦୧୮ରେ ସମାନ ବୟାନ ରଖିଥିଲେ ।

ସାଇ ବାବା ସମାଧି ଶତାଦ୍ଧି ସମାରୋହର ଉଦ୍‌ଘାଟନ ଅବସରରେ ସେ ଏହା କହିଥିଲେ । ସେ ମଧ୍ୟ ପଥରୀର ବିକାଶ ନେଇ କାମ କରିବେ ବୋଲି କହିଥିଲେ । ଆଉ ସେତେବେଳେ ମଧ୍ୟ ରାଷ୍ଟ୍ରପତିଙ୍କ ବୟାନକୁ ନେଇ ବିରୋଧ ଦେଖିବାକୁ ମିଳିଥିଲା ।

କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କ ପରଲୋକ

ପ୍ରଖ୍ୟାତ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କ ପରଲୋକ । କୋଲକାତାରେ ୮୫ବର୍ଷ ବୟସରେ ସୁନନ୍ଦା ପଟ୍ଟନାୟକଙ୍କର ଦେହାନ୍ତ ହୋଇଛି । ଦୀର୍ଘଦିନ ଧରି ଅସୁସ୍ଥତା କାରଣରୁ ସେ ଚିକିତ୍ସାଧୀନ ଥିଲେ । ପ୍ରଖ୍ୟାତ କବି ବୈକୁଣ୍ଠନାଥ ପଟ୍ଟନାୟକଙ୍କ ସୁକନ୍ୟା ସୁନନ୍ଦା ।

Image result for singer sunanda patnaik

ସୁନନ୍ଦାଙ୍କୁ ୧୯୭୦ ଓ ୧୯୭୧ରେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ମିଳିଥିଲା । ୨୦୦୯ରେ ଓଡ଼ିଶା ସୋସାଇଟି ଅଫ ଆମେରିକା ପକ୍ଷରୁ ଲାଇଫ ଟାଇ ଆଚିଭମେଣ୍ଟ ଆୱାର୍ଡ ମିଳିଥିଲା । ତାଙ୍କ ଉପରେ ନିର୍ମିତ ଡକ୍ୟୁମେଣ୍ଟାରୀ ନୀଳମାଧବକୁ ମିଳିଥିଲା ଜାତୀୟ ପୁରସ୍କାର ।

Image result for singer sunanda patnaik

୧୯୪୮ ମସିହାରେ ୧୪ବର୍ଷ ବୟସରେ ସେ ଅଲ ଇଣ୍ଡିଆ ରେଡିଓରେ ଗୀତ ଗାଇବା ଆରମ୍ଭ କରିଥିଲେ  ।

ଉପ କାରାଗାରରେ ବିଚାରଧୀନ କଏଦୀର ମୃତ୍ୟୁ

ନୟାଗଡ଼: ଦଶପଲ୍ଲା ଉପ କାରାଗାରରେ ବିଚାରଧୀନ କଏଦୀର ମୃତ୍ୟୁ ହୋଇଛି । ମୃତ କଏଦୀ ହେଉଛନ୍ତି କୃଷ୍ଣ  ଚନ୍ଦ୍ର ପାତ୍ର । ସେ ତାଙ୍କ ମା ବାପା ଙ୍କୁ  ମାଡ଼ ମାରିଥିବା ମାମଲାରେ ୫ମାସ ହେବ ତାଙ୍କ ସ୍ତ୍ରୀଙ୍କ ସହ ଦଶପଲ୍ଲା ଉପ କାରାଗାର ରେ ଥିଲେ ।

ଗତକାଲି ଦିନରେ ତାଙ୍କର ପେଟରେ ଯନ୍ତ୍ରଣା ହେବାରୁ ତାଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଣିଥିଲେ । ସେଠାରୁ ଭଲ ହେବା ପରେ  ଜେଲ୍‌କୁ ନିଆଯାଇଥିଲେ । ଭୋରୁ ଅଧିକ ପେଟ ମାରିବାରୁ ତାଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଟ୍ରଲର ଡ୍ରାଇଭର ପଛରୁ ଦେଖି କହିଲା ତମ ଟ୍ରକ୍‌ ପଛରେ ନିଆଁ ଲାଗିଯାଇଛି

କରଞ୍ଜିଆ: ଚଳନ୍ତା ଟ୍ରକ୍‌ରେ ଲାଗିଲା ନିଆଁ । ଜଶୀପୁର ଥାନା ୪୯ ନମ୍ବର ଜାତୀୟ ରାଜପଥ ନିକଟ କୁଇତାରେ ଜଳିଲା ଟ୍ରକ୍‌ । ଚାଲୁଥିବା ଅବସ୍ଥାରେ ହିଁ ଟ୍ରକ୍‌ରେ ନିଆଁ ଲାଗିଥିଲା ।

ଟ୍ରକ୍‌ ପଛରେ ଆସୁଥିବା ଟ୍ରଲର ଚାଳକ ନିଆଁ ଲାଗିଥିବା ସମ୍ପର୍କରେ ସୂଚନା ଦେଇଥିଲେ । ନିଆଁ ଲାଗିଥିବା ଜାଣି ଗାଡ଼ିକୁ ରାସ୍ତା କଡ଼ରେ ଛିଡ଼ା କରିଥିଲା ଟ୍ରକ୍‌ ଡ୍ରାଇଭର ।

ଖବର ପାଇ ଅଗ୍ନିଶମ ବିଭାଗ ଆସି ନିଆଁକୁ ଆୟତ୍ତ କରିଛି । ଟ୍ରକ୍‌ରେ ଲୁହାପଥର ବୋଝେଇ ରହିଥିଲା । ଘଟଣାରେ କେହି ମଧ୍ୟ ଆହତ ହୋଇନାହାନ୍ତି ।

ଆସିଲାନି ଆମ୍ବୁଲାନ୍ସ, ପାହାଡ଼ିଆ ରାସ୍ତାରେ ଟୋକେଇରେ ଡ଼ାକ୍ତରଖାନା ଗଲେ ପ୍ରସୂତି

ବାଲିଗୁଡ଼ା: କନ୍ଧମାଳରେ ପୁଣି ଜନନୀ ଯନ୍ତ୍ରଣା । ଗାଁ କୁ ରାସ୍ତା ନଥିବାରୁ ପାଖାପାଖି ସାତ କିଲୋମିଟର ଟୋକେଇରେ ବୁହାହେଲେ ପ୍ରସୂତି ମହିଳା । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଳକ ଅନ୍ତର୍ଗତ କରୁକୁଡୁପା  ପଞ୍ଚାୟତର  ଶାନ୍ଦେବଣ୍ଡାଙ୍ଗି ଗାଁରେ ଘଟିଛି ଏଭଳି ଘଟଣା ।

ସୂଚନା ଅନୁଯାୟୀ, ସେହି ଗାଁର ଆଶିଷ ଦିଗାଲଙ୍କ ସ୍ତ୍ରୀ ରଜନୀ ଦିଗାଲଙ୍କୁ ଜନନୀ ଯନ୍ତ୍ରଣା ହୋଇଥିଲା । ଏନେଇ ଗାଁ ଲୋକେ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ  । କିନ୍ତୁ ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍ସ ଆସିପାରିନଥିଲା ।  ସମ୍ପର୍କୀୟ ଟୋକେଇରେ ବୋହି ଜଙ୍ଗଲ ରାସ୍ତା ଦେଇ ଶାନ୍ଦେବଣ୍ଡାଙ୍ଗୀ ରୁ ସିନ୍ଦୀପଙ୍କାଲ ଗ୍ରାମ ପର୍ଯ୍ୟନ୍ତ ବୋହି ଆଣିଥିଲେ ।

ପରେ ଏକ ଅଟୋ ସାହାଯ୍ୟରେ ତୁମୁଡିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ ପ୍ରସୂତିଙ୍କୁ । ସେଠାରେ ମହିଳା ଜଣକ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିବାବେଳେ ଉଭୟ ସୁସ୍ଥ ଅବସ୍ଥାରେ ଘରକୁ ଫେରିଥିବା ଜଣାପଡିଛି ।

ସୂଚନା ପ୍ରକାରେ ସାନ୍ଦେ ବଣ୍ଡାଙ୍ଗୀ,ଗୁଗୁଡ଼ି ସୁଗା,ପୁନ୍ଦେଡି ୩ଟି ଗ୍ରାମକୁ ରାସ୍ତାନାହିଁ । ଫଳରେ ଗାଁ କୁ ଗାଡ଼ି ମୋଟର ଯାଇପାରେନାହିଁ ।  ଗ୍ରାମବାସୀ ଏହିପରି ବାରମ୍ବାର ରୋଗୀଙ୍କୁ କୁର୍ତ୍ତମଗଡ଼ ପର୍ଯ୍ୟନ୍ତ ଆଣିବାପାଇଁ ଏଭଳି ସମସ୍ୟାର ସାମ୍ନା କରନ୍ତି ।

ଚିଲିକା ଏବଂ ଭିତରକନିକାରେ ଆରମ୍ଭ ହେଲା ଡଲ୍‌ଫିନ୍‌ ଗଣନା

ଚିଲିକା/ବ୍ରହ୍ମଗିରି: ଆଜିଠୁ ଚିଲିକାରେ ଆରମ୍ଭ ହୋଇଛି ଡଲ୍‌ଫିନ୍‌ ଗଣନା । ୧୮ଟି ଟିମ୍‌ ଥିବା ୧୩୩ ସଦସ୍ୟ ଏହି ଗଣନା କରୁଛନ୍ତି । କେନ୍ଦ୍ରୀୟ ଚିଲିକାରେ ୧୦ଟି ଟିମ୍‌ ଏବଂ ବାହ୍ୟ ଚିଲିକାରେ ୮ଟି ଟିମ୍‌ ଗଣନା କାମରେ ନିୟୋଜିତ ହୋଇଛନ୍ତି । ଜିପିଏସ୍‌ ଓ ବାଇନାକୁଲାର ସାହାଯ୍ୟରେ ଡଲ୍‌ଫିନ୍‌ଙ୍କୁ ଟ୍ରାକ କରାଯାଉଛି ।

ଗତବର୍ଷ ଡଲ୍‌ଫିନ୍‌ଙ୍କ ସଂଖ୍ୟା କମିଥିବା ବେଳେ ଏଥରର ଗଣନା ଉପରେ ସମସ୍ତଙ୍କ ନଜର ରହିଛି । ସକାଳ ୬ଟାରୁ ଆରମ୍ଭ ହୋଇଛି ଗଣନା ।  ସେପଟେ ଭିତରକନିକାରେ ବି ଆରମ୍ଭ ହୋଇଛି ଡଲ୍‌ଫିନ୍‌ ଗଣନା । ରାଜନଗର, କନିକା, ମହାକାଳପଡ଼ା, ଗହୀରମଥା ଓ କୁଜଙ୍ଗ ପରି ୫ଟି ରେଞ୍ଜରେ ଗଣନା କାମ ଆରମ୍ଭ ହୋଇଛି ।

ମୋଟ ୯ଟି ଟିମ୍‌ ଗଣନା କାମରେ ନିୟୋଜିତ ହୋଇଛନ୍ତି । ପ୍ରତି ଟିମ୍‌ରେ ରହିଛନ୍ତି ୪ରୁ ୫ ଜଣ ସଦସ୍ୟ । ଡଲଫିନ୍‌ ବିଶେଷଜ୍ଞ ମମତାଜ ଖାନ୍‌ ଓ ଶିବଚରଣ ପରିଡ଼ାଙ୍କ ନେତୃତ୍ୱରେ ସକାଳ ୬ଟାରୁ ଆରମ୍ଭ ହୋଇଛି ଗଣନା ।

ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ସ୍ୱାମୀଙ୍କ ସହ ୩ଜଣ ସମ୍ପୃକ୍ତ ଥିବା ଅଭିଯୋଗ କଲେ ପୀଡ଼ିତା

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଲଜ୍ଜା । ବିବାହିତା ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଘଟଣାରେ ପୀଡ଼ିତାଙ୍କ ସ୍ୱାମୀ ଓ ତିନି ଜଣ ଯୁବକ ସଂପୃକ୍ତ ଥିବା ଅଭିଯୋଗ ହୋଇଛି । ପୀଡ଼ିତାଙ୍କ ଘର ରାଇଘର ବ୍ଲକରେ ବୋଲି ଜଣାପଡ଼ିଛି । ଉମରକୋଟ ଚଢେଇଗୁଡ଼ା ଗାଁର ସଜୁ ହରିଜନଙ୍କ ସହ ପୀଡ଼ିତାଙ୍କ ପ୍ରେମ ସଂପର୍କ ଗଢି ଉଠିଥିଲା । ପରେ ଉଭୟ ବିବାହ କରିଥିଲେ । କିନ୍ତୁ ଉଭୟଙ୍କ ପରିବାର ଲୋକେ ବିବାହକୁ ସ୍ୱୀକୃତି ଦେଇନଥିଲେ । ତେଣୁ ଉଭୟେ ରାଇଘରରେ ଏକ ଭଡ଼ା ଘରେ ରହୁଥିଲେ । ବିଭିନ୍ନ ସମୟରେ ଉଭୟଙ୍କ ମଧ୍ୟରେ ମନମାଳିନ୍ୟ ଲାଗି ରହିଥିଲା । ଗତ ୧୩ ତାରିଖ ସନ୍ଧ୍ୟାରେ ଉଭୟେ ସ୍ୱାମୀ ସ୍ତ୍ରୀ ଉମରକୋଟ ବୁଲିବାକୁ ଆସିଥିଲେ । ରାତି ୯ଟାବେଳେ ସ୍ଥାନୀୟ ଏକ ମନ୍ଦିର ପଛପଟକୁ ସଜୁ ସ୍ତ୍ରୀଙ୍କୁ ଡାକି ନେଇଥିଲେ । ପରେ ତିନି ଜଣ ଯୁବକ ଏକ ବାଇକରେ ଆସି ମହିଳାଙ୍କୁ ଦୁଷ୍କର୍ମ କରିଥିଲେ ।

Related image

ଏନେଇ ପୀଡ଼ିତା ଉମରକୋଟ ଥାନାରେ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ପୋଲିସ ମହିଳାଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି । ସେପଟେ ଅଭିଯୁକ୍ତ ସ୍ୱାମୀକୁ ପୋଲିସ ଏପର୍ଯ୍ୟନ୍ତ ଗିରଫ କରିନାହିଁ ।

କୁହୁଡ଼ି ପାଇଁ ମଝି ସମୁଦ୍ରରେ ଦୁଇଟି ଡ଼ଙ୍ଗା ମଧ୍ୟରେ ଦୁର୍ଘଟଣା, ୧୮ ମତ୍ସ୍ୟଜୀବୀ ଉଦ୍ଧାର

ଗଞ୍ଜାମ: ସମୁଦ୍ର ମଝିରେ ଡ଼ଙ୍ଗା ଡ଼ଙ୍ଗା ମଧ୍ୟରେ ଦୁର୍ଘଟଣା । କୁହୁଡ଼ି ଯୋଗୁଁ ଡ଼ଙ୍ଗା ସହ ଡ଼ଙ୍ଗା ମଝି ସମୁଦ୍ରରେ ପିଟି ହେଲା ।  ଗୋପାଳପୁର ସମୁଦ୍ରରେ ଘଟିଛି ଏଭଳି ଏକ ଅଘଟଣ । ସୁରକ୍ଷିତ ଭାବେ ସମସ୍ତ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି ।

ସୂଚନା ଅନୁଯାୟୀ, ଆଜି ଭୋର ସମୟରେ ସମୁଦ୍ର ମଝିକୁ ମାଛ ଧରିବାକୁ ଯାଇଥିଲେ କିଛି ମତ୍ସ୍ୟଜୀବୀ । ସମୁଦ୍ର ମଝିରେ ଘନ କୁହୁଡ଼ି ପାଇଁ ରାସ୍ତା ଦେଖା ଯାଇନଥିଲା । ଯାହାଫଳରେ ମାଛ ଧରିବାକୁ ଯିବା ବେଳେ ଉଚ୍ଚ ଲହଡ଼ି ଯୋଗୁଁ ଦୁଇ ଡଙ୍ଗା ମଧ୍ୟରେ ଦୁର୍ଘଟଣା ହୋଇଥିଲା ।

 

ଦୁର୍ଘଟଣା ଫଳରେ ଦୁଇ ଡ଼ଙ୍ଗା ଭାଙ୍ଗିଯିବା ସହ ଡ଼ଙ୍ଗାରେ ଥିବା ଲକ୍ଷାଧିକ ଟଙ୍କାର ଜାଲ ନଷ୍ଟ ହୋଇଛି । ସେପଟେ ଦୁଇଟି ଡ଼ଙ୍ଗାରୁ ସୁରକ୍ଷିତ ଭାବେ ୧୮ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି ।

ଆଜି ଭାରତ-ଅଷ୍ଟ୍ରେଲିଆ ନିର୍ଣ୍ଣାୟକ ମ୍ୟାଚ୍

0

ବେଙ୍ଗାଲୁର: ଆଜି ବେଙ୍ଗାଲୁରର ଚିନ୍ନସ୍ୱାମୀ ଷ୍ଟାଡିୟମରେ ଇଣ୍ଡିଆ-ଅଷ୍ଟ୍ରେଲିଆ ମଧ୍ୟରେ ଅନ୍ତିମ ତଥା ନିର୍ଣ୍ଣାୟକ ମ୍ୟାଚ ଖେଳାଯିବ । ଶୁକ୍ରବାର ମ୍ୟାଚ ଭାରତ ଜିତିବା ପରେ ୧-୧ରେ ବରାବର ହୋଇଛି ସିରିଜ ।

Image result for ind vs aus last odi match today

ଆଜି ଉଭୟ ଦଳ ସିରିଜ ହାତେଇବା ପାଇଁ ଚେଷ୍ଟା କରିବେ । ପ୍ରଥମ ମ୍ୟାଚରେ ଭାରତର ଶୋଚନୀୟ ପରାଜୟ ପରେ ଶୁକ୍ରବାର ରାଜକୋଟରେ ହୋଇଥିବା ମ୍ୟାଚକୁ ହାତେଇଥିଲା ଭାରତ ।