ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ସ୍ୱାମୀଙ୍କ ସହ ୩ଜଣ ସମ୍ପୃକ୍ତ ଥିବା ଅଭିଯୋଗ କଲେ ପୀଡ଼ିତା

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଲଜ୍ଜା । ବିବାହିତା ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଘଟଣାରେ ପୀଡ଼ିତାଙ୍କ ସ୍ୱାମୀ ଓ ତିନି ଜଣ ଯୁବକ ସଂପୃକ୍ତ ଥିବା ଅଭିଯୋଗ ହୋଇଛି । ପୀଡ଼ିତାଙ୍କ ଘର ରାଇଘର ବ୍ଲକରେ ବୋଲି ଜଣାପଡ଼ିଛି । ଉମରକୋଟ ଚଢେଇଗୁଡ଼ା ଗାଁର ସଜୁ ହରିଜନଙ୍କ ସହ ପୀଡ଼ିତାଙ୍କ ପ୍ରେମ ସଂପର୍କ ଗଢି ଉଠିଥିଲା । ପରେ ଉଭୟ ବିବାହ କରିଥିଲେ । କିନ୍ତୁ ଉଭୟଙ୍କ ପରିବାର ଲୋକେ ବିବାହକୁ ସ୍ୱୀକୃତି ଦେଇନଥିଲେ । ତେଣୁ ଉଭୟେ ରାଇଘରରେ ଏକ ଭଡ଼ା ଘରେ ରହୁଥିଲେ । ବିଭିନ୍ନ ସମୟରେ ଉଭୟଙ୍କ ମଧ୍ୟରେ ମନମାଳିନ୍ୟ ଲାଗି ରହିଥିଲା । ଗତ ୧୩ ତାରିଖ ସନ୍ଧ୍ୟାରେ ଉଭୟେ ସ୍ୱାମୀ ସ୍ତ୍ରୀ ଉମରକୋଟ ବୁଲିବାକୁ ଆସିଥିଲେ । ରାତି ୯ଟାବେଳେ ସ୍ଥାନୀୟ ଏକ ମନ୍ଦିର ପଛପଟକୁ ସଜୁ ସ୍ତ୍ରୀଙ୍କୁ ଡାକି ନେଇଥିଲେ । ପରେ ତିନି ଜଣ ଯୁବକ ଏକ ବାଇକରେ ଆସି ମହିଳାଙ୍କୁ ଦୁଷ୍କର୍ମ କରିଥିଲେ ।

Related image

ଏନେଇ ପୀଡ଼ିତା ଉମରକୋଟ ଥାନାରେ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ପୋଲିସ ମହିଳାଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି । ସେପଟେ ଅଭିଯୁକ୍ତ ସ୍ୱାମୀକୁ ପୋଲିସ ଏପର୍ଯ୍ୟନ୍ତ ଗିରଫ କରିନାହିଁ ।

Leave a Reply