ଚିଲିକା ଏବଂ ଭିତରକନିକାରେ ଆରମ୍ଭ ହେଲା ଡଲ୍‌ଫିନ୍‌ ଗଣନା

ଚିଲିକା/ବ୍ରହ୍ମଗିରି: ଆଜିଠୁ ଚିଲିକାରେ ଆରମ୍ଭ ହୋଇଛି ଡଲ୍‌ଫିନ୍‌ ଗଣନା । ୧୮ଟି ଟିମ୍‌ ଥିବା ୧୩୩ ସଦସ୍ୟ ଏହି ଗଣନା କରୁଛନ୍ତି । କେନ୍ଦ୍ରୀୟ ଚିଲିକାରେ ୧୦ଟି ଟିମ୍‌ ଏବଂ ବାହ୍ୟ ଚିଲିକାରେ ୮ଟି ଟିମ୍‌ ଗଣନା କାମରେ ନିୟୋଜିତ ହୋଇଛନ୍ତି । ଜିପିଏସ୍‌ ଓ ବାଇନାକୁଲାର ସାହାଯ୍ୟରେ ଡଲ୍‌ଫିନ୍‌ଙ୍କୁ ଟ୍ରାକ କରାଯାଉଛି ।

ଗତବର୍ଷ ଡଲ୍‌ଫିନ୍‌ଙ୍କ ସଂଖ୍ୟା କମିଥିବା ବେଳେ ଏଥରର ଗଣନା ଉପରେ ସମସ୍ତଙ୍କ ନଜର ରହିଛି । ସକାଳ ୬ଟାରୁ ଆରମ୍ଭ ହୋଇଛି ଗଣନା ।  ସେପଟେ ଭିତରକନିକାରେ ବି ଆରମ୍ଭ ହୋଇଛି ଡଲ୍‌ଫିନ୍‌ ଗଣନା । ରାଜନଗର, କନିକା, ମହାକାଳପଡ଼ା, ଗହୀରମଥା ଓ କୁଜଙ୍ଗ ପରି ୫ଟି ରେଞ୍ଜରେ ଗଣନା କାମ ଆରମ୍ଭ ହୋଇଛି ।

ମୋଟ ୯ଟି ଟିମ୍‌ ଗଣନା କାମରେ ନିୟୋଜିତ ହୋଇଛନ୍ତି । ପ୍ରତି ଟିମ୍‌ରେ ରହିଛନ୍ତି ୪ରୁ ୫ ଜଣ ସଦସ୍ୟ । ଡଲଫିନ୍‌ ବିଶେଷଜ୍ଞ ମମତାଜ ଖାନ୍‌ ଓ ଶିବଚରଣ ପରିଡ଼ାଙ୍କ ନେତୃତ୍ୱରେ ସକାଳ ୬ଟାରୁ ଆରମ୍ଭ ହୋଇଛି ଗଣନା ।

Leave a Reply