୩୧ ଡିସେମ୍ବର ପୂର୍ବରୁ ପ୍ୟାନ ସହ ଆଧାର ସଂଯୋଗ ଅନିବାର୍ଯ୍ୟ
ନୂଆଦିଲ୍ଲୀ: ପ୍ୟାନ୍ କାର୍ଡ ସହ ଆଧାର ଲିଙ୍କ୍ ବାଧ୍ୟତାମୂଳକ । ୩୧ ଡିସେମ୍ବର ସୁଦ୍ଧା ଏହାକୁ ସଂଯୋଗ କରିବା ଅନିବାର୍ଯ୍ୟ । ଏନେଇ ଆୟକର ବିଭାଗ ସୂଚନା ଦେଇଛି । ଆଗାମୀ ଦିନରେ ଆୟକର ସେବାର ଲାଭ ଉଠାଇବା ପାଇଁ ପ୍ୟାନକୁ ଆଧାର ସହ ଯୋଡ଼ିବା କାମ ଚଳିତ ଡିସେମ୍ବର ୩୧ ତାରିଖ ସୁଦ୍ଧା ସାରିବାକୁ କହିଛି ଆୟକର ବିଭାଗ ।
ଏନେଇ ଆୟକର ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି । ଗତ ସେପ୍ଟେମ୍ବରରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (CBDT) ପ୍ୟାନ ସହ ଆଧାର ସଂଯୋଗ ସମୟ ସୀମା ଡିସେମ୍ବର ୩୧ ଯାଏଁ ବୃଦ୍ଧି କରିଥିଲା । ଏହା ପୂର୍ବରୁ ଲିଙ୍କ ଅବଧି ସେପ୍ଟେମ୍ବର ୩୦ ଥିଲା ।
Building a better tomorrow!
To reap seamless benefits of income tax services, complete the vital link before 31st December, 2019.
🔗: https://t.co/psNUjIYyTj pic.twitter.com/KJCIHXjsew
— Income Tax India (@IncomeTaxIndia) December 15, 2019
ଗତବର୍ଷ ସୁପ୍ରିମକୋର୍ଟ ମଧ୍ୟ ପ୍ରମୁଖ ସେବାରେ ଆଧାର ସଂଯୋଗକୁ ସାମ୍ବିଧାନିକ ରୂପେ ବୈଧ କହିଥିଲେ । ତାପରେ ଆୟକର ରିଟର୍ଣ୍ଣ ଦାଖଲ ପାଇଁ ପ୍ୟାନର ବାୟୋମେଟ୍ରିକ ପଞ୍ଜିକରଣ ସଂଖ୍ୟା ଅନିବାର୍ଯ୍ୟ ଜରୁରୀ କୁହାଯାଇଥିଲା ।
ଆୟକର ଆଇନ୍ ଧାରା ୧୩୯ଏଏ(୨) ପ୍ରକାରେ ଯେଉଁମାନଙ୍କ ପାଖରେ ଜୁଲାଇ ୨୦୧୭ ପୂର୍ବରୁ ପ୍ୟାନ କାର୍ଡ ଅଛି । ସେମାନେ ପ୍ୟାନ ସହ ଆଧାର ସଂଯୋଗ କରିବାକୁ ବାଧ୍ୟ ।
ଗଞ୍ଜାମ ନୂଆସାହିରେ ଭୟାବହ ଅଗ୍ନିକାଣ୍ଡ, ୩୦ରୁ ଅଧିକ ଘର ଭସ୍ମ
ପୁରୁଷୋତ୍ତମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ସକାଳୁ ସକାଳୁ ସୁନାଥର ଗାଁର ନୂଆ ସାହିରେ ନିଆଁ ଲାଗିଛି ।
ଗାଁରେ ଅଧିକାଂଶ ଚାଳ ଘର ଥିବାରୁ ନିଆଁ ତୁରନ୍ତ ବ୍ୟାପି ଯାଇଥିଲା । ୩୦ରୁ ଅଧିକ ଘର ପୋଡ଼ି ଯାଇଛି । ବେସାହାରା ହୋଇଯାଇଛନ୍ତି ୩୦ରୁ ଅଧିକ ପରିବାର । ନିଆଁ ଲିଭାଇବା କାର୍ଯ୍ୟରେ ୨ଟି ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି ।
ତେବେ, ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନାହିଁ । ଘରେ ଥିବା ଖାଇବା, ପୋଷାକ, ଚାଉଳ ପତ୍ର ସବୁ ଜଳିଯାଇଛି । ଶୀତଦିନ ହୋଇଥିବାରୁ ଅଗ୍ନିବିପନ୍ନଙ୍କୁ ତୁରନ୍ତ ସହାୟତା ଜରୁରୀ ହୋଇପଡ଼ିଛି ।

୨୦୨୦ ସୁଦ୍ଧା ନିର୍ଦ୍ଧାରିତ ଫୋନରୁ ବନ୍ଦ ହୋଇପାରେ ହ୍ୱାଟସଆପ୍ ! ଏହି ଲିଷ୍ଟରେ ଆପଣଙ୍କ ସ୍ମାର୍ଟ ଫୋନ ନାହିଁ ତ ?
ବହୁତ ଶୀଘ୍ର ଆପଣଙ୍କ ଫୋନରୁ ବନ୍ଦ ହୋଇପାରେ ହ୍ୱାଟସଆପ୍ । ୨୦୨୦ ସୁଦ୍ଧା ପୂରୁଣା ମଡେଲ ସ୍ମାର୍ଟ ଫୋନରୁ ହ୍ୱାଟସଆପ୍ କାମ କରିବା ବନ୍ଦ ହୋଇପାରେ । ଏନେଇ କେତେ ଗୁଡ଼ିଏ ସ୍ମାର୍ଟ ଫୋନକୁ ନିର୍ଦ୍ଧାରିତ କରାଯାଇଛି । ଜାଣନ୍ତୁ ଏହି ଲିଷ୍ଟରେ ଆପଣଙ୍କ ସ୍ମାର୍ଟ ଫୋନ ନାହିଁ ତ ?

ସୂଚନା ଅନୁସାରେ ୱିଣ୍ଡୋଜ ଫୋନ, ଆଣ୍ଡ୍ରୋଏଡ଼୍ ଫୋନ ଏବଂ ଆଇ ଫୋନର ପୂରୁଣା ବର୍ଜନରୁ ହ୍ୱାଟସଅପ୍ ସେବା ବନ୍ଦ ହେବାକୁ ଯାଉଛି । କାରଣ ହ୍ୱାଟ୍ସଅପର ନୂଆ ନୂଆ ଅପଡେଟକୁ ଏହି ପୂରୁଣା ବର୍ଜନ ଫୋନ ସପେର୍ଟ ନ କରି ପାରେ ତେଣୁ ଏହି ସବୁ ଫୋନରୁ ହ୍ୱାଟସଅପ ସେବା ବନ୍ଦ ହେବା ନେଇ ସୂଚନା ମିଳିଛି । ଏହା ସହ ଲୁମିଆ ଫୋନରୁ ମଧ୍ୟ ହ୍ୱାଟସଅପ ସେବା ବନ୍ଦ ହୋଇପାରେ । ଅଫିସିଆଲ ହ୍ୱାଟସଅପ ବ୍ଲଗରେ ଏନେଇ ସ୍ପଷ୍ଟ ସୂଚନା ଦିଆଯାଇଛି । ଯଦି ଆପଣଙ୍କ ପାଖରେ ଆଣ୍ଡ୍ରୋଏଡ 2.3.7ର ଫୋନ ଅଛି ତ ଫୋନରେ ହ୍ୱାଟସଅପ ସପୋର୍ଟ ମିଳିବା ବନ୍ଦ ହେବାନେଇ ସୂଚନା ମିଳିଛି ।

