ଭୁବନେଶ୍ୱର ବିମାନବନ୍ଦରରେ ଅଘଟଣ,ଜଣେ ମୃତ

1 min read

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରେ ଅଘଟଣ । ବିଳମ୍ବିତ ରାତିରେ ଭୁଶୁଡ଼ି ପଡ଼ିଲା ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରର ନବନିର୍ମିତ କୋଠାର ଛାତ । ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି ଆଉ ଜଣେ ଗୁରୁତର ହୋଇଛନ୍ତି । ମୃତ ଶ୍ରମିକ ହେଲେ ବଡ଼ମ୍ବାର ଅନ୍ତର୍ଯାମୀ ଗୁରୁ। ଏୟାରପୋର୍ଟର ଟର୍ମିନାଲ ୧ ଓ ଟର୍ମିନାଲ ୨ ମଧ୍ୟରେ ନିର୍ମାଣଧୀନ କୋଠା ଭୁଶୁଡ଼ିଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ ବିମାନବନ୍ଦରର ଟର୍ମିନାଲ-୧ ରୁ ଟର୍ମିନାଲ-୨କୁ ଯୋଡ଼ିବା ପାଇଁ୧୦ ହଜାର ବର୍ଗଫୁଟର ଏକ ଛାତ କାମ ଚାଲିଥିଲା । ଦିଲୀପ କନଷ୍ଟ୍ରକଶନ ନାମରେ ଏକ ନିର୍ମାଣ ସଂସ୍ଥା ଦ୍ୱାରା ଏହି କାମ କରାଯାଉଥିଲା । ରାତିରେ ଢଳେଇ ପଡ଼ିବା ସମୟରେ ଛାତଟି ସଂପୂର୍ଣ୍ଣ ରୂପେ ଗଳି ପଡ଼ିଥିଲା ବୋଲି କୁହାଯାଉଛି ।ଘଟଣାସ୍ଥଳରେ ସ୍ଥିତି ପରଖିଲେ ମନ୍ତ୍ରୀ ଅଶୋକ ପଣ୍ଡା । ଡିସିପି କହିଲେ ମନୁଷ୍ୟକୃତ ଭୁଲ ଥିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ବିମାନବନ୍ଦର ପକ୍ଷରୁ ସୂଚନା ମିଳିବା ପରେ ଏୟାରପୋର୍ଟରେ ପହଞ୍ଚିଥିଲେ ଏନଡିଆରଏଫ,CISF ଏବଂ ଓଡ୍ରାଫ ଟିମ୍‌ । ଶୁକ୍ରବାର ମଧ୍ୟରାତ୍ରିରେ ହଠାତ୍‌ ବିମାନବନ୍ଦରର ଏକ ନିର୍ମାଣଧୀନ ଲିଙ୍କ ବିଲ୍ଡଂର ଛାତ ଭୁଶୁଡ଼ି ପଡ଼ିଥିଲା । ତେବେ ଦୁର୍ଘଟଣା ପରେ ବିମାନବନ୍ଦରରେ ବିମାନ ଚଳାଚଳ ସ୍ୱାଭାବିକ ହୋଇଥିବା ସୂଚନା ।

https://www.facebook.com/nandighoshatv/videos/481315159241961/

Leave a Reply