ତୁର୍କୀରେ ଭୂକମ୍ପ, ୧୮ ମୃତ, ୫୦୦ରୁ ଅଧିକ ଆହତ

ତୁର୍କୀ: ତୁର୍କୀରେ ଶୁକ୍ରବାର ଅନୁଭୂତ ହୋଇଥିବା ଭୂକମ୍ପରେ ୧୮ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ଭୂକମ୍ପ ଯୋଗୁଁ ୫୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୮ ମପାଯାଇଛି । ଭୂକମ୍ପ ଯୋଗୁଁ ପାଖାପାଖି ୧୦ଟି କୋଠାଘର ଭୁଶୁଡ଼ିପଡ଼ିଛି । ସବୁଠାରୁ ଅଧିକ କ୍ଷୟକ୍ଷତି ହୋଇଛି ପୂର୍ବ ଇଲାଜିଙ୍ଗ ରାଜ୍ୟରେ ।

ମିଳିଥିବା ସୂଚନା ଅନୁସାରେ, ପ୍ରଭାବିତ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଭୂକମ୍ପ ଆସିବା ସମୟରେ ୧୫ ଥର ଝଟକା ଅନୁଭୂତ ହୋଇଥିଲା ଏବଂ ଏଥିରେ ଲୋକେ ଭୟଭୀତ ହୋଇଯାଇଥିଲେ । ଭୂକମ୍ପ ଝଟକା ତୁର୍କୀର ପଡୋଶୀ ଇରାକ, ଇରାନ, ସିରିଆ ଓ ଲେବାନନରେ ମଧ୍ୟ ଅନୁଭୂତ ହୋଇଥିଲା । ମାତ୍ର ଏହି ଦେଶଗୁଡ଼ିକରେ କୌଣସି କ୍ଷୟକ୍ଷତି ହୋଇନାହିଁ ।

Leave a Reply