ମାଲକାନଗିରି: ଜଣେ ମାଓବାଦୀକୁ ହତ୍ୟା ପରେ ରକ୍ତମୁଖା ଲାଲବାହିନୀ । ଜନ୍ତୁରାଇ ଗାଁରେ ଫାଙ୍କା ଗୁଳି ଚାଳନା କଲେ ଶହେରୁ ଅଧିକ ମାଓବାଦୀ । ୧୫ଟି ଘର ସହ ପୋଡ଼ିଦେଲେ ୬ଟି ଗାଡ଼ି । ଘଟଣାସ୍ଥଳରେ ଏକ ପ୍ଲାଟୁନ୍ BSF ଯବାନ ମୁତୟନ ।
ଭୁବନେଶ୍ୱର: ଡକାୟତ ଉଦ୍ୟମ ପଣ୍ଡ । ୫ ଡକାୟତଙ୍କୁ ଗିରଫ କଲା ଚନ୍ଦ୍ରଶେଖପୁର ଥାନା ପୋଲିସ । ନିଳାଦ୍ରୀ ବିହାର ଅଞ୍ଚଳରେ ଡକାୟତି ପାଇଁ କରୁଥିଲେ ଯୋଜନା । ବାଇକ୍, ମାରଣାସ୍ତ୍ର ଜବତ ।
ଭୁବନେଶ୍ୱର: ଡକାୟତ ଉଦ୍ୟମ ପଣ୍ଡ । ୫ ଡକାୟତଙ୍କୁ ଗିରଫ କଲା ଚନ୍ଦ୍ରଶେଖପୁର ଥାନା ପୋଲିସ । ନିଳାଦ୍ରୀ ବିହାର ଅଞ୍ଚଳରେ ଡକାୟତି ପାଇଁ କରୁଥିଲେ ଯୋଜନା । ବାଇକ୍, ମାରଣାସ୍ତ୍ର ଜବତ ।
ପ୍ରେମ ପାଇଁ ପେଟରେ ଛୁରି ଭୁସିଲା ଯୁବକ !
ଘଟଗାଁ: ଯୁବକଙ୍କ ଉନ୍ମତ୍ତ କାଣ୍ଡ । ପେଟରେ ଛୁରି ଭୁସି ଆତ୍ମହତ୍ୟା ଉଦ୍ୟମ । ଦୀର୍ଘ ସମୟ ଧରି ପେଟରେ ଲାଗି ରହିଲା ଛୁରି, ଅପରେସନ କରି ବାହାର କଲେ ଡାକ୍ତର । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ହଳଧରପୁରର ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
କେନ୍ଦୁଝର ଜିଲ୍ଲା ପାଟଣା ଅଞ୍ଚଳର ଜଣେ ଯୁବକ ହଳଧରପୁର ସ୍କୁଲ ପାଖକୁ ଆସି ନିଜ ପେଟରେ ଛୁରି ଭୁସି ଦେଇଥିଲେ । ଛୁରିଟି ତାଙ୍କ ପେଟରେ ଲାଗି ରହିଥିଲା । ଖବର ପାଇ ଘଟଗାଁ ପୋଲିସ ତାଙ୍କୁ ପ୍ରଥମେ ଘଟଗାଁ ଡାକ୍ତରଖାନା ଓ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା ।
https://www.facebook.com/nandighoshatv/videos/547817465824448/
ଡାକ୍ତର ଅପରେସନ କରି ଛୁରି ବାହାର କରିଛନ୍ତି । ପ୍ରେମରେ ବିଫଳ ହେବାରୁ ଯୁବକ ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।
ଫୁଲ ତୋଳିବାକୁ ଆସିଥିବା ବେଳେ ଷଣ୍ଢ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ
ଭୁବନେଶ୍ୱର: ରାଜଧାନୀରେ ମାତିଲା ଷଣ୍ଢ । ସାମନ୍ତରାପୁର ବିଜୟନଗର ଅଞ୍ଚଳରେ ଷଣ୍ଢ ଆକ୍ରମଣରେ ଜଣେ ମହିଳା ମୃତ୍ୟୁ ବରଣ କରିଥିବାବେଳେ ୫ ଗୁରୁତର । ମୃତକ ହେଲେ ଭାବେନୀ ବରାଳ ।

ଆଜି ଭୋର ୫ଟାରେ ଫୁଲ ତୋଳିବାକୁ ଆସିଥିବା ବେଳେ ତାଙ୍କୁ ଷଣ୍ଢ ଆକ୍ରମଣ କରିଥିଲା । ସ୍ଥାନୀୟ ବାସିନ୍ଦାଙ୍କ ଅନୁସାରେ, ଆକ୍ରମଣ କରିଥିବା ଷଣ୍ଢଟି ପାଗଳ ହୋଇଯାଇଥିଲା । ଗତ ତିନିଦିନ ଧରି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇଥିଲା ।

ମହିଳାଙ୍କ ମୃତ୍ୟୁ ପରେ ଷଣ୍ଢକୁ କାବୁ କରି BMCକୁ ହସ୍ତାନ୍ତର କରିଛନ୍ତି ସ୍ଥାନୀୟ ବାସିନ୍ଦା । ସେପଟେ ସମସ୍ତ ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ରେଡକ୍ରସ ଓ ସ୍ଥାନୀୟ ତହସିଲଦାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି ।
ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୨ ମୃତ ୫ ଗୁରୁତର
ସମ୍ବଲପୁର: ସମ୍ବଲପୁରରେ ବସ୍-ଟ୍ରାକ୍ଟର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଟ୍ରାକ୍ଟର ଓଲଟି ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । ସମ୍ବଲପୁର ଯୁଯୁମରା ଥାନା ମୁଣ୍ଡେରଠାରେ ଏହି ଦୁର୍ଘଟଣା ଘଟିଛି ।

ଟ୍ରାକ୍ଟରରେ ୫ ଜଣ ଯାଉଥିବା ବେଳେ ଏଥିରୁ ୨ ଜଣଙ୍କର ମୃତ୍ୟୁ ହୋଇଛି । ବାକି ୫ ଆହତଙ୍କୁ ଚିକିତ୍ସା ପାଇଁ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଝାରସୁଗୁଡ଼ାକୁ ଯାଉଥିବା ପ୍ରଧାନ ବସ୍ ଏବଂ ଟ୍ରାକ୍ଟର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ପରେ ଟ୍ରାକ୍ଟରଟି ଓଲଟି ପଡ଼ିଥିଲା।

ଲୋକଙ୍କ ପଥରମାଡ଼ରେ ମାଓବାଦୀ ମୃତ
ମାଲକାନଗିରି: ମାଓବାଦୀଙ୍କୁ ବିରୋଧ। ଲୋକଙ୍କ ପଥରମାଡ଼ରେ ଜଣେ ମାଓବାଦୀ ମୃତ । ମାଓବାଦୀ ସ୍ୱାଭିମାନ ଅଞ୍ଚଳର ଜନ୍ତୁରାଇ ଗାଁକୁ ଆସି ଉନ୍ନୟନ କାର୍ଯ୍ୟକୁ ବିରୋଧ କରିବାକୁ କହିଥିଲେ । ଏହାକୁ ନେଇ ଗାଁଲୋକଙ୍କ ସହ ମାଓବାଦୀଙ୍କ ବଚସା ହୋଇଥିଲା। ମାଓବାଦୀ ଫାଙ୍କା ଗୁଳିଚାଳନା କରିବା ପରେ ଗାଁଲୋକ ଟେକା ପଥର ସହ ପାରମ୍ପରିକ ଅସ୍ତ୍ରଶସ୍ତ୍ରରରେ ଆକ୍ରମଣ କରିଥିଲେ ।
ଘଟଣାସ୍ଥଳରେ ଜଣେ ମାଓବାଦୀର ମୃତ୍ୟୁ ହୋଇଥିବା ବେଳେ ଜଣକୁ ଗୁରୁତର ଅବସ୍ଥାରେ ଗାଁଲୋକ କାବୁ କରିଛନ୍ତି । ପରେ ହାନ୍ତାଳଗୁଡା ବିଏସଏଫ୍ କ୍ୟାମ୍ପକୁ ହସ୍ତାନ୍ତର କରାଇଛି । କିଛିଦିନ ତଳେ ଜନ୍ତୁରାଇକୁ ରାସ୍ତା ସଂଯୋଗ ହୋଇଥିଲା। ଏହାକୁ ମାଓବାଦୀ ବିରୋଧ କରିଥିଲେ । ସ୍ୱାଭିମାନ ଅଞ୍ଚଳରେ ମାଓବାଦୀଙ୍କୁ ସ୍ଥାନୀୟ ଲୋକଙ୍କ ଆକ୍ରମଣ ଘଟଣା ପ୍ରଥମ କରି ସାମ୍ନାକୁ ଆସିଛି ।
ଗଣତନ୍ତ୍ର ଦିବସ ପାଳନ ପାଇଁ ସ୍କୁଲ୍ ଯାଇଥିବା ବେଳେ ଛାତ୍ରୀ ଉପରେ ଏସିଡ୍ ମାଡ଼
ଖୋର୍ଦ୍ଧା: ଗଣତନ୍ତ୍ର ଦିବସରେ ଅଭାବନୀୟ ଘଟଣା । ଖୋର୍ଦ୍ଧା ଟାଙ୍ଗୀରେ ନାବାଳିକା ଛାତ୍ରୀ ଉପରେ ଏସିଡ୍ ମାଡ଼ । ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ଉପରେ ସହପାଠୀ ଛାତ୍ରଙ୍କ ଏସିଡ୍ ମାଡ଼ ଅଭିଯୋଗ । ଛାତ୍ରୀଙ୍କ ଆଖି ଓ ମୁହଁରେ ଏସିଡ୍ ପଡ଼ିଛି । ଚିକିତ୍ସା ପାଇଁ ତାଙ୍କୁ ଟାଙ୍ଗୀରୁ ଖୋର୍ଦ୍ଧା ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏଭଳି ଘଟଣାକୁ ନେଇ ଟାଙ୍ଗୀ ଅଞ୍ଚଳରେ ଚର୍ଚ୍ଚା । ଗଣତନ୍ତ୍ର ଦିବସ ପାଳନ ପାଇଁ ସ୍କୁଲ୍ ଯାଇଥିବା ବେଳେ ଛାତ୍ରୀଙ୍କ ଉପରେ ଜଣେ ସହପାଠୀ ଛାତ୍ର ଏସିଡ୍ ଫିଙ୍ଗିଥିବା ଅଭିଯୋଗ ହୋଇଛି ।
ସାରାଦେଶ ପାଳୁଛି ଗଣତନ୍ତ୍ର ଦିବସ, ଯବାନଙ୍କ ପାଦ ଶବ୍ଦରେ ଥରି ଉଠିଲା ଗାନ୍ଧୀମାର୍ଗ
ଆଜି ସାରା ଦେଶ ପାଳୁଛି ୭୧ତମ ସାଧାରଣତନ୍ତ୍ର ଦିବସ । ଏନେଇ ପଲ୍ଲୀ ଠାରୁ ଦିଲ୍ଲୀ ଉତ୍ସବ ମୁଖର ।

ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ପତାକା ଉତ୍ତୋଳନ କରାଯିବ ସହ ପରେଡ଼ ଅନୁଷ୍ଠିତ ହୋଇଛି । ଅନୁରୂପ ଭାବେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଜଧାନୀ ଦିଲ୍ଲୀରେ ସାଧାରଣତନ୍ତ୍ର ଦିବସ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏଥିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତକା ଉତ୍ତୋଳନ କରିବା ସହ ଅନୁଷ୍ଠିତ ପରେଡ୍ରେ ଅଭିଭାବଦନ ଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପ ରାଷ୍ଟ୍ରପତି ଭେଙ୍କିୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

ଏହି ଅବସରରେ ବିଭିନ୍ନ ରାଜ୍ୟର ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହୋଇଥିଲା । ପ୍ରଦର୍ଶିତ ପ୍ରଜ୍ଞାପନ ମେଢମାନଙ୍କ ମଧ୍ୟରେ ଓଡ଼ିଶାର ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଓ ମନ୍ଦିର ସ୍ଥାନ ପାଇଥିଲା ।

ଅପରପକ୍ଷରେ ରାଜଧାନୀ ଭୁବନେଶ୍ୱରର ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି ।

ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପତାକା ଉତ୍ତୋଳନ କରିଛନ୍ତି ।

ଏହି ଅବସରରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶେଷ ଅତିଥିଭାବେ ଯୋଗ ଦେଇଛନ୍ତି ।
ତେବେ ପତାକା ଉତ୍ତୋଳନ ପରେ ପରେଡ ଅଭିବାଦନ ଗ୍ରହଣ କରିଥିଲେ ରାଜ୍ୟପାଳ । ରଙ୍ଗାରଙ୍ଗ ପରେଡରେ ୪୮ଟି ଟ୍ରୁପ ସାମିଲ ହୋଇଛନ୍ତି । ତେବେ ପରେଡରେ କମାଣ୍ଡ ଦାୟିତ୍ୱ ନେଇଥିଲେ ଟ୍ରାଫିକ ଡିସିପି ସାଗରିକା ନାଥ ।

ଏଥିରେ ବିଭିନ୍ନ ସ୍କୁଲ, କଲେଜ ଛାତ୍ରଛାତ୍ରୀ, ୧୨୦ ବାଟାଲିୟନ, ସିଆରପିଏଫ, ଆରପିଏଫ୍, ରାଜ୍ୟ ପୋଲିସର ଆଇଆର ବାଟାଲିୟନ , ଅଗ୍ନିଶମ, ଓଡ୍ରାଫ, ଏନସିସି, ସୈନିକ ସ୍କୁଲ ଏହି ପାରେଡରେ ସାମିଲ ହୋଇଥିଲା ।

ଏବଂ ପରେ ଗାନ୍ଧୀମାର୍ଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ବିଭାଗର ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହୋଇଥିଲା ।
‘ସେବା, ସାହାସ, ଦକ୍ଷତା ଓ ପ୍ରତିବଦ୍ଧତା ହେବ ନୂଆ ଓଡ଼ିଶାର ପରିଚୟ’
ଭୁବନେଶ୍ୱର: ୭୧ ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ଟ୍ୱିଟରରେ ଭିଡିଓ ସେୟାର କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଦେଶର ମହାପୁରୁଷ ଓ ଅମର ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।
ସାଧାରଣତନ୍ତ୍ର ଦିବସରେ ଦେଶର ମହାପୁରୁଷ ଓ ଅମର ଯବାନଙ୍କ ପ୍ରତି ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ସମସ୍ତଙ୍କୁ ସାଥିରେ ନେଇ ଓଡ଼ିଶା ଆଜି ନୂତନ ସଙ୍କଳ୍ପରେ ଆଗକୁ ବଢୁଛି। ସେବା, ସାହସ, ଦକ୍ଷତା ଓ ପ୍ରତିବଦ୍ଧତା ହେବ ନୂଆ ଓଡ଼ିଶାର ପରିଚୟ। ଏହା ହେବ ଶ୍ରେଷ୍ଠ ଓଡ଼ିଶା। ଆସନ୍ତୁ, ନୂଆ ଓଡ଼ିଶା ଗଠନ ଦିଗରେ ଏକ ହୋଇ କାମ କରିଚାଲିବା #RepublicDay pic.twitter.com/cUDZTVNUDy
— Naveen Patnaik (@Naveen_Odisha) January 26, 2020
ସମସ୍ତଙ୍କୁ ସାଥିରେ ନେଇ ଓଡ଼ିଶା ଆଜି ନୂତନ ସଂକଳ୍ପରେ ଆଗକୁ ବଢ଼ୁଛି । ସେବା, ସାହାସ, ଦକ୍ଷତା ଓ ପ୍ରତିବଦ୍ଧତା ହେବ ନୂଆ ଓଡ଼ିଶାର ପରିଚୟ । ଏହା ହେବ ଶ୍ରେଷ୍ଠ ଓଡ଼ିଶା। ନୂଆ ଓଡ଼ିଶା ଗଠନ ଦିଗରେ ଏକ ହୋଇ କାମ କରିବାକୁ ରାଜ୍ୟବାସୀଙ୍କୁ ଆହ୍ଵାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଦେଶ ସ୍ୱାଧୀନ ହେବା ପରେ କେତୋଟି ଯୁଦ୍ଧ ହୋଇଛି ଓ କାହିଁକି ଜାଣନ୍ତୁ
ସ୍ୱାଧୀନତା ପରେ କେତୋଟି ଯୁଦ୍ଧ ଲଢ଼ିଛି ଭାରତ । କଣ ଥିଲା ତାର ପରିଣାମ ? କଣ ବଦଳିଛି ଦେଶର ଚିତ୍ର ? କିନ୍ତୁ ସବୁ ଯୁଦ୍ଧ ପଛରେ ସୀମା ବିବାଦ ହିଁ ଥିଲା ପ୍ରମୁଖ କାରଣ ? ଯଦିଓ ଏଭିତରେ ଦୁଇ ପଡ଼ୋଶୀ ପାକିସ୍ତାନ ଓ ଚିନ୍ ଭାରତକୁ ଅନେକ ସମୟରେ ପ୍ରବେଶ କରିବାକୁ ଚିନ୍ତା କରୁଛନ୍ତି କିନ୍ତୁ ପ୍ରତ୍ୟେକ୍ଷ ଯୁଦ୍ଧ ପାଇଁ ଦଶ ଥର ଭାବିବାକୁ ବାଧ୍ୟ ହେଉଛନ୍ତି । କଣ ଥିଲା ସେ ୬ଟି ପ୍ରତ୍ୟେକ୍ଷ ଯୁଦ୍ଧର ଦୃଶ୍ୟପଟ୍ଟ ? ଆସନ୍ତୁ ଜାଣିବା ଏହି ରିପୋର୍ଟରେ ।
ଭାରତ ସ୍ୱାଧୀନତା ପରେ ପ୍ରତ୍ୟକ୍ଷ ଭାବେ ୬ଟି ଯୁଦ୍ଧର ସାମ୍ନା କରିଛି ଦେଶ । ସାମ୍ନା କରିଛନ୍ତି ଦେଶର ଜନତା । ଯୁଦ୍ଧର ବିଭିଷିକା କଥା ମନେ ପଡ଼ିଲେ ଦେହ ଶିତେଇ ଉଠେ । କେତେ ଯେ ଗୁଳି ଫୁଟେ, କେତେ ଯେ କମାଣ ବର୍ଷେ, କେତେ ଯେ ବିସ୍ଫୋରଣର ଧ୍ୱନି ଶୁଭେ ତାହା କହିବା ସମ୍ଭବ ନୁହେଁ । ତାଠୁ ଅଧିକ ଦୁଃଖଦାୟକ ଏ ଦେଶର ସେନା ଜବାନଙ୍କ ପ୍ରାଣ ବଳି । ରଣଭୂମୀରେ ଗଡ଼ିଚାଲେ ମୁଣ୍ଡ ଏ ଦେଶର ସୁରକ୍ଷା ପାଇଁ, ଏ ମାଟି ମାଆର ସ୍ୱାଭିମାନ ପାଇଁ । ମୋଟ୍ ୬ଟି ଯୁଦ୍ଧରୁ ଗୋଟିଏକୁ ଛାଡ଼ିଦେଲେ ବାକି ୫ଟିରେ ଜିତିଛି ଭାରତ । ଯଦିଓ ଲଜ୍ଜାଜନକ ପରାଜୟ ସତ୍ତ୍ଵେ ପ୍ରତିପକ୍ଷ ବି ନିଜର ଜିତାପଟ୍ ଦାବି କରିବାକୁ ପଛେଇନାହାନ୍ତି । ଭାରତ ଚାରିଟି ଯୁଦ୍ଧ ପାକିସ୍ତାନ ଲଢ଼ିଥିବା ବେଳେ ଦୁଇଟିରେ ଯୁଦ୍ଧ ଭୂମୀରେ ଚିନ୍ ସହ ହୋଇଛି ମୁହାଁମୁହିଁ । ସବୁଠୁ ବଡ଼ କଥା ପ୍ରତିଟି ଯୁଦ୍ଧ ପଛର କାରଣ ସୀମା ବିଦାଦ । ଅନ୍ୟର ସୀମା ଅକ୍ତିଆର କରି ନିଜର ସୀମା ବଢ଼ାଇବା ଲକ୍ଷ୍ୟ।
ଭାରତ-ପାକିସ୍ତାନ ଯୁଦ୍ଧ ୧୯୪୭-୪୮
ଦୁଇ ଦେଶ ଭିତରେ ବିବାଦର କାରଣ ଥିଲା କଶ୍ମୀର । ୧୯୪୭ ରେ ପଶ୍ଚିମ କାଶ୍ମୀରରେ ମୁସଲମାନଙ୍କ ହତ୍ୟା ପରେ କାଶ୍ମୀର ଜନତାଙ୍କ ସମର୍ଥନରେ ସେଠାକୁ ଆଦିବାସୀ ସେନା ପଠାଇଥିଲା ପାକିସ୍ତାନ । ହିନ୍ଦୁ ରାଜା ହରି ସିଂ ଲୋଡ଼ିଥିଲେ ଭାରତର ସହଯୋଗ । ତାପରେ କାଶ୍ମୀରକୁ ଭାରତରେ ବିଲୟ କରିବା ପାଇଁ ହରି ସିଂକୁ ଏକ ଚୁକ୍ତିନାମାରେ ସ୍ୱାକ୍ଷରିତ କରିବାକୁ କହିଲା ଭାରତ ।

ସେତେବେଳେ ମହାରାଜା ଦସ୍ତଖତ କଲେ ଓ ନ୍ୟାସନାଲ କନଫରେନ୍ସ ନେତା ଅବଦୁଲ୍ଲା ଏଥିପାଇଁ ଅନୁମତି ଦେଇଥିଲେ । ତାପରେ ଭାରତ ନିଜ ସେନାବାହିନୀ କଶ୍ମୀର ପଠାଇଥିଲା । ଯୁଦ୍ଧ ସେବେ ସମାପ୍ତ ହୋଇଥିଲା ଯେତେବେଳେ ନେହେରୁ ସଂଯୁକ୍ତ ରାଷ୍ଟ୍ର ସଂଗଠନର ସହାୟତା ନେଇଥିଲେ । ୟୁନ୍ଏସ୍ସିର ୩୯ ଓ ୪୭ ରିଜୋଲ୍ୟୁସନ ଅନୁସାରେ ଫାଳେ ରଖିଲା ପାକିସ୍ତାନ, ଯାହାର ନାଁ ପାକ୍ ଅଧିକୃତ କାଶ୍ମୀର ଓ ଅନ୍ୟ ଭାଗ ରହିଲା ଭାରତର ନାଁରେ ଭାରତ ଅଧିକୃତ କାଶ୍ମୀର ।

ଭାରତ-ଚୀନ୍ ଯୁଦ୍ଧ ୧୯୬୨
ଏହି ଯ଼ୁଦ୍ଧର ଉତ୍ପତ୍ତି ବି ସୀମା ବିବାଦରୁ । କାହାର ସୀମା କେତେ ? ଉଭୟ ଦେଶର ସ୍ୱାଧୀନତା ପରେ ବିଭିନ୍ନ ସମୟରେ ଚିନ୍ ଦ୍ଵାରା ପ୍ରସ୍ତୁତ ମ୍ୟାପ୍ରେ ଭାରତୀୟ ସୀମା ସ୍ଥିତ ସିକିମ୍, ନେପାଳ, ଭୂଟାନର କିଛି ଅଂଶକୁ ଚୀନ ନିଜର ବୋଲି ଦାବି କଲା । ୨୩ ଜାନୁଆରୀ ୧୯୫୯ରେ ଚୀନ୍ର ତତ୍କାଳୀନ ପ୍ରଧାନମନ୍ତ୍ରୀ ଚାଓ ଏନ୍ ଏ ସମ୍ବନ୍ଧରେ ଭାରତର ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ । ଦୁଇ ଦେଶ ମଧ୍ୟରେ ହୋଇଥିବା ସୀମା ସମ୍ବନ୍ଧିତ ଦସ୍ତାବିଜ୍ ଉପଲବ୍ଧି ନାହିଁ ତେଣୁ ଔପଚାରିକ ସ୍ତରରେ ସୀମା କ୍ଷେତ୍ର ସ୍ଥିର ହୋଇନଥିବା ଲେଖିଥିଲେ ।

୧୯୫୯ରେ ତିବ୍ଦତରେ ଦେଖାଦେଇଥିବା ବିଦ୍ରୋହ ଭାରତ-ଚିନ୍ ସମ୍ପର୍କକୁ ଅଧିକ ତିକ୍ତ କରିଦେଲା । ଚିନ୍ ସେନା ଦ୍ଵାରା ଏହାକୁ ତୀବ୍ର ଭାବରେ ବିରୋଧ କରାଗଲା । ଫଳରେ ଦଲାଇଲାମା ନିଜର କିଛି ଅନୁଗାମୀଙ୍କୁ ଧରି ଭାରତ ଚାଲିଆସିଲେ । ଭାରତ ଦଲାଇଲାମାଙ୍କୁ ଶରଣ ଦେବାରୁ ଚୀନ୍ କ୍ଷୁବ୍ଧ ହେବାକୁ ଲାଗିଲା । ସୀମାରେ ଦେଖାଦେଲା ତିକ୍ତତା । ତାପରେ ଚିନ୍ ପ୍ରଧାନମନ୍ତ୍ରୀ ପ୍ରସ୍ତାବ ରଖିଥିଲେ ଅକସାଇ କ୍ଷେତ୍ରରେ ଚୀନ୍ର ଅଧିକାରକୁ ଯଦି ଭାରତ ସ୍ୱୀକାର କରେ ତେବେ ଚିନ୍ ମ୍ୟାକ୍ମୋହନ ରେଖାକୁ ସ୍ୱୀକାର କରିନେବ ।

ଭାରତ ମନା କରିବାରୁ ୨୦ ଅକ୍ଟୋବର ୧୯୬୨ରେ ଚୀନ୍ ସୈନିକ ବହୁ ସଂଖ୍ୟାରେ ଭାରତୀୟ ସୀମାର ଉତ୍ତର ଇଲାକାରେ ପ୍ରବେଶ କଲେ । ଆରମ୍ଭ ହେଲା ଯଦ୍ଧ । ଭାରତର ୨୫ଶହ ସୈନିକ ପ୍ରାଣ ହରାଇଲେ । ଚୀନ୍ ଘୋଷଣା ନକଲେ ବି ତାଙ୍କର ଶତାଧିକ ସୈନିକ ପ୍ରାଣ ହରାଇଥିଲେ । ଭାରତର ୧୪ହଜାର ବର୍ଗ କିଲୋମିଟର ଅଞ୍ଚଳକୁ କବଜା କରିନେଲା ଚୀନ୍ । ଶେଷରେ ସୋଭିଏତ୍ ସଂଘ ଚାପରେ ଯୁଦ୍ଧରେ ବିରାମ ଲାଗିଥିଲା । ଭାରତ ତୁଳନାରେ ଚୀନ୍ର ସୈନିକ ୫ଗୁଣା ଅଧିକ ଥିଲା । ଗୋଟିଏ ମାସ ଚାଲିଥିଲା ଏହି ଯୁଦ୍ଧ । ତୟାର ନଥିଲା ଭାରତ ସେଥିପାଇଁ ହାରିଯାଇଥିଲା ।

ଭାରତ- ପାକିସ୍ତାନ ଯୁଦ୍ଧ ୧୯୬୫
୧୯୫୬ରେ ଭାରତ ଗୁଜୁରାଟର କଚ୍ଛ କ୍ଷେତ୍ରରେ ନିମନ୍ତ୍ରଣ ହାସଲ କରିଥିଲା । ପରେ ୧୯୬୫ପାକିସ୍ତାନ କଚ୍ଛ ସୀମା କ୍ଷେତ୍ରରେ ହମଲା କରିଥିଲା । ଏଇଠୁ ଆରମ୍ଭ ହୋଇଥିଲା ବିବାଦ । ୫ ଅଗଷ୍ଟ ୧୯୬୫ରେ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ମୁତୟତ କଲା ନିଜ ସେନାବାହିନୀ । ଏହାପରେ ଅଗଷ୍ଟ ୧୯୬୫ରେ ପାକିସ୍ତାନ ଅପରେସନ ଜିବ୍ରୋଲଟ୍ର ଲଞ୍ଚ କରିଥିଲା ।

ଏବଂ ଭାରତୀୟ ରାଜ୍ୟ ଜମ୍ମୁ ଓ କଶ୍ମୀର ଉପରେ ଆକ୍ରମଣ କରିବା ଆରମ୍ଭ କରିଥିଲା । ୧୭ ଦିନ ଯାଏ ଚାଲିଲା ଏ ଯୁଦ୍ଧ । ସଂଯୁକ୍ତ ରାଷ୍ଟ୍ରର ନିଦ୍ଧିଷ୍ଟ ଘୋଷଣା ତାସକେଣ୍ଟ ଚୁକ୍ତି ଦ୍ଵାରା ଶେଷ ହୋଇଥିଲା । ୧୦ ଜାନୁଆରୀ ୧୯୬୬ରେ ଉଭୟ ରାଷ୍ଟ୍ର ଭିତରେ ଥିବା ସବୁ ବିବାଦର ସମାଧାନ ପାଇଁ ଦୁଇ ପ୍ରତିପକ୍ଷ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ଓ ଆୟୁବ ଖାନ୍ ଏଥିରେ ହସ୍ତାକ୍ଷର କରିଥିଲେ ।

ଭାର-ଚୀନ୍ ଯୁଦ୍ଧ ୧୯୬୭
୧୯୬୭ ରେ ବି ଚୀନ୍ ଏହା ଭାବିଥିଲା ଭାରତ ୧୯୬୨ ମସିହା ଭଳି ଅସାବଧାନ ଥିବ ଏବଂ ସହଜରେ ହାରିଯିବ । କିନ୍ତୁ ଏଥର ଯାହା ହୋଇଥିଲା ତାହା ଚିନ୍କୁ ପାଣି ପିଆଇ ଦେଇଥିଲା । ସେତେବେଳେ ସିକ୍କମ୍ ଭାରତର ଅଂଶ ନଥିଲା କିନ୍ତୁ ସାମରିକ ଓ ଅର୍ଥନୈତିକ ଦଷ୍ଟି କୋଣରୁ ଭାରତ ସିକ୍କିମକୁ ସାହାଯ୍ୟ କରୁଥିଲା । ତିବ୍ଦତ ଭଳି ଚିନ୍ ସିକିମ୍ ଉପରେ କବଜା କରିବାକୁ ଚାହିୁଁଥିଲା ।

ନାଥୁଲାରେ ଚୀନ୍ ସେନା ଅନେକ ଥର ଭାରତ ସୀମାକୁ ପଶିଆସିଥିଲେ । ତେଣୁ ଭାରତ ସେଠାରେ କଣ୍ଟା ତାର ବାଡ଼ ଲଗାଇଥିଲା । ଚିନ୍ ସେନା ଏହାକୁ ରୋକିବାକୁ ଚେଷ୍ଟା କରିଥିଲା ଓ ୧୧ ସେପ୍ଟେମ୍ବର ୧୯୬୭ରେ ଚୀନି ସେନା ଭାରତ ସେନା ଉପରେ ଆକ୍ରମଣ କରିଥିଲା । କିନ୍ତୁ ଏହାର ଜବାବ୍ ଦେବାକୁ ଭାରତ ପୂରା ପ୍ରସ୍ତୁତ ଥିଲା । ନିଶାନାରେ ଥିବା ଚୀନ୍ ବଙ୍କର ଭାରତୀୟ ସେନାର ତୋପରୁ ତ୍ରାହି ପାଇନଥିଲେ ।

ଚୋଲା ଉପରେ ବି ଗୋର୍ଖ। ବାହିନୀ ଦ୍ଵାରା ଚୀନ୍କୁ କଡ଼ା ଜବାବ୍ ଦେଇଥିଲା ଭାରତ । ୧୦ଦିନ ଚାଲିଲା ଯୁଦ୍ଧ । ଚିନ୍ ଭାବିଲା ଭାରତକୁ ଆଉ ପାରିହେବନି । ବାଧ୍ୟ ହୋଇ ପଛକୁ ହଟିଥିଲା । ସେତେବେଳେ ଏମିତି ଧୂଳି ଚଟେଇଥିଲା ଭାରତ । ଆଉ କେବେ ବି ନାଥୁଲା ଓ ଚୋଲା ମାଟି ମାଡ଼ିବାକୁ ସାହସ କରିନଥିଲା ଚୀନ୍ ।
ଭାରତ-ପାକିସ୍ତାନ ଯୁଦ୍ଧ ୧୯୭୧
ଚୁକ୍ତି ଚୁକ୍ତି ହେଉଥିଲା କିନ୍ତୁ ପାକିସ୍ତାନର ନାପାକ୍ ହରକତ୍ ଥମୁନଥିଲା । ବଙ୍ଗ ବିଭାଜନ ପରେ ଏହାର ପୂର୍ବ ଭାଗ ପୂର୍ବ ପାକିସ୍ତାନ ନାଁରେ ପାକିସ୍ତାନ ସହ ଯୋଡ଼ି ହୋଇଥିଲା । ପାକିସ୍ତାନର ଦୁଇ ଭାଗକୁ ଯୋଡ଼ିବା ପାଇଁ ଏକ ରାସ୍ତା ଭାରତର ୧୨ଶହ ମାଇଲ ସୀମାରେ ପଡ଼ୁଥିଲା । ଏହା ବ୍ୟତୀତ ପାକିସ୍ତାନ ସରକାର ଏହା ଉପରେ ବେଶି ଧ୍ୟାନ ଦେଉନଥିଲେ । ସଂଘର୍ଷ କାରଣରୁ ପୂର୍ବ ବଙ୍ଗର ମୁଜିବୁର ରେହମାନଙ୍କୁ ପ୍ରମୁଖ କରାଯାଇନଥିଲା ।

୧୯୭୦ରେ ରେହମାନଙ୍କ ଦଳ ନିର୍ବାଚନରେ ୩ଶହରୁ ୧୬୦ ସିଟ୍ ପାଇଥିଲା । ପାକିସ୍ତାନ ନେତା ଓ ରାଷ୍ଟ୍ରପତି ପୂର୍ବ ବଙ୍ଗଳାକୁ ଅଧିକାର ଦେବାକୁ ମନା କରିଦେଲେ । ଯେବେ ପାକିସ୍ତାନ ଭାରତର ବାୟୁସେନା ଘାଟି ଉପରେ ଆକ୍ରମଣ କରିଥିଲା ସେତେବେଳେ ଭାରତ ପୂର୍ବ ଓ ପାକିସ୍ତାନ ଦୁଇଟି ଭାଗରେ ହମଲା କରିଥିଲା । ପୂର୍ବ ଭାଗକୁ କବଜା କରିଥିଲା ଭାରତ ।

୬ ଡିସେମ୍ବର ୧୯୭୧ରେ ଏହା ନୂଆ ଦେଶ ବାଙ୍ଗଲାଦେଶ ଭାବେ ଗଢ଼ି ଉଠିଥିଲା । ତାପରେ ଦୁଇ ଦେଶ ଯୁଦ୍ଧ ବିରାମରେ ସହମତି ହେଲେ । ମୁଜିବୁର ରେହମାନ ହେଲେ ବାଙ୍ଗଲାଦେଶର ପ୍ରଥମ ରାଷ୍ଟ୍ରପତି । ଜୁନ୍ ୧୯୭୨ରେ ଭାରତ ପାକିସ୍ତାନ ଭିତରେ ଶାନ୍ତି ପାଇଁ ସ୍ୱାକ୍ଷରିତ ହୋଇଥିଲା ସିମଲା ଚୁକ୍ତି । ୧୩ ଦିନ ଧରି ହୋଇଥିଲା ଏ ଯୁଦ୍ଧ । ଜିତିଥିଲା ଭାରତ ।

ଭାରତ -ପାକିସ୍ତାନ କାରଗିଲ ଯୁଦ୍ଧ ୧୯୯୯
ଜାମ୍ମୁ-କାଶ୍ମୀରର କାର୍ଗିଲ ଜିଲ୍ଲା ଏବଂ ନିୟନ୍ତ୍ରଣ ରେଖା ପାଖରେ ପାକିସ୍ତାନୀ ସେନା ଓ ଆତଙ୍କବାଦୀଙ୍କ ପ୍ରବେଶ ଯୋଗୁଁ ହୋଇଥିଲା ଏ ଯୁଦ୍ଧ । ଯୁଦ୍ଧର କେନ୍ଦ୍ର ବିନ୍ଦୁ କାର୍ଗିଲ କ୍ଷେତ୍ରରେ ସବୁଠାରୁ ଉଚ୍ଚ ସ୍ଥାନ ଟାଇଗର ହିଲ୍ ଥିଲା । କାର୍ଗିଲ କ୍ଷେତ୍ରରୁ ଶତ୍ରୁଙ୍କୁ ବାହାର କରିବା ପାଇଁ କାଳ ବିଳମ୍ବ ନକରି ଭାରତ ଆରମ୍ଭ କରିଥିଲା ଅପରେସନ ବିଜୟ । ଭାରତୀୟ ବାୟୁସେନା ଏଥିରେ ଭାଗ ନେଇଥିଲା ।

ପାଖାପାଖି ୬୦ ଦିନ ଚାଲିଥିବା ଏହି ଯୁଦ୍ଧରେ ଭାରତ ଟାଇଗର୍ ହିଲ୍କୁ କବଜା କରିଥିଲା । ପାକିସ୍ତାନକୁ ନିଜ ସୀମାକୁ ପଠାଇଦିଆଯାଇଥିଲା । ଭାରତର ୫୨୦ରୁ ଅଧିକ ସୈନିକ ସହିଦ ହୋଇଥିବା ବେଳେ ଶତ୍ରୁ ଦେଶର ମୃତ୍ୟୁ ସଂଖ୍ୟାରୁ ହଜାରେରୁ ଅଧିକ ଥିଲା । ଦୁଇ ଦେଶ ଭିତରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ପାଇଁ ୨୧ ଫ୍ରେବୃଆରୀ ୧୯୯୯ରେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଓ ପାକିସ୍ତାନ ପ୍ରତିପକ୍ଷ ନଓ୍ୱାଜ ସରିଫଙ୍କ ଭିତରେ ସ୍ୱାକ୍ଷରିତ ହୋଇଥିଲା ଲାହୋର ଚୁକ୍ତିନାମା ।

ଏବେ ବି ସୀମାରେ ଲାଗିରହିଛି ବିବାଦ । ଏବେବି ଉତ୍ତେଜନାର କେନ୍ଦ୍ରରେ କଶ୍ମୀର , ଅକସାଇ ଚୀନ୍ , ଡୋକଲାମ୍ । କିନ୍ତୁ ଭାରତର ଶକ୍ତି ଆଗରେ ପ୍ରତିପକ୍ଷ ନିଜକୁ ତଉଲି ସମ୍ମୁଖ ଯୁଦ୍ଧରେ ଅବତୀର୍ଣ୍ଣ ହେବାକୁ ଥରେ ନୁହେଁ ଦଶ ଥର ଭାବିବାକୁ ବାଧ୍ୟ ହେଉଛି ।


