ଲୋକଙ୍କ ପଥରମାଡ଼ରେ ମାଓବାଦୀ ମୃତ

ମାଲକାନଗିରି: ମାଓବାଦୀଙ୍କୁ ବିରୋଧ। ଲୋକଙ୍କ ପଥରମାଡ଼ରେ ଜଣେ ମାଓବାଦୀ ମୃତ । ମାଓବାଦୀ ସ୍ୱାଭିମାନ ଅଞ୍ଚଳର ଜନ୍ତୁରାଇ ଗାଁକୁ ଆସି ଉନ୍ନୟନ କାର୍ଯ୍ୟକୁ ବିରୋଧ କରିବାକୁ କହିଥିଲେ । ଏହାକୁ ନେଇ ଗାଁଲୋକଙ୍କ ସହ ମାଓବାଦୀଙ୍କ ବଚସା ହୋଇଥିଲା। ମାଓବାଦୀ ଫାଙ୍କା ଗୁଳିଚାଳନା କରିବା ପରେ ଗାଁଲୋକ ଟେକା ପଥର ସହ ପାରମ୍ପରିକ ଅସ୍ତ୍ରଶସ୍ତ୍ରରରେ ଆକ୍ରମଣ କରିଥିଲେ ।

ଘଟଣାସ୍ଥଳରେ ଜଣେ ମାଓବାଦୀର ମୃତ୍ୟୁ ହୋଇଥିବା ବେଳେ ଜଣକୁ ଗୁରୁତର ଅବସ୍ଥାରେ ଗାଁଲୋକ କାବୁ କରିଛନ୍ତି । ପରେ ହାନ୍ତାଳଗୁଡା ବିଏସଏଫ୍‌ କ୍ୟାମ୍ପକୁ ହସ୍ତାନ୍ତର କରାଇଛି । କିଛିଦିନ ତଳେ ଜନ୍ତୁରାଇକୁ ରାସ୍ତା ସଂଯୋଗ ହୋଇଥିଲା। ଏହାକୁ ମାଓବାଦୀ ବିରୋଧ କରିଥିଲେ । ସ୍ୱାଭିମାନ ଅଞ୍ଚଳରେ ମାଓବାଦୀଙ୍କୁ ସ୍ଥାନୀୟ ଲୋକଙ୍କ ଆକ୍ରମଣ ଘଟଣା ପ୍ରଥମ କରି ସାମ୍‌ନାକୁ ଆସିଛି ।

Leave a Reply