ପ୍ରେମ ପାଇଁ ପେଟରେ ଛୁରି ଭୁସିଲା ଯୁବକ !

1 min read

ଘଟଗାଁ: ଯୁବକଙ୍କ ଉନ୍ମତ୍ତ କାଣ୍ଡ । ପେଟରେ ଛୁରି ଭୁସି ଆତ୍ମହତ୍ୟା ଉଦ୍ୟମ । ଦୀର୍ଘ ସମୟ ଧରି ପେଟରେ ଲାଗି ରହିଲା ଛୁରି, ଅପରେସନ କରି ବାହାର କଲେ ଡାକ୍ତର । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ହଳଧରପୁରର ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।କେନ୍ଦୁଝର ଜିଲ୍ଲା ପାଟଣା ଅଞ୍ଚଳର ଜଣେ ଯୁବକ ହଳଧରପୁର ସ୍କୁଲ ପାଖକୁ ଆସି ନିଜ ପେଟରେ ଛୁରି ଭୁସି ଦେଇଥିଲେ । ଛୁରିଟି ତାଙ୍କ ପେଟରେ ଲାଗି ରହିଥିଲା । ଖବର ପାଇ ଘଟଗାଁ ପୋଲିସ ତାଙ୍କୁ ପ୍ରଥମେ ଘଟଗାଁ ଡାକ୍ତରଖାନା ଓ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା ।

https://www.facebook.com/nandighoshatv/videos/547817465824448/

ଡାକ୍ତର ଅପରେସନ କରି ଛୁରି ବାହାର କରିଛନ୍ତି । ପ୍ରେମରେ ବିଫଳ ହେବାରୁ ଯୁବକ ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।

Leave a Reply