ବସ୍‌-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୨ ମୃତ ୫ ଗୁରୁତର

1 min read

ସମ୍ବଲପୁର: ସମ୍ବଲପୁରରେ ବସ୍‌-ଟ୍ରାକ୍ଟର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଟ୍ରାକ୍ଟର ଓଲଟି ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । ସମ୍ବଲପୁର ଯୁଯୁମରା ଥାନା ମୁଣ୍ଡେରଠାରେ ଏହି ଦୁର୍ଘଟଣା ଘଟିଛି ।

ଟ୍ରାକ୍ଟରରେ ୫ ଜଣ ଯାଉଥିବା ବେଳେ ଏଥିରୁ ୨ ଜଣଙ୍କର ମୃତ୍ୟୁ ହୋଇଛି । ବାକି ୫ ଆହତଙ୍କୁ ଚିକିତ୍ସା ପାଇଁ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଝାରସୁଗୁଡ଼ାକୁ ଯାଉଥିବା ପ୍ରଧାନ ବସ୍‌ ଏବଂ ଟ୍ରାକ୍ଟର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ପରେ ଟ୍ରାକ୍ଟରଟି ଓଲଟି ପଡ଼ିଥିଲା।

Leave a Reply