spot_img
Home Blog Page 7446

ନୂଆଦିଲ୍ଲୀ: ଦୋଷୀ ଓକିଲଙ୍କ ଯୁକ୍ତି ପରେ ନିଷ୍ପତ୍ତି ପରିବର୍ତ୍ତନ କଲେ କୋର୍ଟ । ଆଜି ହିଁ ପୱନ ଗୁପ୍ତାଙ୍କ ଆବେଦନର ହେବ ଶୁଣାଣି । ୨୦୧୨ ‘ନିର୍ଭୟା’ କାଣ୍ଡ ବେଳେ ନାବାଳକ ଥିବା ଦର୍ଶାଇଛନ୍ତି ପୱନ । ତାଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ଭିଜିଲାନ୍ସ ଜାଲରେ ଆଇଟିଡିଏ ସହକାରୀ ଯନ୍ତ୍ରୀ

0

ବାରିପଦା: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ । ବାରିପଦା ଆଇଟିଡିଏ ସହକାରୀ ଯନ୍ତ୍ରୀ ଦୁର୍ଗା ମାଧବ ମିଶ୍ରଙ୍କ ବାସଭବନରେ ଭିଜିଲାନ୍ସ ଚଢ଼ାଉ କରିଛି । ବାସଭବନ ସମେତ ଏକକାଳୀନ ୫ଟି ସ୍ଥାନରେ ଭିଜିଲାନ୍ସ ରେଡ୍ କରିଛି ।ବାରିପଦା ଆଇଟିଡିଏ ଅଫିସ୍ ସହ ଦୁର୍ଗାଙ୍କ ବାଲେଶ୍ୱର, ବାରିପଦା, ଭଦ୍ରକ, କେନ୍ଦୁଝର, ଭୁବନେଶ୍ୱର ଘରେ ଭିଜିଲାନ୍ସ ଚଢାଉ କରିଛି । ତେବେ, ଆକଳନ ପରେ ସମ୍ପତ୍ତି ପରିମାଣ ଜଣାପଡ଼ିବ ।

ମଦରୁ ସଂଘବଦ୍ଧ ଆକ୍ରମଣ; ଯୁବକଙ୍କୁ ବ୍ଲେଡ୍‌ରେ କାଟି, ପଥରରେ ଛେଚି ହତ୍ୟା

0

ବଣାଇଁ: ବ୍ଲେଡରେ କାଟିଲେ, ପଥରରେ ଛେଚିଲେ । ଯୁବକଙ୍କୁ ନିର୍ମମ ଭାବରେ ହତ୍ୟା କଲେ । ବଣାଇଁ କେନ୍ଦ୍ରିକଳା ଜଙ୍ଗଲରୁ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକଙ୍କ ନାଁ ଅନିଲ ମୁଣ୍ଡା ଓ ତାଙ୍କ ଘର ବଣାଇଁଗଡ ସହରରେ ବୋଲି ଜଣାପଡିଛି । ପୋଲିସ ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ଅନିଲ ସାଙ୍ଗମାନଙ୍କ ସହ ମିଶି ଭୋଜି ପାଇଁ ଯାଇଥିଲେ । କେନ୍ଦ୍ରିକଳା ଗାଁ ଜଙ୍ଗଲ ନିକଟରେ ମିଶି ମଦ ପିଇଥିଲେ । ସେଠାରେ କୌଣସି କାରଣରୁ ଅନିଲଙ୍କ ସହ ସାଙ୍ଗମାନଙ୍କ ବଚସା ହୋଇଥିଲା । ଯାହାକୁ ନେଇ ଅନିଲଙ୍କ ବେକକୁ ପ୍ରଥମେ ବ୍ଲେଡରେ କାଟିବା ପରେ ତାଙ୍କ ମୁହଁକୁ ପଥରେ ଛେଚି ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରିଛି ।

ମୃତଦେହ ପାଖରୁ ମଦ ବୋତଲ ଜବତ କରିଛି ପୋଲିସ । ଆଜି ସକାଳୁ ସ୍ଥାନୀୟ ଲୋକ ମୃତଦେହକୁ ଦେଖି ପୋଲିସକୁ ଫୋନ କରିଥିଲେ । ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଶବ ବ୍ୟବଛେଦ ପାଇଁ ପଠାଇଛି ।

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ଦିନିକିଆ 5T ଓ ମୋ ସରକାର କର୍ମଶାଳା ଆରମ୍ଭ । ଉଦଘାଟନ କଲେ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ । 5T ଓ ମୋ ସରକାରରେ ପ୍ରେରଣା, କ୍ଷମତା ନିର୍ମାଣ ଓ ବିତରଣ ଉପରେ ଆଲୋଚନା । ଆଗାମୀ ୫ ବର୍ଷ ପାଇଁ ବିଭାଗର କାର୍ଯ୍ୟକ୍ରମ ନେଇ ରୋଡ ମ୍ୟାପ ପ୍ରସ୍ତୁତ ।

ଗୁଜରାଟ: ଜୁନାଗଡ଼ ଜିଲ୍ଲା ଖାମଭାଲିଆ ଗାଁରେ ଅଭାବନୀୟ ଘଟଣା । ୩ ଝିଅଙ୍କୁ କୂଅକୁ ଫିଙ୍ଗି ମାରିଦେବା ପରେ ଆତ୍ମହତ୍ୟା କଲେ କୃଷକ । ଆର୍ଥିକ ସଙ୍କଟ ଯୋଗୁଁ ଏମିତି କରିଥିବା ସନ୍ଦେହ । ପୋଲିସର ତଦନ୍ତ ଜାରି ।

ଗୁଜରାଟ: ଜୁନାଗଡ଼ ଜିଲ୍ଲା ଖାମଭାଲିଆ ଗାଁରେ ଅଭାବନୀୟ ଘଟଣା । ୩ ଝିଅଙ୍କୁ କୂଅକୁ ଫିଙ୍ଗି ମାରିଦେବା ପରେ ଆତ୍ମହତ୍ୟା କଲେ କୃଷକ । ଆର୍ଥିକ ସଙ୍କଟ ଯୋଗୁଁ ଏମିତି କରିଥିବା ସନ୍ଦେହ । ପୋଲିସର ତଦନ୍ତ ଜାରି ।

ହାଉସ୍ ଅଫ୍ ରିପ୍ରେଜେଣ୍ଟିଟିଭରେ ମହାଭିଯୋଗ ପ୍ରସ୍ତାବ ପାସ୍, ଅଡ଼ୁଆରେ ଡୋନାଲ୍ଡ ଟ୍ରମ୍ପ

ୱାଂଶିଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଆସିଥିବା ମହାଭିଯୋଗ ପ୍ରସ୍ତାବ ପାସ୍ ହୋଇଛି । ଏହାକୁ ପାରିତ କରିଛି ହାଉସ୍ ଅଫ୍ ରିପ୍ରେଜେଣ୍ଟିଟିଭ । ପୂର୍ବରୁ ଆମେରିକା ସଂସଦରେ ତଳ ଗୃହରେ ଏହା ଉପରେ ପ୍ରାୟ ୧୦ ଘଣ୍ଟା ଧରି ବିତର୍କ ହୋଇଥିଲା ।ଡେମୋକ୍ରାଟିକ ଦଳର ପ୍ରତିନିଧି ସୁଶାନ ଡେବିସ୍ କହିଥିଲେ, ଆମେ ରାଷ୍ଟ୍ରପତିଙ୍କ ବିରୋଧରେ ମହାଭିଯୋଗ ଆଣୁ ନାହୁଁ । ବରଂ ସେ ନିଜେ ଏପରି କରୁଛନ୍ତି । ଆପଣ ରାଷ୍ଟ୍ର ମୁଖ୍ୟ ହୋଇ ନ୍ୟାୟରେ ବାଧା ସୃଷ୍ଟି କରୁଛନ୍ତି । ଆପଣ ଜଣେ ବିଦେଶୀ ନେତାଙ୍କୁ ଲାଞ୍ଚ ଦେବାକୁ ପ୍ରୟାୟ କରିଛନ୍ତି । ଆପଣ ଦେଶର ସୁରକ୍ଷା ପାଇଁ ବିପଦ ବୋଲି କହିଥିଲେ ।

ତଳ ସଦନରେ ମହାଭିଯୋଗ ପ୍ରସ୍ତାବ ପାସ୍ ହେବା ପରେ ଏବେ ଉଚ୍ଚ ସଦନ ସିନେଟରେ ଟ୍ରମ୍ପଙ୍କ ବିରୋଧରେ ମକଦ୍ଦମା ଚାଲିବ । ଆସନ୍ତା ମାସରେ ସିନେଟରେ ଟ୍ରମ୍ପଙ୍କୁ ମକଦ୍ଦମା ସାମନା କରିବାକୁ ପଡ଼ିପାରେ । କିନ୍ତୁ, ସିନେଟରେ ଟ୍ରମ୍ପଙ୍କ ଦଳ ପାଖରେ ବହୁମତ ଥିବାରୁ ସେ ନିର୍ବାଚନ ପୂର୍ବରୁ ପଦରୁ ହଟି ନପାରନ୍ତି ।

ଟ୍ରମ୍ପଙ୍କ ବିରୋଧରେ ଅଭିଯୋଗ

୨୦୨୦ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବ । ସମ୍ଭାବିତ ପତିଦ୍ୱନ୍ଦୀ ଓ ପୂର୍ବ ଉପରାଷ୍ଟ୍ରପତି ଜୋ ୱାଇଡେନଙ୍କ ସମେତ ଅନ୍ୟ ପ୍ରତିଦ୍ୱନ୍ଦୀଙ୍କ ଛବି ଖରାପ ପାଇଁ ଟ୍ରମ୍ପ ବେଆଇନ୍ ଭାବେ ୟୁକ୍ରେନ ଠାରୁ ସାହାଯ୍ୟ ମାଗିଥିବା ଅଭିଯୋଗ ହୋଇଥିଲା । ଏହାଛଡ଼ା ସଂସଦ କାର୍ଯ୍ୟରେ ଟ୍ରମ୍ପ ବାଧା ଦେଉଥିବା ନେଇ ଅଭିଯୋଗ ହୋଇଛି ।