ଭାରତରେ ପ୍ରଥମ କରୋନା ଆକ୍ରାନ୍ତ ଠାବ, ଲୋକଙ୍କ ମଧ୍ୟରେ ଆତଙ୍କ

କେରଳ: କରୋନା କବଳରେ କେରଳ । ଚୀନରୁ ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସ୍ ଭାରତରେ ଠାବ ହୋଇଛି । କେରଳରେ ମିଳିଛି କରୋନାର ପ୍ରଥମ ପଜିଟିଭ୍ କେସ୍ । ଜଣେ ଛାତ୍ର କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି ।ଛାତ୍ର ଜଣଙ୍କ ଘର କେରଳରେ । ସେ ଚୀନର ଉହାନ ବିଶ୍ୱବିଦ୍ୟାଳରେ ରହି ପାଠ ପଢ଼ୁଥିଲେ । ତାଙ୍କୁ ଜ୍ୱର ହେବା ସହ ଥଣ୍ଡା ଲାଗି ରହୁଥିଲା । ପରୀକ୍ଷା ନିରୀକ୍ଷା ପରେ ସେ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଛି ।ବର୍ତ୍ତମାନ ଛାତ୍ର ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଛାତ୍ର ଜଣଙ୍କ ଚିକିତ୍ସା କରୁଛନ୍ତି । କରୋନା ଭାଇରସରେ ଆକ୍ରାନ୍ତ ହୋଇ ଚୀନରେ ଏଯାବତ୍ ୧୭୦ ଜଣଙ୍କ ମୃତ୍ୟୁ ହେଲାଣି ।  

କାୟା ବିସ୍ତାର କରୁଛି ଭୟଙ୍କର କରୋନା ଭାଇରସ, ବିପଦରେ ୮ ଦେଶ

Leave a Reply