ବହୁ ପ୍ରତୀକ୍ଷିତ ଆନନ୍ଦପୁର ବ୍ୟାରେଜ୍‌ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଆନନ୍ଦପୁର: ବହୁ ପ୍ରତୀକ୍ଷିତ ଆନନ୍ଦପୁର ବ୍ୟାରେଜ୍‌ ଆସନ୍ତାକାଲି ଉଦ୍‌ଘାଟନ ହେବ । ବୈତରଣୀ ନଦୀ ଉପରେ ୨ ହଜାର ୯୯୦ କୋଟି ଟଙ୍କାରେ ନିର୍ମିତ ଏହି ବ୍ୟାରେଜ୍‌କୁ ମୁ୍ଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ । ଏହାସହ ମୁଖ୍ୟମନ୍ତ୍ରୀ ୨ ହଜାର ୧୩୭ କୋଟି ଟଙ୍କାରେ ୬ଟି ପାନୀୟଜଳ ପ୍ରକଳ୍ପ ଓ ୧୦୮ କୋଟି ଟଙ୍କାରେ ପୂର୍ତ୍ତ ବିଭାଗର ୫ଟି ପ୍ରକଳ୍ପ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି ।

ଏହାପରେ ବଳଭଦ୍ର ପାରାୟଣ ସରକାରୀ ହାଇସ୍କୁଲ୍‌ର ପ୍ଲାଟିନମ ଜୁବ୍‌ଲିକୁ ନବୀନ ଉଦ୍‌ଘାଟନ କରିବେ । ଶେଷରେ ଆନନ୍ଦପୁର ମିନି ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ଏକ ଜନସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି ଆସନ୍ତା ୨ ତାରିଖରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବଳଭଦ୍ର ପାରାୟଣ ସରକାରୀ ହାଇସ୍କୁଲର ପ୍ଲାଟିନମ୍‌ ଜୁବ୍‌ଲିର ଉଦ୍‌ଯାପନୀ ଉତ୍ସବରେ ଯୋଗଦେବେ । ଏଥିପାଇଁ ଆନନ୍ଦପୁରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

Leave a Reply