spot_img
Home Blog Page 7443

ଲକ୍ ଡାଉନକୁ ହାଲକାରେ ନିଅନ୍ତୁ ନାହିଁ… ବିଗିଡ଼ି ଯାଇପାରେ ସ୍ଥିତି !

ଭୁବନେଶ୍ୱର: ମହାମାରୀ କରୋନାକୁ ରୋକିବାକୁ ଅଧା ଓଡ଼ିଶା ଲକ୍ ଡାଉନ୍ । ଘରେ ବନ୍ଦ ୩ କୋଟି ଓଡ଼ିଆ । ସ୍ଥିତି ସମ୍ଭାଳିବାକୁ ମହାରାଷ୍ଟ୍ର ଓ ପଞ୍ଜାବରେ ଲାଗୁ ହୋଇଛି କର୍ଫ୍ୟୁ । କିନ୍ତୁ ଲକ୍ ଡାଉନକୁ କିଛି ଲୋକ ବେଖାତିର୍ କରି ରାସ୍ତାରେ ବୁଲୁଥିବା ଦେଖାଯାଉଛି । ରାଜଧାନୀରୁ ରାଉରକେଲା ସବୁଠି ଜନତା କର୍ଫ୍ୟୁ ପାଳନ ବେଳେ ଖାଁ ଖାଁ ଥିବା ରାସ୍ତାରେ ଲକ୍ ଡାଉନରେ ଲୋକଙ୍କୁ ଦେଖିବାକୁ ମିଳିଛି । ତେଜରାତି ଓ ପରିବା ଦୋକାନରେ ଲୋକଙ୍କ ଭିଡ଼ ଜମୁଛି ।

କାଲିଠୁ ଲକ୍ ଡାଉନ୍ ହେବ ଆଉ ୯ ଜିଲ୍ଲା, ରାଜ୍ୟରେ ଗଡ଼ିବନି ଯାତ୍ରୀବାହୀ ବସ୍

ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ସ୍ଥିର ଥିବା ବେଳେ ଦେଶରେ ସଂଖ୍ୟା ବଢ଼ି ଚାଲିଛି । କମ୍ୟୁନିଟି ଟ୍ରାନ୍ସମିଶନ ମାଧ୍ୟମରେ ବ୍ୟାପି ଚାଲିଛି ମହାମାରୀ କରୋନା । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦୦ ଟପିଥିବା ବେଳେ ୮ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି । ଏଥିପାଇଁ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ଲକ୍ ଡାଉନ୍ ବେଳେ କେହି ନିୟମ ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

କାହିଁକି ରହିବେ ଘରେ ?

ଦେଶରେ ୧୨ରୁ ଅଧିକ ଆକ୍ରାନ୍ତ ଟ୍ରେନରେ ଯାତ୍ରା କରିଛିବା ସ୍ପଷ୍ଟ ହୋଇଛି । କିଏ ଦିଲ୍ଲୀରୁ ତେଲଙ୍ଗାନା ତ ଆଉ କିଏ ଭୁବନେଶ୍ୱର ପୁଣି ଆଉ କିଏ ମୁମ୍ବାଇରୁ ଜବଲପୁର । ଟ୍ରେନ୍ ଯାତ୍ରା ସମୟରେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ବହୁ ଲୋକ । ଏପରିକି ଇଟାଲୀରୁ ଦିଲ୍ଲୀ ଫେରିବା ପରେ ଜଣେ ଆକ୍ରାନ୍ତ ଟ୍ରେନରେ ଭୁବନେଶ୍ୱର ଆସିଥିଲେ । ଏବେ ସେ ଚିକିତ୍ସାଧୀନ ଅଛନ୍ତି । ତେଣୁ, ସାମାଜିକ ଦୂରତ୍ୱ ରକ୍ଷା କଲେ ହିଁ ଏଥିରୁ ବଞ୍ଚି ହେବ ।

ଚୀନ, ଇଟାଲୀ ଭୁଲ୍ ଦୋହରାଇଲେ ଅସମ୍ଭାଳ ହେବ ସ୍ଥିତି

ଆରମ୍ଭରୁ ଚୀନ କରୋନା ଭାଇରସକୁ ଗମ୍ଭୀରତାର ସହ ନେଇ ନଥିଲା । ଏପିରିକି ଲୋକଙ୍କୁ ଭୂଆଁ ବୁଲାଇ ଭାଇରସ୍ ସମ୍ପର୍କରେ ସୂଚନା ଦଇଥିବା ଡାକ୍ତରଙ୍କୁ ନିଲମ୍ବିତ କରିଥିଲା । ପରେ କରୋନା ଭାଇରସରେ ଡାକ୍ତର ଜଣଙ୍କ ମୃତ୍ୟୁ ହୋଇଥିଲା । ଆରମ୍ଭରୁ ଚୀନର ଅସାବଧନତା ଯୋଗୁଁ ଭାଇରସ୍ ଶୀଘ୍ର ବ୍ୟାପିବା ସହ ଏବେ ଦୁନିଆ ପାଇଁ ବଡ଼ ବିପଦ ଭାବେ ଛିଡ଼ା ହୋଇଛି । ପରେ ଚୀନ ବିଭିନ୍ନ ପ୍ରକାର ପ୍ରତିବନ୍ଧକ ଲାଗୁ କରିବା ସହ ଲକ୍ ଡାଉନକୁ କଡ଼ାକଡ଼ି କରିବାରୁ ସ୍ଥିତି ନିୟନ୍ତ୍ରଣକୁ ଆସିଛି ।

ଇଟାଲୀ ବି ଆରମ୍ଭରୁ କରୋନା ଭାଇରସକୁ ଗମ୍ଭୀରତାର ସହ ନେଇ ନଥିଲା । ଫଳରେ ଇଟାଲୀ ଭଳି ଦେଶ ଆଜି ମାଟି କାମୁଡ଼ି ପଡ଼ିଛି । କରୋନା ଯୋଗୁଁ ଇଟାଲୀରେ ଏବେ ପର୍ଯ୍ୟନ୍ତ ୫୯ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୫ ହଜାର ଲୋକଙ୍କ ମୃତ୍ୟୁ ହେଲାଣି । ଭାରତ ଠାରୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବହୁ ଉନ୍ନତ ଥିବା ଇଟାଲୀର ମେଡିକାଲରେ ଏବେ ଆଉ ଜାଗା ନାହିଁ । ଜରୁରୀ ସାମଗ୍ରୀ ସହ ମେଡିକାଲରେ ଔଷଧ ଅଭାବ ଦେଖାଗଲାଣି ।

ମୁଖ୍ୟମନ୍ତ୍ରୀ ବଢ଼ାଇଲେ ସହଯୋଗର ହାତ, CMRFକୁ ଦେଲେ ୩ ମାସର ଦରମା

ଭାରତ କଥା ଚିନ୍ତା କରିବା ମୁସ୍କିଲ୍

ପୂରା ୟୁରୋପ କରୋନା ଭାଇରସ୍ ଆଗରେ ବେହୋସ୍ ହୋଇ ପଡ଼ିଛି । ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ବି ଅସହାୟ । କାନ୍ଦୁଥିବା ଚୀନର ସ୍ଥିତି ଏବେ ନିୟନ୍ତ୍ରଣ ଭିତରେ । ଏହି ସମସ୍ତ ଦେଶର ସ୍ୱାସ୍ଥ୍ୟସେବା ଭାରତ ଠାରୁ ଢେର୍ ମଜଭୁତ୍ । କରୋନା ବିରୋଧରେ ଚାଲିଥିବା ଯୁଦ୍ଧ କେବଳ ସରକାରୀ ସ୍ତରରେ ଜିତିହେବ ନାହିଁ । ଯଦି, ଏମିତି ହୋଇଥାନ୍ତା ତେବେ ବିଶ୍ୱର ବଡ଼ ବଡ଼ ଧନୀ ଓ ଶକ୍ତିଶାଳୀ ରାଷ୍ଟ୍ରଙ୍କ ଅବସ୍ଥା ଏତେ ଖରାପ ହୋଇନଥାନ୍ତା । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଘରେ ରହିବା ହିଁ ସବୁଠୁ ବଡ଼ ଦେଶଭକ୍ତି ଓ ଦେଶ ସେବା ହୋଇପାରିବ । ଯାହାକି ଆପଣଙ୍କ ସହ ବଞ୍ଚାଇପାରିବ ବହୁ ଅମୂଲ୍ୟ ଜୀବନ । ଯଦି, ନମାନିବେ ତା ହେଲେ ସମୟ ଆମ ହାତରୁ ଖସିଯିବ ଏବଂ ଅକଳ୍ପନୀୟ ମୃତ୍ୟୁର ବିଭୀଷିକାକୁ ସାମନା କରିବାକୁ ପଡ଼ିବ ।

https://www.facebook.com/nandighoshatv/videos/496784560997828

ବେଲ୍ ଆଉଟ୍ ପ୍ୟାକେଜ୍ ଘୋଷଣା କରିବେ ମୋଦି ସରକାର !

ନୂଆଦିଲ୍ଲୀ: କରୋନା ସଂକଟର ମୁକାବିଲା ପାଇଁ ଖୁବଶୀଘ୍ର ମୋଦି ସରକାର ବେଲ୍ ଆଉଟ୍ ପ୍ୟାକେଜ୍ ଘୋଷଣା କରିପାରନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪ ଦିନ ତଳେ ରାଷ୍ଟ୍ରକୁ ସମ୍ବୋଧନ କରିବା ବେଳେ ବେଲ ଆଉଟ୍ ପ୍ୟାକେଜ୍ କଥା ଘୋଷଣା କରିଥିଲେ  । ସେ ଏକ ଟାସ୍କ ଫୋର୍ସ ଗଠନ କରିବା କଥା କହିଥିଲେ । ସାମ୍ପ୍ରତୀକ ପରିସ୍ଥିତିରେ  ଆର୍ଥିକ ସଂସ୍କାର ପାଇଁ କଣ କରାଯାଇ ପାରିବ ସେ ନେଇ ଏହି ଟାସ୍କ ଫୋର୍ସ ପ୍ରସ୍ତାବ ଦେଇଥାନ୍ତା । ଏହାମଧ୍ୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, କରୋନା ମୁକାବିଲା ପାଇଁ ଦାନ କରାଯାଇଥିବା ରାଶି ସିଏସଆର-କର୍ପୋରେଟ୍ ସୋସିଆଲ ରେସପନସିବିଲିଟି ଅନ୍ତର୍ଗତରେ ଆସିବ ।

ଟ୍ୱିଟ୍ କରି ସୀତାରମଣ କହିଛନ୍ତି ଯେ,କରୋନା ଲଢେଇର ଖର୍ଚ୍ଚ ହୋଇଥିବା ରାଶି ସିଏସଆର ଆକ୍ଟିଭିଟି ଭିତରେ ଆସିବ । ଏହାସହ ସେବି ଓ ଆରବିଆଇ ମଧ୍ୟ ରେପୋ ରେଟରେ ରିହାତି ଦେବାର ସମ୍ଭାବନା ରହିଛି ।

ଅନେକ ଦେଶ ଦେଉଛନ୍ତି ବେଲ୍ ଆଉଟ୍ ପ୍ୟାକେଜ୍

ବିଶ୍ୱର ଅନେକ ଦେଶ କରୋନା ମାଡରେ ବେହାଲ ଅର୍ଥନୀତିର ସୁଧାର ପାଇଁ ବେଲଆଉଟ୍ ପ୍ୟାକେଜ୍ ଦେଉଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୧ ଟ୍ରିଲିୟନ ବେଲଆଉଟ୍ ପ୍ୟାକେଜ୍ ଘୋଷଣା କରିଥିଲେ । ତେବେ ଡେମୋକ୍ରାଟ୍ ଏଥିରେ ଅଡୁଆ ସୃଷ୍ଟି କରିଥିଲେ ।

ବିଶ୍ୱ ଅର୍ଥବ୍ୟବସ୍ଥା ପ୍ରଭାବିତ

ଚୀନର ବୁହାନରୁ ଆରମ୍ଭ ହୋଇଥିବା କରୋନା କାରାଣରୁ ବିଶ୍ୱର ଛୋଟ ବଡ ସବୁ ଅର୍ଥନୀତି ପ୍ରଭାବିତ ହୋଇଛନ୍ତି । ଭାରତ ,ଆମେରିକା,ଚୀନ ଓ ଜାପାନ ସମେତ ଅନେକ ଦେଶ ଏହା ପ୍ରଭାବରେ ଆସିଛନ୍ତି । ଲକ୍ ଡାଉନ୍ କାରଣରୁ କେବଳ ଜରୁରୀ ଜିନିଶକୁ ଛାଡି ବାକି ଦୋକାନକୁ ବନ୍ଦ କରି ଦିଆଯାଇଛି । ଫଳରେ କାରବାର ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇ ପଡିଛି ।

୨୨ ରାଜ୍ୟରେ ୭୫ ଜିଲ୍ଲା ତାଲା ବନ୍ଦ

ସୋମବାର ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ସଂଧ୍ୟା ୮ସୁଧା ୪୮୦ ଥିଲା । ଏଥିରେ ୯ ଜଣ ପ୍ରାଣ ହରାଇଲେଣି । ଏବେ ଦେଶର ୨୨ ରାଜ୍ୟରେ ୪୫ ଜିଲ୍ଲାରେ ଲକ୍ ଡାଉନ୍ ଜାରି ରହିଥିବା ବେଳେ,ପଂଜାବ ଓ ମହାରାଷ୍ଟ୍ର ସରକାର ନିଜ ରାଜ୍ୟରେ କର୍ଫ୍ୟୁ ଲାଗୁ କରିଛନ୍ତି

 

ପୋଖରୀ ମଇଳା ପାଣିରେ କରୋନ ଭଲ ହୁଏ ବୋଲି ଟିକ୍ ଟକ୍‌ କରୁଥିଲେ, ଧରାପଡ଼ି ଜେଲ ଗଲେ

ଏହି ସମୟରେ, ସମଗ୍ର ବିଶ୍ୱ କରୋନା ଭାଇରସରୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବାବେଳେ କିଛି ଜଣ ଏହାର ମଜାକ ବନାଉଛନ୍ତି । ଏଭଳି ସମୟରେ କିଛି ଲୋକ ଗୁଜବ ପ୍ରଚାର କରିବାରେ ନିୟୋଜିତ ଅଛନ୍ତି । ଟିକ୍‌ ଟକ ସାହାର୍ୟରେ କରୋନାକୁ ନେଇ ଗୁଜବ ପ୍ରଚାର କରିଛନ୍ତି । ପଞ୍ଜାବର ମୋଗା ଜିଲ୍ଲାର ଜଣେ ଜଣେ ବ୍ୟକ୍ତି ଟିକଟୋକ ଭିଡିଓ କରି ଦାବି କରିଛନ୍ତି ଯେ ତାଙ୍କ ଗାଁର ପୋଖରୀର ମଇଳା ପାଣିରେ ଗାଧୋଇବା ଦ୍ୱାରା କରୋନା ଜୀବାଣୁ ଭଲ ହୋଇଯାଆନ୍ତି।

ଅତ୍ୟାବଶ୍ୟକୀୟ ସାମଗ୍ରୀ ବିକ୍ରି ପାଇଁ କଟକ ଜଗତପୁରରେ ଖୋଲିବ ଅତିରିକ୍ତ କାଉଣ୍ଟର

ତାଲୱାଣ୍ଡି ଭଙ୍ଗେରିଆନ ଗ୍ରାମରେ ରହୁଥିବା ହରଦେବ ସିଂ ଛଦ୍ମନାମ ଏଭଳି ଗୁଜବ ପ୍ରଚାର କରିଛନ୍ତି ବୋଲି ଏସପି ହରିନ୍ଦର ସିଂ ପରମାର ସୂଚନା ଦେଇ କହିଛନ୍ତି । ଡେପୁଟି କମିଶନରଙ୍କ ନିର୍ଦ୍ଦେଶରେ ଏପରି ଗୁଜବକାରୀକୁ ସିଧାସଳଖ ଗିରଫ କରାଯାଇଥିଲା। ପରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା।

ମୁଖ୍ୟମନ୍ତ୍ରୀ ବଢ଼ାଇଲେ ସହଯୋଗର ହାତ, CMRFକୁ ଦେଲେ ୩ ମାସର ଦରମା

ଭୁବନେଶ୍ୱର: ଅସମୟରେ ସହଯୋଗ ହିଁ ସଫଳତାକୁ ବାଟ କଢ଼ାଏ । ସମଗ୍ର ଦୁନିଆ ପାଇଁ କୋଭିଡ୍-୧୯ ଏକ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ମନ୍ୟୁଷ ବଞ୍ଚି ରହିବାକୁ ଓ ପ୍ରତିକୂଳ ପରିସ୍ଥିତ ସହ ଲଢେଇ କରିବାକୁ ଆବଶ୍ୟକ ବିପୁଳ ଅର୍ଥ । ଏଥିପାଇଁ ସହଯୋଗର ହାତ ବଢ଼ାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ (CMRF) କୋଭିଡ୍-୧୯ ଫଣ୍ଡକୁ ନବୀନ ନିଜର ୩ ମାସର ଦରମା ପ୍ରଦାନ କରିଛନ୍ତି ।

ନିଜର ୩ ମାସର ଦରମା ପ୍ରଦାନ କରିବା ସହ ମୁଖ୍ୟମନ୍ତ୍ରୀ ଅନ୍ୟମାନଙ୍କୁ ସହଯୋଗର ହାତ ବଢ଼ାଇବାକୁ ନିବେଦନ କରିଛନ୍ତି । ବିପଦ ସମୟରେ ସମସ୍ତଙ୍କ ସ୍ୱଳ୍ପ ସହଯୋଗ, ବଡ଼ ସମ୍ବଳ ହେବ । ତେଣୁ, ଆକ୍ରାନ୍ତ ଓ ପ୍ରଭାବିତଙ୍କ ଲାଗି ସମସ୍ତେ ଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଛନ୍ତି ।

ନବୀନଙ୍କ ବିପର୍ଯ୍ୟୟ ପ୍ରବନ୍ଧନ ନୀତିକୁ ଅନୁକରଣ କରୁଛି ପୂରା ଭାରତ

ଅତ୍ୟାବଶ୍ୟକୀୟ ସାମଗ୍ରୀ ବିକ୍ରି ପାଇଁ କଟକ ଜଗତପୁରରେ ଖୋଲିବ ଅତିରିକ୍ତ କାଉଣ୍ଟର

କଟକ: ଲକ୍‌ଡାଉନ୍‌ ସତ୍ତ୍ଵେ ଅତ୍ୟାବଶ୍ୟକ ପାଇଁ ଚିନ୍ତା ନାହିଁ । ଆଗାମୀ ୧୫-୨୦ ଦିନ ପାଇଁ ରାଜ୍ୟରେ ଏସବୁ ସାମଗ୍ରୀ ମହଜୁଦ ଅଛି । ଏହି ସୂଚନା ଦେଇଛି ଓଡ଼ିଶା ବ୍ୟବସାୟୀ ମହାସଂଘ । ସେହିପରି କଟକ ମାଲଗୋଦାମ ୨୪ ଘଣ୍ଟା ଖୋଲା ରହିବ । କଳାବଜାରି ରୋକିବା ପାଇଁ ପଦକ୍ଷେପ ନିଆଯାଇଛି । କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ ଅତ୍ୟାବଶକ ସାମଗ୍ରୀ ପରିବହନ ଗାଡ଼ିକୁ ଅଟକାଯିବ ନାହିଁ । ପରିବହନ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି ।

ଆଜି ରାସନ ଦୋକାନରେ ଭିଡ଼ ଏବଂ ପନିପରିବା ଦୋକାନରେ ଗହଳି ଦେଖିବାକୁ ମିଳିଛି । ଲକ୍‌ଡାଉନ୍‌ ପାଇଁ ଆଗକୁ ଅତ୍ୟାବଶ୍ୟକ ସାମଗ୍ରୀ ଅଭାବ ପଡ଼ିବା ଆଶଙ୍କାରେ ଲୋକେ ଏମିତି କରୁଛନ୍ତି । ତେବେ ଏନେଇ ଚିନ୍ତା ନକରିବାକୁ ଆଶ୍ୱସ୍ତି ଦେଇଛି ଓଡ଼ିଶା ବ୍ୟବସାୟୀ ମହାସଂଘ । ୧୫-୨୦ ଦିନ ପାଇଁ ଅତ୍ୟାବଶକ ସାମଗ୍ରୀ ମହଜୁଦ ଥିବା ପ୍ରଶାସନିକ ଅଧିକାରୀଙ୍କ ସହ ବୈଠକରେ ମହାସଂଘ ଅବଗତ କରାଇଛି । କଟକ ମାଲଗୋଦାମ ମଧ୍ୟ ୨୪ ଘଣ୍ଟା ଖୋଲା ରହିବ ।

ଏହାସହ ଅତ୍ୟାବଶ୍ୟ ସାମଗ୍ରୀ ବିକ୍ରି ପାଇଁ କଟକ ଜଗତପୁରରେ ମଧ୍ୟ ଅତିରିକ୍ତ କାଉଣ୍ଟର ଖୋଲାଯିବ । ତେବେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଗାଡ଼ିକୁ ବାଟରେ ଅଟକା ଯିବା ନେଇ ବୈଠକରେ ଆଶଙ୍କା ପ୍ରକାଶ ପାଇଥିଲା । ବାଣିଜ୍ୟ ଓ ପରିହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଉପରେ କୈାଣସି ପ୍ରଭାବ ପଡ଼ି ନାହିଁ । ସମ୍ଭାବ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂର୍ବରୁ ପ୍ରସ୍ତୁତି କରିଛନ୍ତି ।

ତେବେ ଲକ୍‌ଡାଉନ୍‌ ଯୋଗୁ ଦୈନିକ ବ୍ୟବସାୟରେ ହାରାହାରି ୪ ଶହ କୋଟି ଟଙ୍କା କ୍ଷତି ହେବ ବୋଲି ବ୍ୟବସାୟୀ ମହାସଂଘ ଆକଳନ କରିଛି । କିପରି କ୍ଷତି ଭରଣା କରାଯିବ, ସେନେଇ ରାଜ୍ୟ ସରକାରଙ୍କ ସହ ଖୁବ୍‌ଶୀଘ୍ର ଆଲୋଚନା ହେବ ।

ନିଯୁକ୍ତିଦାତାଙ୍କୁ କେନ୍ଦ୍ର ଶ୍ରମ ମନ୍ତ୍ରାଳୟର ନିବେଦନ, ବିପଦରେ ଛାଡ଼ନ୍ତୁ ନାହିଁ କର୍ମଚାରୀଙ୍କ ହାତ

ନୂଆଦିଲ୍ଲୀ: କରୋନାରେ ପେଷି ହୋଇଯାଇଛି ଜୀବନ । ମହାମାରୀ ବନ୍ଦ କରିବାକୁ ବସିଛି ରୋଜଗାର । ସଂକ୍ରମଣ ରୋକିବାକୁ ବନ୍ଦ ହୋଇଛି ବିଭିନ୍ନ ଅଫିସ୍, କମିଛି ଉତ୍ପାଦନ । ଏଭଳି ସ୍ଥିତିରେ ଘରେ ବସି ରହି ଦିନ ଗଣୁଛନ୍ତି ବିଭିନ୍ନ ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀ । ଗୋଟିଏ ପଟେ ଛୁଟି ତ ଅନ୍ୟପଟେ ଚାକିରି ଚାଲିଯିବାର ଭୟ । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ନିଯୁକ୍ତିଦାତାଙ୍କୁ ନିବେଦନ କରିଛି କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରାଳୟ ।

ବିପଦ ସମୟରେ ବିଭିନ୍ନ ନଯୁକ୍ତିଦାତା କର୍ମଚାରୀଙ୍କୁ ସହଯୋଗ କରିବାକୁ ମନ୍ତ୍ରାଳୟ ଅପିଲ୍ କରିଛି । ମନ୍ତ୍ରାଳୟ ପକ୍ଷରୁ ସମସ୍ତ ନିଯୁକ୍ତିଦାତା ସଂଘକୁ ମନ୍ତ୍ରାଳୟ ଚିଠି ଲେଖିଛି । କୌଣସି କର୍ମଚାରୀଙ୍କ ଛଟେଇ ନ କରିବା ସହ କେହି କର୍ମଚାରୀ ଛୁଟିରେ ରହିଲେ ବି ତାଙ୍କୁ ଦରମା ଦେବାକୁ ନିବେଦନ କରାଯାଇଛି । ଅସମୟରେ ନିଯୁକ୍ତିଦାତାଙ୍କ ଏ ବୈଦାନ୍ୟତା କେବଳ ଯେ କର୍ମଚାରୀଙ୍କ ମୁହଁରେ ହସ ଫୁଟାଇବ ତା ନୁହେଁ ପରିବାରର ଗୁଜୁରାଣ ମେଣ୍ଟାଇବ ବୋଲି କୁହାଯାଇଛି ।

ଲକ୍ ଡାଉନକୁ ଅଧିକ ପ୍ରଭାବଶାଳୀ କରିବାକୁ ରାଜ୍ୟ ସରକାରଙ୍କ ପଦକ୍ଷେପ

ମଙ୍ଗଳବାର ରାତି ୧୨ରୁ ଉଡ଼ିବନି ବିମାନ, ଘରୋଇ ଉଡ଼ାଣ ହେଲା ରଦ୍ଦ

ମଙ୍ଗଳବାର ରାତି ୧୨ଟାରୁ ଦେଶ ଭିତରେ ବିମାନ ଚଳାଚଳକୁ ସରକାର ବ୍ୟାନ୍ କରିଛନ୍ତି । କରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି । ତେବେ ମାଲ ପରିବହନକାରୀ କାର୍ଗୋ ବିମାନ ଉଡାଣ ଉପରେ କୌଣସି ପ୍ରତିବନ୍ଧକ ଲାଗୁ ହୋଇନାହିଁ । ରେଳ ସେବା ଓ କିଛି ରାଜ୍ୟ ନିଜ ସୀମା ଭିତେର ବସସେବାକୁ ଆଗରୁ ବନ୍ଦ କରି ସାରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଦେଶରେ ଦୈନିକ ୬,୫୦୦ ଘରୋଇ ଉଡାଣ ହୋଇଥାଏ ।  ପ୍ରତିବର୍ଷ ଘରୋଇ ଭାବେ ୧୪୪ ମିଲିଅନ ଯାତ୍ରୀ ବିମାନ ଯାତ୍ରା କରିଥାନ୍ତି । କରୋନା କାରଣରୁ ଏପର୍ଯ୍ୟନ୍ତ ଦେଶରେ ୯ ଜଣ ପ୍ରାଣ ହରାଇ ସାରିଲେଣି । ଦେଶରେ କରୋନା ରୋଗିଙ୍କ ସଂଖ୍ୟା ୪୩୪ । ରବିବାରଠାରୁ ଏପର୍ଯ୍ୟନ୍ତ ନୂଆ ୫୦ କରୋନା ରୋଗୀ ଏହି ତାଲିକାରେ ସାମିଲ ହୋଇଛନ୍ତି ।

ବଜାରରେ ହ୍ୟାଣ୍ଡ ସାନିଟାଇଜର ଏବଂ ମାସ୍କର ମୂଲ୍ୟ ସ୍ଥିର କଲେ କେନ୍ଦ୍ର ସରକାର

କରୋନା କାରଣରୁ ଚାଲୁନି ଟ୍ରେନ୍

ଭାରତୀୟ ରେଳ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ରେଳ ଚଳାଚଳକୁ ବନ୍ଦ କରିଦେଇଛି । ସମସ୍ତ ଦୂରଗାମୀ ଟ୍ରେନ୍,ଏକ୍ସପ୍ରେସକୁ ମାର୍ଚ୍ଚ ୩୧ ରାତି ୧୨ ପର୍ଯ୍ୟନ୍ତ ଟ୍ରେନ୍ ଚଳାଚଳା ବନ୍ଦ ରହିବ ।

ମିଳିବ ରିଫଣ୍ଡ୍

ରେଳଯାତ୍ରୀଙ୍କୁ ସେମାନଙ୍କ ଟିକେଟ୍ ଟଙ୍କା ଫେରସ୍ତ ମିଳିବ ବୋଲି ରେଳବାଇ ଘୋଷଣା କରିଛି । ଭାରତୀୟ ରେଳ ଅନୁସାରେ ଯାତ୍ରୀ ୨୧ ଜୁନ ଭିତରେ ଟିକେଟ୍ କ୍ୟାନସଲ କରି ରିଫଣ୍ଡ୍ ନେଇ ପାରିବେ ।

କରୋନା ପାଇଁ ହାଇକୋର୍ଟ ଜାରି କଲେ ଗାଇଡ୍ ଲାଇନ୍

କରୋନା ସତର୍କତା ନେଇ ଓଡ଼ିଶା ହାଇକୋର୍ଟଙ୍କ ପଦକ୍ଷେପ । ସମସ୍ତ ନ୍ୟାୟିକ କାମ ବନ୍ଦ ରଖିବାକୁ ପୂର୍ଣ୍ଣ ଖଣ୍ଡପୀଠଙ୍କ ନିଷ୍ପତ୍ତି ନେଇଥିବା ବେଳେ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ କେବଳ ଅତି ଗୁରୁତ୍ୱପୂର୍ଣ୍ଣ ମାମଲା ଜୁଡିସିଆଲ୍‌ ରେଜିଷ୍ଟରଙ୍କ ଦ୍ଵାରା ତାଲିକାଭୁକ୍ତ ହେବ । ହାଇକୋର୍ଟଙ୍କ ଫୁଲ୍‌ବେଞ୍ଚ ଏହି ନିଷ୍ପତ୍ତି ନେଇଛନ୍ତି । ରୋଟେସନ ଭିତ୍ତିରେ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟରେ ଯୋଗଦେବେ । ହାଇକୋର୍ଟ ପରିସରରେ ଆମ୍ବୁଲାନ୍‌ସ ଓ ଡାକ୍ତରୀ ଟିମ୍‌ ୨୪ ଘଣ୍ଟା ଉପସ୍ଥିତ ରହିବେ ।

ଅନ୍ୟପଟେ କରୋନା ମୁକାବିଲା ପାଇଁ ତଳ କୋର୍ଟଙ୍କ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଲକଡାଉନ ଲାଗୁ ସ୍ଥାନରେ ମଧ୍ୟାହ୍ନ ୧୨ ରୁ ୧ଟା ଯାଏ କୋର୍ଟ ଶୁଣାଣି । ୧ଟାରୁ କୋର୍ଟ କାର୍ଯ୍ୟ ବନ୍ଦ । ଅନ୍ୟ ସହରରେ ପୂର୍ବାହ୍ନ ୧୧ଟାରୁ  ୧ଟା ଯାଏଁ କୋର୍ଟ ଖୋଲା ରହିବ । ୧ଟାରେ କୋର୍ଟ କାର୍ଯ୍ୟ ବନ୍ଦ ରଖିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଏହାସହ କୋର୍ଟ ପରିସରରେ ଭିଡ ନ କରିବାକୁ ନିର୍ଦ୍ଦେଶ ।

ନବୀନଙ୍କ ବିପର୍ଯ୍ୟୟ ପ୍ରବନ୍ଧନ ନୀତିକୁ ଅନୁକରଣ କରୁଛି ପୂରା ଭାରତ

ପୁଣି ଜାତୀୟସ୍ତରରେ ହିରୋ ପାଲଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦେଶକୁ ଦେଲେ ଦିଗଦର୍ଶନ । ଡିଜାଷ୍ଟର ମ୍ୟାନେଜମେଣ୍ଟର ଗୁରୁ ହେଲେ ମୁଖ୍ୟମନ୍ତ୍ରୀ । ନବୀନଙ୍କ ମନ୍ତ୍ର ଗ୍ରହଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋଭିଡ୍‌-19 ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଦେଶକୁ ସୁରକ୍ଷା ମନ୍ତ୍ର ଦେଇଥିଲେ ନବୀନ । କରୋନା ପାଇଁ ଆତଙ୍କିତ ନହୋଇ ସାମାଜିକ ଦୂରତା ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । କରୋନାକୁ ରାଜ୍ୟ ବିପତ୍ତି ଘୋଷଣା କରିଥିଲେ । ଏନେଇ ପ୍ରଧାନମନ୍ତ୍ରୀଙ୍କୁ ଭିଡିଓ କନଫରେନ୍ସିଂରେ ଜଣାଇଥିଲେ ନବୀନ । ଶ୍ରମିକ ଓ କୃଷକଙ୍କ ପାଇଁ ସ୍ୱତନ୍ତ୍ର ସହାୟତା, ମନରେଗା ଓ ପିଏମ୍‌ କିଷାନ ଯୋଜନାରେ ଆଗୁଆ ଅନୁଦାନ ଯୋଗାଇ ଦେବାକୁ କହିଥିଲେ । ଏନେଇ କେନ୍ଦ୍ର ସରକାର ନବୀନଙ୍କୁ ପ୍ରଶଂସା କରିଥିଲେ ।

ପୂର୍ବତନ ଅର୍ଥମନ୍ତ୍ରୀ ଚିଦାମ୍ବରମ୍‌ ନବୀନଙ୍କ ଦୂରଦୃଷ୍ଟି ଦେଖି ତାଙ୍କୁ ଭିଜିଓନାରି ଲିଡର କହିଥିଲେ। ଏହାକୁ ନେଇ ପ୍ରବନ୍ଧ ଲେଖିଛନ୍ତି ଡକ୍ଟର ସତ୍ୟନାରାୟଣ ସାହୁ । ଏଥିରେ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆର୍ଥିକ, ସ୍ୱାସ୍ଥ୍ୟଗତ ଓ ସାମାଜିକ ପଦକ୍ଷେପ ଉପରେ ଉଲ୍ଲେଖ ରହିଛି। କେନ୍ଦ୍ର ସରାକରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏବେ ଅଧିକ କରୋନା ଟେଷ୍ଟ ସେଣ୍ଟର ଖୋଲିବା କଥା କହୁଛନ୍ତି । ତେବେ ଏହା ହେଉଛି ନବୀନଙ୍କ ଦୂରଦୃଷ୍ଟି ।