ଅତ୍ୟାବଶ୍ୟକୀୟ ସାମଗ୍ରୀ ବିକ୍ରି ପାଇଁ କଟକ ଜଗତପୁରରେ ଖୋଲିବ ଅତିରିକ୍ତ କାଉଣ୍ଟର

1 min read

କଟକ: ଲକ୍‌ଡାଉନ୍‌ ସତ୍ତ୍ଵେ ଅତ୍ୟାବଶ୍ୟକ ପାଇଁ ଚିନ୍ତା ନାହିଁ । ଆଗାମୀ ୧୫-୨୦ ଦିନ ପାଇଁ ରାଜ୍ୟରେ ଏସବୁ ସାମଗ୍ରୀ ମହଜୁଦ ଅଛି । ଏହି ସୂଚନା ଦେଇଛି ଓଡ଼ିଶା ବ୍ୟବସାୟୀ ମହାସଂଘ । ସେହିପରି କଟକ ମାଲଗୋଦାମ ୨୪ ଘଣ୍ଟା ଖୋଲା ରହିବ । କଳାବଜାରି ରୋକିବା ପାଇଁ ପଦକ୍ଷେପ ନିଆଯାଇଛି । କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ ଅତ୍ୟାବଶକ ସାମଗ୍ରୀ ପରିବହନ ଗାଡ଼ିକୁ ଅଟକାଯିବ ନାହିଁ । ପରିବହନ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି ।

ଆଜି ରାସନ ଦୋକାନରେ ଭିଡ଼ ଏବଂ ପନିପରିବା ଦୋକାନରେ ଗହଳି ଦେଖିବାକୁ ମିଳିଛି । ଲକ୍‌ଡାଉନ୍‌ ପାଇଁ ଆଗକୁ ଅତ୍ୟାବଶ୍ୟକ ସାମଗ୍ରୀ ଅଭାବ ପଡ଼ିବା ଆଶଙ୍କାରେ ଲୋକେ ଏମିତି କରୁଛନ୍ତି । ତେବେ ଏନେଇ ଚିନ୍ତା ନକରିବାକୁ ଆଶ୍ୱସ୍ତି ଦେଇଛି ଓଡ଼ିଶା ବ୍ୟବସାୟୀ ମହାସଂଘ । ୧୫-୨୦ ଦିନ ପାଇଁ ଅତ୍ୟାବଶକ ସାମଗ୍ରୀ ମହଜୁଦ ଥିବା ପ୍ରଶାସନିକ ଅଧିକାରୀଙ୍କ ସହ ବୈଠକରେ ମହାସଂଘ ଅବଗତ କରାଇଛି । କଟକ ମାଲଗୋଦାମ ମଧ୍ୟ ୨୪ ଘଣ୍ଟା ଖୋଲା ରହିବ ।

ଏହାସହ ଅତ୍ୟାବଶ୍ୟ ସାମଗ୍ରୀ ବିକ୍ରି ପାଇଁ କଟକ ଜଗତପୁରରେ ମଧ୍ୟ ଅତିରିକ୍ତ କାଉଣ୍ଟର ଖୋଲାଯିବ । ତେବେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଗାଡ଼ିକୁ ବାଟରେ ଅଟକା ଯିବା ନେଇ ବୈଠକରେ ଆଶଙ୍କା ପ୍ରକାଶ ପାଇଥିଲା । ବାଣିଜ୍ୟ ଓ ପରିହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଉପରେ କୈାଣସି ପ୍ରଭାବ ପଡ଼ି ନାହିଁ । ସମ୍ଭାବ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂର୍ବରୁ ପ୍ରସ୍ତୁତି କରିଛନ୍ତି ।

ତେବେ ଲକ୍‌ଡାଉନ୍‌ ଯୋଗୁ ଦୈନିକ ବ୍ୟବସାୟରେ ହାରାହାରି ୪ ଶହ କୋଟି ଟଙ୍କା କ୍ଷତି ହେବ ବୋଲି ବ୍ୟବସାୟୀ ମହାସଂଘ ଆକଳନ କରିଛି । କିପରି କ୍ଷତି ଭରଣା କରାଯିବ, ସେନେଇ ରାଜ୍ୟ ସରକାରଙ୍କ ସହ ଖୁବ୍‌ଶୀଘ୍ର ଆଲୋଚନା ହେବ ।

Leave a Reply