ମଙ୍ଗଳବାର ରାତି ୧୨ରୁ ଉଡ଼ିବନି ବିମାନ, ଘରୋଇ ଉଡ଼ାଣ ହେଲା ରଦ୍ଦ

ମଙ୍ଗଳବାର ରାତି ୧୨ଟାରୁ ଦେଶ ଭିତରେ ବିମାନ ଚଳାଚଳକୁ ସରକାର ବ୍ୟାନ୍ କରିଛନ୍ତି । କରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି । ତେବେ ମାଲ ପରିବହନକାରୀ କାର୍ଗୋ ବିମାନ ଉଡାଣ ଉପରେ କୌଣସି ପ୍ରତିବନ୍ଧକ ଲାଗୁ ହୋଇନାହିଁ । ରେଳ ସେବା ଓ କିଛି ରାଜ୍ୟ ନିଜ ସୀମା ଭିତେର ବସସେବାକୁ ଆଗରୁ ବନ୍ଦ କରି ସାରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଦେଶରେ ଦୈନିକ ୬,୫୦୦ ଘରୋଇ ଉଡାଣ ହୋଇଥାଏ ।  ପ୍ରତିବର୍ଷ ଘରୋଇ ଭାବେ ୧୪୪ ମିଲିଅନ ଯାତ୍ରୀ ବିମାନ ଯାତ୍ରା କରିଥାନ୍ତି । କରୋନା କାରଣରୁ ଏପର୍ଯ୍ୟନ୍ତ ଦେଶରେ ୯ ଜଣ ପ୍ରାଣ ହରାଇ ସାରିଲେଣି । ଦେଶରେ କରୋନା ରୋଗିଙ୍କ ସଂଖ୍ୟା ୪୩୪ । ରବିବାରଠାରୁ ଏପର୍ଯ୍ୟନ୍ତ ନୂଆ ୫୦ କରୋନା ରୋଗୀ ଏହି ତାଲିକାରେ ସାମିଲ ହୋଇଛନ୍ତି ।

ବଜାରରେ ହ୍ୟାଣ୍ଡ ସାନିଟାଇଜର ଏବଂ ମାସ୍କର ମୂଲ୍ୟ ସ୍ଥିର କଲେ କେନ୍ଦ୍ର ସରକାର

କରୋନା କାରଣରୁ ଚାଲୁନି ଟ୍ରେନ୍

ଭାରତୀୟ ରେଳ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ରେଳ ଚଳାଚଳକୁ ବନ୍ଦ କରିଦେଇଛି । ସମସ୍ତ ଦୂରଗାମୀ ଟ୍ରେନ୍,ଏକ୍ସପ୍ରେସକୁ ମାର୍ଚ୍ଚ ୩୧ ରାତି ୧୨ ପର୍ଯ୍ୟନ୍ତ ଟ୍ରେନ୍ ଚଳାଚଳା ବନ୍ଦ ରହିବ ।

ମିଳିବ ରିଫଣ୍ଡ୍

ରେଳଯାତ୍ରୀଙ୍କୁ ସେମାନଙ୍କ ଟିକେଟ୍ ଟଙ୍କା ଫେରସ୍ତ ମିଳିବ ବୋଲି ରେଳବାଇ ଘୋଷଣା କରିଛି । ଭାରତୀୟ ରେଳ ଅନୁସାରେ ଯାତ୍ରୀ ୨୧ ଜୁନ ଭିତରେ ଟିକେଟ୍ କ୍ୟାନସଲ କରି ରିଫଣ୍ଡ୍ ନେଇ ପାରିବେ ।

Leave a Reply