ନନ୍ଦିଘୋଷ ବ୍ୟୁରୋ : କନ୍ଧମାଳ ପୋଲିସ୍ ପକ୍ଷରୁ ଯୋର୍ ଧରିଲା ନିଶାମୁକ୍ତ ଓ ଅପରାଧ ମୁକ୍ତ କନ୍ଧମାଳ ଅଭିଯାନ । ବାଲିଗୁଡ଼ା ପୋଲିସକୁ ମିଳିଛି ଆଉ ଏକ ସଫଳତା । ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ଗଞ୍ଜେଇ ସହ ଅଭିଯୁକ୍ତକୁ ମାଡ଼ି ବସିଲା ପୋଲିସ୍ । ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୪୨ କେଜି ଗଞ୍ଜେଇ ସହ ୨ ଟି ଦେଶୀ ବନ୍ଧୁକ ଜବତ କରିଛି ପୋଲିସ୍ । ଘଟଣାର ମୁଖ୍ୟ ଅଭିଯୁକ୍ତ ବାଲିଗୁଡ଼ା ଥାନା ତିଲପଡ଼ା ଗାଁର ନିଳମ୍ବତ ମଲ୍ଲିକ ସମେତ ବୈାଦ୍ଧ ଜିଲ୍ଲା ଘଣ୍ଟାପଡ଼ା ଥାନା ଅଞ୍ଚଳର ବିରେନ୍ଦ୍ର ମଲ୍ଲିକ ଓ ରଞ୍ଜିତ୍ ଭୋଗକୁ ଗିରଫ କରାଯାଇଛି ।
ଏମାନେ କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ପଥଚାରୀ ଓ ପର୍ଯ୍ୟଟକଙ୍କୁ ସୁନସାନ୍ ରାସ୍ତାରେ ମାରଣାସ୍ତ୍ର ଦେଖାଇ ଲୁଟ୍, ଛିନତାଇ କରିବା ସହ ଅନେକ ଚୋରି, ଡକାୟତି ଘଟଣାରେ ସମ୍ପୃକ୍ତ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବାଲିଗୁଡ଼ା ଏସଡିପିଓ…

