spot_img
Home Blog Page 7442

ଆସନ୍ତା ୨୬ରେ ସୂର୍ଯ୍ୟ ପରାଗ, ଏହି ୫ଟି ରାଶି ଉପରେ ପଡ଼ିପାରେ ଅଧିକ ପ୍ରଭାବ

0

ଭୁବନେଶ୍ୱର : ଡିସେମ୍ବର ୨୬ ତାରିଖରେ ଏ ବର୍ଷର ଶେଷ ସୂର୍ଯ୍ୟପରାଗ । ଏଥିପାଇଁ ପାକ ନିଷେଧ ସହ ପୂଜା ପଦ୍ଧତି ଉପରେ ମଧ୍ୟ କଟକଣା ଜାରି ହୋଇଥାଏ । ତେବେ ସୂର୍ଯ୍ୟ ପରାଗରୁ କିଛି ରାଶିର ବ୍ୟକ୍ତିଙ୍କ ଉପରେ ପ୍ରଭାବ ଅଧିକ ରହିଥାଏ ତ ଆଉ କିଛି ରାଶିର ବ୍ୟକ୍ତିଙ୍କୁ ମଧ୍ୟ ଶୁଭ ଫଳ ମିଳିଥାଏ । ତେବେ ଏଥର ପରାଗ ବେଳେ ୫ଟି ରାଶି ପ୍ରତି କିଛିଟା ବିପଦ ରହିଛି । ଜାଣନ୍ତୁ ସେ ସବୁ ରାଶି ସଂପର୍କରେ ।

ମେଷ : ଏହି ରାଶିର ବ୍ୟକ୍ତିଙ୍କୁ ପରାଗ ସମୟରେ କିଛିଟା ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିପାରେ । କାର୍ଯ୍ୟରେ ବିଳମ୍ବ ହେବ । ଯଦି ଆପଣ ବେପାର କରୁଛନ୍ତି ତେବେ କାହା ଉପରେ ଅଧିକ ବିଶ୍ୱସ କରନ୍ତୁ ନାହିଁ, ଅସୁବିଧାରେ ପଡ଼ି ପାରନ୍ତି । ତର୍କ ବିତର୍କରୁ ଦୁରେଇ ରୁହନ୍ତୁ । କିଛି ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ଗୁରୁଜନଙ୍କ ସହ ଆଲୋଚନା କରି ନିଅନ୍ତୁ ।

ମିଥୁନ : ଦାମ୍ପତ୍ତ୍ୟ ଜୀବନରେ କଳହ ଲାଗି ରହିବ । ଚାକିରିରେ ପ୍ରମୋଶନ ଚାହୁଁଥିଲେ ଏହା ବିଳମ୍ବ ହୋଇପାରେ, ଯଦି ନୂଆ ଚାକିରି ଖୋଜୁଛନ୍ତି ତେବେ କିଛି ଦିନ ଅପେକ୍ଷା କରି ନିଅନ୍ତୁ । ପିତା-ମାତାଙ୍କ ଦେହ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ ।

ତୁଳା : ପରାଗଠାରୁ କିଛି ନା କିଛି ଖରାପ ପରିସ୍ଥିତିକୁ ସାମ୍ନା କରିପାରନ୍ତି । ଭାଇ ଭଉଣୀଙ୍କ ସହ କଳହ ହୋଇପାରେ । ସନ୍ତାନକୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କଷ୍ଟ ହୋଇପାରେ । ତେବେ ଏହି ପ୍ରଭାବ ୧୫ ଦିନ ହିଁ ରହିବ ।

ବିଚ୍ଛା : ପରିବାରରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅସୁବିଧା ଦେଖାଦେବ । ମାନସିକ ଚାପ ବଢିପାରେ । କଥାବାର୍ତ୍ତାରେ ନିୟନ୍ତ୍ରଣ ରକ୍ଷା କରନ୍ତୁ ।

ମକର : ବର୍ଷର ଆରମ୍ଭରେ ଆପଣ ବିଭିନ୍ନ ଚାପରେ ରହି ପାରନ୍ତି । ଆର୍ଥିକ କ୍ଷେତ୍ରରେ ଆପଣଙ୍କୁ ସାବଧାନ ରହିବାକୁ ପଡ଼ିବ । ବ୍ୟବସାୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିବ ।

ଜାଣନ୍ତୁ କେଉଁ ଗାଁରେ ଦ୍ରୌପଦୀ ସାଜନ୍ତି ବିବାହିତ ମହିଳା

0

ଡେରାଡୁନ: ଏମିତି ବି ଗାଁ ଅଛି ଯେଉଁଠି ବିବାହିତ ମହିଳା ଦ୍ରୌପଦୀ ସାଜିଥାଏ । ଯେଉଁଠି ଝିଅଟି ବିବାହ କରିବା ପରେ ସ୍ୱାମୀର ସମସ୍ତ ଭାଇଙ୍କୁ ବି ବିବାହ କରିବାକୁ ପଡ଼ିଥାଏ । କେବଳ ସେତିକି ନୁହେଁ ପରମ୍ପରା ଅନୁସାରେ ସ୍ୱାମୀର ସମସ୍ତ ଭାଇଙ୍କୁ ବିବାହ କରିବା ପରେ ମହିଳା ଜଣଙ୍କ ସମସ୍ତଙ୍କ ସହ ଶାରିରୀକ ସମ୍ପର୍କ ମଧ୍ୟ ରଖିଥାଏ  । ଏବଂ ଏହି ପରମ୍ପରା ମହାଭାରତରୁ ଆସିଛି ବୋଲି ମଧ୍ୟ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ସବୁଠାରୁ ବଡ଼କଥା ହେଉଛି ଯେତେବେଳେ ସନ୍ତାନ ଜନ୍ମ ହୁଏ ସେ ଜାଣିନଥାଏ ତାର ବାପା କିଏ ।

ଉତ୍ତର ଭାରତର ଡେରାଡୁନରେ ଥିବା ଏକ ଛୋଟିଆ ଗାଁରେ ରହିଛି କିଛି ଏଭଳି ପରମ୍ପରା । ଯେଉଁଠି ଝିଅଟି ସ୍ୱାମୀର ସମସ୍ତ ଭାଇମାନଙ୍କୁ ବିବାହ କରିଥାଏ । ଏଭଳି କରିବା ପାଇଁ ମହିଳାଙ୍କୁ ବାଧ୍ୟ କରାଯାଇଥାଏ । ଯଦି ମହିଳା ଏଭଳି କରିବାକୁ ଅନିଚ୍ଛାପ୍ରକାଶ କରେ ତେବେ ମଳିଳାଙ୍କୁ ଘରୁ ବାହାର କରି ଦିଆଯାଇଥାଏ । ବିଶ୍ୱାସ ରହିଛି ଏଭଳି କରିବା ଦ୍ୱାରା ଘରେ ସୁଖଶାନ୍ତି ରହିବା ସହ ଘରକୁ ଲକ୍ଷ୍ମୀର ପ୍ରବେଶ ହୋଇଥାଏ ।

ଏହି ପରମ୍ପରା ମହାଭାରତରୁ ଆସିଛି ବୋଲି ଗାଁରେ  ଅନ୍ଧବିଶ୍ୱସ ରହିଛି । ଦ୍ରୌପଦୀ ଯେମିତି କୁନ୍ତିଙ୍କର ୫ ପୁଅଙ୍କୁ ବିବାହ କରି ସମସ୍ତ ଭାଇଙ୍କର ସ୍ତ୍ରୀ ହୋଇ ରହିଥିଲେ । ସେମିତି ଏହି ଗାଁରେ ମଧ୍ୟ ମହିଳାଙ୍କୁ ସ୍ୱାମୀର ସମସ୍ତ ଭାଇଙ୍କୁ ବିବାହ କରିବାର ପରମ୍ପରା ରହିଛି ।

ବିବାହ ପରେ ମହିଳା ଜଣଙ୍କ ସବୁ ରାତି ପ୍ରତ୍ୟେକ ସ୍ୱାମୀମାନଙ୍କ ସହ ଶାରିରୀକ ସମ୍ପର୍କ ରଖିଥାଏ । ସବୁଠାରୁ ବଡ କଥା ହେଉଛି ସନ୍ତାନ ଜନ୍ମ ହେବା ପରେ ତାର ବାପା କିଏ ତାହା ନା ତା ମାଆ ଜଣିଥାଏ ନା ସେ ସନ୍ତାନ । ୨୦୦୯ ରେ ରଜୋ ବର୍ମା(୨୪) ନାମକ ଏକ ମହିଳା ଗୁଡୁ ନାମକ ଏକ ପୁରୁଷ ସହ ବିବାହ କରିଥିଲେ । ପରମ୍ପରା ଅନୁସାରେ ତାର ବର୍ଷେ ପରେ ରଜୋ ବିବାହ କରିଥିଲେ ଗୁଡ଼ୁଙ୍କ ଭାଇଙ୍କୁ  ।

ଏହି ଭଳି ଭାବରେ ରଜୋ ଗୋଟିଏ ପରେ ଗୋଟିଏ ୬ ଜଣ ଭାଇଙ୍କୁ ବିବାହ କରିଥିଲେ । ପ୍ରତ୍ୟେକ ରାତିରେ ମହିଳା ଜଣଙ୍କ ଭିନ୍ନ ଭିନ୍ନ ସ୍ୱାମିଙ୍କ ସହ ସମ୍ପର୍କ ରଖିଥାନ୍ତି । ଏହି ଗାଁରେ ଶିକ୍ଷା ଅଭାବରୁ DNA ଟେଷ୍ଟ କରିବା ବି ଜାଣନ୍ତି ନାହିଁ ।

ଏଠାରେ ପରମ୍ପରାର ଅନ୍ଧବିଶ୍ୱସର ଶିକାର ହୋଇଥାନ୍ତି ପ୍ରତ୍ୟେକ ମହିଳା । ମନ ଓ ଦେହର କଷ୍ଟକୁ ଅଣ୍ଟିରେ ଧରି ବୁଲେ ସ୍ତ୍ରୀ  । ମହାଭାରତର ଏଭଳି ନିୟମକୁ ମନେ ମନେ କୋଷେ ।  ଏହା କେବଳ ଶିକ୍ଷାର ଅଭାବ ଛଡ଼ା ଆଉ କିଛି ନୁହେଁ ।

 

 

 

ସାଥୀ କଏଦୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣି ଚାଲିଗଲା ପ୍ରାଣ

କେନ୍ଦୁଝର: ଫାଶୀ ଦଣ୍ଡାଦେଶକୁ ନେଇ ଛାନିଆ ହେଲେଣି ଦୁଷ୍କର୍ମକାରୀ । ଗତକାଲି ଜଣେ କଏଦୀଙ୍କୁ କୋର୍ଟ ନାବାଳିକା ଦୁଷ୍କର୍ମ ମାମଲାରେ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ । ଆଉ ଏହି ଖବର ପରେ କେନ୍ଦୁଝର ଜିଲ୍ଲା କାରାଗାରରେ ଥିବା ଜଣେ ବିଚାରାଧୀନ କଏଦୀଙ୍କ ଆଜି ମୃତ୍ୟୁ ହୋଇଛି । ମୃତକ ପଣ୍ଡାପଡ଼ା ଥାନା ମିଶ୍ରମାଳ ଗାଁର ଟୁରୀ ମୁଣ୍ଡା ।ସେ ଆଜି ସକାଳେ ଖାଦ୍ୟ ସଂଗ୍ରହ କରି ନିଜ ବାରାକକୁ ନେଇଥିଲେ । ଖାଦ୍ୟ ଖାଇବା ପାଇଁ ତଳେ ବସିଥିବା ବେଳେ ହଠାତ୍ ପଡ଼ିଥିଲେ । ତାଙ୍କୁ ଜେଲ ଡାକ୍ତର ଦେଖିବା ପରେ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ସୂଚନା ଦେଇଛନ୍ତି ।ମୃତ ଟୁରୀ ମୁଣ୍ଡା ୨୦୧୮ ମେ ମାସରେ ପୋକ୍ସୋ ଆକ୍ଟରେ ଗିରଫ ହୋଇ ବିଚାରାଧୀନ କଏଦୀ ଭାବେ କେନ୍ଦୁଝର ଜେଲରେ ଥିଲେ । ତାଙ୍କ ବିରୋଧରେ ୩୫୪(ଏ), ୩୫୪(ବି) ଆଦି ଦଫା ଲାଗିଥିଲା । ତେବେ, ଗତକାଲି ସୁନୀଲ ନାଏକ ନାମକ କଏଦୀଙ୍କୁ ପୋକ୍ସୋ ମାମଲାରେ ଫାଶୀ ଦଣ୍ଡ ଶୁଣାଯିବା ପରେ ଆଜି ଟୁରୀଙ୍କ ହୃଦଘାତରେ ମୃତ୍ୟୁ ହୋଇଛି ।

https://nandighoshatv.comkeonjhar-girl-child-rapist-sentenced-death/

ସମ୍ଵଲପୁର: ୪ ଆନ୍ତଃରାଜ୍ୟ ଏଟିଏମ ଲୁଟେରା ଗିରଫ । ୫ ଲକ୍ଷ ଟଙ୍କା, ୩୦ଟି ଏଟିଏମ କାର୍ଡ, କ୍ଲୋନିଂ ମେସିନ, ଲାପଟପ ଆଦି ଜବତ କଲା ପୋଲିସ । ୨ ଲୁଟେରା ବିହାର ଗୟାର ହୋଇଥିବା ବେଳେ ଅନ୍ୟ ୨ ଜଣ ସମ୍ବଲପୁର ସହରର ହୋଇଥିବା ପୋଲିସର ସୂଚନା ।

ସମ୍ଵଲପୁର: ୪ ଆନ୍ତଃରାଜ୍ୟ ଏଟିଏମ ଲୁଟେରା ଗିରଫ । ୫ ଲକ୍ଷ ଟଙ୍କା, ୩୦ଟି ଏଟିଏମ କାର୍ଡ, କ୍ଲୋନିଂ ମେସିନ, ଲାପଟପ ଆଦି ଜବତ କଲା ପୋଲିସ । ୨ ଲୁଟେରା ବିହାର ଗୟାର ହୋଇଥିବା ବେଳେ ଅନ୍ୟ ୨ ଜଣ ସମ୍ବଲପୁର ସହରର ହୋଇଥିବା ପୋଲିସର ସୂଚନା ।

ଚିଫ ୱାଇଲ୍ଡ ଲାଇଫ ୱାର୍ଡନ ହରିଶଙ୍କର ଉପାଧ୍ୟାୟଙ୍କ ସୂଚନା । ବ୍ୟାଘ୍ର ପ୍ରକଳ୍ପକୁ ବିଫଳ କହିବା ଠିକ୍ ନୁହେଁ । ଏନଟିସିଏ, WII ଅଧିକାରୀମାନେ ବାରମ୍ବାର ସାତକୋଶିଆ ଗସ୍ତ କରିଥିଲେ । ଭବିଷ୍ୟତରେ ସ୍ଥିତି ସ୍ୱାଭାବିକ ହେଲେ ପୁଣି ପ୍ରକଳ୍ପ ଆରମ୍ଭ ହେବ ।

ଚିଫ ୱାଇଲ୍ଡ ଲାଇଫ ୱାର୍ଡନ ହରିଶଙ୍କର ଉପାଧ୍ୟାୟଙ୍କ ସୂଚନା । ବ୍ୟାଘ୍ର ପ୍ରକଳ୍ପକୁ ବିଫଳ କହିବା ଠିକ୍ ନୁହେଁ । ଏନଟିସିଏ, WII ଅଧିକାରୀମାନେ ବାରମ୍ବାର ସାତକୋଶିଆ ଗସ୍ତ କରିଥିଲେ । ଭବିଷ୍ୟତରେ ସ୍ଥିତି ସ୍ୱାଭାବିକ ହେଲେ ପୁଣି ପ୍ରକଳ୍ପ ଆରମ୍ଭ ହେବ ।

ରାଜଧାନୀର ମଲରେ ୱେଷ୍ଟଇଣ୍ଡିଜ୍ ଟିମର ସପିଂ, ଜାଣନ୍ତୁ କଣ କିଣିଲେ…

ଭୁବନେଶ୍ୱର: ଇଣ୍ଡିଜ୍ ଟିମର ମନ ଜିଣିଛି ରାଜଧାନୀ । ଆଜି ଅଭ୍ୟାସ ମ୍ୟାଚ୍ ନଥିବାରୁ ଇଣ୍ଡିଜ ଟିମର ଖେଳାଳି, କୋଚ ଓ ଅଫିସିଆଲ ମଲ୍ ଯାଇ ସପିଂ କରିଛନ୍ତି । ରସୁଲଗଡ଼ ସ୍ଥିତ ଏସପ୍ଲାନେଡ ମଲରେ କିଣାକିଣି କରିଛନ୍ତି ଖେଳାଳି ଓ କୋଚ୍ ।

ଖେଳାଳି ଓ ଟିମ୍ ସଦସ୍ୟ ଏସପ୍ଲାନେଡ ମଲ୍ ବୁଲିବା ସହ ସପିଂ କରିଛନ୍ତି । ବ୍ୟାଗ୍, ଜୋତା, ଘଣ୍ଟା, ଡ୍ରେସ୍ ସହ ସ୍ନାକ୍ସ କିଣିଥିବା ଜଣାପଡ଼ିଛି । ଇଣ୍ଡିଜ୍ ଖେଳାଳିଙ୍କୁ ଦେଖିବା ପାଇଁ ମଲରେ ଭିଡ଼ ଲାଗିଥିଲା ।

ଟିମ୍ ସଦସ୍ୟ କିଣାକିଣି କରିବା ସହ ଫ୍ୟାନଙ୍କ ମନ ଜିଣିଛନ୍ତି । ଫ୍ୟାନମାନଙ୍କ ସହ ଫଟୋ ଉଠାଇଛନ୍ତି । ତେବେ, ଟିମର ପୂର୍ବତନ ଅଧିନାୟକ ଜାସନ ହୋଲ୍ଡରଙ୍କ ସହ ସେଲ୍ଫି ନେବା ପାଇଁ ସମସ୍ତେ ଆଗ୍ରହ ପ୍ରକାଶ କରିଥିଲେ ।

https://www.facebook.com/nandighoshatv/videos/2713543658875574/

ପୁରୀ: ଆରମ୍ଭ ହେଲାଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧକ୍ଷତାରେ ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ପୁରୀ ଏସପି ଓ ପରିଚାଳନା କମିଟିର ସଦସ୍ୟ ବୈଠକରେ ସାମିଲ୍ ।

ପୁରୀ: ଆରମ୍ଭ ହେଲାଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧକ୍ଷତାରେ ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ପୁରୀ ଏସପି ଓ ପରିଚାଳନା କମିଟିର ସଦସ୍ୟ ବୈଠକରେ ସାମିଲ୍ ।

ମ୍ୟାଚ୍ ଦିନ କେଉଁ ବାଟେ ଯିବେ, କେଉଁଠି ଗାଡ଼ି ପାର୍କିଂ କରିବେ ଜାଣନ୍ତୁ…

ଭୁବନେଶ୍ୱର: ଦିନକ ପରେ ବାରବାଟୀରେ ଖେଳାଯିବ ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ । ଏଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ୍ ଆଡଭାଇଜରି ଜାରି କରାଯାଇଛି । ମ୍ୟାଚ୍ ଦିନ ଭିଡ଼କୁ ଦୃଷ୍ଟିରୁ ରଖି କେତକ ରାସ୍ତାରେ ଯାନବାହାନ ଯାତାୟାତ ଉପରେ କଟକଣା ମଧ୍ୟ ଲଗାଯାଇଛି । ଏଥିସହ ଷ୍ଟାଡିୟମ୍ ନିକଟବର୍ତ୍ତୀ ସ୍ଥାନରେ ପାର୍କିଂ ବ୍ୟବସ୍ଥା କରଯାଇଛି । ତେବେ, ସାଧାରଣ ଲୋକ ଓ ପାସ୍ ଧାରୀଙ୍କ ପାଇଁ ଗାଡ଼ି ପାର୍କିଂ ସ୍ଥାନ ଅଲଗା ଅଲଗା ରହିଛି । ଏହି ଅସ୍ଥାୟୀ ଯାନବାହାନ କଟକଣା ୨୨ ତାରିଖ ସକାଳ ୮ଟାରୁ ଖେଳ ସରିବା ବା ଭିଡ଼ ଭାଙ୍ଗିବା ଯାଏଁ ବଳବତ୍ତର ରହିବ ।

୧) ମାତାମଠ ପଟୁ ରିଂ ରୋଡରେ ଆସୁଥିବା ଗାଡ଼ି ଗଡ଼ ଗଡ଼ିଆ ମନ୍ଦିର ପୂର୍ବରୁ ଥିବା ଗଡ଼ା ପାଖରେ ଡାହାଣକୁ ଯାଇ ତଳ ବାଲିଯାତ୍ରା ପଡ଼ିଆରେ ପାର୍କିଂ କରିବେ । ପାସ୍ ଥିବା ଯାନବାହନ ଗୁଡ଼ିକ ଗଡ଼ଗଡ଼େଶ୍ୱର ମନ୍ଦିର ଦେଇ ବାମ୍ବୋଡିପୋ ଗଡ଼ାରେ ବାମ ପଟକୁ ଯାଇ, ପୁରୁଣା ବାଲିଯାତ୍ରା ପଡ଼ିଆରେ ଗାଡି ପାର୍କିଂ କରିପାରିବେ ।

୨) ହାରଡ଼ା ମୋଟର ଛକ ଓ ଗଡ଼ଗଡ଼ାଛକ ପଟୁ ଆସୁଥିବା ଗାଡ଼ି ମୁଖ୍ୟ ବିଚାରପତିଙ୍କ ବଙ୍ଗଳା ଛକ ପାଖରୁ ଡାହାଣ ପଟେ ରିଂ ରୋଡ୍କୁ ଯାଇ ସେଠାରୁ ତଳ ବାଲିଯାତ୍ରା ପଡ଼ିଆରେ ପାର୍କିଂ କରିବେ ।

୩) ବିଜୁ ପଟ୍ଟନାୟକ ଛକ ଆଡ଼ୁ ଆସୁଥିବା ଗାଡ଼ି ପି.ଏଚ.ଡି ଅଫିସ୍ ଛକ ପାଖରୁ ସିଧା ବାରବାଟୀ ଷ୍ଟାଡିୟମ୍ ରୋଡ୍ ଆଡ଼କୁ ଆସିପାରିବେ ନାହିଁ । ସେମାନେ ଦୟାଶ୍ରମରେ ଥିବା ଷ୍ଟାଣ୍ଡରେ ପାର୍କିଂ କରିବେ ।

୪) ବିଜୁ ପଟ୍ଟନାୟକ ଛକ ବା ମଧୁସୂଦନ ଆଡ଼ୁ ଆସୁଥିବା ଯାନବାହନ ଆନନ୍ଦଭବନ ଛକ ପାଖରେ ଥିବା ପଡ଼ିଆରେ ଗାଡ଼ି ପାର୍କିଂ କରିବେ । ଏହି ଯାନବାହାନ ଗୁଡ଼ିକ ଜିଲ୍ଲାପୋର୍ଟ ଦେଇ ବାଲିଯାତ୍ରା ପଡ଼ିଆ ବା ଚମ୍ପାବନ ରୋଡକୁ ଆସିପାରିବେ ନାହିଁ ।

୫) ହରିଣ ପାର୍କ ବା ମଧୁସୂଦନ ନଗର ଆଡୁ ରିଂ ରୋଡରେ ଗଡ଼ଗଡ଼େଶ୍ୱର ମନ୍ଦିର ଆଡ଼କୁ ଆସୁଥିବା ଗାଡ଼ି କାର୍ତ୍ତିକେଶ୍ୱର ଗଡ଼ାରେ ବାମକୁ ଗଡ଼ି ପାର୍କିଂ ଷ୍ଟାଣ୍ଡରେ ରଖିବେ ।ପାର୍କିଂ ବ୍ୟବସ୍ଥା

  • ମାତାମଠ ଦେଇ ରିଂ ରୋଡରେ ଆସୁଥିବା ଗାଡ଼ି ତଳ ବାଲିଯାତ୍ରା ପଡ଼ିଆରେ ପାର୍କିଂ କରିପାରିବେ ।
  • ହାରଡ଼ା ମୋଟର ଛକ ଓ ମଣୀସାହୁ ଛକ ପଟୁ ଆସୁଥିବା ଗାଡ଼ି ଗୁଡ଼ିକ ରିଂ ରୋଡରେ ଯାଇ ତଳ ବାଲିଯାତ୍ରା ପଡ଼ିଆରେ ପାର୍କିଂ କରିବେ ।
  • ଚହଟା ଛକ ପଟୁ ଆସୁଥିବା ଗାଡ଼ି କାର୍ତ୍ତିକେଶ୍ୱର ଗଡ଼ାରେ ତଳ ବାଲିଯାତ୍ରା ପଡ଼ିଆରେ ପାର୍କି କରିପାରିବେ ।
  • କନିକା ଛକ, ବିଜୁ ପଟ୍ଟନାୟକ ଛକ ଓ ମଧୁସୂଦନ ନଗର ଛକ ପଟୁ ଆସୁଥିବା ଗାଡ଼ି ଆନନ୍ଦ ଭବନ ପଡ଼ିଆରେ ପାର୍କି କରିପାରିବେ ।
  • ଓସିଏ ପାର୍କିଂ ପାସ୍ ପାଇଥିବା ବ୍ୟକ୍ତି ମଧୁସୂଦନ ଷ୍ଟାଚ୍ୟୁ କିମ୍ବା ନାରୀସେବା ସଦନ ଛକ ଦେଇ ଗେଟ୍ ନମ୍ବର-୧ରେ ଯାଇ ଓସିଏ ପଡ଼ିଆରେ ପାର୍କି କରିବେ ।
  • ଜାଭିୟର ଗ୍ରାଉଣ୍ଡରେ ପାସ୍ ପାଇଥିବା ବ୍ୟକ୍ତି ବାମ୍ବୋଡିପୋ ଓ ଚମ୍ପାବନ ରାସ୍ତା ଦେଇ ଗେଟ୍ ନମ୍ବର-୧୪ରେ ଯାଇ ପଡ଼ିଆରେ ପାର୍କିଂ କରିବେ ।

ଖୋର୍ଦ୍ଧା: ବାଘମାରୀ ଥାନା କୋଟପଳାରେ ଅବକାରୀ ବିଭାଗର ରେଡ୍ । ୧୮ ଗ୍ରାମ ବ୍ରାଉନସୁଗର ଜବତ, ଜଣେ ଗିରଫ ।

ଖୋର୍ଦ୍ଧା: ବାଘମାରୀ ଥାନା କୋଟପଳାରେ ଅବକାରୀ ବିଭାଗର ରେଡ୍ । ୧୮ ଗ୍ରାମ ବ୍ରାଉନସୁଗର ଜବତ, ଜଣେ ଗିରଫ ।

ଢେଙ୍କାନାଳ: ପରଜଙ୍ଗ ଥାନା ରୋଡ଼ ଗାଁରେ ହାତୀ ଆତଙ୍କ । କ୍ଷେତରେ ଧାନ କାଟୁଥିବା ବେଳେ ଚାଷୀଙ୍କୁ କଚାଡ଼ି ମାରିଲା ଦନ୍ତା । ମୃତକ ସେହି ଗାଁର ଶ୍ରୀକାନ୍ତ ମୁଦୁଲି ।

ଢେଙ୍କାନାଳ: ପରଜଙ୍ଗ ଥାନା ରୋଡ଼ ଗାଁରେ ହାତୀ ଆତଙ୍କ । କ୍ଷେତରେ ଧାନ କାଟୁଥିବା ବେଳେ ଚାଷୀଙ୍କୁ କଚାଡ଼ି ମାରିଲା ଦନ୍ତା । ମୃତକ ସେହି ଗାଁର ଶ୍ରୀକାନ୍ତ ମୁଦୁଲି ।