ନିର୍ମଳାଙ୍କ ବଜେଟରେ ସେନାକୁ ମିଳିଲା ବଡ଼ ଅନୁଦାନ

ନୂଆଦିଲ୍ଲୀ: ଆହୁରି ଶସକ୍ତ ହେବ ସେନା । ବଜେଟରେ ମିଳିଲା ବଡ଼ ଅନୁଦାନ । ସେନାର ଆଧୁନିକୀକରଣ ସହ ନୂତନ ଅସ୍ତ୍ରଶସ୍ତ୍ର ପାଇଁ ବଜେଟରେ ବ୍ୟୟବରାଦ ହୋଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରତିରକ୍ଷା ବିଭାଗକୁ ବଡ଼ ଭେଟି ଦେଇଛନ୍ତି ।ଗତବର୍ଷ ବଜେଟ୍ ଅପେକ୍ଷା ଚଳିତଥର ପ୍ରତିରକ୍ଷା ବିଭାଗକୁ ଅଧିକ ଅନୁଦାନ ମିଳିଛି । ଚଳିତଥର ପ୍ରତିରକ୍ଷା ବିଭାଗକୁ ୧ ଲକ୍ଷ ୧୦ ହଜାର ୭୩୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଗତବର୍ଷ ବଜେଟ୍ ତୁଳନାରେ ୧୦ ହଜାର ୩୪୦ କୋଟି ଟଙ୍କା ଅଧିକ ଘୋଷଣା ହୋଇଛି ।ସେହିପରି ପ୍ରତିରକ୍ଷା ପେନସନ ବଜେଟରେ ଅଭିବୃଦ୍ଧି କରାଯାଇଛି । ପେନସନ ପାଇଁ ୧.୩୩ ଲକ୍ଷ କୋଟି ବ୍ୟୟ ବରାଦ ହୋଇଛି । ଗତବର୍ଷ ପ୍ରତିରକ୍ଷା ପେନସନ ପାଇଁ ୧.୧୭ ଲକ୍ଷ କୋଟି ମିଳିଥିଲା । ପ୍ରତିରକ୍ଷା ବିଭାଗ ପାଇଁ ହୋଇଥିବା ବର୍ଦ୍ଧିତ ବ୍ୟୟବରାଦ ଠାରୁ ପେନସନ୍ ବ୍ୟୟବରାଦ ଅଧିକ ବୃଦ୍ଧି ହୋଇଛି ।

ନୂଆ ଦଶନ୍ଧିର ପ୍ରଥମ ବଜେଟ: ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ୨ଗୁଣା ଲକ୍ଷ୍ୟ

Leave a Reply