କରୋନା ଭାଇରସ୍‌କୁ ନେଇ ପାରାଦୀପ ବନ୍ଦରରେ ହାଇ ଆଲର୍ଟ

ପାରାଦୀପ: କରୋନା ଭାଇରସ୍‌ ନେଇ ପାରାଦୀପ ବନ୍ଦରରେ ହାଇ ଆଲର୍ଟ । ଗତ ତିନି ଦିନ ମଧ୍ୟରେ ବନ୍ଦରକୁ ଚୀନ, ହଂକଂ ଓ ସିଙ୍ଗାପୁରରୁ ୭ଟି ଜାହାଜ ଆସିଛି । ଜାହାଜଗୁଡ଼ିକୁ ଏପର୍ଯ୍ୟନ୍ତ ବନ୍ଦରର ବର୍ଥକୁ ଛଡ଼ାଯାଇନାହିଁ ।

ବନ୍ଦର ପ୍ରଶାସନ ପକ୍ଷରୁ ଜାହାଜଗୁଡ଼ିକ ଉପରେ ରୋକ ଲଗାଯାଇଛି । ଏହାସହ କରୋନା ପାଇଁ ସ୍ୱତନ୍ତ୍ର ଓ୍ୱାର୍ଡ଼ ଖୋଲାଯାଇ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା କରାଯାଇଛି । ଜାହାଜରେ ଥିବା କର୍ମଚାରୀମାନଙ୍କ ଉପରେ କଡ଼ା ନଜର ରଖାଯାଇଛି ।

ସମସ୍ତଙ୍କ ରକ୍ତ ଓ କଫ ସଂଗ୍ରହ କରାଯାଇ ପରୀକ୍ଷା କରାଯିବାର ବ୍ୟବସ୍ଥା କରାଯାଉଛି । କର୍ମଚାରୀମାନଙ୍କ ତନ୍ନ ତନ୍ନ ପରୀକ୍ଷା କରାଯିବା ପରେ ବନ୍ଦର ମଧ୍ୟକୁ ପ୍ରବେଶ ଅନୁମତି ଦିଆଯାଉଛି । ସେହିଭଳି ଅନ୍ୟ ଜାହାଜଗୁଡ଼ିକରେ ଆସୁଥିବା କର୍ମଚାରୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ଏବଂ ବନ୍ଦରର ୪ନମ୍ବର ଗେଟ୍‌ରେ ଲାଗିଥିବା ସ୍କାନର ଦ୍ଵାରା ଭଲଭାବେ ଯାଞ୍ଚ କରାଯାଉଛି ।

Leave a Reply