ବ୍ୟକ୍ତିଗତ ଟିକସ୍ ଉପରେ ରିହାତି: ଏଣିକି ୫ଲକ୍ଷ ପର୍ଯ୍ୟନ୍ତ ଆୟକାରୀଙ୍କୁ ଦେବାକୁ ପଡ଼ିବନି ଟ୍ୟାକ୍ସ

ନୂଆଦିଲ୍ଲୀ: ବ୍ୟକ୍ତିଗତ ଟିକସ ଉପରେ ରିହାତି ଘୋଷଣା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଇନକମ୍‌ ଟ୍ୟାକ୍ସ ସ୍ଳାବ୍‌ରେ କରାଯାଇଛି ପରିବର୍ତ୍ତନ । ଏଣିକି ୫ଲକ୍ଷ ପର୍ଯ୍ୟନ୍ତ ଆୟକାରୀଙ୍କୁ ଦେବାକୁ ପଡ଼ିବନି ଟ୍ୟାକ୍ସ । ୫ଲକ୍ଷରୁ ୭.୫ଲକ୍ଷ ଆୟକାରୀଙ୍କୁ ଦେବାକୁ ପଡ଼ିବ ୧୦% ଟ୍ୟକ୍ସ । ପୂର୍ବରୁ ୨୦%ର ଟ୍ୟାକ୍ସ ଦେବାକୁ ପଡ଼ୁଥିଲା । ୭.୫ଲକ୍ଷରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଆୟକାରୀଙ୍କୁ ୧୫% ଟ୍ୟାକ୍ସ ଦେବାକୁ ପଡ଼ିବ । ୧୦ଲକ୍ଷରୁ ୧୨.୫ ଲକ୍ଷ ଆୟକାରୀଙ୍କୁ ୨୦% ଟ୍ୟାକ୍ସ ଦେବାକୁ ପଡ଼ିବ । ପୂର୍ବରୁ ୩୦% ଟ୍ୟାକ୍ସ ଦେବାକୁ ପଡ଼ୁଥିଲା ।

Leave a Reply