ଲକ୍ଡାଉନ୍ରେ ଜନଗହଳି କମାଇବାକୁ ନୂଆ ପ୍ରୟାସ: ଘରେ ପହଞ୍ଚିବ ଗ୍ରୋସରୀ ସାମଗ୍ରୀ
ଭୁବନେଶ୍ୱର: ଏଣିକି ଘରେ ପହଞ୍ଚିବ ଗ୍ରୋସରୀ ସାମଗ୍ରୀ । ଲକ୍ ଡାଉନ୍ ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବା ନେଇ ଲୋକଙ୍କ ଭିଡ଼ କମାଇବାକୁ କିଛି ଏଭଳି ନିଷ୍ପତ୍ତି ନେଇଛି ଭୁବନେଶ୍ୱର ମ୍ୟୁନସିପାଲଟି କର୍ପୋରେସନ୍ ବା ବିଏମ୍ସି । ଲକ୍ଡାଉନ୍ ସମୟରେ ଗ୍ରୋସରୀ ସାମଗ୍ରୀ ସହ ଅନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ସରିଯିବା ଆଶଙ୍କାରେ ଲୋକମାନେ ଏବେ ରାସନ ଦୋକାନ, ପରିବା ଦୋକାନ ଫଳ ଦୋକାନ ଆଦିରେ ଭିଡ଼ ଜମାଉଛନ୍ତି । ଯାହାକୁ ନେଇ କରୋନା ସଂକ୍ରମଣର ଆଶଙ୍କା ବଢିଯାଇଛି । ଏହି ଆଶଙ୍କାକୁ ଏଡ଼ାଇବା ଲାଗି କିଛି ଏଭଳି ନିଷ୍ପତ୍ତି ନେଇଛି ବିଏମ୍ସି ।

ରିଲାଏନ୍ସ ଫ୍ରେସ, ବିଗ୍ ବଜାର, ବିଶାଲ ମେଗା ମାର୍ଟ ଏବଂ ଆଧାର ଫ୍ରେଶର ୨୮ ଟି ଆଉଟଲେଟରୁ ଲୋକେ ନିଜ ଘର ଦ୍ୱାରରେ ପାଇପାରିବେ ଅତ୍ୟାବଶ୍ୟକୀୟ ସାମଗ୍ରୀ । ଶୁକ୍ରବାରଠାରୁ ସକାଳ୭ ଟାରୁ ରାତି ୧୧ ମଧ୍ୟରେ ସେମାନେ ସେମାନଙ୍କ ଅତ୍ୟାବଶ୍ୟକୀୟ ସାମଗ୍ରୀ ଅର୍ଡର କରିପାରିବେ ।

ବିଏମ୍ସି ପକ୍ଷରୁ ସମ୍ପୃକ୍ତ ମଲ୍ ଗୁଡ଼ିକର ହ୍ୱାଟ୍ସ ଆପ୍ ନମ୍ୱର ମଧ୍ୟ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଯୋଗାଇଦିଆଯାଇଛି । ଗ୍ରାହକ ସେମାନଙ୍କ ଆବଶ୍ୟକୀୟ ସାମଗ୍ରୀ ହ୍ୱାଟ୍ସ ଆପ୍ ଯୋଗେ ଅର୍ଡର କରିପାରିବେ । ଏବଂ ସେମାନଙ୍କ ସାମଗ୍ରୀ ପାଇବା ପରେ ସାମଗ୍ରୀ ବାବଦର ଟଙ୍କା ଡେଲିଭେରୀ ବୟ୍ଙ୍କ ନିକଟରେ ପଇଠ କରିପାରିବେ ।
ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ
ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ରୋଗୀ ଚିହ୍ନଟ । କରୋନା ଆକ୍ରାନ୍ତ ରୋଗୀ ଜଣଙ୍କ ଭୁବନେଶ୍ୱର ହୋଇଥିବା ସୂଚନା । ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର । ପୂର୍ବରୁ ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ବର୍ତ୍ତମାନ ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ୩କୁ ଛୁଇଁଛି ।
https://www.facebook.com/nandighoshatv/videos/526253538075303/?eid=ARA6r8yInm8grZK7H-UkZWude-UK3PnH3AxN-adosOIPkUgmgvnuGnaCTB7JxXZkcNuufyiC2JhNcgEp
ତେବେ ଆକ୍ରାନ୍ତ ରୋଗୀ ଜଣଙ୍କ ପ୍ରବାସୀ ଓଡ଼ିଆ କିମ୍ୱା ପ୍ରବାସୀ ଭାରତୀୟ ସେ ନେଇ କୌଣସି ସୂଚନା ମିଳିପାରିନାହିଁ । ଏହାପୂର୍ବରୁ ଆଜିର ପ୍ରେସମିଟ୍ରେ କରୋନା ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ମୋଟ ୧୬୪ ଜଣଙ୍କ ନମୁନା ପରୀକ୍ଷା ହୋଇଥିବା କହିଥିଲେ । ଯେଉଁଥିରୁ ୨ ଜଣଙ୍କ ନମୁନା ପଜେଟିଭ୍ ରହିଥିଲା । ପଜିିଟିଭ୍ ଆସିଥିବା ଆକ୍ରାନ୍ତଙ୍କ ସମ୍ପର୍କରେ ଆସିଥିବା ୩୪ ଜଣ ଆଇସୋଲେସନ୍ରେ ରହିଥିବା ସୂଚନା ଦେଇଥିଲେ ।
ଲକଡାଉନ୍ : ଇପିଏଫ୍ ଉପରେ ଆଶ୍ୱସ୍ତି, କିନ୍ତୁ EMI ଏବଂ ଲୋନର କଣ ହେବ ?
ନୂଆଦିଲ୍ଲୀ: 21 ଦିନିଆ ଲକଡାଇନ ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗରିବଙ୍କ ପାଇଁ ୧.୭୦ ଲକ୍ଷ କୋଟିର ଏକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। ଏହି ପ୍ୟାକେଜ୍ ମାଧ୍ୟମରେ ବୃଦ୍ଧ, ବିଧବା ଏବଂ ଭିନ୍ନକ୍ଷମଙ୍କ ବ୍ୟତୀତ କୃଷକ, ଶ୍ରମିକ ଏବଂ ମହିଳାଙ୍କୁ ରିଲିଫ ଯୋଗାଇବା ପାଇଁ ପ୍ରୟାସ କରାଯାଇଛି। କିନ୍ତୁ ମଧ୍ୟବିତ୍ତଙ୍କ ଆଶା ଆଜି ମଉଳି ଯାଇଛି ।
ବାସ୍ତବରେ, ଲକଡାଉନ ହେତୁ ମଧ୍ୟବିତ୍ତମାନଙ୍କୁ ଲୋନ ଏବଂ ପୈଠ କରାଯାଉଥିବା EMI ଏବେ ଚିନ୍ତାରେ ପକାଇଛି । ଏଭଳି ପରିସ୍ଥିତିରେ ଗୁରୁବାର ଦିନ ସାମ୍ବାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଶ୍ରେଣୀକୁ କିଛି ରିହାତି ଦେବେ ବୋଲି ଲୋକମାନେ ଆଶା କରିଥିଲେ। କିନ୍ତୁ ଏହା ହୋଇ ନଥିଲା, ଯଦିଓ ଅର୍ଥମନ୍ତ୍ରୀ ଇପିଏଫ୍ ଜମାକାରୀଙ୍କୁ କିଛିଟା ଆସ୍ୱସ୍ତି ଦେଇଛନ୍ତି ।
EPF ଜମାକାରୀଙ୍କୁ ପାଇଁ ୩ ମାସ ଯାଏଁ ଜମାକରିବାକୁ ପଡ଼ିବନି ଟଙ୍କା-
ଅର୍ଥମନ୍ତ୍ରୀ କହିଛନ୍ତି ଯେ ସରକାର ଉଭୟ କର୍ମଚାରୀ ଏବଂ ନିଯୁକ୍ତିଦାତାଙ୍କ ଅଂଶ ୩ ମାସ ପାଇଁ ଇପିଏଫରେ ପ୍ରଦାନ କରିବେ। ଏହି ନିୟମ ସେହି ସମସ୍ତ କମ୍ପାନୀ କିମ୍ବା ଅନୁଷ୍ଠାନ ପାଇଁ ପ୍ରଯୁଜ୍ୟ ହେବ ଯେଉଁଠାରେ ୧୦୦ରୁ କମ୍ କର୍ମଚାରୀ ଅଛନ୍ତି ଏବଂ ଯେଉଁଠି ୯୦ ପ୍ରତିଶତ କର୍ମଚାରୀଙ୍କ ଦରମା ୧୫,୦୦୦ରୁ କମ୍ ରହିଛି । ଏହି ନିୟମ କେବଳ ୩ ମାସ ପାଇଁ | ଏହା ପ୍ରାୟ ୮୦ ଲକ୍ଷ କର୍ମଚାରୀ ଏବଂ ପ୍ରାୟ ୪ ଲକ୍ଷ ପ୍ରତିଷ୍ଠାନ ପାଇଁ ଉପକୃତ ହେବ |
ଲୋନ୍ ଏବଂ EMI ଉପରେ କ’ଣ କହିଲ ସିତାରମଣ-
ଲୋନ୍ ଏବଂ ଇଏମଆଇ ବିଷୟରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ସମୟରେ ଆମର ଧ୍ୟାନ ଗରିବ ଲୋକଙ୍କୁ ଖାଦ୍ୟ ଏବଂ ଟଙ୍କା ଯୋଗାଇବା ଉପରେ ରହିଛି । ବର୍ତ୍ତମାନ ମଧ୍ୟବିତ୍ତଙ୍କ ପାଇଁ ଅର୍ଥମନ୍ତ୍ରୀ କୌଣସି ଘୋଷଣା କରିନାହାନ୍ତି ।
ସେକ୍ସ ଲାଇଫକୁ ଖରାପ କରିବ କରୋନା ! ସୁସ୍ଥ ହୋଇଥିବା ୮୫ ଜଣଙ୍କ ପରୀକ୍ଷାରୁ ମିଳୁଛି ସଂକେତ
କରୋନା କାରଣରୁ କେବଳ ଏହି ପିଢ଼ି ନୁହେଁ ଆଗାମୀ ପିଢ଼ି ମଧ୍ୟ ପ୍ରଭାବିତ ହେବ । କାରଣ ଏହି ଭାଇରସ ପୁରୁଷଙ୍କ ସେକ୍ସ ହରମୋନ ଉପରେ ପ୍ରଭାବ ପକାଉଛି । ସେମାନଙ୍କୁ ନପୁଂସକ କରୁଛି କରୋନା ।

ଏହା କାରଣରୁ ପୁରୁଷଙ୍କ ଅଣ୍ଡକୋଷ ଖରାପ ହେଉଛି । ଏହା ସହ ସେମାନଙ୍କ ଉତ୍ତେଜନାରେ କମି ଆସୁଛି । ଏଭଳି ଦାବି କରିଛି ଉହାନର ଏକ ବିଶ୍ୱବିଦ୍ୟାଳୟ ।

ଉହାନ ବିଶ୍ୱବିଦ୍ୟାଳୟର ଝାଙ୍ଗନାନ୍ ହସ୍ପିଟାଲରେ କରାଯାଇଥିବ ରିସର୍ଚ୍ଚରୁ ଏହା ଜଣା ପଡିଛି । medrxiv.org ରେ ଏହି ରିପୋର୍ଟ ପ୍ରକାଶିତ ହୋଇଛି । କରୋନା ଦ୍ୱାରା ସଂକ୍ରମିତ ୮୧ ଜଣ ପୁରୁଷଙ୍କ ଉପରେ କରାଯାଇଥିବା ସର୍ବେକ୍ଷଣରୁ ଏହା ଜଣା ପଡିଛି ।

ଏହି ୮୧ପୁରୁଷଙ୍କ ବୟସ ୨୦ରୁ ୫୪ ବର୍ଷ ମଧ୍ୟରେ ଥିଲା । ଝାଙ୍ଗନାନ ହସ୍ପିଟାଲକୁ ଏଥିରେ ହୁବେଇ କ୍ଲିନିକାଲ ରିସର୍ଚ୍ଚ ସେଣ୍ଟର ଫର ପ୍ରିନେଟର ଡାଇଗ୍ନୋସିସ୍ ଆଣ୍ଡ୍ ବାର୍ଥ୍ ହେଲ୍ଥର ବୈଜ୍ଞାନିକ ସାହାଯ୍ୟ କରିଥିଲେ ।
ଝାଙ୍ଗନାନ୍ ହସ୍ପିଟାଲର ଡାକ୍ତରଙ୍କୁ ନେଇ ଗଠିତ ଟିମ୍ ଅନୁସାରେ ରୋଗିଙ୍କ ଶରୀରରେ ଟେଷ୍ଟୋଷ୍ଟେରାନ ଓ ଲ୍ୟୁଟିନାଇସିଂ ହରମୋନର ଅନୁପାତ ବିଗୁଡିଛି ।

ଯଦି T/LH ଅନୁପାତ ବିଗିଡେ ତେବେ ପୁରୁଷଙ୍କ ଅଣ୍ଡକୋଷ ଠିକ ଭାବେ କାମ କରିନଥାଏ । ସେଥିରେ ବିର୍ଯ୍ୟ ତିଆରି ହେବା କମିଯାଏ କିମ୍ବା ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଏ । ଏହା ସହ ସେକ୍ସ ହରମୋନରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଥାଏ ।
ଯେଉଁ ପୁରୁଷଙ୍କ ଅଧ୍ୟୟନ କରାଯାଇଥିଲା ସେମାନଙ୍କ ଠାରେ T/LH ଅନୁପାତ ୦.୭୪ ଥିଲା । ଅର୍ଥାତ ସାମନ୍ୟ ସ୍ତରଠାରୁ କମ । ଯାହାକି ବହୁତ ଚିନ୍ତାଜନକ ।
ଲକଡାଉନ୍ : ଇପିଏଫ୍ ଉପରେ ଆଶ୍ୱସ୍ତି, କିନ୍ତୁ EMI ଏବଂ ଲୋନର କଣ ହେବ ?
ନୂଆଦିଲ୍ଲୀ: 21 ଦିନିଆ ଲକଡାଇନ ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗରିବଙ୍କ ପାଇଁ ୧.୭୦ ଲକ୍ଷ କୋଟିର ଏକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। ଏହି ପ୍ୟାକେଜ୍ ମାଧ୍ୟମରେ ବୃଦ୍ଧ, ବିଧବା ଏବଂ ଭିନ୍ନକ୍ଷମଙ୍କ ବ୍ୟତୀତ କୃଷକ, ଶ୍ରମିକ ଏବଂ ମହିଳାଙ୍କୁ ରିଲିଫ ଯୋଗାଇବା ପାଇଁ ପ୍ରୟାସ କରାଯାଇଛି। କିନ୍ତୁ ମଧ୍ୟବିତ୍ତଙ୍କ ଆଶା ଆଜି ମଉଳି ଯାଇଛି ।
ବାସ୍ତବରେ, ଲକଡାଉନ ହେତୁ ମଧ୍ୟବିତ୍ତମାନଙ୍କୁ ଲୋନ ଏବଂ ପୈଠ କରାଯାଉଥିବା EMI ଏବେ ଚିନ୍ତାରେ ପକାଇଛି । ଏଭଳି ପରିସ୍ଥିତିରେ ଗୁରୁବାର ଦିନ ସାମ୍ବାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଶ୍ରେଣୀକୁ କିଛି ରିହାତି ଦେବେ ବୋଲି ଲୋକମାନେ ଆଶା କରିଥିଲେ। କିନ୍ତୁ ଏହା ହୋଇ ନଥିଲା, ଯଦିଓ ଅର୍ଥମନ୍ତ୍ରୀ ଇପିଏଫ୍ ଜମାକାରୀଙ୍କୁ କିଛିଟା ଆସ୍ୱସ୍ତି ଦେଇଛନ୍ତି ।
EPF ଜମାକାରୀଙ୍କୁ ପାଇଁ ୩ ମାସ ଯାଏଁ ଜମାକରିବାକୁ ପଡ଼ିବନି ଟଙ୍କା-
ଅର୍ଥମନ୍ତ୍ରୀ କହିଛନ୍ତି ଯେ ସରକାର ଉଭୟ କର୍ମଚାରୀ ଏବଂ ନିଯୁକ୍ତିଦାତାଙ୍କ ଅଂଶ ୩ ମାସ ପାଇଁ ଇପିଏଫରେ ପ୍ରଦାନ କରିବେ। ଏହି ନିୟମ ସେହି ସମସ୍ତ କମ୍ପାନୀ କିମ୍ବା ଅନୁଷ୍ଠାନ ପାଇଁ ପ୍ରଯୁଜ୍ୟ ହେବ ଯେଉଁଠାରେ ୧୦୦ରୁ କମ୍ କର୍ମଚାରୀ ଅଛନ୍ତି ଏବଂ ଯେଉଁଠି ୯୦ ପ୍ରତିଶତ କର୍ମଚାରୀଙ୍କ ଦରମା ୧୫,୦୦୦ରୁ କମ୍ ରହିଛି । ଏହି ନିୟମ କେବଳ ୩ ମାସ ପାଇଁ | ଏହା ପ୍ରାୟ ୮୦ ଲକ୍ଷ କର୍ମଚାରୀ ଏବଂ ପ୍ରାୟ ୪ ଲକ୍ଷ ପ୍ରତିଷ୍ଠାନ ପାଇଁ ଉପକୃତ ହେବ |
ଲୋନ୍ ଏବଂ EMI ଉପରେ କ’ଣ କହିଲ ସିତାରମଣ-
ଲୋନ୍ ଏବଂ ଇଏମଆଇ ବିଷୟରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ସମୟରେ ଆମର ଧ୍ୟାନ ଗରିବ ଲୋକଙ୍କୁ ଖାଦ୍ୟ ଏବଂ ଟଙ୍କା ଯୋଗାଇବା ଉପରେ ରହିଛି । ବର୍ତ୍ତମାନ ମଧ୍ୟବିତ୍ତଙ୍କ ପାଇଁ ଅର୍ଥମନ୍ତ୍ରୀ କୌଣସି ଘୋଷଣା କରିନାହାନ୍ତି ।
ଓଡ଼ିଶାରେ ଭାରତର ପ୍ରଥମ ବୃହତ Covid-19 ହସ୍ପିଟାଲ
ଭୁବନେଶ୍ୱର: ପିପିପି ମଡେଲରେ ଓଡ଼ିଶାରେ ପ୍ରତିଷ୍ଠା ହେବ ଭାରତର ପ୍ରଥମ କୋଭିଡ- ୧୯ ହସ୍ପିଟାଲ । ଏନେଇ କିମ୍ସ୍, ସମ୍ ହସ୍ପିଟାଲ ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ରାଜିନାମା ହୋଇଛି । ଏହା ଆସନ୍ତା ୧୫ ଦିନ ମଧ୍ୟରେ କର୍ଯ୍ୟକ୍ଷମ ହେବ । ଏଥିରେ କେବ କରୋନା ସଂକ୍ରମିତଙ୍କ ଚିକିତ୍ସା ହେବ । ଏନେଇ ଓଡ଼ିଶା ସରକାର ସୂଚନା ଦେଇଛନ୍ତି ।

ଆଜି ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ଓଏମସି ଅଧ୍ୟକ୍ଷ ଭିନିଲ କ୍ରିଷ୍ଣା, ମହାନଦୀ କୋଲ ଫିଲ୍ଡ ଅଧକ୍ଷ ଏସଏସ ପଣ୍ଡା ଓ ଦୁଇଟି ବେସରକାରୀ ହସ୍ପିଟାଲ ମଧ୍ୟରେ ଏନେଇ ତ୍ରିପାକ୍ଷିକ ରାଜିନାମା ହୋଇଛି । ପ୍ରଥମ ରାଜିନାମା କିମ୍ସ ସହ ସ୍ୱାକ୍ଷରିତ ହୋଇଛି । ସେହିଭଳି ଦ୍ୱିତୀୟ ରାଜିନାମା ସମ୍ ହସ୍ପିଚାଲ ସହ କରାଯାଇଛି । ପିପିପି ମଡେଲରେ ଭାରତର ପ୍ରଥମ କୋଭିଡ-୧୯ ହସ୍ପିଟାଲ ଓଡ଼ିଶାରେ ତିଆରି ହବ। ଯୁଦ୍ଧକାଳୀନ ଭିତ୍ତିରେ ୧୪ ଦିନ ମଧ୍ୟରେ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ । ୨ଟି ଯାକ ହସ୍ପିଟାଲରେ ୧୦୦୦ ବେଡ ରହିବ । ହସ୍ପିଟାଲ ପ୍ରତିଷ୍ଠା ପାଇଁ ବେସରକାରୀ ସଂସ୍ଥ୍ୟା, ଧନାଢ୍ୟ ତଥା ଓଡ଼ିଶା ସରାକାର ଆବଶ୍ୟକ ଆର୍ଥ ଯୋଗାଇଦେବେ । ଏନେଇ ଆଜି ଓଡ଼ିଶା ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି ।
ରାଜ୍ୟ ବାହାରେ ଥିବା ଓଡ଼ିଆ ଏବଂ ପ୍ରବାସୀ ଶ୍ରମିକଙ୍କ ଭରଣ ପୋଷଣ ବହନ କରିବେ ରାଜ୍ୟ ସରକାର

ଲକ୍ ଡାଉନ୍ ଯୋଗୁଁ ଓଡ଼ିଶା ବାହାରେ ଅଟକଥିବା ଓଡ଼ିଆ ଶ୍ରମିକଙ୍କ ଭରଣ ପୋଷଣ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ଏଥିସହିତ ଅନିଶ୍ଚିତକାଳ ଯାଏଁ ଓଡ଼ିଶାରେ ଅଟକଥିବା ପ୍ରବାସୀ ଶ୍ରମିକଙ୍କ ଭରଣ ପୋଷଣ ଖର୍ଚ୍ଚ ମଧ୍ୟ ବହନ କରିବେ ରାଜ୍ୟ ସରକାର । ଏ ନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଆଙ୍କ ରକ୍ଷଣ ବେକ୍ଷଣ ନେଇ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ଚିଠି ଲେଖିଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

